2018 (A)


'କ' – ବିଭାଗ


1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟିକୁ ବାଛି ଲେଖ : [1 X 15 = 15]


(a) ଚାହିଦା ରେଖାର ଡାହାଣକୁ ସ୍ଥାନଚ୍ୟୁତି କ’ଣ ସଂକେତ କରେ ?

(i) ଚାହିଦାର ପ୍ରସାରଣ

(ii) ଚାହିଦାର ସଙ୍କୋଚନ

(iii) ଚାହିଦାର ବୃଦ୍ଧି

(iv) ଚାହିଦାର ହ୍ରାସ


(b) ଗୋଟିଏ ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ ଯଦି ଜଣେ ଖାଉଟିର ଦ୍ରବ୍ୟପାଇଁ ମୋଟ ବ୍ୟୟ ଅପରିବର୍ତ୍ତିତ ରହେ, ତେବେ ଦର ସ୍ଥିତିସ୍ଥାପକତାର ସାଂଖ୍ୟିକ ମୂଲ୍ୟ :

(i) ୧ ରୁ କମ୍

(ii) ୧ ରୁ ଅଧିକ

(iii) ୧

(iv) ଶୂନ୍ୟ


(c) ଉତ୍ପାଦନ ଅର୍ଥ :

(i) ବସ୍ତୁ ସୃଷ୍ଟି

(ii) ଉପଯୋଗିତାର ବିନାଶ

(iii) ବିନିମୟ ମୂଲ୍ୟଯୁକ୍ତ ଉପଯୋଗିତା ସୃଷ୍ଟି

(iv) ଉପାଦାନଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି


(d) ଯେତେବେଳେ ପ୍ରାନ୍ତୀୟ ଉତ୍ପାଦ ଶୂନ୍ୟ ହୁଏ, ମୋଟ ଉତ୍ପାଦ :

(i) ସର୍ବାଧିକ ହୁଏ

(ii) ସର୍ବନିମ୍ନ ହୁଏ

(iii) ବୃଦ୍ଧିପାଏ

(iv) ହ୍ରାସପାଏ


(e) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ସମ୍ପଦ ନୁହେଁ ?

(i) ସରକସ ନଟର କୌଶଳ

(ii) ମୋଟର ଗାଡ଼ି

(iii) ମୃଦା

(iv) ହାତଘଣ୍ଟା ସ୍ପ୍ରିଙ୍ଗ


(f) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହ ସମ୍ପୃକ୍ତ ?

(i) ଏକ ଅର୍ଥନୀତିର ସଞ୍ଚୟ

(ii) ଜାତୀୟ ଆୟର ହିସାବ

(iii) ଅର୍ଥନୈତିକ ଅଭିବୃଦ୍ଧି ତତ୍ତ୍ୱ

(iv) ଉପଭୋକ୍ତାଙ୍କ ବ୍ୟବହାର ତତ୍ତ୍ୱ


(g) ଯଦି ବଜାର ଦରରେ ମୋଟ ଜାତୀୟ ଉତ୍ପାଦ ₹ ୯,୦୦୦  କୋଟି ଟଙ୍କା, ପରୋକ୍ଷ କର ₹  ୮୦୦ କୋଟି ଟଙ୍କା ଏବଂ ସରକାରୀ ସହାୟତା ₹ ୨୦୦ କୋଟି ଟଙ୍କା ହୁଏ, ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କେତେ ?

(i) ₹ ୧୦,୦୦୦ କୋଟି ଟଙ୍କା

(ii) ₹ ୮,୪୦୦ କୋଟି ଟଙ୍କା

(iii) ₹ ୯,୬୦୦ କୋଟି ଟଙ୍କା

(iv) ₹ ୮,୮୦୦ କୋଟି ଟଙ୍କା


(h) ପ୍ରକୃତ ବ୍ୟକ୍ତିଗତ ଆୟ ହେଲା :

(i) ବ୍ୟକ୍ତିଗତ ଆୟ ବିଯୁକ୍ତ ପରୋକ୍ଷ କର

(ii) ବ୍ୟକ୍ତିଗତ ଆୟ ବିଯୁକ୍ତ ଉପଭୋଗ ବ୍ୟୟ

(iii) ବ୍ୟକ୍ତିଗତ ଆୟ ବିଯୁକ୍ତ ପ୍ରତ୍ୟକ୍ଷ କର

(iv) ଅବଶିଷ୍ଟ ଉପାଦାନ ଶ୍ରେଣୀ ଆୟ


(i) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟ ନୁହେଁ ?

(i) ଋଣ ନିୟନ୍ତ୍ରଣ

(ii) ଜମା ଗ୍ରହଣ

(iii) ଋଣ ପ୍ରଦାନ

(iv) ଦାବି ପ୍ରେରଣ


(j) ନିମ୍ନଲିଖ୍ତ ବଜେଟ୍‌ଗୁଡ଼ିକ ମଧ୍ୟରୁ କେଉଁଟି ସ୍ଥାପି ସୂତ୍ରପାତ କରିଥାଏ ?

(i) ସମତୁଲ ବଜେଟ୍

(ii) ନିଅଣ୍ଟିଆ ବଜେଟ୍

(iii) ବଳକା ବଜେଟ୍

(iv) ସ୍ଥିର ବଜେଟ୍


(k) ନିମ୍ନଲିଖ୍ତ ମଧ୍ୟରୁ କିଏ ଅର୍ଥନୀତିର ସମ୍ପଦ ସଂଜ୍ଞା ପ୍ରଦାନ କରିଥିଲେ ?

(i) ଆଡାମ୍ ସ୍ମିଥ୍

(ii) ଆଲଫ୍ରେଡ୍ ମାର୍ଶାଲ୍

(iii) ଲିଓନେଲ୍ ରବିନ୍ସ

(iv) ପଲ୍ ସାମୁଏଲସନ୍


(l) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ ?

(i) ଅଭାବ ସସୀମ

(ii) ଅଭାବସମୂହ ପରିପୂରକ

(iii) ସମସ୍ତ ଅଭାବ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ

(iv) ଅଭାବଗୁଡ଼ିକ ଯୌଗପଦିକ


(m) ଉପଯୋଗିତା ଅର୍ଥ :

(i) ଦ୍ରବ୍ୟରୁ ମିଳୁଥିବା ଆନନ୍ଦ

(ii) ଦ୍ରବ୍ୟର ଉପକାରିତା

(iii) ଦ୍ରବ୍ୟର ଅଭାବ ପୂରଣ କରିବାର କ୍ଷମତା

(iv) ଦ୍ରବ୍ୟର ଆବଶ୍ୟକତା


(n) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ସର୍ବସାଧାରଣ ଦ୍ରବ୍ୟ ନୁହେଁ ?

(i) ଜାତୀୟ ରାଜପଥ

(ii) ରାସ୍ତା ଆଲୋକ

(iii) ପ୍ରତିରକ୍ଷା ସେବା

(iv) ମୋଟର ସାଇକେଲ


(o) ଦର ଅର୍ଥ :

(i) ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ

(ii) ଅନ୍ୟ ଦ୍ରବ୍ୟ ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ

(iii) ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ

(iv) ସୁନା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ


2. ନିମ୍ନଲିଖ୍ତ ଉକ୍ତିଗୁଡ଼ିକର ସତ୍ୟତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ, ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି ସେଗୁଡ଼ିକୁ ସଂଶୋଧନ କର : [1 X 14 = 14]


(a) ପରିବର୍ତ୍ତୀ ଅନୁପାତ ସୂତ୍ରର ଦ୍ୱିତୀୟ ପର୍ଯ୍ୟାୟ ରଣାତ୍ମକ ଉତ୍ପତ୍ତି ସୂଚାଏ ।

(b) ମୋଟ ସ୍ଥିର ପରିବ୍ୟୟ ରେଖା ଏକ ଆୟତକାର ପରାବଳୟ ଆକାର ନିଏ ।

(c) ହାରାହାରି ପରିବ୍ୟୟ ସର୍ବନିମ୍ନ ହେଲା ବେଳେ ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟ ସହିତ ସମାନ ହୁଏ ।

(d) ବଜାର ଦରରେ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ଚାହିଦା ସହିତ ଖାପଖୁଆଇ ଥାଏ ।

(e) ଏକାଧିକାରମୂଳକ ପ୍ରତିଯୋଗିତାରେ ନିକଟ ପ୍ରତିସ୍ଥାପନକ୍ଷମ ଦ୍ରବ୍ୟର ଅନୁପସ୍ଥିତି ଥାଏ ।

(f) ସୀମାନ୍ତ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବନିମ୍ନ ହୋଇଥାଏ ।

(g) ସ୍ଥାୟୀ ପୁଞ୍ଜିର ଉପଭୋଗ ନିଟ ଜାତୀୟ ଉତ୍ପାଦର ଏକ ଅଂଶ ।

(h) ଜାତୀୟ ଆୟରେ ଅବଶେଷ ଆୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ ।

(i) ବ୍ୟାଙ୍କ ଅଫ୍ ଇଂଲଣ୍ଡ ଆମ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ।

(j) ରାଷ୍ଟ୍ରବିତ୍ତ କେବଳ ସରକାରଙ୍କ ଆୟ ଓ ବ୍ୟୟ ସହିତ ସମ୍ପୃକ୍ତ ।

(k) ଉପଭୋଗ ଅର୍ଥ, ଦ୍ରବ୍ୟର ବ୍ୟବହାର ଯୋଗୁଁ ମାନବୀୟ ଅଭାବର ପରିପୂର୍ତ୍ତି ।

(l) ପରୋକ୍ଷ କରଗୁଡ଼ିକର ବହନଗୁଣ ନାହିଁ ପ୍ରଯୁଜ୍ୟ ।

(m) ନିମ୍ନଗାମୀ ଚାହିଦା ରେଖା ଦର ଓ ଚାହିଦା ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ସୂଚାଏ ।

(n) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ରେଖା ଉଲମ୍ବ ।

(o) ସାଧନଗୁଡ଼ିକର ପରିମାଣ ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ ମଧ୍ୟରେ ଥିବା କାର୍ଯ୍ୟକାରୀ ସମ୍ପର୍କକୁ ପରିବ୍ୟୟ ଫଳନ କୁହାଯାଏ ।


'ଖ' – ବିଭାଗ


3. ପ୍ରତ୍ୟେକ କ୍ଷେତ୍ରରେ ଦୁଇଟିରୁ ତିନୋଟି ବାକ୍ୟ ମଧ୍ୟରେ ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ୧୧ଟିର ଉତ୍ତର ଦିଅ : [2 X 11 = 22]


(a) ବଜାର ଚାହିଦା କ’ଣ ?

(b) ସ୍ଥିର ସାଧନ କ’ଣ ?

(c) ସ୍ୱଳ୍ପକାଳରେ ମୋଟ ପରିବ୍ୟୟ କିପରି ହିସାବ କରାଯାଏ ?

(d) ବଜାର କହିଲେ କ’ଣ ବୁଝାଯାଏ ?

(e) ସ୍ୱଚ୍ଛାକାର କ’ଣ ?

(f) ସମଷ୍ଟି ଅର୍ଥନୀତି କ’ଣ ?

(g) ମିଶ୍ରିତ ଆୟ କ’ଣ ?

(h) ଗଣୋଚ ଆୟ କ’ଣ ?

(i) ଅଧ୍ୟକ ଲଭାଂଶ କ’ଣ ?

(j) ବାଣିଜ୍ୟିକ ବ୍ୟାଙ୍କ କ’ଣ ?

(k) ବଜେଟ୍ କ’ଣ ?

(l) ପରୋକ୍ଷଗତ ଅତ୍ୟାବଶ୍ୟକ କ’ଣ ?

(m) ମୁଦ୍ରା କ’ଣ ?

(n) ଉପଭୋକ୍ତାଙ୍କ ସନ୍ତୁଳନ କହିଲେ କ’ଣ ବୁଝାଯାଏ ?


4. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ୬ଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ୫ଟି ବାକ୍ୟ ମଧ୍ୟରେ ସୀମିତ ରଖ : [3 X 6 = 18]


(a) ଚାହିଦା ସୂତ୍ର ଓ ଚାହିଦା ରେଖା

(b) ହାରାହାରି ଉତ୍ପାଦ ଓ ପ୍ରାନ୍ତୀୟ ଉତ୍ପାଦ

(c) ମୌଦ୍ରିକ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ

(d) ଆକାରଗତ ଉପଯୋଗିତା ଓ କାଳଗତ ଉପଯୋଗିତା

(e) ମିଆଦୀ ଜମା ଓ ଚାଲୁ ଜମା

(f) ସମତୁଲ ବଜେଟ୍ ଓ ଅସମତୁଲ ବଜେଟ୍

(g) ମୁକ୍ତ ଦ୍ରବ୍ୟ ଓ ଅର୍ଥନୈତିକ ଦ୍ରବ୍ୟ

(h) ପ୍ରତିବନ୍ଧକହୀନ ଦ୍ରବ୍ୟ ଓ ପରସ୍ପର ପରିପୂରକ ଦ୍ରବ୍ୟ


'ଗ' – ବିଭାଗ


ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଚାରୋଟିର ଉତ୍ତର ଦିଅ : [7.5 X 4 = 30]


5. ଏକ ଅର୍ଥ ବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ ବ୍ୟାଖ୍ୟା କର ।

6. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ଆଲୋଚନା କର ।

7. ଯୋଗାଣ ସୂତ୍ର ବ୍ୟାଖ୍ୟା କର ।

8. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦର କିପରି ନିର୍ଦ୍ଧାରିତ ହୁଏ ଆଲୋଚନା କର ।

9. ମୁଦ୍ରାର କାର୍ଯ୍ୟାବଳୀ ବର୍ଣ୍ଣନା କର ।

10. କେନ୍ସଙ୍କ ସରଳ ଆୟ ନିର୍ଦ୍ଧାରଣ ତତ୍ତ୍ୱ ବ୍ୟାଖ୍ୟା କର ।

Post a Comment

أحدث أقدم