😊ମୋଟ
ଉତ୍ପାଦ, ହାରାହାରି
ଉତ୍ପାଦ ଓ ସୀମାନ୍ତ ଉତ୍ପାଦ😊
😊* ଉତ୍ପାଦନ କ୍ଷେତ୍ରକୁ ସରଳ ଓ ସହଜ ଆକଳନ କରିବା ପାଇଁ 3ଟି ଧାରଣା ରହିଛି । ସେଗୁଡ଼ିକ ହେଲା:-
- ମୋଟ ଉତ୍ପାଦ (Total product)
- ହାରାହାରି ଉତ୍ପାଦ (Average product)
- ସୀମାନ୍ତ ଉତ୍ପାଦ (Marginal product)
(i) ଉତ୍ପାଦନର ସାଧନ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ଦ୍ରବ୍ୟର ମୋଟ ପରିମାଣକୁ ମୋଟ ଉତ୍ପାଦ (TP) କୁହାଯାଏ ।
(ii) ଉତ୍ପାଦନର ସାଧନରେ ପରିବର୍ତ୍ତନ ହେଲେ ମୋଟ ଉତ୍ପାଦର ମଧ୍ୟ ପରିବର୍ତ୍ତନ ହୋଇଥାଏ ।
(iii) ସ୍ୱଳ୍ପକାଳରେ ମୋଟ ଉତ୍ପାଦର ପରିବର୍ତ୍ତନ କେବଳ ପରିବର୍ତ୍ତୀ ସାଧନ ଯୋଗୁଁ ହୋଇଥାଏ ।
ଏଠାରେ
ମୋଟ ଉତ୍ପାଦ
ପରିବର୍ତ୍ତୀ ସାଧନର ପରିମାଣ
ଫଳନ ସମ୍ପର୍କ
2. ହାରାହାରି ଉତ୍ପାଦ (Average product) :-
(i) ପରିବର୍ତ୍ତୀ ସାଧନର ଏକକ ପ୍ରତି ମୋଟ ଉତ୍ପାଦନକୁ ହାରାହାରି ଉତ୍ପାଦ କୁହାଯାଏ ।
(ii) ମୋଟ ଉତ୍ପାଦକୁ ମୋଟ ପରିବର୍ତ୍ତୀ ସାଧନ ଦ୍ୱାରା ଭାଗକଲେ ଭାଗଫଳକୁ ହାରାହାରି ଉତ୍ପାଦ ବୋଲି କୁହାଯାଏ ।
ଏଠାରେ
ହାରାହାରି ଉତ୍ପାଦ
ପରିବର୍ତ୍ତୀ ସାଧନର ପରିମାଣ
ମୋଟ ଉତ୍ପାଦ
Ex - ସ୍ୱଳ୍ପକାଳରେ ଜମିର ପରିମାଣ ସ୍ଥିର ରହି ଯଦି 3 ଜଣ ଶ୍ରମିକ ନିୟୋଜିତ ହେବା ଫଳରେ ମୋଟ ଉତ୍ପାଦ ଧାନ ଉତ୍ପାଦିତ ହୁଏ, ତେବେ ହାରାହାରି ଉତ୍ପାଦ କେତେ ?
3. ସୀମାନ୍ତ ଉତ୍ପାଦ (Marginal product) :-
(i) ଏକ ଅତିରିକ୍ତ ସାଧନର ସଂଯୋଜନ ଫଳରେ ମୋଟ ଉତ୍ପାଦର ଯେଉଁ ପରିବର୍ତ୍ତନ ହୁଏ, ତାହାକୁ ସୀମାନ୍ତ ଉତ୍ପାଦ କୁହାଯାଏ ।
Ex - ଏକ ହେକ୍ଟର ଜମିରେ 10 ଜଣ ଶ୍ରମିକ ନିୟୋଜିତ ହୋଇ ଯଦି 100 ଧାନ ଉତ୍ପାଦନ ହୁଏ ଏବଂ 11 ଜଣ ନିୟୋଜିତ ହେଲେ ମୋଟ ଉତ୍ପାଦ 105 kg କୁ ବୃଦ୍ଧି ପାଏ, ତେବେ ସୀମାନ୍ତ ଉତ୍ପାଦ କେତେ ?
Shortly
ମୋଟ ଉତ୍ପାଦ (TP) :
ହାରାହାରି ଉତ୍ପାଦ (AP) :
ସୀମାନ୍ତ ଉତ୍ପାଦ (MP) :

Post a Comment