2018 (A)
'କ' – ବିଭାଗ
1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟିକୁ ବାଛି ଲେଖ : [1 X 15 = 15]
(a) ଚାହିଦା ରେଖାର ଡାହାଣକୁ ସ୍ଥାନଚ୍ୟୁତି କ’ଣ ସଂକେତ କରେ ?
(i) ଚାହିଦାର ପ୍ରସାରଣ
(ii) ଚାହିଦାର ସଙ୍କୋଚନ
(iii) ଚାହିଦାର ବୃଦ୍ଧି
(iv) ଚାହିଦାର ହ୍ରାସ
(b) ଗୋଟିଏ ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ ଯଦି ଜଣେ ଖାଉଟିର ଦ୍ରବ୍ୟପାଇଁ ମୋଟ ବ୍ୟୟ ଅପରିବର୍ତ୍ତିତ ରହେ, ତେବେ ଦର ସ୍ଥିତିସ୍ଥାପକତାର ସାଂଖ୍ୟିକ ମୂଲ୍ୟ :
(i) ୧ ରୁ କମ୍
(ii) ୧ ରୁ ଅଧିକ
(iii) ୧
(iv) ଶୂନ୍ୟ
(c) ଉତ୍ପାଦନ ଅର୍ଥ :
(i) ବସ୍ତୁ ସୃଷ୍ଟି
(ii) ଉପଯୋଗିତାର ବିନାଶ
(iii) ବିନିମୟ ମୂଲ୍ୟଯୁକ୍ତ ଉପଯୋଗିତା ସୃଷ୍ଟି
(iv) ଉପାଦାନଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି
(d) ଯେତେବେଳେ ପ୍ରାନ୍ତୀୟ ଉତ୍ପାଦ ଶୂନ୍ୟ ହୁଏ, ମୋଟ ଉତ୍ପାଦ :
(i) ସର୍ବାଧିକ ହୁଏ
(ii) ସର୍ବନିମ୍ନ ହୁଏ
(iii) ବୃଦ୍ଧିପାଏ
(iv) ହ୍ରାସପାଏ
(e) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ସମ୍ପଦ ନୁହେଁ ?
(i) ସରକସ ନଟର କୌଶଳ
(ii) ମୋଟର ଗାଡ଼ି
(iii) ମୃଦା
(iv) ହାତଘଣ୍ଟା ସ୍ପ୍ରିଙ୍ଗ
(f) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହ ସମ୍ପୃକ୍ତ ?
(i) ଏକ ଅର୍ଥନୀତିର ସଞ୍ଚୟ
(ii) ଜାତୀୟ ଆୟର ହିସାବ
(iii) ଅର୍ଥନୈତିକ ଅଭିବୃଦ୍ଧି ତତ୍ତ୍ୱ
(iv) ଉପଭୋକ୍ତାଙ୍କ ବ୍ୟବହାର ତତ୍ତ୍ୱ
(g) ଯଦି ବଜାର ଦରରେ ମୋଟ ଜାତୀୟ ଉତ୍ପାଦ ₹ ୯,୦୦୦ କୋଟି ଟଙ୍କା, ପରୋକ୍ଷ କର ₹ ୮୦୦ କୋଟି ଟଙ୍କା ଏବଂ ସରକାରୀ ସହାୟତା ₹ ୨୦୦ କୋଟି ଟଙ୍କା ହୁଏ, ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କେତେ ?
(i) ₹ ୧୦,୦୦୦ କୋଟି ଟଙ୍କା
(ii) ₹ ୮,୪୦୦ କୋଟି ଟଙ୍କା
(iii) ₹ ୯,୬୦୦ କୋଟି ଟଙ୍କା
(iv) ₹ ୮,୮୦୦ କୋଟି ଟଙ୍କା
(h) ପ୍ରକୃତ ବ୍ୟକ୍ତିଗତ ଆୟ ହେଲା :
(i) ବ୍ୟକ୍ତିଗତ ଆୟ ବିଯୁକ୍ତ ପରୋକ୍ଷ କର
(ii) ବ୍ୟକ୍ତିଗତ ଆୟ ବିଯୁକ୍ତ ଉପଭୋଗ ବ୍ୟୟ
(iii) ବ୍ୟକ୍ତିଗତ ଆୟ ବିଯୁକ୍ତ ପ୍ରତ୍ୟକ୍ଷ କର
(iv) ଅବଶିଷ୍ଟ ଉପାଦାନ ଶ୍ରେଣୀ ଆୟ
(i) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟ ନୁହେଁ ?
(i) ଋଣ ନିୟନ୍ତ୍ରଣ
(ii) ଜମା ଗ୍ରହଣ
(iii) ଋଣ ପ୍ରଦାନ
(iv) ଦାବି ପ୍ରେରଣ
(j) ନିମ୍ନଲିଖ୍ତ ବଜେଟ୍ଗୁଡ଼ିକ ମଧ୍ୟରୁ କେଉଁଟି ସ୍ଥାପି ସୂତ୍ରପାତ କରିଥାଏ ?
(i) ସମତୁଲ ବଜେଟ୍
(ii) ନିଅଣ୍ଟିଆ ବଜେଟ୍
(iii) ବଳକା ବଜେଟ୍
(iv) ସ୍ଥିର ବଜେଟ୍
(k) ନିମ୍ନଲିଖ୍ତ ମଧ୍ୟରୁ କିଏ ଅର୍ଥନୀତିର ସମ୍ପଦ ସଂଜ୍ଞା ପ୍ରଦାନ କରିଥିଲେ ?
(i) ଆଡାମ୍ ସ୍ମିଥ୍
(ii) ଆଲଫ୍ରେଡ୍ ମାର୍ଶାଲ୍
(iii) ଲିଓନେଲ୍ ରବିନ୍ସ
(iv) ପଲ୍ ସାମୁଏଲସନ୍
(l) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ ?
(i) ଅଭାବ ସସୀମ
(ii) ଅଭାବସମୂହ ପରିପୂରକ
(iii) ସମସ୍ତ ଅଭାବ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ
(iv) ଅଭାବଗୁଡ଼ିକ ଯୌଗପଦିକ
(m) ଉପଯୋଗିତା ଅର୍ଥ :
(i) ଦ୍ରବ୍ୟରୁ ମିଳୁଥିବା ଆନନ୍ଦ
(ii) ଦ୍ରବ୍ୟର ଉପକାରିତା
(iii) ଦ୍ରବ୍ୟର ଅଭାବ ପୂରଣ କରିବାର କ୍ଷମତା
(iv) ଦ୍ରବ୍ୟର ଆବଶ୍ୟକତା
(n) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ସର୍ବସାଧାରଣ ଦ୍ରବ୍ୟ ନୁହେଁ ?
(i) ଜାତୀୟ ରାଜପଥ
(ii) ରାସ୍ତା ଆଲୋକ
(iii) ପ୍ରତିରକ୍ଷା ସେବା
(iv) ମୋଟର ସାଇକେଲ
(o) ଦର ଅର୍ଥ :
(i) ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
(ii) ଅନ୍ୟ ଦ୍ରବ୍ୟ ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
(iii) ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ
(iv) ସୁନା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
2. ନିମ୍ନଲିଖ୍ତ ଉକ୍ତିଗୁଡ଼ିକର ସତ୍ୟତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ, ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି ସେଗୁଡ଼ିକୁ ସଂଶୋଧନ କର : [1 X 14 = 14]
(a) ପରିବର୍ତ୍ତୀ ଅନୁପାତ ସୂତ୍ରର ଦ୍ୱିତୀୟ ପର୍ଯ୍ୟାୟ ରଣାତ୍ମକ ଉତ୍ପତ୍ତି ସୂଚାଏ ।
(b) ମୋଟ ସ୍ଥିର ପରିବ୍ୟୟ ରେଖା ଏକ ଆୟତକାର ପରାବଳୟ ଆକାର ନିଏ ।
(c) ହାରାହାରି ପରିବ୍ୟୟ ସର୍ବନିମ୍ନ ହେଲା ବେଳେ ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟ ସହିତ ସମାନ ହୁଏ ।
(d) ବଜାର ଦରରେ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ଚାହିଦା ସହିତ ଖାପଖୁଆଇ ଥାଏ ।
(e) ଏକାଧିକାରମୂଳକ ପ୍ରତିଯୋଗିତାରେ ନିକଟ ପ୍ରତିସ୍ଥାପନକ୍ଷମ ଦ୍ରବ୍ୟର ଅନୁପସ୍ଥିତି ଥାଏ ।
(f) ସୀମାନ୍ତ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବନିମ୍ନ ହୋଇଥାଏ ।
(g) ସ୍ଥାୟୀ ପୁଞ୍ଜିର ଉପଭୋଗ ନିଟ ଜାତୀୟ ଉତ୍ପାଦର ଏକ ଅଂଶ ।
(h) ଜାତୀୟ ଆୟରେ ଅବଶେଷ ଆୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ ।
(i) ବ୍ୟାଙ୍କ ଅଫ୍ ଇଂଲଣ୍ଡ ଆମ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ।
(j) ରାଷ୍ଟ୍ରବିତ୍ତ କେବଳ ସରକାରଙ୍କ ଆୟ ଓ ବ୍ୟୟ ସହିତ ସମ୍ପୃକ୍ତ ।
(k) ଉପଭୋଗ ଅର୍ଥ, ଦ୍ରବ୍ୟର ବ୍ୟବହାର ଯୋଗୁଁ ମାନବୀୟ ଅଭାବର ପରିପୂର୍ତ୍ତି ।
(l) ପରୋକ୍ଷ କରଗୁଡ଼ିକର ବହନଗୁଣ ନାହିଁ ପ୍ରଯୁଜ୍ୟ ।
(m) ନିମ୍ନଗାମୀ ଚାହିଦା ରେଖା ଦର ଓ ଚାହିଦା ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ସୂଚାଏ ।
(n) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ରେଖା ଉଲମ୍ବ ।
(o) ସାଧନଗୁଡ଼ିକର ପରିମାଣ ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ ମଧ୍ୟରେ ଥିବା କାର୍ଯ୍ୟକାରୀ ସମ୍ପର୍କକୁ ପରିବ୍ୟୟ ଫଳନ କୁହାଯାଏ ।
'ଖ' – ବିଭାଗ
3. ପ୍ରତ୍ୟେକ କ୍ଷେତ୍ରରେ ଦୁଇଟିରୁ ତିନୋଟି ବାକ୍ୟ ମଧ୍ୟରେ ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ୧୧ଟିର ଉତ୍ତର ଦିଅ : [2 X 11 = 22]
(a) ବଜାର ଚାହିଦା କ’ଣ ?
(b) ସ୍ଥିର ସାଧନ କ’ଣ ?
(c) ସ୍ୱଳ୍ପକାଳରେ ମୋଟ ପରିବ୍ୟୟ କିପରି ହିସାବ କରାଯାଏ ?
(d) ବଜାର କହିଲେ କ’ଣ ବୁଝାଯାଏ ?
(e) ସ୍ୱଚ୍ଛାକାର କ’ଣ ?
(f) ସମଷ୍ଟି ଅର୍ଥନୀତି କ’ଣ ?
(g) ମିଶ୍ରିତ ଆୟ କ’ଣ ?
(h) ଗଣୋଚ ଆୟ କ’ଣ ?
(i) ଅଧ୍ୟକ ଲଭାଂଶ କ’ଣ ?
(j) ବାଣିଜ୍ୟିକ ବ୍ୟାଙ୍କ କ’ଣ ?
(k) ବଜେଟ୍ କ’ଣ ?
(l) ପରୋକ୍ଷଗତ ଅତ୍ୟାବଶ୍ୟକ କ’ଣ ?
(m) ମୁଦ୍ରା କ’ଣ ?
(n) ଉପଭୋକ୍ତାଙ୍କ ସନ୍ତୁଳନ କହିଲେ କ’ଣ ବୁଝାଯାଏ ?
4. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ୬ଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ୫ଟି ବାକ୍ୟ ମଧ୍ୟରେ ସୀମିତ ରଖ : [3 X 6 = 18]
(a) ଚାହିଦା ସୂତ୍ର ଓ ଚାହିଦା ରେଖା
(b) ହାରାହାରି ଉତ୍ପାଦ ଓ ପ୍ରାନ୍ତୀୟ ଉତ୍ପାଦ
(c) ମୌଦ୍ରିକ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ
(d) ଆକାରଗତ ଉପଯୋଗିତା ଓ କାଳଗତ ଉପଯୋଗିତା
(e) ମିଆଦୀ ଜମା ଓ ଚାଲୁ ଜମା
(f) ସମତୁଲ ବଜେଟ୍ ଓ ଅସମତୁଲ ବଜେଟ୍
(g) ମୁକ୍ତ ଦ୍ରବ୍ୟ ଓ ଅର୍ଥନୈତିକ ଦ୍ରବ୍ୟ
(h) ପ୍ରତିବନ୍ଧକହୀନ ଦ୍ରବ୍ୟ ଓ ପରସ୍ପର ପରିପୂରକ ଦ୍ରବ୍ୟ
'ଗ' – ବିଭାଗ
ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଚାରୋଟିର ଉତ୍ତର ଦିଅ : [7.5 X 4 = 30]
5. ଏକ ଅର୍ଥ ବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ ବ୍ୟାଖ୍ୟା କର ।
6. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ଆଲୋଚନା କର ।
7. ଯୋଗାଣ ସୂତ୍ର ବ୍ୟାଖ୍ୟା କର ।
8. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦର କିପରି ନିର୍ଦ୍ଧାରିତ ହୁଏ ଆଲୋଚନା କର ।
9. ମୁଦ୍ରାର କାର୍ଯ୍ୟାବଳୀ ବର୍ଣ୍ଣନା କର ।
10. କେନ୍ସଙ୍କ ସରଳ ଆୟ ନିର୍ଦ୍ଧାରଣ ତତ୍ତ୍ୱ ବ୍ୟାଖ୍ୟା କର ।

إرسال تعليق