ଉତ୍ପାଦନ (Production)

* ସାଧାରଣ ଅର୍ଥରେ ଉତ୍ପାଦନ କହିଲେ ଉପଯୋଗିତାର ସୃଷ୍ଟିକୁ ବୁଝାଏ ଅର୍ଥନୀତିରେ ଉତ୍ପାଦନ କହିଲେ ବିନିମୟକ୍ଷମ ଉପଯୋଗିତାର ସୃଷ୍ଟିକୁ ବୁଝାଏ (Creation of utility having an exchange value)

ଉତ୍ପାଦନର ସାଧନ (Factors of production) :-

ଯେକୌଣସି ଦ୍ରବ୍ୟ ବା ସେବା ଉତ୍ପାଦନରେ ଯେଉଁ ଉପାଦାନ ଗୁଡ଼ିକ ସହାୟକ ହୁଅନ୍ତି, ତାହାକୁ ଉତ୍ପାଦନର ସାଧନ କୁହାଯାଏ ଉତ୍ପାଦନର ମୁଖ୍ୟତଃ ଚାରୋଟି ସାଧନ ରହିଛି ।ଯଥା -

  1. ଜମି (Land)
  2. ଶ୍ରମ (Labour)
  3. ପୁଞ୍ଜି (Capital)
  4. ସଂଗଠନ (Organisation)

 


  1. ଜମି (Land) :-

(i)            ଜମି ହେଉଛି ଏକ ଉତ୍ପାଦନର ସାଧନ

(ii) ଅର୍ଥଶାସ୍ତ୍ରରେ ଜମି କହିଲେ ଈଶ୍ଵର ଦତ୍ତ ସମସ୍ତ ପ୍ରାକୃତିକ ସମ୍ପଦ ଯଥା:- ମୃତ୍ତିକା, ସାଗର, ବନଲତା, ପର୍ବତ, ଖଣିଜ ସମ୍ପଦ କୁ କୁହାଯାଏ

(iii) ଉତ୍ପାଦନର ସାଧନ ହିସାବରେ ଜମି ବ୍ୟବହାର କରାଯାଇ ଦ୍ରବ୍ୟ ସେବା ସୃଷ୍ଟି କରାଯାଏ ।ଜମିର ବ୍ୟବହାର ପାଇଁ ଦିଆଯାଉଥିବା ପାଉଣାକୁ ଖଜଣା (Rent) କୁହାଯାଏ


      2. ଶ୍ରମ (Labour) :-

(i)            ଅନ୍ୟ ଏକ ଉତ୍ପାଦନର ସାଧନ ହେଉଛି ଶ୍ରମ

(ii) ଶ୍ରମ କହିଲେ ଆର୍ଥିକ ପରିତୋଷିକ ଆଶା ରଖି କରାଯାଉଥିବା ଯେକୌଣସି ପ୍ରକାର ଶାରୀରିକ ବା ମାନସିକ ଉଦ୍ୟମକୁ ବୁଝାଏ

 (iii) ଶ୍ରମ ପାଇଁ ଯେଉଁ ପାରିଶ୍ରମିକ ବା ପାଉଣା ମିଳେ, ତାହାକୁ ମଜୁରୀ କୁହାଯାଏ


     3. ପୁଞ୍ଜି (Capital) :-

  (i)            ଯେଉଁ ଦ୍ରବ୍ୟ ସାମଗ୍ରୀ ଅଧିକ ଦ୍ରବ୍ୟ ସେବା ଉତ୍ପାଦନରେ ସାହାଯ୍ୟ କରି ମାନବର ଇଚ୍ଛାକୁ ପରୋକ୍ଷ ଭାବେ ପୂରଣ କରିଥାଏ, ତାହାକୁ ପୁଞ୍ଜି କୁହାଯାଏ

Ex - ଯନ୍ତ୍ରପାତି, ଉପକରଣ, କଳକାରଖାନା, ରାସ୍ତାଘାଟ, କଞ୍ଚାମାଲ ଇତ୍ୟାଦି

(ii) ପୁଞ୍ଜି ପାଇଁ ଯେଉଁ ପାଉଣା ଦିଆଯାଏ, ତାହାକୁ ସୁଧ କୁହାଯାଏ


     4. ସଂଗଠନ (Organisation) :-

  (i)            ସଂଗଠନ କହିଲେ ଏକ ସ୍ୱତନ୍ତ୍ର ଧରଣର ଶ୍ରମକୁ ବୁଝାଏ ଯାହାଦ୍ୱାରା ଉଦ୍ୟୋକ୍ତା ଜମି, ଶ୍ରମ ପୁଞ୍ଜିକୁ ଉତ୍ପାଦନ କାର୍ଯ୍ୟରେ ସଠିକ୍ ନିୟୋଜିତ କରି ଉତ୍ପାଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିଥାନ୍ତି

(ii) ବ୍ୟବସାୟ ଜନିତ ସମସ୍ତ ଲାଭ/କ୍ଷତି ଉଦ୍ୟୋକ୍ତା ବହନ କରିଥାନ୍ତି

(iii) ସଂଗଠନର ପାଉଣାକୁ ଲାଭ କୁହାଯାଏ


1 Comments

Post a Comment

Previous Post Next Post