ଆୟ (Revenue)

(i) ଆୟ କହିଲେ କୌଣସି ପ୍ରତିଷ୍ଠାନଦ୍ଵାରା ବିଭିନ୍ନ ସାଧନଗୁଡ଼ିକର ବିନିଯୋଗ କରି ଦ୍ରବ୍ୟ ଉତ୍ପାଦିତ କରି ତାହାକୁ ବଜାରରେ ବିକ୍ରି କରି ଯେଉଁ ମୌଦ୍ରିକ ଆୟ ଉପାର୍ଜନ କରିଥାଏ, ତାହାକୁ ଆୟ କୁହାଯାଏ ।

(ii) ଉତ୍ପାଦିତ ଦ୍ରବ୍ୟ ବିକ୍ରୟକରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହାକୁ ଆୟ କୁହାଯାଏ ।

                

ଆୟ ତତ୍ତ୍ୱରେ ୩ଟି ଧାରଣା ମୁଖ୍ୟତଃ ପର୍ଯ୍ୟବେକ୍ଷିତ । ଯଥା :-

1 - ମୋଟ ଆୟ (Total Revenue) (TR)

2 - ହାରାହାରି ଆୟ (Average Revenue) (AR)

3 - ସୀମାନ୍ତ ଆୟ (Marginal Revenue) (MR)

 

1 -ମୋଟ ଆୟ (Total Revenue) :-

(i) ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟକରି ପ୍ରତିଷ୍ଠାନ ବା ଉତ୍ପାଦନକାରୀ ଯେଉଁ ମୋଟ ଅର୍ଥ ଅର୍ଜନ କରନ୍ତି, ତାହାକୁ ମୋଟ ଆୟ କୁହାଯାଏ ।

(ii) ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଇପାରେ ।

         

(iii) Ex :- ଜଣେ ଉତ୍ପାଦନକାରୀ 3 ଟଙ୍କା ଦରରେ 100 ଟି କଲମ ବିକ୍ରୟ କଲେ, ତାଙ୍କର ମୋଟ ଆୟ କେତେ ହେବ?

  


2 - ହାରାହାରି ଆୟ (Average Revenue):-

(i) କୌଣସି ପ୍ରତିଷ୍ଠାନଦ୍ଵାରା ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ ।

(ii) ମୋଟ ଆୟକୁ ବିକ୍ରିତ ଦ୍ରବ୍ୟର ପରିମାଣକୁ ଭାଗ କଲେ ହାରାହାରି ଆୟ ମିଳିଥାଏ ।

       

(iii) ହାରାହାରି ଆୟ ବିକ୍ରିତ ଉତ୍ପାଦର ଦର ସହ ସମାନ ।

 

(iv) Ex-ରାଜୁ ଜଣେ ଛୋଟ ବ୍ୟବସାୟୀ। ଦିନେ ସେ 10ଟି ଖାତା ବିକ୍ରି କରି ମୋଟ ₹500 ଆୟ କଲା। ତେଣୁ ପ୍ରତ୍ୟେକ ଖାତାରୁ ହାରାହାରି ଆୟ କେତେ ?

      TR=500
       Q= 10

   

  

     =50

3 - ସୀମାନ୍ତ ଆୟ (Marginal Revenue) :-

(i) ଉତ୍ପାଦିତ ଦ୍ରବ୍ୟର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ଵାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ ।

(ii) ସୀମାନ୍ତ ଆୟ ହେଉଛି ଏକ ଅତିରିକ୍ତ ଉତ୍ପାଦନ ବିକ୍ରୟ କଲେ ହେଉଥିବା ଅତିରିକ୍ତ ଆୟ ।

(iii) ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ ଏବଂ ପୂର୍ବତନ ମୋଟ ଆୟର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

(iv) Ex- ରାଜୁ ଜଣେ ଖାତା ବ୍ୟବସାୟୀ। ପ୍ରଥମେ ସେ 10ଟି ଖାତା ବିକ୍ରି କରି ₹500 ମୋଟ ଆୟ (TR) ପାଇଲା। ପରେ ଆଉ 1ଟି ଖାତା ବିକ୍ରି କରିବାରୁ ତାହାର ମୋଟ ଆୟ ₹550 ହେଲା। ତେଣୁ ସୀମାନ୍ତ ଆୟ (MR) କେତେ ? ।

  

   

         =50


ଅର୍ଥନୀତିରେ ୨ ପ୍ରକାର ବଜାର ରହିଛି । ଯଥା :-

1 - ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Perfect competition Market)

2 - ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Imperfect competition Market)


1-ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରୁ ଆୟ ରେଖା :- (Revenue curve under perfect competition market)

  • ପୂର୍ଣ୍ଣ ପ୍ରତିଯୋଗିତାମୂଳକ ହେଉଛି ଅର୍ଥଶାସ୍ତ୍ରର ଏକ କାଳ୍ପନିକ ବା ଆଦର୍ଶ ବଜାର ସ୍ଥିତି, ଯେଉଁଠାରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଦ୍ରବ୍ୟ ବିକ୍ରୟ କରୁଥିବା ଅସଂଖ୍ୟ କ୍ରେତା ଓ ବିକ୍ରେତା ଉପସ୍ଥିତ ଥାଆନ୍ତି । ଏହି ବଜାରରେ କୌଣସି ଜଣେ ଏକକ କ୍ରେତା ବା ବିକ୍ରେତାଙ୍କର ଦ୍ରବ୍ୟର ଦର (Price) ଉପରେ କୌଣସି ପ୍ରତ୍ୟକ୍ଷ ନିୟନ୍ତ୍ରଣ ନଥାଏ ।

ଦର
ବିକ୍ରିତ
ଦ୍ରବ୍ୟର
ପରିମାଣ
TRARMR
101101010
102201010
103301010
104401010
105501010

ମୋଟ ଆୟ (Total Revenue) :-

(i) ମୋଟ ଆୟ ହେଉଛି ଦ୍ରବ୍ୟର ଦର ଓ ବିକ୍ରିତ ଦ୍ରବ୍ୟର ପରିମାଣର ଗୁଣଫଳ ।


(ii)
ଅର୍ଥାତ୍ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ଏ କ୍ଷେତ୍ରରେ ମୋଟ ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ଵଗାମୀ ହୋଇଥାଏ ।



ହାରାହାରି ଆୟ (Average Revenue) :-

(i) ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

(ii) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ସ୍ଥିତିରେ ହାରାହାରି ଆୟ, ଦ୍ରବ୍ୟର ଦର ସହ ସମାନ ହୋଇଥାଏ । ଅର୍ଥାତ୍ ବିକ୍ରିତ ଉତ୍ପାଦ ପରିମାଣ ବୃଦ୍ଧିହେଲେ ମଧ୍ୟ ତାହା ପ୍ରତ୍ୟେକ ଏକକରେ ସ୍ଥିର ଥାଏ । ହାରାହାରି ଆୟ ରେଖାର ଆକାର ଆନୁଭୂମିକ ବା -ଅକ୍ଷ ସହ ସମାନ୍ତରାଳ ।



ସୀମାନ୍ତ ଆୟ (Marginal Revenue) :-

(i) ସୀମାନ୍ତ ଆୟ ହେଉଛି ଏକ ଅତିରିକ୍ତ ଆୟ ଯାହାକି ଏକ ଅତିରିକ୍ତ ଦ୍ରବ୍ୟର ବିକ୍ରୟ ଫଳରେ ମିଳିଥାଏ ।

(ii) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର ରହିଥାଏ । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।


ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ଓ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ

  • ସାରଣୀରୁ ଜଣାଯାଏ ଯେ, ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟ ରେଖା ପରସ୍ପର ସହ ସମାନ ହୋଇ ଦର ସହ ସମାନ ହେବ ।

 


  • ଉକ୍ତ ଚିତ୍ରରେ AR=MR ରେଖା ହେଉଛି ହାରାହାରି ଆୟ ଓ ସୀମାନ୍ତ ଆୟରେଖା । ଉଭୟେ ଏକ ଓ ଅଭିନ୍ନ । ପ୍ରତ୍ୟେକ ଏକକରେ ଏହା ଦର ସହ ସମାନ । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ


2-ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରୁ ଆୟରେଖା :- (Revenue curve under Imperfect Competition Market) :-

(i) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କର ସଂଖ୍ୟା କମ୍, ତେଣୁ ଉତ୍ପାଦନ ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ ।

(ii) ସାଧାରଣତଃ ଦର ଓ ବିକ୍ରିତ ଏକକ ମଧ୍ୟରେ ବିପରୀତ ସମ୍ପର୍କ ଥାଏ । ଅର୍ଥାତ୍ ଦର ବୃଦ୍ଧି ହେଲେ ବିକ୍ରିତ ଏକକ ପରିମାଣ ହ୍ରାସ ପାଏ ଏବଂ ଦର ହ୍ରାସ ହେଲେ ବିକ୍ରିତ ଏକକର ପରିମାଣ ବୃଦ୍ଧି ପାଏ ।

ଦର
ବିକ୍ରିତ
 ଦ୍ରବ୍ୟର
ପରିମାଣ
TRARMR
101101010
921898
832486
742874
653062
563050
47284-2

ମୋଟ ଆୟ (Total Revenue) :-

(i) ମୋଟ ଆୟ ହେଉଛି ଦ୍ରବ୍ୟର ଦର ଓ ବିକ୍ରିତ ଦ୍ରବ୍ୟର ପରିମାଣର ଗୁଣଫଳ ।

(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ସ୍ଥିତିରେ ମୋଟ ଆୟ ବିକ୍ରିତ ଦ୍ରବ୍ୟର ପରିମାଣ ସହିତ ପ୍ରଥମେ ବୃଦ୍ଧି ପାଏ ଓ ତା' ପରେ ହ୍ରାସ ପାଏ ।

(iii) ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।



ହାରାହାରି ଆୟ (Average Revenue) :-

(i) ମୋଟ ଆୟକୁ ବିକ୍ରିତ ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ଆକଳନ କରାଯାଏ ।

(ii) ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ ।

(iii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।



ସୀମାନ୍ତ ଆୟ (Marginal Revenue) :-

(i) ସୀମାନ୍ତ ଆୟ ହେଉଛି ଏକ ଅତିରିକ୍ତ ଆୟ, ଯାହାକି ଏକ ଅତିରିକ୍ତ ଏକକର ବିକ୍ରୟ ଫଳରେ ମିଳିଥାଏ ।

(ii) ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ । ତା' ପରେ , ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।



ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ଓ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ

        ସାରଣୀରୁ ଜଣାଯାଏ ଯେ, ବିକ୍ରିତ ଉତ୍ପାଦର ପ୍ରଥମ ଏକକରେ ଉଭୟ ହାରାହାରି ଆୟ ସୀମାନ୍ତ ଆୟ ସମାନ । ତା' ପରେ ଉଭୟ ହ୍ରାସ ପାଉଥିଲେ ମଧ୍ୟ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ । କାରଣ ସୀମାନ୍ତ ଆୟ ୨ ଟଙ୍କା ହାରରେ ହ୍ରାସ ପାଉଥିଲାବେଳେ ହାରାହାରି ଆୟ ୧ ଟଙ୍କା ହାରରେ ହ୍ରାସ ପାଉଛି । ତେଣୁ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା ଉଭୟ ଏକ ବିନ୍ଦୁରେ ଉତ୍ପନ୍ନ ହେଲେ ମଧ୍ୟ ହାରାହାରି ଆୟରେଖା ସର୍ବଦା ସୀମାନ୍ତ ଆୟରେଖାର ଉପର ସ୍ତରରେ ରହିବ ।

 


ଉକ୍ତ ଚିତ୍ରରେ ହାରାହାରି ଆୟରେଖା (AR) ସୀମାନ୍ତ ଆୟରେଖା (MR) ର ଉପର ସ୍ତରରେ ରହିଛି । Y ଅକ୍ଷର ଯେକୌଣସି ବିନ୍ଦୁରୁ MR ର ଆନୁଭୂମିକ ଦୂରତ୍ୱ AR ର ଆନୁଭୂମିକ ଦୂରତ୍ୱର ସର୍ବଦା ଅର୍ଦ୍ଧେକ ।

ତେଣୁ, ଏଠାରେ

 

Post a Comment

أحدث أقدم