2017 (A)

Group – B

କ – ବିଭାଗ

Answer all questions serially.

କ୍ରମାନ୍ୱୟରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ ।

1. Write the correct answer choosing from the alternatives given in each question : [1 X 15 = 15]

ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ :


(a) Which one of the following is not a function of the commercial banks ?

ନିମ୍ନଲିଖିତ ମଧ୍ୟରୁ କେଉଁଟି ବାଣିଜ୍ୟିକ ବ୍ୟାଙ୍କମାନଙ୍କର କାର୍ଯ୍ୟ ନୁହେଁ ?

(i) Acceptance of deposit

ଜମା ଗ୍ରହଣ

(ii) Advancing loan

ରଣ ପ୍ରଦାନ

(iii) Credit creation

ରଣ ସୃଷ୍ଟି

(iv) Note issue

ନୋଟ୍ ପ୍ରଚଳନ


(b) Which one of the following is non-plan expenditure ?

ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଣଯୋଜନା ବ୍ୟୟ ?

(i) Interest payment

ସୁଧ ପ୍ରଦାନ

(ii) Expenditure on defence 

ପ୍ରତିରକ୍ଷା ବ୍ୟୟ

(iii) Subsidies 

ସରକାରୀ ସହାୟତା

(iv) All of the above 

ଉପରିଲିଖିତ ସମସ୍ତ


(c) Balanced budget is one in which : 

ସମତୁଲ ବଜେଟ୍ ତାହା ଯେଉଁଥିରେ :

(i) Proposed expenditure is equal to anticipated revenue 

ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟ ସହିତ ସମାନ

(ii) Proposed expenditure is greater than anticipated revenue 

ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟଠାରୁ ଅଧିକ

(iii) Proposed expenditure is less than anticipated revenue

 ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟଠାରୁ କମ୍

(iv) None of the above 

ଉପରିଲିଖିତ କୌଣସିଟି ନୁହେଁ


(d) Utility means : 

ଉପଯୋଗିତା ଅର୍ଥ :

(i) Exchange value of a commodity 

ଦ୍ରବ୍ୟର ବିନିମୟ ମୂଲ୍ୟ

(ii) Want satisfying power of a commodity

ଦ୍ରବ୍ୟର ଅଭାବ ପୂରଣ କରିବା କ୍ଷମତା

(iii) Usefulness of a commodity

ଦ୍ରବ୍ୟର ଉପାଦେୟତା

(iv) Pleasure derived from a commodity

ଦ୍ରବ୍ୟରୁ ମିଳୁଥିବା ଆନନ୍ଦ


(e) Which one of the following is concerned with microeconomics ?

ନିମ୍ନଲିଖିତ ମଧ୍ୟରୁ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହ ସମ୍ପୃକ୍ତ ?

(i) National income

ଜାତୀୟ ଆୟ

(ii) Theory of economic growth

ଅର୍ଥନୈତିକ ଅଭିବୃଦ୍ଧି ତତ୍ତ୍ୱ

(iii) Theory of general price level

ସାଧାରଣ ଦର ତତ୍ତ୍ୱ

(iv) Theory of consumer behaviour

ଉପଭୋକ୍ତାଙ୍କ ବ୍ୟବହାର ତତ୍ତ୍ୱ


(f) Gross National Product at market price (GNPMP)  is :

ବଜାର ଦରରେ ମୋଟ ଜାତୀୟ ଉତ୍ପାଦ ହେଉଛି :

(i) Gross Domestic Product at market price (GDPMP) + Net factor income from abroad

ବଜାର ଦରରେ ମୋଟ ଘରୋଇ ଉତ୍ପାଦ + ବିଦେଶାଗତ ନିଟ୍ ସାଧନ ଆୟ

(ii) Gross Domestic Product at market price (GDPMP) – Net Indirect Tax

ବଜାର ଦରରେ ମୋଟ ଘରୋଇ ଉତ୍ପାଦ – ନିଟ୍ ପରୋକ୍ଷ କର

(iii) Net National Product at factor cost (NNPFC) + Net factor income from abroad

ଉତ୍ପାଦନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ + ବିଦେଶାଗତ ନିଟ୍ ସାଧନ ଆୟ

(iv) None of the above

ଉପରିଲିଖିତ କୌଣସିଟି ନୁହେଁ


(g) Which one of the following is to be deducted from personal income to get disposable personal income ?

ନିମ୍ନଲିଖିତ ମଧ୍ୟରୁ କାହାକୁ ବ୍ୟକ୍ତିଗତ ଆୟରୁ ବାଦ ଦେଲେ ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ ମିଳିଥାଏ ?

(i) Direct tax

ପ୍ରତ୍ୟକ୍ଷ କର

(ii) Fees and fines paid to the Government

ସରକାରଙ୍କୁ ପ୍ରଦତ୍ତ ଫିସ୍ ଏବଂ ଫାଇନ୍

(iii) Transfer income

ଅନ୍ତରଣ ଆୟ

(iv) Both (i) and (ii)

ଉଭୟ (i) ଏବଂ (ii)


(h) Which one of the following is the unit of account in India ?

 ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତରେ ହିସାବର ଏକକ ?

(i) Ten rupees 

ଦଶ ଟଙ୍କା

(ii) Hundred rupees 

ଶହେ ଟଙ୍କା

(iii) One rupee 

ଏକ ଟଙ୍କା

(iv) Rupee 

ଟଙ୍କା


(i) Opportunity cost is : 

ବିକଳ୍ପ ପରିବ୍ୟୟ ହେଉଛି :

(i) Pain and discomfort undergone by labour engaged in production 

ଉତ୍ପାଦନ ପାଇଁ ନିୟୋଜିତ ଶ୍ରମର ଯନ୍ତ୍ରଣା ଓ ଅସ୍ୱାଚ୍ଛନ୍ଦ୍ୟ

(ii) Abstinence and sacrifice involved in capital accumulation 

ପୁଞ୍ଜି ସଞ୍ଚୟନ ନିମନ୍ତେ ସଂପୃକ୍ତ ଉପଭୋଗ ସ୍ଥଗନ ଓ ତ୍ୟାଗ

(iii) Income foregone in the next best alternative use 

ପରବର୍ତ୍ତୀ ସର୍ବୋତ୍ତମ ବିକଳ୍ପ ପ୍ରୟୋଗରୁ ବଞ୍ଚିତ ଆୟ

(iv) Expenditure incurred in available opportunity 

ଉପଲବ୍ଧ ବିକଳ୍ପରେ କରାଯାଉଥିବା ବ୍ୟୟ


(j) When marginal revenue is less than average revenue, average revenue :

 ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟଠାରୁ କମ୍ ହୁଏ, ହାରାହାରି ଆୟ :

(i) Remains constant ସ୍ଥିର ରହେ

(ii) Falls ହ୍ରାସ ପାଏ

(iii) Rises ବୃଦ୍ଧି ପାଏ

(iv) None of the above ଉପରିଲିଖିତ କୌଣସିଟି ନୁହେଁ


(k) Which one of the following is a feature of Monopoly ? 

ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକାଧିକାରର ବୈଶିଷ୍ଟ୍ୟ ?

(i) Indeterminate demand curve ଅନିର୍ଦ୍ଧାରିତ ଚାହିଦା ରେଖା

(ii) Single seller and large number of buyers ଜଣେ ବିକ୍ରେତା ଓ ଅସଂଖ୍ୟ କ୍ରେତା

(iii) Free entry ଅବାଧ ପ୍ରବେଶ

(iv) Presence of close substitutes ପ୍ରତିବଦଳକ୍ଷମ ଦ୍ରବ୍ୟର ଉପସ୍ଥିତି


(l) Which one of the following cost to be deducted from gross profit to get net profit ? 

ନିଟ୍ ଲାଭ ପାଇବାକୁ ହେଲେ ମୋଟ ଲାଭରୁ ନିମ୍ନଲିଖିତ ମଧ୍ୟରୁ କେଉଁ ପରିବ୍ୟୟକୁ ବାଦ ଦେବାକୁ ପଡ଼ିଥାଏ ?

(i) Implicit cost 

ଅବ୍ୟକ୍ତ ପରିବ୍ୟୟ

(ii) Explicit cost 

ସୁବ୍ୟକ୍ତ ପରିବ୍ୟୟ

(iii) Real cost 

ବାସ୍ତବ ପରିବ୍ୟୟ

(iv) Opportunity cost 

ବିକଳ୍ପ ପରିବ୍ୟୟ


(m) If due to a fall in the price of a commodity by 5 per cent, its quantity demanded rises by 5 per cent, price elasticity of demand is : 

ଯଦି ଦ୍ରବ୍ୟର ଦର 5 ଶତାଂଶ ହ୍ରାସ ହେବା ଯୋଗୁଁ, ଏହାର ଚାହିଦାର ପରିମାଣ 5 ଶତାଂଶ ବୃଦ୍ଧି ହୁଏ ଚାହିଦାର ଦର ସ୍ଥିତିସ୍ଥାପକତା ହେବ :

(i) 5 

(ii) 0 

(iii) 1 

(iv) None of the above 

ଉପରିଲିଖିତ କୌଣସିଟି ନୁହେଁ


(n) Which one of the following means production ?

 ନିମ୍ନଲିଖିତ ମଧ୍ୟରୁ କେଉଁଟି ଉତ୍ପାଦନର ଅର୍ଥ ?

(i) Creation of utility having exchange value 

ବିନିମୟ ମୂଲ୍ୟଥିବା ଉପଯୋଗିତା ସୃଷ୍ଟି

(ii) Creation of matter 

ବସ୍ତୁ ସୃଷ୍ଟି

(iii) Satisfaction of human wants 

ମାନବୀୟ ଅଭାବଗୁଡ଼ିକର ସନ୍ତୋଷ ବିଧାନ

(iv) Making factors more productive 

ଉପାଦାନଗୁଡ଼ିକୁ ଅଧିକ ଉତ୍ପାଦନଶୀଳ କରିବା


(o) If total fixed cost is ₹ 2000, total variable cost is ₹ 5000 and total output is 100 units, how much is the average variable cost ? 

ମୋଟ ସ୍ଥିର ପରିବ୍ୟୟ 2000 ଟଙ୍କା, ମୋଟ ପରିବର୍ତ୍ତୀ ପରିବ୍ୟୟ 5000 ଟଙ୍କା ଏବଂ ମୋଟ ଉତ୍ପାଦ 100 ଏକକ ହୁଏ, ହାରାହାରି ପରିବର୍ତ୍ତୀ ପରିବ୍ୟୟ କେତେ ?

(i) ₹ 50 

୫୦ ଟଙ୍କା

(ii) ₹ 70 

୭୦ ଟଙ୍କା

(iii) ₹ 20 

୨୦ ଟଙ୍କା

(iv) ₹ 30 

୩୦ ଟଙ୍କା


2. Examine the correctness of the following statements. Correct them, if necessary, without changing the portions underlined : [1 X 15 = 15]

ନିମ୍ନଲିଖିତ ଉକ୍ତିଗୁଡ଼ିକର ସଠିକତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ, ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି, ସେଗୁଡ଼ିକ ସଂଶୋଧନ କର :


(a) Imputed rent of entrepreneur's own building is included in national income .

ଉଦ୍ୟୋକ୍ତାଙ୍କର ନିଜ ଗୃହର ଆରୋପିତ ଅଧିଶେଷ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

(b) Gross Domestic Product is equal to Gross National Product when net factor income from abroad is positive.

ଯେତେବେଳେ ବିଦେଶାଗତ ନିଟ୍ ସାଧନ ଆୟ ଧନାତ୍ମକ ହୁଏ, ମୋଟ ଘରୋଇ ଉତ୍ପାଦ ମୋଟ ଜାତୀୟ ଉତ୍ପାଦ ସହିତ ସମାନ ହୁଏ ।

(c) Salary is an example of capital expenditure.

ବେତନ ପୁଞ୍ଜି ବ୍ୟୟର ଏକ ଉଦାହରଣ ।

(d) Demand for Giffen good falls with the rise in its price.

ଗିଫେନ୍ ଦ୍ରବ୍ୟର ଦାମ ବଢ଼ିଲେ ଏହାର ଚାହିଦା ହ୍ରାସ ପାଏ ।

(e) Division of national income among various factors of production is called personal distribution. 

ଉତ୍ପାଦନର ବିଭିନ୍ନ ଉପାଦାନ ମଧ୍ୟରେ ଜାତୀୟ ଆୟ ବିଭାଜନକୁ ବ୍ୟକ୍ତିଗତ ବଣ୍ଟନ କୁହାଯାଏ ।

(f) In a simple economy aggregate demand has four components. 

ଏକ ସରଳ ଅର୍ଥବ୍ୟବସ୍ଥାରେ ସମୂହ ଚାହିଦାର ଚାରୋଟି ଉପାଦାନ ଥାଏ ।

(g) Agriculture is included in the secondary sector. 

କୃଷିକୁ ମାଧ୍ୟମିକ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

(h) When rate of interest increases investment increases. 

ସୁଧହାର ବୃଦ୍ଧି ପାଇଲେ ନିବେଶ ବୃଦ୍ଧି ପାଏ ।

(i) When marginal revenue becomes zero, total revenue becomes minimum. 

ଯେତେବେଳେ ସୀମାନ୍ତ ଆୟ ଶୂନ୍ୟ ହୁଏ, ମୋଟ ଆୟ ସର୍ବନିମ୍ନ ହୋଇଥାଏ ।

(j) Normal price is real price. 

ସ୍ୱାଭାବିକ ଦର ହେଉଛି ବାସ୍ତବ ଦର ।

(k) Interest is a residual income. ସୁଧ ଏକ ଅବଶେଷାତ୍ମକ ଆୟ ।

(l) The reward obtained exclusively for entrepreneurial function is called net profit. 

କେବଳ ଉଦ୍ୟୋକ୍ତାଙ୍କ କାର୍ଯ୍ୟ ପାଇଁ ମିଳୁଥିବା ପାରିତୋଷିକକୁ ନିଟ୍ ଲାଭ କୁହାଯାଏ ।

(m) Demand for necessaries is more elastic. 

ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକର ଚାହିଦା ଅଧିକ ନମନୀୟ ।

(n) In the longrun all the factors of production are variable. 

ଦୀର୍ଘକାଳରେ ସବୁ ଉପାଦାନଗୁଡ଼ିକ ପରିବର୍ତ୍ତନୀୟ ।

(o) When marginal product is negative, total product diminishes. 

ପ୍ରାନ୍ତୀୟ ଉତ୍ପାଦ ଋଣାତ୍ମକ ହେଲେ ମୋଟ ଉତ୍ପାଦ ହ୍ରାସ ପାଏ ।


Group – B

ଖ – ବିଭାଗ


3. Answer any eleven of the following questions within two to three sentences in each case : [2 X 11 = 22]

ପ୍ରତ୍ୟେକ କ୍ଷେତ୍ରରେ ଦୁଇଟିରୁ ତିନୋଟି ବାକ୍ୟ ମଧ୍ୟରେ ନିମ୍ନଲିଖିତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଏଗାରଟିର ଉତ୍ତର ଦିଅ :


(a) What is aggregate supply ? 

ସାମୂହିକ ଯୋଗାଣ କ’ଣ ?

(b) What is forfeiture ? 

ବ୍ୟାଜ୍ୟାପ୍ତି କ’ଣ ?

(c) What is budget ? 

ବଜେଟ୍ କ’ଣ ?

(d) What is quasi-rent ? 

ଅର୍ଦ୍ଧାଧିଶେଷ କ’ଣ ?

(e) What is monopoly profit ? 

ଏକଚାଟିଆ ଲାଭ କ’ଣ ?

(f) What is macroeconomics ? 

ସମଷ୍ଟି ଅର୍ଥନୀତି କ’ଣ ?

(g) What is national income ? 

ଜାତୀୟ ଆୟ କ’ଣ ?

(h) What is fixed cost ? 

ସ୍ଥିର ପରିବ୍ୟୟ କ’ଣ ?

(i) What is supply ? 

ଯୋଗାଣ କ’ଣ ?

(j) What is market ? 

ବଜାର କ’ଣ ?

(k) What is oligopoly ?

ଅଲ୍ପାଧିକାର କ’ଣ ?

(l) What is Wealth ?

ସମ୍ପଦ କ’ଣ ?

(m) What is unitary elastic demand ?

ଏକକ ସ୍ଥିତିସ୍ଥାପକ ଚାହିଦା କ’ଣ ?

(n) What is average product ?

ହାରାହାରି ଉତ୍ପାଦ କ’ଣ ?


4. Distinguish between any six of the following. Limit your answer to six sentences in each case : [3 X 6 = 18]

ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଛଅଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ଛଅଟି ବାକ୍ୟରେ ସୀମିତ ରଖ :


(a) Demand deposit and Fixed deposit

ଚାହିଦା ଜମା ଓ ମିଆଦୀ ଜମା

(b) Developmental expenditure and Non-developmental expenditure

ଉନ୍ନୟନମୂଳକ ବ୍ୟୟ ଓ ଅଣଉନ୍ନୟନମୂଳକ ବ୍ୟୟ

(c) Nominal GDP and Real GDP

ମୌଦ୍ରିକ ମୋଟ ଘରୋଇ ଉତ୍ପାଦ ଓ ବାସ୍ତବ ମୋଟ ଘରୋଇ ଉତ୍ପାଦ

(d) Household consumption demand and private Investment demand

ପାରିବାରିକ ଉପଭୋଗ ଚାହିଦା ଓ ଘରୋଇ ନିବେଶ ଚାହିଦା

(e) Average cost and Marginal cost

ହାରାହାରି ପରିବ୍ୟୟ ଓ ସୀମାନ୍ତ ପରିବ୍ୟୟ

(f) Gross interest and Net interest

ମୋଟ ସୁଧ ଓ ନିଟ୍ ସୁଧ

(g) Free goods and Economic goods

ମୁକ୍ତ ଦ୍ରବ୍ୟ ଓ ଅର୍ଥନୈତିକ ଦ୍ରବ୍ୟ

(h) Perfectly elastic demand and Perfectly inelastic demand

ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା


Group – C

ଗ – ବିଭାଗ


Answer any four of the following questions : [7.5 X 4 = 30]

ନିମ୍ନଲିଖିତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଚାରୋଟିର ଉତ୍ତର ଦିଅ :


5. Describe the circular flow of income in a two sector economy.

ଦୁଇ କ୍ଷେତ୍ର ବିଶିଷ୍ଟ ଅର୍ଥବ୍ୟବସ୍ଥାରେ ଆୟର ଚକ୍ରୀୟ ପ୍ରବାହ ବର୍ଣ୍ଣନା କର ।

6. Discuss the functions of the Central Bank. 

କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ଆଲୋଚନା କର

7. Discuss the factors determining real wage. 

ବାସ୍ତବ ମଜୁରି ନିର୍ଦ୍ଧାରଣ କରୁଥିବା ଉପାଦାନ ସମୂହର ଆଲୋଚନା କର

8. Explain how price is determined under Perfect competition. 

ପୂର୍ଣ୍ଣ ପ୍ରତିଯୋଗିତାରେ ଦର କିପରି ନିର୍ଦ୍ଧାରିତ ହୁଏ ବ୍ୟାଖ୍ୟା କର

9. Explain the law of Equi-marginal utility. 

ସମସୀମାନ୍ତ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର

10. Discuss the central problems of an economy. 

ଏକ ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ ଆଲୋଚନା କର


Post a Comment

أحدث أقدم