ପରିବ୍ୟୟ (Cost)
- କୌଣସି ଦ୍ରବ୍ୟ ଓ ସେବାର ଉତ୍ପାଦନ ନିମନ୍ତେ ଆବଶ୍ୟକ ହେଉଥିବା ଉତ୍ପାଦନର ସାଧନ ଯଥା :- ଭୂମି, ଶ୍ରମ, ପୁଞ୍ଜି ଇତ୍ୟାଦି ପାଇଁ ହେଉଥିବା ବ୍ୟୟକୁ ପରିବ୍ୟୟ କୁହାଯାଏ ।
ମୋଟ ସ୍ଥିର ପରିବ୍ୟୟ (Total Fixed Cost ) :-
(i) ଉତ୍ପାଦନକାରୀ
ବା ପ୍ରତିଷ୍ଠାନ ସ୍ଥିରସାଧନ ମାନଙ୍କ ନିମନ୍ତେ କରିଥିବା ମୋଟ ବ୍ୟୟକୁ ମୋଟ
ସ୍ଥିର ପରିବ୍ୟୟ କୁହାଯାଏ ।
(ii) ଉତ୍ପାଦନ
ପରିବର୍ତ୍ତନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି
ପରିବର୍ତ୍ତନ ଘଟେ ନ ଥାଏ,
ତାହାକୁ ମୋଟ ସ୍ଥିର ପରିବ୍ୟୟ
କୁହାଯାଏ ।
(iii) ଉତ୍ପାଦନ
ଶୂନ୍ୟ ହେଲେ ମଧ୍ୟ ସ୍ଥିର
ପରିବ୍ୟୟ ଅପରିବର୍ତ୍ତିତ ରହିଥାଏ ।
| Output (unit) | TFC |
| 0 | 12 |
| 1 | 12 |
| 2 | 12 |
| 3 | 12 |
| 4 | 12 |
| 5 | 12 |
(iv) ମୋଟ
ସ୍ଥିର ପରିବ୍ୟୟ ରେଖା (TFC) ର ଆକାର ଆନୁଭୂମିକ
ହୋଇଥାଏ ।
ମୋଟ ପରିବର୍ତ୍ତୀ ପରିବ୍ୟୟ (Total Variable Cost) :-
(i) ଉତ୍ପାଦନକାରୀ
ବା ପ୍ରତିଷ୍ଠାନ ପରିବର୍ତ୍ତନୀୟ ସାଧନ ମାନଙ୍କ ନିମନ୍ତେ
କରିଥିବା ମୋଟ ଖର୍ଚ୍ଚକୁ ମୋଟ
ପରିବର୍ତ୍ତୀ ପରିବ୍ୟୟ କୁହାଯାଏ ।
(ii) ଉତ୍ପାଦ
ପରିମାଣ ଯଦି ଶୂନ୍ୟ ହୁଏ,
ମୋଟ ପରିବର୍ତ୍ତୀ ପରିବ୍ୟୟ ଶୂନ୍ୟ ହେବ ।
(iii) ଉତ୍ପାଦ
ପରିମାଣରେ ପରିବର୍ତ୍ତନ ହେଲେ ଯେଉଁ ପରିବ୍ୟୟର
ହ୍ରାସ ବୃଦ୍ଧି ଘଟେ, ତାହାକୁ ପରିବର୍ତ୍ତୀ
ପରିବ୍ୟୟ କୁହାଯାଏ।
(iv) ମୋଟ ପରିବର୍ତ୍ତୀ ପରିବ୍ୟୟ ବୃଦ୍ଧି ହେଲେ ଉତ୍ପାଦ ପରିମାଣ ବୃଦ୍ଧିପାଏ ଏବଂ ମୋଟ ପରିବର୍ତ୍ତୀ ପରିବ୍ୟୟ ହ୍ରାସ ହେଲେ ଉତ୍ପାଦ ପରିମାଣ ମଧ୍ୟ ହ୍ରାସପାଏ ।
| Output (unit) | TVC |
| 0 | 0 |
| 1 | 6 |
| 2 | 10 |
| 3 | 15 |
| 4 | 24 |
| 5 | 35 |
(v) ମୋଟ
ପରିବର୍ତ୍ତୀ ପରିବ୍ୟୟ (TVC) ରେଖାର ଆକାର ଉର୍ଦ୍ଧ୍ୱଗାମୀ ହୋଇଥାଏ
।
ମୋଟ ପରିବ୍ୟୟ (Total Cost) :-
(i) ପ୍ରତିଷ୍ଠାନର
ସମଗ୍ର ଦ୍ରବ୍ୟ ଓ ସେବା ଉତ୍ପାଦନ
ପାଇଁ ଯେଉଁ ବ୍ୟୟ ବହନ
କରାଯାଏ, ତାହାକୁ ମୋଟ ପରିବ୍ୟୟ କୁହାଯାଏ
।
(ii) ମୋଟ
ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତୀ
ପରିବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟ କୁହାଯାଏ
।
Output (unit) | TFC | TVC | TFC+TVC=TC |
| 0 | 12 | 0 | 12 + 0 = 12 |
| 1 | 12 | 6 | 12 + 6 = 18 |
| 2 | 12 | 10 | 12 + 10 = 22 |
| 3 | 12 | 15 | 12 + 15 = 27 |
| 4 | 12 | 24 | 12 + 24 = 36 |
| 5 | 12 | 35 | 12 + 35 = 47 |
(iii) ମୋଟ
ପରିବ୍ୟୟ ରେଖାର ଆକାର ଉର୍ଦ୍ଧ୍ୱଗାମୀ ହୋଇଥାଏ
।
- ଉପରୋକ୍ତ ରେଖାଚିତ୍ରରେ ମୋଟ ସ୍ଥିର ପରିବ୍ୟୟ (TFC) ରେଖା ଆନୁଭୂମିକ ଅଟେ ଏବଂ ମୋଟ ପରିବର୍ତ୍ତୀ ପରିବ୍ୟୟ (TVC) ରେଖା ଉର୍ଦ୍ଧ୍ୱଗାମୀ ହୋଇଛି । ମୋଟ ପରିବ୍ୟୟ (TC) ରେଖା ମଧ୍ୟ ଉର୍ଦ୍ଧ୍ୱଗାମୀ ହୋଇଥିଲେ ମଧ୍ୟ ତାହା ସ୍ଥିର ପରିବ୍ୟୟ ରେଖା ଠାରୁ ଆରମ୍ଭ ହୋଇଛି ।
ହାରାହାରି ସ୍ଥିର ପରିବ୍ୟୟ (Average Fixed Cost) :-
(i) ପ୍ରତ୍ୟେକ ଏକକ ପିଛା ହୋଇଥିବା
ସ୍ଥିର ପରିବ୍ୟୟକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ ।
(ii) ମୋଟ ସ୍ଥିର ପରିବ୍ୟୟକୁ
ଉତ୍ପାଦିତ ଦ୍ରବ୍ୟର ପରିମାଣ ସହ ଭାଗକଲେ ଭାଗଫଳକୁ
ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ।
Output (unit) | TFC | TFC/Q=AFC |
| 0 | 12 | 12/0=∞ |
| 1 | 12 | 12/1=12 |
| 2 | 12 | 12/2=6 |
| 3 | 12 | 12/3=4 |
| 4 | 12 | 12/4=3 |
| 5 | 12 | 12/5=2.4 |
(iii) ହାରାହାରି ସ୍ଥିର ପରିବ୍ୟୟ ରେଖାର ଆକାର ଆୟତାକାର ପରାବଳୟ (Rectangular Hyperbola) ହେବ ।
ହାରାହାରି ପରିବର୍ତ୍ତୀ ପରିବ୍ୟୟ (Average Variable Cost) :-
(i) ଦ୍ରବ୍ୟର
ଏକକ ପ୍ରତି ହୋଇଥିବା ପରିବର୍ତ୍ତୀ ପରିବ୍ୟୟକୁ ହାରାହାରି ପରିବର୍ତ୍ତୀ ପରିବ୍ୟୟ କୁହାଯାଏ ।
(ii) ମୋଟ
ପରିବର୍ତ୍ତୀ ପରିବ୍ୟୟକୁ ଉତ୍ପାଦିତ ଦ୍ରବ୍ୟର ପରିମାଣ ସହ ଭାଗକଲେ, ହାରାହାରି
ପରିବର୍ତ୍ତୀ ପରିବ୍ୟୟ ନିରୂପିତ ହେବ ।
Output (unit) | TVC | TVC/Q=AVC |
| 0 | 0 | — |
| 1 | 6 | 6/1 = 6 |
| 2 | 10 | 10/2 = 5 |
| 3 | 15 | 15/3 = 5 |
| 4 | 24 | 24/4 = 6 |
| 5 | 35 | 35/5 = 7 |
(iii) ଉତ୍ପାଦନ
ବୃଦ୍ଧି ପାଇଲେ ହାରାହାରି ପରିବର୍ତ୍ତୀ ପରିବ୍ୟୟ ପ୍ରଥମେ ହ୍ରାସପାଏ, ତା' ପରେ ସର୍ବନିମ୍ନ
ସ୍ତରରେ ପହଞ୍ଚେ ଓ ତା' ପରେ
ବୃଦ୍ଧିପାଏ । ଅର୍ଥାତ୍ ହାରାହାରି
ପରିବର୍ତ୍ତୀ ପରିବ୍ୟୟ ରେଖା ଇଂରାଜୀ ଅକ୍ଷର
'U' ଆକୃତିର ।
ହାରାହାରି ପରିବ୍ୟୟ (Average Cost) :-
(i) ଦ୍ରବ୍ୟର
ଏକକ ପ୍ରତି ହୋଇଥିବା ମୋଟ ପରିବ୍ୟୟକୁ ହାରାହାରି
ପରିବ୍ୟୟ କୁହାଯାଏ ।
(ii) ମୋଟ
ପରିବ୍ୟୟ କୁ ଉତ୍ପାଦିତ ଦ୍ରବ୍ୟର
ପରିମାଣ ଦ୍ୱାରା ବିଭାଜିତ କରି ହାରାହାରି ପରିବ୍ୟୟ
ଆକଳନ କରାଯାଏ ।
Output (unit) | AFC | AVC | AFC+AVC=AC |
| 0 | ∞ | — | — |
| 1 | 12 | 6 | 18 |
| 2 | 6 | 5 | 11 |
| 3 | 4 | 5 | 9 |
| 4 | 3 | 6 | 9 |
| 5 | 2.4 | 7 | 9.4 |
(iii) ହାରାହାରି
ପରିବ୍ୟୟ ରେଖାର ଆକାର ଇଂରାଜୀ ଅକ୍ଷର
'U' ସଦୃଶ ହୋଇଥାଏ ।
- ଉପରୋକ୍ତ ରେଖାଚିତ୍ରରେ ଦେଖା ଯାଉଛି ଯେ 'AFC' ରେଖାର ଆକାର ଆୟତାକାର ପରାବଳୟ (Rectangular Hyperbola) ଏବଂ AVC ଓ AC ରେଖାର ଆକାର ଇଂରାଜୀ ଅକ୍ଷର 'U' ସଦୃଶ ହୋଇଥାଏ ।
(iv) Ex :- ୫
ଟି ଦ୍ରବ୍ୟ ଉତ୍ପାଦନ କଲାବେଳେ ଯଦି ମୋଟ ଖର୍ଚ୍ଚ
୧୫୦ ଟଙ୍କା ହୁଏ, ତେବେ ହାରାହାରି
ପରିବ୍ୟୟ କେତେ?
ସୀମାନ୍ତ ପରିବ୍ୟୟ (Marginal Cost) :-
(i) ଏକ
ଅତିରିକ୍ତ ଦ୍ରବ୍ୟର ଉତ୍ପାଦନ କଲାବେଳେ ମୋଟ ପରିବ୍ୟୟରେ ଯେଉଁ
ପରିବର୍ତ୍ତନ ହୁଏ, ତାହାକୁ ସୀମାନ୍ତ
ପରିବ୍ୟୟ କୁହାଯାଏ ।
(ii) Ex :- ୫
ଟି ଦ୍ରବ୍ୟର ଉତ୍ପାଦନ କଲାବେଳେ ମୋଟ ପରିବ୍ୟୟ ୭୦
ଟଙ୍କା ଏବଂ ୧୧ ଟି
ଦ୍ରବ୍ୟର ଉତ୍ପାଦନ କଲାବେଳେ ମୋଟ ପରିବ୍ୟୟ ୧୩୦
ଟଙ୍କା ହେଲେ, ସୀମାନ୍ତ ପରିବ୍ୟୟ କେତେ?
Output (unit) | TFC+TVC=TC | ΔTC/ΔQ=MC |
| 0 | 12 + 0 = 12 | — |
| 1 | 12 + 6 = 18 | 6/1 = 6 |
| 2 | 12 + 10 = 22 | 4/1 = 4 |
| 3 | 12 + 15 = 27 | 5/1 = 5 |
| 4 | 12 + 24 = 36 | 9/1 = 9 |
| 5 | 12 + 35 = 47 | 11/1 = 11 |
(iii) ସୀମାନ୍ତ
ପରିବ୍ୟୟ ରେଖାର ଆକାର ଇଂରାଜୀ ଅକ୍ଷର
'U' ଆକୃତିର ହୁଏ ।
ହାରାହାରି ପରିବ୍ୟୟ ଓ ସୀମାନ୍ତ ପରିବ୍ୟୟ ମଧ୍ୟରେ ସମ୍ପର୍କ (Relationship between AC and MC) :-
(i) ଯେତେବେଳେ
'AC' ହ୍ରାସପାଏ, ସେତେବେଳେ 'MC' ମଧ୍ୟ ହ୍ରାସପାଏ ।
କିନ୍ତୁ ସେତେବେଳେ 'MC', 'AC' ର ତଳେ ଥାଏ
। ଅର୍ଥାତ୍ ।
(ii) ଯେତେବେଳେ
'AC', 'MC' ସହ ସମାନ ହୁଏ, ସେତେବେଳେ
'AC' ସର୍ବନିମ୍ନ ହୋଇଥାଏ । ଅର୍ଥାତ୍ ।
(iii) ଯେତେବେଳେ
'AC' ବୃଦ୍ଧିପାଏ, ସେତେବେଳେ 'MC' ମଧ୍ୟ ବୃଦ୍ଧିପାଏ ।
କିନ୍ତୁ ସେତେବେଳେ 'MC', 'AC' ର ଉପରେ ଥାଏ
। ଅର୍ଥାତ୍ ।









إرسال تعليق