ନିମ୍ନୋକ୍ତ ପ୍ରଶ୍ନମାନଙ୍କର ବିକଳ୍ପ ଉତ୍ତର ମଧ୍ୟରୁ ସଠିକ ଉତ୍ତର ଚୟନ କର ।

1. ଉତ୍ପାଦନ ଅର୍ଥ କ’ଣ?
A) ବସ୍ତୁ ସୃଜନ
B) ବିନିମୟ ମୂଲ୍ୟଯୁକ୍ତ ଉପଯୋଗିତା ସୃଜନ
C) ମନୁଷ୍ୟର ଅଭାବଗୁଡ଼ିକର ସନ୍ତୋଷ ବିଧାନ
D) ସାଧନର ଉପଯୋଗ
ଉତ୍ତର: B) ବିନିମୟ ମୂଲ୍ୟଯୁକ୍ତ ଉପଯୋଗିତା ସୃଜନ
2. ବିନିମୟ ଉଦ୍ଦେଶ୍ୟରେ ଦ୍ରବ୍ୟ ଓ ସେବା ସୃଷ୍ଟି କରୁଥିବା କାର୍ଯ୍ୟକଳାପକୁ କ’ଣ କୁହାଯାଏ?
A) ଉପଭୋଗ
B) ଉତ୍ପାଦନ
C) ବଣ୍ଟନ
D) ବିନିମୟ
ଉତ୍ତର: B) ଉତ୍ପାଦନ
3. ଜଣେ ବଢ଼େଇ ଖଣ୍ଡେ କାଠକୁ ଚୌକି ତିଆରି କରିବା ଯୋଗୁଁ କେଉଁ ଉପଯୋଗିତା ସୃଷ୍ଟି କରେ?
A) କାଳଗତ
B) ସେବାଗତ
C) ସ୍ଥାନଗତ
D) ଆକାରଗତ
ଉତ୍ତର: D) ଆକାରଗତ
4. ସାଧନର ଏକକ ପିଛା ଉତ୍ପାଦନ ପରିମାଣକୁ କ’ଣ କୁହାଯାଏ?
A) ହାରାହାରି ଉତ୍ପାଦ
B) ସୀମାନ୍ତ ଉତ୍ପାଦ
C) ମୋଟ ଉତ୍ପାଦ
D) ସୀମାନ୍ତ ପରିବ୍ୟୟ
ଉତ୍ତର: A) ହାରାହାରି ଉତ୍ପାଦ
5. ସୀମାନ୍ତ ଉତ୍ପାଦ ଶୂନ୍ୟ ହେଲେ ମୋଟ ଉତ୍ପାଦର ପରିମାଣ କେତେ?
A) ସର୍ବନିମ୍ନ
B) ସର୍ବୋଚ୍ଚ
C) ସ୍ଥିର
D) ଶୂନ୍ୟ
ଉତ୍ତର: B) ସର୍ବୋଚ୍ଚ
6. ସୀମାନ୍ତ ଉତ୍ପାଦ ଋଣାତ୍ମକ ହେଲେ ମୋଟ ଉତ୍ପାଦର କ’ଣ ହୁଏ।
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ସ୍ଥିର ରହେ
D) ଶୂନ୍ୟ ହୁଏ
ଉତ୍ତର: A) ହ୍ରାସ ପାଏ
7. ଏକ ପରିବର୍ତ୍ତୀ ସାଧନର 10 ଟି ଏକକରୁ 100 କ୍ୱିଣ୍ଟାଲ ଗହମ ଓ 11ଟି ଏକକରୁ 112 କ୍ୱିଣ୍ଟାଲ ଗହମ ଉତ୍ପାଦନ ହେଲେ, ସୀମାନ୍ତ ଉତ୍ପାଦ କେତେ କ୍ୱିଣ୍ଟାଲ ହେବ ?
A) 10
B) 11
C) 12
D) 21
ଉତ୍ତର: C) 12
8. 10 ଏକକ ପରିବର୍ତ୍ତୀ ସାଧନ ନିୟୋଜନରୁ ମୋଟ ଉତ୍ପାଦ 120 ଏକକ ହେଲେ ସାଧନର ହାରାହାରି ଉତ୍ପାଦ କେତେ ହେବ ?
A) 10
B) 12
C) 120
D) 11
ଉତ୍ତର: B) 12
9. ଆଧୁନିକ ଅର୍ଥଶାସ୍ତ୍ର ମତରେ ଉତ୍ପାଦନ କାହାକୁ କହନ୍ତି ?
A) ଭୌତିକ ଦ୍ରବ୍ୟ ସୃଷ୍ଟି
B) ବିନିମୟକ୍ଷମ ଉପଯୋଗିତା ସୃଷ୍ଟି
C) ମୂଲ୍ୟ ସଂଯୋଗ
D) ଉପରୋକ୍ତ ସମସ୍ତ
ଉତ୍ତର: B) ବିନିମୟକ୍ଷମ ଉପଯୋଗିତା ସୃଷ୍ଟି
10. ନିମ୍ନୋକ୍ତ କେଉଁଟି ଉତ୍ପାଦନର ଉପାଦାନ ନୁହେଁ ?
A) ମଜୁରି
B) ଭୂମି
C) ସଂଗଠନ
D) ପୁଞ୍ଜି
ଉତ୍ତର: A) ମଜୁରି
11. ପରିବର୍ତ୍ତନୀୟ ଅନୁପାତ ସୂତ୍ର ଏକ
A) ଦୀର୍ଘକାଳୀନ ସୂତ୍ର
B) ସ୍ୱଳ୍ପକାଳୀନ ସୂତ୍ର
C) ବଜାରକାଳୀନ ସୂତ୍ର
D) ଉପରୋକ୍ତ କୌଣସିଟି ନୁହେଁ ।
ଉତ୍ତର: B) ସ୍ୱଳ୍ପକାଳୀନ ସୂତ୍ର
12. ପରିବର୍ତ୍ତନୀୟ ଅନୁପାତ ସୂତ୍ର କେଉଁ କ୍ଷେତ୍ରରେ ପ୍ରଯୁଜ୍ୟ ?
A) କୃଷି
B) ଶିଳ୍ପ
C) ସେବା
D) ସମସ୍ତ କ୍ଷେତ୍ର
ଉତ୍ତର: D) ସମସ୍ତ କ୍ଷେତ୍ର
13. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେଉଁ କ୍ଷେତ୍ର ପାଇଁ ଅଧିକ ପ୍ରଯୁଜ୍ୟ ?
A) କୃଷି
B) ଶିଳ୍ପ
C) ସେବା
D) ବାଣିଜ୍ୟ। ବ୍ୟବସାୟ
ଉତ୍ତର: A) କୃଷି
14. ପରିବର୍ତ୍ତନୀୟ ଅନୁପାତ ସୂତ୍ର କେତୋଟି ସ୍ତରରେ ବିଭକ୍ତ ?
A) 2 ଟି
B) 4 ଟି
C) 3 ଟି
D) 1 ଟି
ଉତ୍ତର: C) 3 ଟି
15. ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରରେ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୁଏ ?
A) ପ୍ରଥମ ସ୍ତର
B) ଦ୍ୱିତୀୟ ସ୍ତର
C) ତୃତୀୟ ସ୍ତର
D) ଚତୁର୍ଥ ସ୍ତର
ଉତ୍ତର: A) ପ୍ରଥମ ସ୍ତର
16. ନୀତି ପରିବର୍ତ୍ତନ ବିନ୍ଦୁ ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରରେ ଦେଖାଯାଏ ?
A) ପ୍ରଥମ ସ୍ତର
B) ଦ୍ୱିତୀୟ ସ୍ତର
C) ତୃତୀୟ ସ୍ତର
D) ଚତୁର୍ଥ ସ୍ତର
ଉତ୍ତର: A) ପ୍ରଥମ ସ୍ତର
17. ମୋଟ ଉତ୍ପାଦ ସର୍ବାଧିକ ହେଲାବେଳେ ସୀମାନ୍ତ ଉତ୍ପାଦ
A) ହ୍ରାସ ହୁଏ
B) ବୃଦ୍ଧିପାଏ
C) ଶୂନ୍ୟହୁଏ
D) ସ୍ଥିର ରହେ ।
ଉତ୍ତର: C) ଶୂନ୍ୟହୁଏ
18. କେଉଁ ସ୍ତରକୁ ବିବେକୀ ଉତ୍ପାଦନ ନିଷ୍ପତ୍ତି ସ୍ତର କୁହାଯାଏ ?
A) ପ୍ରଥମ ସ୍ତର
B) ଦ୍ୱିତୀୟ ସ୍ତର
C) ତୃତୀୟ ସ୍ତର
D) ଉଭୟ (ii) ଓ (iii)
ଉତ୍ତର: B) ଦ୍ୱିତୀୟ ସ୍ତର
19. ଉତ୍ପାଦନର ସାଧନ ଓ ଉତ୍ପାଦ ମଧ୍ୟରେ ଥିବା ସମ୍ପର୍କକୁ
A) ଉପଭୋଗ କୁହାଯାଏ
B) ଉତ୍ପାଦନ ଫଳନ କୁହାଯାଏ
C) ଉପଯୋଗିତା ଫଳନ କୁହାଯାଏ
D) ଚାହିଦା ଫଳନ କୁହାଯାଏ
ଉତ୍ତର: B) ଉତ୍ପାଦନ ଫଳନ କୁହାଯାଏ
20. ସୀମାନ୍ତ ଉତ୍ପାଦ ବୃଦ୍ଧି ପାଇଲା ବେଳେ ମୋଟ ଉତ୍ପାଦ
A) ହ୍ରାସ ପାଏ
B) ବୃଦ୍ଧି ହୁଏ
C) ସ୍ଥିର ରହେ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ବୃଦ୍ଧି ହୁଏ
21. ଦୀର୍ଘକାଳରେ ଉତ୍ପାଦନର ସାଧନ ଗୁଡ଼ିକ
A) ପରିବର୍ତ୍ତୀ
B) ସ୍ଥିର
C) କିଛି ସ୍ଥିର ଓ ଅନ୍ୟ ସବୁ ପରିବର୍ତ୍ତୀ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ପରିବର୍ତ୍ତୀ
22. ସ୍ୱଳ୍ପକାଳରେ ସମସ୍ତ ଉପାଦାନ
A) ପରିବର୍ତ୍ତନୀୟ
B) ସ୍ଥିର
C) କିଛି ସ୍ଥିର ଓ କିଛି ପରିବର୍ତ୍ତୀ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: C) କିଛି ସ୍ଥିର ଓ କିଛି ପରିବର୍ତ୍ତୀ
23. କେଉଁ କାଳରେ ଉତ୍ପାଦନର ସମସ୍ତ ଉପାଦାନ ପରିବର୍ତ୍ତନୀୟ
A) ଦୀର୍ଘକାଳ
B) ସ୍ୱଳ୍ପ କାଳ
C) ଉଭୟ '(i)' ଓ '(ii)'
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ଦୀର୍ଘକାଳ
24. ଉତ୍ପାଦନର କେଉଁ ସ୍ତରକୁ ଋଣାତ୍ମକ ଉତ୍ପନ୍ନ ସ୍ତର କୁହାଯାଏ ?
A) ପ୍ରଥମ ସ୍ତର
B) ଦ୍ୱିତୀୟ ସ୍ତର
C) ତୃତୀୟ ସ୍ତର
D) ଉପରୋକ୍ତ ସମସ୍ତ
ଉତ୍ତର: C) ତୃତୀୟ ସ୍ତର
25. ଯେଉଁ ବିନ୍ଦୁଠାରୁ ମୋଟ ଉତ୍ପାଦ ହ୍ରାସମାନ ହାରରେ ବୃଦ୍ଧି ହୁଏ, ତାହା
A) ନତି ପରିବର୍ତ୍ତନ ବିନ୍ଦୁ
B) ଋଣାତ୍ମକ ବିନ୍ଦୁ
C) ଧନାତ୍ମକ ବିନ୍ଦୁ
D) ଉପରୋକ୍ତ ସମସ୍ତ
ଉତ୍ତର: A) ନତି ପରିବର୍ତ୍ତନ ବିନ୍ଦୁ
26. ସ୍ୱଳ୍ପ କାଳୀନ ଉତ୍ପାଦନ ଫଳନକୁ କ’ଣ କୁହାଯାଏ ?
A) ପରିବ୍ୟୟ ଫଳନ
B) ପରିବର୍ତ୍ତନୀୟ ଅନୁପାତ
C) ଆୟତନଭିତ୍ତିକ ଉତ୍ପାଦନ ଫଳନ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ପରିବର୍ତ୍ତନୀୟ ଅନୁପାତ
27. ଦୀର୍ଘକାଳୀନ ଉତ୍ପାଦନ ଫଳନକୁ କ’ଣ କୁହାଯାଏ ?
A) ପରିବ୍ୟୟ ଫଳନ
B) ପରିବର୍ତ୍ତନୀୟ ଅନୁପାତ
C) ଆୟତନଭିତ୍ତିକ ଉତ୍ପାଦନ ଫଳନ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: C) ଆୟତନଭିତ୍ତିକ ଉତ୍ପାଦନ ଫଳନ
28. ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରରେ ସୀମାନ୍ତ ଉତ୍ପାଦ ଋଣାତ୍ମକ
A) ପ୍ରଥମ ସ୍ତର
B) ଦ୍ୱିତୀୟ ସ୍ତର
C) ତୃତୀୟ ସ୍ତର
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: C) ତୃତୀୟ ସ୍ତର
29. ଟ୍ରକ ଚାଲନା ଉତ୍ପାଦନ, କାରଣ ଏହା
A) ସ୍ଥାନଉପଯୋଗିତା ସୃଷ୍ଟି କରିଥାଏ
B) ସେବା ଉପଯୋଗିତା ସୃଷ୍ଟିକରେ
C) ଆକାର ଉପଯୋଗିତା ସୃଷ୍ଟିକରେ
D) କେଉଁଟି ନୁହେଁ
ଉତ୍ତର: B) ସେବା ଉପଯୋଗିତା ସୃଷ୍ଟିକରେ
30. ସୀମାନ୍ତ ଉତ୍ପାଦ ଶୂନ୍ୟ ହେଲେ, ମୋଟ ଉତ୍ପାଦ କ’ଣ ହୁଏ ?
A) ବୃଦ୍ଧିହୁଏ
B) ହ୍ରାସପାଏ
C) ସର୍ବାଧିକ ହୁଏ
D) ସର୍ବନିମ୍ନ ହୁଏ
ଉତ୍ତର: C) ସର୍ବାଧିକ ହୁଏ
31. ହ୍ରାସମାନ ଉତ୍ପନ୍ନ ସୂତ୍ରଟିକୁ ଅନ୍ୟ ଅର୍ଥରେ କ’ଣ କୁହାଯାଏ ?
A) ବର୍ଦ୍ଧିଷ୍ଣୁ ପରିବ୍ୟୟ ସୂତ୍ର
B) ସ୍ଥିର ପରିବ୍ୟୟ ସୂତ୍ର
C) ହ୍ରାସମାନ ପରିବ୍ୟୟ ସୂତ୍ର
D) କେଉଁଟି ନୁହେଁ
ଉତ୍ତର: A) ବର୍ଦ୍ଧିଷ୍ଣୁ ପରିବ୍ୟୟ ସୂତ୍ର
32. ହ୍ରାସମାନ ଉତ୍ପନ୍ନ ସୂତ୍ରଟି କେଉଁ କ୍ଷେତ୍ର ପାଇଁ ପ୍ରଯୁଜ୍ୟ ?
A) କୃଷିକ୍ଷେତ୍ର
B) ଶିଳ୍ପକ୍ଷେତ୍ର
C) ଖଣି କ୍ଷେତ୍ର
D) ଉପରୋକ୍ତ ସମସ୍ତ କ୍ଷେତ୍ର
ଉତ୍ତର: D) ଉପରୋକ୍ତ ସମସ୍ତ କ୍ଷେତ୍ର
33. ସାଧନ ଏକକର ଉତ୍ପନ୍ନ କେଉଁ କାଳରେ ଦୃଶ୍ୟମାନ ହୁଏ ?
A) ବଜାରକାଳ
B) ସ୍ୱଳ୍ପକାଳ
C) ଦୀର୍ଘକାଳ
D) ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: B) ସ୍ୱଳ୍ପକାଳ
34. ସାଧନ ଓ ଉତ୍ପାଦ ମଧ୍ୟରେ ଥିବା କାର୍ଯ୍ୟାତ୍ମକ ସମ୍ପର୍କକୁ କ’ଣ କୁହାଯାଏ ?
A) ଉପଭୋଗ ଫଳନ
B) ଉତ୍ପାଦନ ଫଳନ
C) ଚାହିଦା ଫଳନ
D) ଯୋଗାଣ ଫଳନ
ଉତ୍ତର: B) ଉତ୍ପାଦନ ଫଳନ
35. ସୀମାନ୍ତ ଉତ୍ପାଦର ଅର୍ଥ ହେଲା :
A) ପରିବର୍ତ୍ତୀ ସାଧନର ଏକକ ପ୍ରତି ଉତ୍ପାଦ
B) ସମସ୍ତ ସାଧନ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ସାମଗ୍ରିକ ପରିମାଣ
C) ଏକ ଅତିରିକ୍ତ ସାଧନ ପ୍ରୟୋଗଦ୍ୱାରା ମୋଟ ଉତ୍ପାଦରେ ପରିବର୍ତ୍ତନ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: C) ଏକ ଅତିରିକ୍ତ ସାଧନ ପ୍ରୟୋଗଦ୍ୱାରା ମୋଟ ଉତ୍ପାଦରେ ପରିବର୍ତ୍ତନ
36. କେଉଁ କାର୍ଯ୍ୟକଳାପଦ୍ୱାରା ବସ୍ତୁରେ ଉପଯୋଗିତା ସଂଯୋଗ ବା ବୃଦ୍ଧି ହୋଇଥାଏ ତାହାକୁ :
A) ଉପଭୋଗ କୁହାଯାଏ
B) ଉତ୍ପାଦନ କୁହାଯାଏ
C) ବଣ୍ଟନ କୁହାଯାଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ଉତ୍ପାଦନ କୁହାଯାଏ
37. ଉତ୍ପାଦନ କହିଲେ -
A) ଯେତେବେଳେ କୌଣସି କାର୍ଯ୍ୟଦ୍ୱାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉପଯୋଗିତା ରହିଥାଏ ।
B) ଯେତେବେଳେ କୌଣସି କାର୍ଯ୍ୟଦ୍ୱାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉଭୟ ଉପଯୋଗିତା ଏବଂ ବିନିମୟ ମୂଲ୍ୟ ରହିଥାଏ ।
C) ନୂତନ ଦ୍ରବ୍ୟସୃଷ୍ଟି
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ଯେତେବେଳେ କୌଣସି କାର୍ଯ୍ୟଦ୍ୱାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉଭୟ ଉପଯୋଗିତା ଏବଂ ବିନିମୟ ମୂଲ୍ୟ ରହିଥାଏ ।
38. ଉତ୍ପାଦନ ଫଳନ ହେଉଛି -
A) କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ଉତ୍ପାଦନ ମଧ୍ୟରେ ସମ୍ପର୍କ
B) ଯୋଗାଣ ଏବଂ ମାଗଣ ମଧ୍ୟରେ ସମ୍ପର୍କ
C) ଉତ୍ପାଦନ ଓ ପରିବ୍ୟୟ ମଧ୍ୟରେ ସମ୍ପର୍କ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ଉତ୍ପାଦନ ମଧ୍ୟରେ ସମ୍ପର୍କ
39. ଯେତେବେଳେ ସୀମାନ୍ତ ଉତ୍ପାଦ ବୃଦ୍ଧି ପାଏ, ସେତେବେଳେ ମୋଟ ଉତ୍ପାଦ :
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ସ୍ଥିର ରହେ
D) ଦ୍ରୁତଗତିରେ ବୃଦ୍ଧି ପାଏ
ଉତ୍ତର: B) ବୃଦ୍ଧି ପାଏ
40. ହ୍ରାସମାନ ଉତ୍ପାଦନର କାରଣ ହେଲା—
A) ସ୍ଥିର ଉତ୍ପାଦନର ଅତ୍ୟଧିକ ବ୍ୟବହାର
B) ଉତ୍ପାଦାନ ମଧ୍ୟରେ ପ୍ରତିସ୍ଥାପନର ଅସମ୍ପୂର୍ଣ୍ଣ ସ୍ଥିତିସ୍ଥାପକତା
C) ଉଭୟ (A) ଓ (B)
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: C) ଉଭୟ (A) ଓ (B)
41. ନିମ୍ନଲିଖିତ କେଉଁଟି ପରିବର୍ତ୍ତନୀୟ ଅନୁପାତ ସୂତ୍ରର ସର୍ତ୍ତାବଳୀ ନୁହେଁ ?
A) ସ୍ଥିର ଓ ପରିବର୍ତ୍ତୀ ଉପାଦାନର ଉପସ୍ଥିତି
B) ସମସ୍ତ ଉପାଦାନ ସମଜାତୀୟ
C) ପରିବର୍ତ୍ତୀ ଅନୁପାତରେ ଉପାଦାନର ଅନୁପାତ ପରିବର୍ତ୍ତନ
D) ଶ୍ରମିକ ଏକ ସ୍ଥିର ଉପାଦାନ
ଉତ୍ତର: D) ଶ୍ରମିକ ଏକ ସ୍ଥିର ଉପାଦାନ
42. ଉତ୍ପାଦନ ପ୍ରକ୍ରିୟାରେ ସ୍ୱଳ୍ପ କାଳରେ ଉତ୍ପାଦ ପରିମାଣ ବୃଦ୍ଧି ହେଲେ ମଧ୍ୟ କେଉଁ ଉପାଦାନ ସ୍ଥିର ରହିଥାଏ ?
A) ସ୍ଥିର ଉପାଦାନ
B) ପରିବର୍ତ୍ତୀ ଉପାଦାନ
C) ଉଭୟ
D) କୌଣସିଟି ନୁହେଁ
ଉତ୍ତର: A) ସ୍ଥିର ଉପାଦାନ
43. ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ପର୍ଯ୍ୟାୟରେ ସ୍ଥିର ଉପାଦାନର ପରିମାଣ ପର୍ଯ୍ୟାପ୍ତ ଥାଏ ?
A) ପ୍ରଥମ ପର୍ଯ୍ୟାୟ
B) ଦ୍ୱିତୀୟ ପର୍ଯ୍ୟାୟ
C) ତୃତୀୟ ପର୍ଯ୍ୟାୟ
D) ଉଭୟ (i) ଓ (ii)
ଉତ୍ତର: A) ପ୍ରଥମ ପର୍ଯ୍ୟାୟ
44. ପରିବର୍ତ୍ତନୀୟ ଆନୁପାତିକ ସୂତ୍ରର କେଉଁ ପର୍ଯ୍ୟାୟରେ ମୋଟ ଉତ୍ପାଦ ସର୍ବାଧିକ ହୋଇଥାଏ ?
A) ତୃତୀୟ
B) ପ୍ରଥମ
C) ଦ୍ୱିତୀୟ
D) କୌଣସିଟି ନୁହେଁ
ଉତ୍ତର: C) ଦ୍ୱିତୀୟ
45. ଦ୍ରବ୍ୟ ଉତ୍ପାଦନରେ ସାହାଯ୍ୟ କରୁଥିବା ଦ୍ରବ୍ୟ ଓ ସାମଗ୍ରୀକୁ କ’ଣ କୁହାଯାଏ ?
A) ଉତ୍ପାଦ
B) ଉପାଦାନ
C) କଞ୍ଚାମାଲ
D) ଉଭୟ (i) ଓ (ii)
ଉତ୍ତର: C) କଞ୍ଚାମାଲ
46. ଉତ୍ପାଦନ କୃତ୍ୟରେ କେଉଁ ଦୁଇଟି ଚଳ ମଧ୍ୟରେ ସମ୍ପର୍କ ଦର୍ଶାଯାଇଥାଏ ?
A) ଉତ୍ପାଦନ ଓ ପରିବ୍ୟୟ
B) ଉତ୍ପାଦ ଓ କଞ୍ଚାମାଲ
C) ଉତ୍ପାଦ ଓ ଉପାଦାନ
D) ଉପରୋକ୍ତ ସମସ୍ତ
ଉତ୍ତର: C) ଉତ୍ପାଦ ଓ ଉପାଦାନ
47. ନିମ୍ନୋକ୍ତ କେଉଁଟି ଉତ୍ପାଦନର ଉପାଦାନ ନୁହେଁ ?
A) ଶ୍ରମ
B) ପୁଞ୍ଜି
C) ସଂଗଠନ
D) ସୁଧ
ଉତ୍ତର: D) ସୁଧ
48. ପରିବର୍ତ୍ନୀୟ ଅନୁପାତ ସୂତ୍ରର କେତୋଟି ପର୍ଯ୍ୟାୟ ରହିଛି ?
A) ୧ଟି
B) ୨ଟି
C) ୩ଟି
D) ୪ଟି
ଉତ୍ତର: C) ୩ଟି
49. ଉତ୍ପାଦନ ପ୍ରକ୍ରିୟା ସ୍ୱଳ୍ପକାଳରେ ଉତ୍ପାଦ ପରିମାଣ ବୃଦ୍ଧି ହେଲେ ମଧ୍ୟ କେଉଁ ଉପାଦାନ ସ୍ଥିର ରହିଥାଏ ।
A) ସ୍ଥିର ଉପାଦାନ
B) ପରିବର୍ତ୍ତୀ ଉପାଦାନ
C) ଉଭୟ
D) କୌଣସିଟି ନୁହେଁ
ଉତ୍ତର: A) ସ୍ଥିର ଉପାଦାନ
50. ନିମ୍ନୋକ୍ତ କେଉଁ ସମୟରେ କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟର ପରିସମାପ୍ତି ଘଟେ ।
A) ଯେତେବେଳେ ମୋଟ ଉତ୍ପାଦ ସର୍ବାଧିକ ହୁଏ
B) ଯେତେବେଳେ ସୀମାନ୍ତ ଉତ୍ପାଦ ସର୍ବାଧିକ ହୁଏ
C) ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ ହୁଏ
D) ଉଭୟ (i) ଓ (ii)
ଉତ୍ତର: A) ଯେତେବେଳେ ମୋଟ ଉତ୍ପାଦ ସର୍ବାଧିକ ହୁଏ
51. ପରିବର୍ତ୍ନୀୟ ଆନୁପାତିକ ସୂତ୍ରର କେଉଁ ପର୍ଯ୍ୟାୟରେ ମୋଟ ଉତ୍ପାଦ ସର୍ବାଧିକ ହୋଇଥାଏ ?
A) ପ୍ରଥମ
B) ଦ୍ୱିତୀୟ
C) ତୃତୀୟ
D) କୌଣସିଟି ନୁହେଁ
ଉତ୍ତର: B) ଦ୍ୱିତୀୟ
52. ପରିବର୍ତ୍ନୀୟ ଅନୁପାତ ସୂତ୍ରର କେଉଁ ପର୍ଯ୍ୟାୟରେ ଉତ୍ପାଦନ ସମାପିତ ହୁଏ
A) ପ୍ରଥମ
B) ଦ୍ୱିତୀୟ
C) ତୃତୀୟ
D) ଉଭୟ (i) ଓ (ii)
ଉତ୍ତର: B) ଦ୍ୱିତୀୟ
53. ଉତ୍ପାଦନ ଫଳନରେ ନିମ୍ନୋକ୍ତ କେଉଁଟି ଅଧୀନ ଚଳ ଅଟେ ?
A) ପୁଞ୍ଜି
B) କଞ୍ଚାମାଲ
C) ଶ୍ରମ
D) ଉତ୍ପାଦ
ଉତ୍ତର: D) ଉତ୍ପାଦ
54. କ୍ରମବର୍ଦ୍ଧମାନ ଉତ୍ପନ୍ନ ସୂତ୍ରଟି କେଉଁ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ?
A) ଶିଳ୍ପ
B) କୃଷି
C) ସେବା
D) ବାଣିଜ୍ୟ ବ୍ୟବସାୟ
ଉତ୍ତର: A) ଶିଳ୍ପ
55. ଉତ୍ପାଦନ ପ୍ରକ୍ରିୟାରେ କେଉଁ ଦ୍ରବ୍ୟ ଉତ୍ପାଦିତ ହୋଇଥାଏ ?
A) ବଜାରରେ ବିକ୍ରି ହେଉଥିବା ଦ୍ରବ୍ୟ
B) ବିନିମୟ ମୂଲ୍ୟଥିବା ନୂତନ ଦ୍ରବ୍ୟ
C) କେବଳ ବ୍ୟାବହାରିକ ମୂଲ୍ୟ ଥିବା ଦ୍ରବ୍ୟ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
56. କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ?
A) ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ବଢ଼ିଥାଏ
B) ସୀମାନ୍ତ ଉତ୍ପାଦ ବୃଦ୍ଧି ପାଏ
C) ହାରାହାରି ଉତ୍ପାଦ ବଢ଼ିଥାଏ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
57. ନିମ୍ନୋକ୍ତ କେଉଁ ସମୟରେ କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟର ପରିସମାପ୍ତି ଘଟେ ?
A) ଯେତେବେଳେ ମୋଟ ଉତ୍ପାଦ ଅଧିକ ହୁଏ
B) ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ
C) ଯେତେବେଳେ ସୀମାନ୍ତ ଉତ୍ପାଦ ସର୍ବାଧିକ ହୁଏ
D) ଉଭୟ (i) ଓ (iii)
ଉତ୍ତର: A) ଯେତେବେଳେ ମୋଟ ଉତ୍ପାଦ ଅଧିକ ହୁଏ
58. ଗୋଟିଏ ଉତ୍ପାଦନ ଫଳନରେ ନିମ୍ନଲିଖିତ କେଉଁଟି ନିର୍ଭରଶୀଳ ପରିବର୍ତ୍ତୀ ଅଟେ ?
A) ପୁଞ୍ଜି
B) କଞ୍ଚାମାଲ
C) ଶ୍ରମ
D) ଉତ୍ପାଦ
ଉତ୍ତର: D) ଉତ୍ପାଦ
59. ସ୍ୱଳ୍ପକାଳର ଯେତେବେଳେ ଉତ୍ପାଦନ ବୃଦ୍ଧି ପାଏ, ଯେତେବେଳେ ମୋଟ ସ୍ଥିର ପରିବ୍ୟୟ କ’ଣ ହୁଏ ?
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ଅପରିବର୍ତ୍ତିତ ରହେ
D) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: C) ଅପରିବର୍ତ୍ତିତ ରହେ
60. ଉତ୍ପାଦନରେ କ’ଣ ସୃଷ୍ଟି ହୋଇଥାଏ ?
A) ଉପଯୋଗ
B) ଉପଯୋଗିତା
C) ଦକ୍ଷତା
D) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: B) ଉପଯୋଗିତା
61. ନିମ୍ନଲିଖିତ କେଉଁ ସାଧନର ଆୟ ଋଣାତ୍ମକ ହୋଇପାରେ ?
A) ଜମି
B) ଶ୍ରମ
C) ପୁଞ୍ଜି
D) ବ୍ୟବସାୟୀ
ଉତ୍ତର: D) ବ୍ୟବସାୟୀ
62. ଉତ୍ପାଦନର ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
A) ପ୍ରତ୍ୟେକ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ପ୍ରାପ୍ୟ
B) କାରଖାନା ଯନ୍ତ୍ରପାତି ପରିବ୍ୟୟ
C) ବର୍ତ୍ତମାନର ରାଷ୍ଟ୍ରଭାଗ ପାଇଁ ଦେୟ
D) ଉତ୍ପାଦନ ପରିମାଣ ପରିବର୍ତ୍ତନ ସହିତ ବଦଳୁଥିବା ବ୍ୟୟ
ଉତ୍ତର: D) ଉତ୍ପାଦନ ପରିମାଣ ପରିବର୍ତ୍ତନ ସହିତ ବଦଳୁଥିବା ବ୍ୟୟ
63. ସମସ୍ତ ଉତ୍ପାଦନର ସାଧନ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ଦ୍ରବ୍ୟର ସାମଗ୍ରିକ ପରିମାଣକୁ କ’ଣ କୁହାଯାଏ ?
A) ହାରାହାରି ଉତ୍ପାଦ
B) ମୋଟ ଉତ୍ପାଦ
C) ପ୍ରାନ୍ତୀୟ ଉତ୍ପାଦ
D) ଉତ୍ପାଦନ
ଉତ୍ତର: B) ମୋଟ ଉତ୍ପାଦ
64. ପ୍ରାନ୍ତୀୟ ଉତ୍ପାଦ ଆକଳନ କରିବାର ସୂତ୍ର କ’ଣ ?
A) ସାମଗ୍ରିକ ଉତ୍ପାଦ + ପରିବର୍ତ୍ତୀ ସାଧନର ପରିମାଣ
B) (ମୋଟ ଉତ୍ପାଦ)n - (ମୋଟ ଉତ୍ପାଦ)n-1
C) ଦର ମୋଟ ଉତ୍ପାଦ
D) ମୋଟ ଉତ୍ପାଦ ଦର
ଉତ୍ତର: B) (ମୋଟ ଉତ୍ପାଦ)n - (ମୋଟ ଉତ୍ପାଦ)n-1
65. ପ୍ରାନ୍ତୀୟ ଉତ୍ପାଦ ଋଣାତ୍ମକ ହେଲେ ମୋଟ ଉତ୍ପାଦ
A) ଶୂନ୍ୟହୁଏ
B) ବୃଦ୍ଧିପାଏ
C) ହ୍ରାସପାଏ
D) ସର୍ବାଧିକ ହୁଏ
ଉତ୍ତର: C) ହ୍ରାସପାଏ
66. ବିନିମୟ ଉଦ୍ଦେଶ୍ୟରେ ଦ୍ରବ୍ୟ ଓ ସେବା ସୃଷ୍ଟି କରିବାକୁ କ’ଣ କୁହାଯାଏ ?
A) ଉପଭୋଗ
B) ବଣ୍ଟନ
C) ଉତ୍ପାଦନ
D) ବିନିମୟ
ଉତ୍ତର: C) ଉତ୍ପାଦନ
67. ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ପର୍ଯ୍ୟାୟରେ ଉତ୍ପାଦନର ସନ୍ତୁଳନ ଅବସ୍ଥା ପ୍ରାପ୍ତ ହୁଏ ?
A) ବର୍ଦ୍ଧିଷ୍ଣୁ
B) ହ୍ରାସମାନ
C) ଋଣାତ୍ମକ
D) ସ୍ଥିର
ଉତ୍ତର: B) ହ୍ରାସମାନ
68. ନିମ୍ନଲିଖିତ କେଉଁଟି ଅର୍ଥଶାସ୍ତ୍ରରେ ଶ୍ରମ ନୁହେଁ ?
A) ଡାକ୍ତରଙ୍କ ଶ୍ରମ
B) କାରଖାନାର ଶ୍ରମିକଙ୍କ ଶ୍ରମ
C) କଲେଜର ଅଧ୍ୟାପକ
D) ନିଜ ପାଇଁ ଘରେ ରୋଷେଇ ଖାଦ୍ୟ
ଉତ୍ତର: D) ନିଜ ପାଇଁ ଘରେ ରୋଷେଇ ଖାଦ୍ୟ
69. ଉତ୍ପାଦନ ଫଳନର କେଉଁ ଭିନ୍ନତାରେ ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ ଓ ଦୀର୍ଘକାଳୀନ ଉତ୍ପାଦନ ଫଳନରେ ବିଭକ୍ତ କରାଯାଏ ?
A) ସମୟ
B) ଉତ୍ପାଦନ ସାଧନ
C) ପୁଞ୍ଜିର ପରିମାଣ
D) ଶ୍ରମ ଓ ପୁଞ୍ଜିର ପରିମାଣ
ଉତ୍ତର: A) ସମୟ
70. ଅର୍ଥଶାସ୍ତ୍ରରେ ଭୂମି କାହାକୁ କୁହାଯାଏ ?
A) ଉତ୍ପାଦନର ଏକକ ସାଧନ
B) ସମସ୍ତ ପ୍ରାକୃତିକ ସମ୍ପଦ
C) ଧରାପୃଷ୍ଠ
D) ସମସ୍ତ ପ୍ରାକୃତିକ ସମ୍ପଦ ଯାହାର ଯୋଗାଣ ଅପେକ୍ଷାକୃତ ସୀମିତ
ଉତ୍ତର: D) ସମସ୍ତ ପ୍ରାକୃତିକ ସମ୍ପଦ ଯାହାର ଯୋଗାଣ ଅପେକ୍ଷାକୃତ ସୀମିତ
71. ଉଦ୍ୟୋଗ କ’ଣ ?
A) ଦ୍ରବ୍ୟର ଉତ୍ପାଦନ
B) ଉତ୍ପାଦନକାରୀ ପ୍ରତିଷ୍ଠାନ
C) ଭୂମି, ଶ୍ରମ ଓ ପୁଞ୍ଜିକୁ ବିନିଯୋଗ କରି ଉତ୍ପାଦନ କରିବା
D) କେଉଁଟି ନୁହେଁ
ଉତ୍ତର: C) ଭୂମି, ଶ୍ରମ ଓ ପୁଞ୍ଜିକୁ ବିନିଯୋଗ କରି ଉତ୍ପାଦନ କରିବା
72. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ଏକ ସାର୍ବଜନୀନ ସତ୍ୟତା ବୋଲି କିଏ କହିଥିଲେ ?
A) ଜୋହାନ ରବିନ୍‌ସନ୍
B) ମାର୍ଶାଲ
C) କେନ୍ସ
D) ୱିକ୍‌ସେଲ
ଉତ୍ତର: A) ଜୋହାନ ରବିନ୍‌ସନ୍
73. ସାମଗ୍ରୀକୁ କିଛିକାଳ ଗଚ୍ଛିତ ରଖି ଯେଉଁ ଉପଯୋଗିତା ସୃଷ୍ଟି କରାଯାଏ, ତାହାକୁ କ’ଣ କୁହାଯାଏ ?
A) ସେବାଗତ ଉପଯୋଗିତା
B) କାଳଗତ ଉପଯୋଗିତା
C) ସ୍ଥାନଗତ ଉପଯୋଗିତା
D) ଆକାରଗତ ଉପଯୋଗିତା
ଉତ୍ତର: B) କାଳଗତ ଉପଯୋଗିତା
74. ଅର୍ଥଶାସ୍ତ୍ରରେ ଆମେ କେତେ ପ୍ରକାରର ଉତ୍ପାଦନ ସାଧନ ବିଷୟରେ ପଢ଼ିଥାଉ ?
A) ତିନି
B) ଚାରି
C) ପାଞ୍ଚ
D) ଛଅ
ଉତ୍ତର: B) ଚାରି
75. କ୍ରମହ୍ରାସମାନ ଉତ୍ପନ୍ନର କେଉଁ ପର୍ଯୟରେ ଉତ୍ପାଦନ ସଂଘଟିତ ହୋଇଥାଏ ?
A) ପ୍ରଥମ ପର୍ଯ୍ୟାୟ
B) ଦ୍ୱିତୀୟ ପର୍ଯ୍ୟାୟ
C) ତୃତୀୟ ପର୍ଯ୍ୟାୟ
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: B) ଦ୍ୱିତୀୟ ପର୍ଯ୍ୟାୟ
76. କେଉଁ ନିୟମ ସ୍ୱଳ୍ପକାଳୀନ କ୍ଷେତ୍ରରେ ପ୍ରଯୁଜ୍ୟଭାବେ କାର୍ଯ୍ୟକାରୀ ହୋଇଥାଏ ?
A) କ୍ରମହ୍ରାସମାନ ଉତ୍ପନ୍ନ ନିୟମ
B) ପରିବର୍ତ୍ତୀ ଅନୁପାତ ନିୟମ
C) ସ୍ଥିର ଉତ୍ପନ୍ନ ନିୟମ
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: B) ପରିବର୍ତ୍ତୀ ଅନୁପାତ ନିୟମ
77. ପରିବର୍ତ୍ତୀ ଅନୁପାତ ସୂତ୍ରର ତୃତୀୟ ପର୍ଯ୍ୟାୟକୁ କ’ଣ କୁହାଯାଏ ?
A) ଧନାତ୍ମକ ଉତ୍ପନ୍ନ ପର୍ଯ୍ୟାୟ
B) ଋଣାତ୍ମକ ଉତ୍ପନ୍ନ ପର୍ଯ୍ୟାୟ
C) ହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟ
D) କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟ
ଉତ୍ତର: B) ଋଣାତ୍ମକ ଉତ୍ପନ୍ନ ପର୍ଯ୍ୟାୟ
78. କୃଷି, ଶିଳ୍ପ ତଥା ଅନ୍ୟ ସମସ୍ତ ଉତ୍ପାଦନ ପ୍ରକ୍ରିୟା ଯଥା – ଖଣି, ଗୃହ ନିର୍ମାଣ, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ କେଉଁ ନିୟମ କାର୍ଯ୍ୟକାରୀ ହୋଇଥାଏ ?
A) ବର୍ତ୍ତମାନ ପରିବ୍ୟୟ ସୂତ୍ର
B) ପରିବର୍ତ୍ତୀ ଅନୁପାତ ନିୟମ
C) ହ୍ରାସମାନ ପରିବ୍ୟୟ ସୂତ୍ର
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: B) ପରିବର୍ତ୍ତୀ ଅନୁପାତ ନିୟମ
79. ଯେତେବେଳେ ହାରାହାରି ଉତ୍ପାଦନ ସର୍ବାଧିକ ହୁଏ, ସେତେବେଳେ ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ ମଧ୍ୟରେ କ’ଣ ସମ୍ପର୍କ ଥାଏ ?
A) ହାରାହାରି ଉତ୍ପାଦ = ସୀମାନ୍ତ ଉତ୍ପାଦ
B) ହାରାହାରି ଉତ୍ପାଦ > ସୀମାନ୍ତ ଉତ୍ପାଦ
C) ହାରାହାରି ଉତ୍ପାଦ < ସୀମାନ୍ତ ଉତ୍ପାଦ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ହାରାହାରି ଉତ୍ପାଦ = ସୀମାନ୍ତ ଉତ୍ପାଦ
80. ଡାକ୍ତର, ଶିକ୍ଷକ, ଓକିଲଙ୍କ କାର୍ଯ୍ୟ କେଉଁ ଉପଯୋଗିତା ସୃଷ୍ଟି କରେ ?
A) ସେବାଗତ ଉପଯୋଗିତା
B) ଆକାରଗତ ଉପଯୋଗିତା
C) ସ୍ଥାନଗତ ଉପଯୋଗିତା
D) କାଳଗତ ଉପଯୋଗିତା
ଉତ୍ତର: A) ସେବାଗତ ଉପଯୋଗିତା
81. ଉତ୍ପାଦନର ଚାରୋଟି ମୁଖ୍ୟ ସାଧନ କ’ଣ କ’ଣ ?
A) ଭୂମି, ଶ୍ରମ, ପୁଞ୍ଜି ଓ ସଂଗଠନ
B) ଟଙ୍କା, ବ୍ୟାଙ୍କ, ବଜାର ଓ ଦୋକାନ
C) କଞ୍ଚାମାଲ, ବିଦ୍ୟୁତ୍, ଜଳ ଓ ପରିବହନ
D) କୌଣସିଟି ନୁହେଁ
ଉତ୍ତର: A) ଭୂମି, ଶ୍ରମ, ପୁଞ୍ଜି ଓ ସଂଗଠନ
82. ଉତ୍ପାଦନ ପ୍ରକ୍ରିୟାରେ 'ଆଗତ' (Input) ଓ 'ନିର୍ଗତ' (Output) ମଧ୍ୟରେ ଥିବା ସମ୍ପର୍କକୁ କ’ଣ କୁହାଯାଏ ?
A) ଉତ୍ପାଦନ ଫଳନ
B) ବ୍ୟୟ ଫଳନ
C) ଆୟ ଫଳନ
D) ଉପଭୋଗ ଫଳନ
ଉତ୍ତର: A) ଉତ୍ପାଦନ ଫଳନ
83. ଯେତେବେଳେ ସୀମାନ୍ତ ଉତ୍ପାଦନ ଶୂନ୍ୟ ହୁଏ, ସେତେବେଳେ ମୋଟ ଉତ୍ପାଦନ ରେଖାର ଗତି କିପରି ଥାଏ ?
A) ସର୍ବୋଚ୍ଚ / ସମାନ୍ତରାଳ (ଢାଲ ଶୂନ୍ୟ)
B) ଉପରମୁଖୀ
C) ନିମ୍ନମୁଖୀ
D) ଉଲ୍ଲମ୍ବ
ଉତ୍ତର: C) ନିମ୍ନମୁଖୀ
84. ପୁଞ୍ଜି ବ୍ୟବହାରର ପ୍ରତିଫଳ ସ୍ୱରୂପ କ’ଣ ମିଳିଥାଏ ?
A) ସୁଧ
B) ମଜୁରୀ
C) ଲାଭ
D) ଖଜଣା
ଉତ୍ତର: A) ସୁଧ
85. ଶ୍ରମିକକୁ ତାହାର ଶ୍ରମ ପାଇଁ କ’ଣ ପ୍ରଦାନ କରାଯାଏ ?
A) ମଜୁରୀ
B) ଲାଭ
C) ସୁଧ
D) ଖଜଣା
ଉତ୍ତର: A) ମଜୁରୀ
86. ସଂଗଠକଙ୍କୁ ତାଙ୍କର ସେବା ପାଇଁ କ’ଣ ମିଳିଥାଏ ?
A) ଲାଭ
B) ମଜୁରୀ
C) ସୁଧ
D) ଖଜଣା
ଉତ୍ତର: A) ଲାଭ
87. କେଉଁ ସାଧନର ଯୋଗାଣ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ?
A) ଭୂମି
B) ଶ୍ରମ
C) ପୁଞ୍ଜି
D) ସଂଗଠନ
ଉତ୍ତର: A) ଭୂମି
88. ଉତ୍ପାଦନ ପ୍ରକ୍ରିୟାରେ ବିସ୍କୁଟ୍ ତିଆରି ପାଇଁ ମଇଦା ଏକ କ’ଣ ?
A) କଞ୍ଚାମାଲ / ପରିବର୍ତ୍ତୀ ଉପାଦାନ
B) ସ୍ଥିର ଉପାଦାନ
C) ଚୂଡ଼ାନ୍ତ ଦ୍ରବ୍ୟ
D) କୌଣସିଟି ନୁହେଁ
ଉତ୍ତର: A) କଞ୍ଚାମାଲ / ପରିବର୍ତ୍ତୀ ଉପାଦାନ
89. ସୀମାନ୍ତ ଉତ୍ପାଦ ଯେତେବେଳେ ହାରାହାରି ଉତ୍ପାଦଠାରୁ କମ୍ ହୁଏ, ସେତେବେଳେ ହାରାହାରି ଉତ୍ପାଦ :
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ସ୍ଥିର ରହେ
D) ସର୍ବାଧିକ ହୁଏ
ଉତ୍ତର: A) ହ୍ରାସ ପାଏ
90. ସୀମାନ୍ତ ଉତ୍ପାଦ ଯେତେବେଳେ ହାରାହାରି ଉତ୍ପାଦଠାରୁ ଅଧିକ ହୁଏ, ସେତେବେଳେ ହାରାହାରି ଉତ୍ପାଦ :
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ସ୍ଥିର ରହେ
D) ଶୂନ୍ୟ ହୁଏ
ଉତ୍ତର: A) ବୃଦ୍ଧି ପାଏ
91. ଯେଉଁ ପରିବ୍ୟୟ ଉତ୍ପାଦନ ଶୂନ୍ୟ ହେଲେ ମଧ୍ୟ ବହନ କରିବାକୁ ପଡ଼ିଥାଏ ତାହାକୁ କ’ଣ କୁହାଯାଏ ?
A) ସ୍ଥିର ପରିବ୍ୟୟ
B) ପରିବର୍ତ୍ତୀ ପରିବ୍ୟୟ
C) ସୀମାନ୍ତ ପରିବ୍ୟୟ
D) ହାରାହାରି ପରିବ୍ୟୟ
ଉତ୍ତର: A) ସ୍ଥିର ପରିବ୍ୟୟ
92. ପ୍ରକୃତିର ମାଗଣା ଦାନକୁ ଅର୍ଥଶାସ୍ତ୍ରରେ କ’ଣ କୁହାଯାଏ ?
A) ଭୂମି
B) ପୁଞ୍ଜି
C) ଶ୍ରମ
D) ସଂଗଠନ
ଉତ୍ତର: A) ଭୂମି
93. କେଉଁ ପର୍ଯ୍ୟାୟରେ ଏକ ଯୁକ୍ତିଯୁକ୍ତ ଉତ୍ପାଦନକାରୀ ଉତ୍ପାଦନ ଜାରି ରଖେ ?
A) ଦ୍ୱିତୀୟ ପର୍ଯ୍ୟାୟ
B) ପ୍ରଥମ ପର୍ଯ୍ୟାୟ
C) ତୃତୀୟ ପର୍ଯ୍ୟାୟ
D) କୌଣସିଟି ନୁହେଁ
ଉତ୍ତର: A) ଦ୍ୱିତୀୟ ପର୍ଯ୍ୟାୟ

Post a Comment

أحدث أقدم