ଉତ୍ପାଦନ ଫଳନ (Production function)

*   ଉତ୍ପାଦନ ସାଧନ ଉତ୍ପାଦ ମଧ୍ୟରେ ଥିବା କାର୍ଯ୍ୟାତ୍ମକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ

*   ଉତ୍ପାଦନ ଫଳନକୁ ସଂକେତରେ ପ୍ରକାଶ କଲେ-

                                                                                    

ଏଠାରେ

                            ଉତ୍ପାଦ

                            ଉତ୍ପାଦିତ ସାଧନ ମଧ୍ୟରେ କାର୍ଯ୍ୟାତ୍ମକ ସମ୍ପର୍କ

                             Labour (ଶ୍ରମ)

                            Capital (ପୁଞ୍ଜି)




ଉତ୍ପାଦନ ଫଳନ ସାଧାରଣତଃ 2 ପ୍ରକାରର ଅଟେ

  1. ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ
  2. ଦୀର୍ଘକାଳୀନ ଉତ୍ପାଦନ ଫଳନ


ସ୍ଥିର ସାଧନ (Fixed factor) ପରିବର୍ତ୍ତନୀ ସାଧନ (Variable factor) :

1. ସ୍ଥିର ସାଧନ (Fixed factor) :-

   *  ସ୍ୱଳ୍ପକାଳରେ ଯେଉଁ ସାଧନର ପରିମାଣକୁ ପରିବର୍ତ୍ତନ କରାଯାଇପାରେ ନାହିଁ, ତାହାକୁ ସ୍ଥିର ସାଧନ କୁହାଯାଏ

Ex - ଜମି, ମେସିନ୍

2. ପରିବର୍ତ୍ତନୀ ସାଧନ (Variable factor) :-

  *  ସ୍ୱଳ୍ପକାଳରେ ଯେଉଁ ସାଧନର ପରିମାଣକୁ ପରିବର୍ତ୍ତନ କରାଯାଇପାରେ, ତାହାକୁ ପରିବର୍ତ୍ତନୀ ସାଧନ କୁହାଯାଏ

Ex - ଶ୍ରମ, କଞ୍ଚାମାଲ

 




ସ୍ଥିର ସାଧନପରିବର୍ତ୍ତନୀ ସାଧନ
(i) ସ୍ଥିର ସାଧନର ସ୍ଥିତି କେବଳ ସ୍ୱଳ୍ପ କାଳରେ ଦୃଷ୍ଟି ଗୋଚର ହୋଇଥାଏ ।(i) ପରିବର୍ତ୍ତନୀ ସାଧନ ଉଭୟ ସ୍ୱଳ୍ପ ଓ ଦୀର୍ଘ କାଳରେ ଦୃଷ୍ଟିଗୋଚର ହୋଇଥାଏ ।
(ii) ସ୍ୱଳ୍ପ କାଳରେ ଉତ୍ପାଦନ ପରିବର୍ତ୍ତନ ହେଲେ ମଧ୍ୟ ଯେଉଁ ସାଧନଗୁଡ଼ିକ ଅପରିବର୍ତ୍ତିତ ରହନ୍ତି, ସେଗୁଡ଼ିକୁ ସ୍ଥିର ସାଧନ କୁହାଯାଏ ।(ii) ସ୍ୱଳ୍ପ କାଳରେ ଯେଉଁ ସାଧନ ଗୁଡ଼ିକୁ ପରିବର୍ତ୍ତନ କରି, ଉତ୍ପାଦନ ପରିବର୍ତ୍ତନ କରିବା ସମ୍ଭବ ହୁଏ, ତାହାକୁ ପରିବର୍ତ୍ତନୀ ସାଧନ କୁହାଯାଏ ।
(iii) ପ୍ରତିଷ୍ଠାନର ଉତ୍ପାଦନର ହ୍ରାସ କିମ୍ବା ବୃଦ୍ଧି ହେଲେ ମଧ୍ୟ ସ୍ଥିର ସାଧନରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।(iii) ଉତ୍ପାଦନର ହ୍ରାସ ହେଲେ ଉକ୍ତ ସାଧନଗୁଡ଼ିକ ପରିମାଣ ମଧ୍ୟ ହ୍ରାସ ହୋଇଥାଏ ।
(iv) ଉଦା:- ମେସିନ୍, କାରଖାନା, ସ୍ଥାୟୀ କର୍ମଚାରୀ ଇତ୍ୟାଦି ।(iv) ଉଦା:- ଶ୍ରମ, କଞ୍ଚାମାଲ ଇତ୍ୟାଦି ।
(v) ଉତ୍ପାଦନ ଶୂନ ହେଲେ ମଧ୍ୟ ଏହା ଅପରିବର୍ତ୍ତିତ ରହିଥାଏ ।(v) ଉତ୍ପାଦନ ଶୂନ ହେଲେ ମଧ୍ୟ ଏହି ସାଧନର ପରିମାଣ ଶୂନ ହୋଇଥାଏ ।
(vi) ଏହାର ଉତ୍ପାଦି ସହ ସମ୍ପର୍କ...(vi) ଏହାର ଉତ୍ପାଦି ସହ ସମ୍ପର୍କ ଥାଏ ।


ସ୍ୱଳ୍ପକାଳ (Short run) ଦୀର୍ଘକାଳ (Long run)

1.ସ୍ୱଳ୍ପକାଳ (Short run) :-

 (i)            ଯେଉଁ ସମୟ ଅବଧି ମଧ୍ୟରେ ଉତ୍ପାଦନକାରୀ କେବଳ ପରିବର୍ତ୍ତନୀ ସାଧନକୁ ପରିବର୍ତ୍ତନ କରିପାରେ, ତାହାକୁ ସ୍ୱଳ୍ପକାଳ କୁହାଯାଏ

(ii) ସ୍ୱଳ୍ପକାଳରେ କେବଳ ଶ୍ରମ କଞ୍ଚାମାଲକୁ ପରିବର୍ତ୍ତନ କରାଯାଇପାରେ

(iii) ସ୍ୱଳ୍ପକାଳରେ ସ୍ଥିର ସାଧନ (ଜମି, ମେସିନ୍) କୁ ପରିବର୍ତ୍ତନ କରାଯାଇପାରେ ନାହିଁ


2. ଦୀର୍ଘକାଳ (Long run) :-

 (i)            ଯେଉଁ ସମୟ ଅବଧି ମଧ୍ୟରେ ଉତ୍ପାଦନକାରୀ ତାହାର ସମସ୍ତ ସାଧନକୁ ପରିବର୍ତ୍ତନ କରିପାରେ, ତାହାକୁ ଦୀର୍ଘକାଳ କୁହାଯାଏ

(ii) ଦୀର୍ଘକାଳରେ ସମସ୍ତ ସାଧନ ଯଥା- ସ୍ଥିର ସାଧନ ପରିବର୍ତ୍ତନୀ ସାଧନ ପରିବର୍ତ୍ତନଶୀଳ

(iii) ଦୀର୍ଘକାଳରେ କୌଣସି ସାଧନ ସ୍ଥିର ନଥାନ୍ତି


ସ୍ୱଳ୍ପକାଳଦୀର୍ଘକାଳ
(i) ଯେଉଁ ସମୟରେ ପରିବର୍ତ୍ତୀ ସାଧନ ଗୁଡ଼ିକୁ ପରିବର୍ତ୍ତନ କରି ଉତ୍ପାଦିତ ଦ୍ରବ୍ୟର ପରିମାଣରେ ପରିବର୍ତ୍ତନ ହୋଇଥାଏ, ସେହି ସମୟକୁ ସ୍ୱଳ୍ପକାଳ କୁହାଯାଏ ।(i) ଯେଉଁ ସମୟରେ ସମସ୍ତ ଉତ୍ପାଦନର ସାଧନ ଗୁଡ଼ିକୁ ପରିବର୍ତ୍ତନ କରି ଦ୍ରବ୍ୟର ଉତ୍ପାଦିତ ପରିମାଣରେ ହ୍ରାସ ବା ବୃଦ୍ଧି ହୋଇଥାଏ, ସେହି ସମୟକୁ ଦୀର୍ଘକାଳ କୁହାଯାଏ ।
(ii) ଏହି ସମୟରେ ମେସିନ୍, କାରଖାନା, ଗୃହ, ଦୀର୍ଘସ୍ଥାୟୀ ସାଧନଗୁଡ଼ିକ ସ୍ଥିର ରହିଥାନ୍ତି ।(ii) ଦୀର୍ଘକାଳରେ ସ୍ଥିର ସାଧନ ଓ ପରିବର୍ତ୍ତୀ ସାଧନ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ ।
(iii) ସ୍ୱଳ୍ପକାଳରେ ପରିବର୍ତ୍ତୀ ସାଧନ ଯଥା:- ଶ୍ରମ, କଞ୍ଚାମାଲକୁ ପରିବର୍ତ୍ତନ କରାଯାଇପାରେ ।(iii) ଦୀର୍ଘକାଳରେ ସମସ୍ତ ସ୍ଥିର ସାଧନ ଓ ପରିବର୍ତ୍ତୀ ସାଧନର ପରିବର୍ତ୍ତନ କରାଯାଇପାରେ ।
(iv) ସ୍ୱଳ୍ପକାଳରେ ସାଧନ ସାମଗ୍ରୀ ଓ ଉତ୍ପାଦନ ମଧ୍ୟରେ କାର୍ଯ୍ୟକାରଣ ସମ୍ପର୍କକୁ ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ କୁହାଯାଏ ।(iv) ସାଧନ ସାମଗ୍ରୀ ଓ ଉତ୍ପାଦ ମଧ୍ୟରେ ଦୀର୍ଘକାଳରେ ଦୃଶ୍ୟମାନ କାର୍ଯ୍ୟକାରଣ ସମ୍ପର୍କକୁ ଦୀର୍ଘକାଳୀନ ଉତ୍ପାଦନ ଫଳନ କୁହାଯାଏ ।

1. ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ (Short run Production function):-

      (i)            ସ୍ୱଳ୍ପକାଳରେ ଦୃଷ୍ଟିଗୋଚର ହେଉଥିବା ଉତ୍ପାଦନର ସାଧନ ଉତ୍ପାଦ ମଧ୍ୟରେ ଥିବା କ୍ରିୟାତ୍ମକ ସମ୍ପର୍କକୁ ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ କୁହାଯାଏ

                                                           

ଏଠାରେ

                ଉତ୍ପାଦ

                 କ୍ରିୟାତ୍ମକ ସମ୍ପର୍କ

                  ଶ୍ରମ

                 ସ୍ଥିର ସାଧନ (ପୁଞ୍ଜି)


(ii) ଏଠାରେ ସ୍ଥିର ସାଧନ ଗୁଡ଼ିକରେ କୌଣସି ପରିବର୍ତ୍ତନ ହୁଏ ନାହିଁ

(iii) କେବଳ ପରିବର୍ତ୍ତନୀ ସାଧନକୁ ପରିବର୍ତ୍ତନ କରି ଉତ୍ପାଦନର ପରିମାଣକୁ ହ୍ରାସ କିମ୍ବା ବୃଦ୍ଧି କରିହୁଏ

(iv) ସ୍ୱଳ୍ପକାଳୀନ ଉତ୍ପାଦନ ଫଳନକୁ ପରିବର୍ତ୍ତନୀୟ ଅନୁପାତ ସୂତ୍ର ବୋଲି କୁହାଯାଏ


2. ଦୀର୍ଘକାଳୀନ ଉତ୍ପାଦନ ଫଳନ (Long run Production function):-

      (i)            ଦୀର୍ଘକାଳରେ ଉତ୍ପାଦନର ସାଧନ ଉତ୍ପାଦ ମଧ୍ୟରେ ଥିବା କ୍ରିୟାତ୍ମକ ସମ୍ପର୍କକୁ ଦୀର୍ଘକାଳୀନ ଉତ୍ପାଦନ ଫଳନ କୁହାଯାଏ

                                                                               

ଏଠାରେ

                ଉତ୍ପାଦ

                କ୍ରିୟାତ୍ମକ ସମ୍ପର୍କ

                ଶ୍ରମ

             Kପରିବର୍ତ୍ତନୀ ସାଧନ(ପୁଞ୍ଜି)


(ii) ଏଠାରେ ଉଭୟ  ସ୍ଥିର ସାଧନ ପରିବର୍ତ୍ତନୀ ସାଧନ ଗୁଡ଼ିକରେ ପରିବର୍ତ୍ତନ ହୁଏ

(iii) ଉଭୟ ସ୍ଥିର ସାଧନ ପରିବର୍ତ୍ତନୀ ସାଧନକୁ ପରିବର୍ତ୍ତନ କରି ଉତ୍ପାଦନର ପରିମାଣକୁ ହ୍ରାସ କିମ୍ବା ବୃଦ୍ଧି କରିହୁଏ

(iv) ସ୍ୱଳ୍ପକାଳୀନ ଉତ୍ପାଦନ ଫଳନକୁ ଆୟତନ ଉତ୍ପାଦ ସୂତ୍ର (Law of return to scale)

ବୋଲି କୁହାଯାଏ


Post a Comment

أحدث أقدم