2019 (A)
'କ' – ବିଭାଗ
କ୍ରମାନୁସାରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ ।
1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟିକୁ ବାଛି ଲେଖ : [1 X 15 = 15]
(a) ଅର୍ଥନୀତିର କଲ୍ୟାଣ ସଂଜ୍ଞା କାହା ଦ୍ୱାରା ପ୍ରଦତ୍ତ ?
(i) ଆଡାମ୍ ସ୍ମିଥ୍
(ii) ଜେ.ଏମ୍. କେନ୍ସ
(iii) ଆଲଫ୍ରେଡ୍ ମାର୍ଶାଲ୍
(iv) ଏଚ୍.ଟାଉଟନ୍
(b) ଅର୍ଥନୀତିର ମୁଖ୍ୟ ସମସ୍ୟା ହେଉଛି
(i) ପ୍ରାଚୁର୍ଯ୍ୟ
(ii) ସ୍ୱଳ୍ପତା
(iii) ଦାରିଦ୍ର୍ୟ
(iv) ଲାଭ
(c) କେଉଁଟି ମାନବୀୟ ଅଭାବର ଲକ୍ଷଣ ଅଟେ ?
(i) ସମାନ
(ii) ଅସୀମ
(iii) ବର୍ଣ୍ଣନାତୀତ
(iv) ସ୍ୱତନ୍ତ୍ର
(d) ପ୍ରତ୍ୟେକ ଦ୍ରବ୍ୟର ________ ନିଶ୍ଚୟ ଥ୍ବା ଆବଶ୍ୟକ ।
(i) ଦର
(ii) ଦାମ୍
(iii) ଉପଯୋଗିତା
(iv) ବିକଳ୍ପ
(e) ଯେତେବେଳେ ସମଗ୍ର ଉପଯୋଗିତା ସର୍ବାଧିକ, ସେତେବେଳେ ପ୍ରାନ୍ତୀୟ ଉପଯୋଗିତା ହେଉଛି
(i) ସର୍ବାଧିକ
(ii) ଋଣାତ୍ମକ
(iii) ଶୂନ
(iv) ଧନାତ୍ମକ
(f) ବସ୍ତୁର ଦର କିଛି ଶତକଡ଼ା ବୃଦ୍ଧି ପାଇଲେ ଅପରିବର୍ତ୍ତିତ ରହେ, ତବେ ସ୍ଥିତିସ୍ଥାପକତା କ’ଣ କୁହାଯିବ ?
(i) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକତା, e = ∞
(ii) ସାଧାରଣ ସ୍ଥିତିସ୍ଥାପକତା, e = 1
(iii) ସାଧାରଣ ଅସ୍ଥିତିସ୍ଥାପକତା, e < 1
(iv) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତା, e = 0
(g) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ସମ୍ପଦ ନୁହେଁ ?
(i) ହାତ ଘଣ୍ଟା
(ii) ଜମି
(iii) ସ୍ୱାସ୍ଥ୍ୟ
(iv) ମୋବାଇଲ ଫୋନ୍
(h) ପରିବର୍ତ୍ତନଶୀଳ ପରିବ୍ୟୟ କାହାକୁ କୁହନ୍ତି ?
(i) ଉତ୍ପାଦନରେ ପରିବର୍ତ୍ତନ ହେଲେ ଯାହା ପରିବର୍ତ୍ତିତ ହୁଏ ନାହିଁ
(ii) ଉତ୍ପାଦନ ନ ହେଲେ ମଧ୍ୟ ଯେଉଁ ପରିବ୍ୟୟ ହୋଇଥାଏ
(iii) ଯାହାର ପରିମାଣ ଉତ୍ପାଦନ ସହିତ ପରିବର୍ତ୍ତିତ ହୁଏ
(iv) ଉତ୍ପାଦନ ବଢ଼ିଲେ ଯାହାର ପରିମାଣ ହ୍ରାସ ପାଏ
(i) କାହାର ବୃଦ୍ଧିରେ ଯୋଗାଣ ବୃଦ୍ଧି ଘଟେ ?
(i) ଚାହିଦା
(ii) କର
(iii) ଦର
(iv) ସୁଧ
(j) କେଉଁ ଲକ୍ଷଣ ପ୍ରତିଯୋଗୀ ବଜାର ପ୍ରତି ପ୍ରଯୁଜ୍ୟ ?
(i) ବହୁ ସଂଖ୍ୟକ କ୍ରେତା ଓ ବିକ୍ରେତା
(ii) ଅଳ୍ପ ସଂଖ୍ୟକ ବିକ୍ରେତା
(iii) ଜଣେ ବିକ୍ରେତା
(iv) ଜଣେ କ୍ରେତା
(k) କେଉଁଟି ବ୍ୟଷ୍ଟି ଅର୍ଥନୀତି ସହ ସମ୍ପୃକ୍ତ ନୁହେଁ ?
(i) ଆୟର ସ୍ତର
(ii) ଡାକ୍ତରଙ୍କ ଦରମା
(iii) ଔଷଧ ଦୋକାନୀର ଆୟ
(iv) ବେକାରୀ ହାର
(l) କେଉଁଟି ମୁଦ୍ରାର କାର୍ଯ୍ୟ ନୁହେଁ ?
(i) ବିନିମୟର ମାଧ୍ୟମ
(ii) ମୂଲ୍ୟର ପରିମାପକ
(iii) ବେକାରୀରେ ବୃଦ୍ଧି
(iv) ଭବିଷ୍ୟତ ଦେୟର ମାପକ
(m) କେଉଁଟି ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟ ନୁହେଁ ?
(i) ଜମା ଗ୍ରହଣ
(ii) ଋଣ ପ୍ରଦାନ
(iii) ଅର୍ଥ ପ୍ରେରଣ
(iv) ମୁଦ୍ରା ଛାପିବା
(n) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ଏକ ଅଦୃଶ୍ୟ ଦ୍ରବ୍ୟ ?
(i) କୋଇଲା
(ii) ଉଦ୍ଭିଦ
(iii) ଲୁଗାପଟା
(iv) ଡାକ୍ତର
(o) କେଉଁଟି ରାଜସ୍ୱର ଲକ୍ଷଣ ?
(i) ଗୋପନୀୟତା
(ii) ଆୟ ଅନୁସାରେ ବ୍ୟୟ
(iii) ବ୍ୟକ୍ତିଗତ ଇଚ୍ଛାର ପୂର୍ତ୍ତି
(iv) ସର୍ବସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ
2. ନିମ୍ନଲିଖ୍ତ ଉକ୍ତିଗୁଡ଼ିକର ସତ୍ୟତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ, ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି ଅନ୍ୟଥା ସଂଶୋଧନ କର : [1 X 5 = 5]
(a) ରବିନ୍ସଙ୍କୁ ଅର୍ଥଶାସ୍ତ୍ରର ଜନକ କୁହାଯାଏ ।
(b) ସମ୍ପଦ ହେଉଛି ଏକ ପ୍ରବାହ କିନ୍ତୁ ଆୟ ହେଉଛି ଏକ ପ୍ରବାହ ।
(c) ସନ୍ତାପଜନକ ବସ୍ତୁଗୁଡ଼ିକ ସମ୍ପଦ ଅଟେ ।
(d) ଦର ବୃଦ୍ଧି ପାଇଲେ ଚାହିଦାର ବୃଦ୍ଧି ଘଟେ ।
(e) ଯଦି ଦର ଓ ଚାହିଦାର ପରିବର୍ତ୍ତନ ସମାନ ରହେ, ତେବେ ଚାହିଦାର ସ୍ଥିତିସ୍ଥାପକତାକୁ ଶୂନ କୁହାଯିବ ।
(f) ଯଦି ପ୍ରାନ୍ତୀୟ ପରିବ୍ୟୟ ହ୍ରାସ ପାଉଥାଏ ହାରାହାରି ପରିବ୍ୟୟ ରେଖା, ପ୍ରାନ୍ତୀୟ ପରିବ୍ୟୟ ରେଖାର ତଳେ ରହେ ।
(g) ସମ୍ପୂର୍ଣ୍ଣ ପ୍ରତିଯୋଗୀ ବଜାରରେ ହାରାହାରି ଆୟ ପ୍ରାନ୍ତୀୟ ଆୟ ଠାରୁ ଅଧିକ ହୁଏ ।
(h) ଦର ବୃଦ୍ଧି ପାଇଲେ ଯୋଗାଣ ହ୍ରାସ ପାଏ ।
(i) ବିଦେଶରୁ ଭାରତୀୟଙ୍କ ଦ୍ୱାରା ପ୍ରେରିତ ଅର୍ଥ ଜାତୀୟ ଆୟର ଅଂଶ ନୁହେଁ ।
(j) ଋଣ ସୃଷ୍ଟି କେନ୍ଦ୍ରୀୟ ବ୍ୟାଙ୍କର ଏକ କାର୍ଯ୍ୟ ।
(k) ମୁଦ୍ରା ଛାପିବାର ଏକଚାଟିଆ ଅଧିକାର କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟ ।
(l) ଯେତେବେଳେ ଆୟଠାରୁ ବ୍ୟୟ ଅଧିକ ହୋଇଥାଏ, ତାହାକୁ ସମତୁଲ ବଜେଟ୍ କୁହାଯାଏ ।
(m) ଆମକୁ ପ୍ରତ୍ୟକ୍ଷ କର ପାଇଁ ପାଉଣା ଦେବାକୁ ପଡ଼େ ନାହିଁ ।
(n) ବାଣିଜ୍ୟିକ ବ୍ୟାଙ୍କକୁ ପରିବର୍ତ୍ତନ ରାଜସ୍ୱ କୁହାଯାଏ ।
(o) ବ୍ୟକ୍ତିଗତ ଆୟ ସମ୍ପୂର୍ଣ୍ଣ ଚାହିଦା ଓ ଯୋଗାଣ ଦ୍ୱାରା ନିର୍ଦ୍ଧାରିତ ହୁଏ ।
'ଖ' – ବିଭାଗ
3. ପ୍ରତ୍ୟେକ କ୍ଷେତ୍ରରେ ୨ଟି ରୁ ୩ଟି ବାକ୍ୟ ମଧ୍ୟରେ ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଏଗାରଟି ପ୍ରଶ୍ନର ଉତ୍ତର ଦିଅ : [2 X 11 = 22]
(a) ଅର୍ଥନୀତିର ଦୁର୍ଲଭତା ସଂଜ୍ଞା ବ୍ୟାଖ୍ୟା କର ।
(b) ସମପ୍ରାନ୍ତୀୟ/ ସମସୀମାନ୍ତ ଉପଯୋଗିତା କହିଲେ କ’ଣ ବୁଝାଯାଏ ?
(c) ଆର୍ଥନୀତିକ ଦ୍ରବ୍ୟ କହିଲେ ତୁମେ କ’ଣ ବୁଝ ?
(d) ବିନିମୟ ମୂଲ୍ୟ କହିଲେ କ’ଣ ବୁଝାଯାଏ ?
(e) ଚାହିଦା ରେଖା କହିଲେ ତୁମେ କ’ଣ ବୁଝ ?
(f) ଏକକ ସ୍ଥିତିସ୍ଥାପକତା କାହାକୁ କହନ୍ତି ?
(g) ଏକାଧିକାର ବଜାର କାହାକୁ କହନ୍ତି ?
(h) ଗଚ୍ଛିତ ଦ୍ରବ୍ୟ କାହାକୁ କୁହାଯାଏ ?
(i) ପ୍ରାନ୍ତୀୟ ଉତ୍ପାଦନକୁ ବ୍ୟାଖ୍ୟା କର ।
(j) ହାରାହାରି ପରିବ୍ୟୟ କାହାକୁ କୁହାଯାଏ ?
(k) ସମତୁଲ ବଜେଟ୍ କାହାକୁ କୁହାଯାଏ ?
(l) କାର୍ଯ୍ୟଦକ୍ଷତା ପାଇଁ ଅତ୍ୟାବଶ୍ୟକ କ’ଣ ?
(m) ପ୍ରକୃତ ପରିବ୍ୟୟ କାହାକୁ କହନ୍ତି ?
(n) ସ୍ଥାୟୀ ଜମା କ’ଣ ?
4. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ଛଅଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ ଉତ୍ତର ୫ଟି ବାକ୍ୟ ମଧ୍ୟରେ ସୀମିତ ରଖ : [3 X 6 = 18]
(a) ଆକାରଗତ ଉପଯୋଗିତା ଓ ସ୍ଥାନଗତ ଉପଯୋଗିତା
(b) ଉପଭୋଗ ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ
(c) ବ୍ୟବହାରିକ ମୂଲ୍ୟ ଓ ବିନିମୟ ମୂଲ୍ୟ
(d) ସ୍ଥିତିସ୍ଥାପକ ଚାହିଦା ଓ ଅସ୍ଥିତିସ୍ଥାପକ ଚାହିଦା
(e) ବଜାର ଦର ଓ ସାଧାରଣ ଦର
(f) ଏକାଧିକାର କାରବାର ଓ ଅଳ୍ପସଂଖ୍ୟକ କାରବାର
(g) ଗଚ୍ଛିତଦ୍ରବ୍ୟ ଓ ଘରୋଇ (ବ୍ୟକ୍ତିଗତ) ଦ୍ରବ୍ୟ
(h) ସଞ୍ଚୟୀ ଜମା ଓ ଚାଲୁଜମା ଖାତା
'ଗ' – ବିଭାଗ
ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ଚାରୋଟି ପ୍ରଶ୍ନର ଉତ୍ତର ଦିଅ : [7.5 X 4 = 30]
5. ମାନବୀୟ ଅଭାବର ଲକ୍ଷଣଗୁଡ଼ିକ ବର୍ଣ୍ଣନା କର ।
6. ଚାହିଦା ନିୟମର ବ୍ୟାଖ୍ୟା କର । ଏହାର ସୀମାବଦ୍ଧତାଗୁଡ଼ିକ କ’ଣ ?
7. କ୍ରମହ୍ରାସମାନ ପ୍ରାନ୍ତୀୟ ଉତ୍ପାଦନ ନିୟମର ବ୍ୟାଖ୍ୟା କର । ଉତ୍ପାଦନ କ୍ଷେତ୍ରରେ ଏହାର ଗୁରୁତ୍ୱ କ’ଣ ?
8. ପୂର୍ଣ୍ଣ ପ୍ରତିଯୋଗୀ ବଜାରର ଲକ୍ଷଣଗୁଡ଼ିକ ବର୍ଣ୍ଣନା କର । ଏହି ବଜାରରେ କିପରି ଦର ନିର୍ଦ୍ଧାରିତ ହୁଏ ?
9. କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
10. ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିଗତ ବିତ୍ତର ଅର୍ଥ ବ୍ୟାଖ୍ୟା କର ଓ ସେମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ ।

إرسال تعليق