ଉତ୍ପାଦନ ଫଳନ (Production function)
* ଉତ୍ପାଦନ ସାଧନ ଓ
ଉତ୍ପାଦ ମଧ୍ୟରେ ଥିବା କାର୍ଯ୍ୟାତ୍ମକ ସମ୍ପର୍କକୁ
ଉତ୍ପାଦନ ଫଳନ କୁହାଯାଏ ।
* ଉତ୍ପାଦନ
ଫଳନକୁ ସଂକେତରେ ପ୍ରକାଶ କଲେ-
ଏଠାରେ
ଉତ୍ପାଦ
ଉତ୍ପାଦିତ ସାଧନ
ମଧ୍ୟରେ କାର୍ଯ୍ୟାତ୍ମକ ସମ୍ପର୍କ ।
Labour (ଶ୍ରମ)
Capital (ପୁଞ୍ଜି)
ଉତ୍ପାଦନ
ଫଳନ ସାଧାରଣତଃ 2 ପ୍ରକାରର ଅଟେ ।
- ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ
- ଦୀର୍ଘକାଳୀନ ଉତ୍ପାଦନ ଫଳନ
ସ୍ଥିର ସାଧନ (Fixed factor) ଓ ପରିବର୍ତ୍ତନୀ ସାଧନ (Variable factor) :
1. ସ୍ଥିର ସାଧନ (Fixed factor) :-
* ସ୍ୱଳ୍ପକାଳରେ
ଯେଉଁ ସାଧନର ପରିମାଣକୁ ପରିବର୍ତ୍ତନ କରାଯାଇପାରେ ନାହିଁ, ତାହାକୁ ସ୍ଥିର ସାଧନ କୁହାଯାଏ ।
Ex - ଜମି,
ମେସିନ୍
2. ପରିବର୍ତ୍ତନୀ
ସାଧନ (Variable
factor) :-
* ସ୍ୱଳ୍ପକାଳରେ
ଯେଉଁ ସାଧନର ପରିମାଣକୁ ପରିବର୍ତ୍ତନ କରାଯାଇପାରେ, ତାହାକୁ ପରିବର୍ତ୍ତନୀ ସାଧନ କୁହାଯାଏ ।
Ex - ଶ୍ରମ,
କଞ୍ଚାମାଲ
| ସ୍ଥିର ସାଧନ | ପରିବର୍ତ୍ତନୀ ସାଧନ |
| (i) ସ୍ଥିର ସାଧନର ସ୍ଥିତି କେବଳ ସ୍ୱଳ୍ପ କାଳରେ ଦୃଷ୍ଟି ଗୋଚର ହୋଇଥାଏ । | (i) ପରିବର୍ତ୍ତନୀ ସାଧନ ଉଭୟ ସ୍ୱଳ୍ପ ଓ ଦୀର୍ଘ କାଳରେ ଦୃଷ୍ଟିଗୋଚର ହୋଇଥାଏ । |
| (ii) ସ୍ୱଳ୍ପ କାଳରେ ଉତ୍ପାଦନ ପରିବର୍ତ୍ତନ ହେଲେ ମଧ୍ୟ ଯେଉଁ ସାଧନଗୁଡ଼ିକ ଅପରିବର୍ତ୍ତିତ ରହନ୍ତି, ସେଗୁଡ଼ିକୁ ସ୍ଥିର ସାଧନ କୁହାଯାଏ । | (ii) ସ୍ୱଳ୍ପ କାଳରେ ଯେଉଁ ସାଧନ ଗୁଡ଼ିକୁ ପରିବର୍ତ୍ତନ କରି, ଉତ୍ପାଦନ ପରିବର୍ତ୍ତନ କରିବା ସମ୍ଭବ ହୁଏ, ତାହାକୁ ପରିବର୍ତ୍ତନୀ ସାଧନ କୁହାଯାଏ । |
| (iii) ପ୍ରତିଷ୍ଠାନର ଉତ୍ପାଦନର ହ୍ରାସ କିମ୍ବା ବୃଦ୍ଧି ହେଲେ ମଧ୍ୟ ସ୍ଥିର ସାଧନରେ କୌଣସି ପରିବର୍ତ୍ତନ ହୁଏ ନାହିଁ । | (iii) ଉତ୍ପାଦନର ହ୍ରାସ ହେଲେ ଉକ୍ତ ସାଧନଗୁଡ଼ିକ ପରିମାଣ ମଧ୍ୟ ହ୍ରାସ ହୋଇଥାଏ । |
| (iv) ଉଦା:- ମେସିନ୍, କାରଖାନା, ସ୍ଥାୟୀ କର୍ମଚାରୀ ଇତ୍ୟାଦି । | (iv) ଉଦା:- ଶ୍ରମ, କଞ୍ଚାମାଲ ଇତ୍ୟାଦି । |
| (v) ଉତ୍ପାଦନ ଶୂନ ହେଲେ ମଧ୍ୟ ଏହା ଅପରିବର୍ତ୍ତିତ ରହିଥାଏ । | (v) ଉତ୍ପାଦନ ଶୂନ ହେଲେ ମଧ୍ୟ ଏହି ସାଧନର ପରିମାଣ ଶୂନ ହୋଇଥାଏ । |
| (vi) ଏହାର ଉତ୍ପାଦି ସହ ସମ୍ପର୍କ... | (vi) ଏହାର ଉତ୍ପାଦି ସହ ସମ୍ପର୍କ ଥାଏ । |
ସ୍ୱଳ୍ପକାଳ (Short run) ଓ ଦୀର୍ଘକାଳ (Long run)
1.ସ୍ୱଳ୍ପକାଳ (Short run) :-
(i)
ଯେଉଁ
ସମୟ ଅବଧି ମଧ୍ୟରେ ଉତ୍ପାଦନକାରୀ
କେବଳ ପରିବର୍ତ୍ତନୀ ସାଧନକୁ ପରିବର୍ତ୍ତନ କରିପାରେ, ତାହାକୁ ସ୍ୱଳ୍ପକାଳ କୁହାଯାଏ ।
(ii) ସ୍ୱଳ୍ପକାଳରେ
କେବଳ ଶ୍ରମ ଓ କଞ୍ଚାମାଲକୁ
ପରିବର୍ତ୍ତନ କରାଯାଇପାରେ ।
(iii) ସ୍ୱଳ୍ପକାଳରେ
ସ୍ଥିର ସାଧନ (ଜମି, ମେସିନ୍) କୁ
ପରିବର୍ତ୍ତନ କରାଯାଇପାରେ ନାହିଁ ।
2. ଦୀର୍ଘକାଳ (Long run) :-
(i) ଯେଉଁ ସମୟ ଅବଧି ମଧ୍ୟରେ ଉତ୍ପାଦନକାରୀ ତାହାର ସମସ୍ତ ସାଧନକୁ ପରିବର୍ତ୍ତନ କରିପାରେ, ତାହାକୁ ଦୀର୍ଘକାଳ କୁହାଯାଏ ।
(ii) ଦୀର୍ଘକାଳରେ
ସମସ୍ତ ସାଧନ ଯଥା- ସ୍ଥିର
ସାଧନ ଓ ପରିବର୍ତ୍ତନୀ ସାଧନ
ପରିବର୍ତ୍ତନଶୀଳ ।
(iii) ଦୀର୍ଘକାଳରେ
କୌଣସି ସାଧନ ସ୍ଥିର ନଥାନ୍ତି
।
| ସ୍ୱଳ୍ପକାଳ | ଦୀର୍ଘକାଳ |
| (i) ଯେଉଁ ସମୟରେ ପରିବର୍ତ୍ତୀ ସାଧନ ଗୁଡ଼ିକୁ ପରିବର୍ତ୍ତନ କରି ଉତ୍ପାଦିତ ଦ୍ରବ୍ୟର ପରିମାଣରେ ପରିବର୍ତ୍ତନ ହୋଇଥାଏ, ସେହି ସମୟକୁ ସ୍ୱଳ୍ପକାଳ କୁହାଯାଏ । | (i) ଯେଉଁ ସମୟରେ ସମସ୍ତ ଉତ୍ପାଦନର ସାଧନ ଗୁଡ଼ିକୁ ପରିବର୍ତ୍ତନ କରି ଦ୍ରବ୍ୟର ଉତ୍ପାଦିତ ପରିମାଣରେ ହ୍ରାସ ବା ବୃଦ୍ଧି ହୋଇଥାଏ, ସେହି ସମୟକୁ ଦୀର୍ଘକାଳ କୁହାଯାଏ । |
| (ii) ଏହି ସମୟରେ ମେସିନ୍, କାରଖାନା, ଗୃହ, ଦୀର୍ଘସ୍ଥାୟୀ ସାଧନଗୁଡ଼ିକ ସ୍ଥିର ରହିଥାନ୍ତି । | (ii) ଦୀର୍ଘକାଳରେ ସ୍ଥିର ସାଧନ ଓ ପରିବର୍ତ୍ତୀ ସାଧନ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ । |
| (iii) ସ୍ୱଳ୍ପକାଳରେ ପରିବର୍ତ୍ତୀ ସାଧନ ଯଥା:- ଶ୍ରମ, କଞ୍ଚାମାଲକୁ ପରିବର୍ତ୍ତନ କରାଯାଇପାରେ । | (iii) ଦୀର୍ଘକାଳରେ ସମସ୍ତ ସ୍ଥିର ସାଧନ ଓ ପରିବର୍ତ୍ତୀ ସାଧନର ପରିବର୍ତ୍ତନ କରାଯାଇପାରେ । |
| (iv) ସ୍ୱଳ୍ପକାଳରେ ସାଧନ ସାମଗ୍ରୀ ଓ ଉତ୍ପାଦନ ମଧ୍ୟରେ କାର୍ଯ୍ୟକାରଣ ସମ୍ପର୍କକୁ ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ କୁହାଯାଏ । | (iv) ସାଧନ ସାମଗ୍ରୀ ଓ ଉତ୍ପାଦ ମଧ୍ୟରେ ଦୀର୍ଘକାଳରେ ଦୃଶ୍ୟମାନ କାର୍ଯ୍ୟକାରଣ ସମ୍ପର୍କକୁ ଦୀର୍ଘକାଳୀନ ଉତ୍ପାଦନ ଫଳନ କୁହାଯାଏ । |
1. ସ୍ୱଳ୍ପକାଳୀନ
ଉତ୍ପାଦନ ଫଳନ (Short run Production
function):-
(i)
ସ୍ୱଳ୍ପକାଳରେ
ଦୃଷ୍ଟିଗୋଚର ହେଉଥିବା ଉତ୍ପାଦନର ସାଧନ ଓ ଉତ୍ପାଦ
ମଧ୍ୟରେ ଥିବା କ୍ରିୟାତ୍ମକ ସମ୍ପର୍କକୁ
ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ କୁହାଯାଏ ।
ଏଠାରେ
ଉତ୍ପାଦ
କ୍ରିୟାତ୍ମକ ସମ୍ପର୍କ
ଶ୍ରମ
ସ୍ଥିର ସାଧନ
(ପୁଞ୍ଜି)
(ii) ଏଠାରେ
ସ୍ଥିର ସାଧନ ଗୁଡ଼ିକରେ କୌଣସି
ପରିବର୍ତ୍ତନ ହୁଏ ନାହିଁ ।
(iii) କେବଳ
ପରିବର୍ତ୍ତନୀ ସାଧନକୁ ପରିବର୍ତ୍ତନ କରି ଉତ୍ପାଦନର ପରିମାଣକୁ
ହ୍ରାସ କିମ୍ବା ବୃଦ୍ଧି କରିହୁଏ ।
(iv) ସ୍ୱଳ୍ପକାଳୀନ
ଉତ୍ପାଦନ ଫଳନକୁ ପରିବର୍ତ୍ତନୀୟ ଅନୁପାତ ସୂତ୍ର ବୋଲି କୁହାଯାଏ ।
2. ଦୀର୍ଘକାଳୀନ
ଉତ୍ପାଦନ ଫଳନ (Long run Production
function):-
(i)
ଦୀର୍ଘକାଳରେ
ଉତ୍ପାଦନର ସାଧନ ଓ ଉତ୍ପାଦ
ମଧ୍ୟରେ ଥିବା କ୍ରିୟାତ୍ମକ ସମ୍ପର୍କକୁ
ଦୀର୍ଘକାଳୀନ ଉତ୍ପାଦନ ଫଳନ କୁହାଯାଏ ।
ଏଠାରେ
ଉତ୍ପାଦ
କ୍ରିୟାତ୍ମକ ସମ୍ପର୍କ
ଶ୍ରମ
Kପରିବର୍ତ୍ତନୀ ସାଧନ(ପୁଞ୍ଜି)
(ii) ଏଠାରେ
ଉଭୟ ସ୍ଥିର
ସାଧନ ଓ ପରିବର୍ତ୍ତନୀ
ସାଧନ ଗୁଡ଼ିକରେ ପରିବର୍ତ୍ତନ ହୁଏ ।
(iii) ଉଭୟ ସ୍ଥିର ସାଧନ
ଓ ପରିବର୍ତ୍ତନୀ
ସାଧନକୁ ପରିବର୍ତ୍ତନ କରି ଉତ୍ପାଦନର ପରିମାଣକୁ
ହ୍ରାସ କିମ୍ବା ବୃଦ୍ଧି କରିହୁଏ ।
(iv) ସ୍ୱଳ୍ପକାଳୀନ
ଉତ୍ପାଦନ ଫଳନକୁ ଆୟତନ ଉତ୍ପାଦ ସୂତ୍ର
(Law of return to scale)
ବୋଲି
କୁହାଯାଏ ।



Post a Comment