ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦର ନିର୍ଦ୍ଧାରଣ (Price determination under perfect competition market)
ଉପକ୍ରମ (Introduction) :-
(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କହିଲେ ସେହି
ବଜାରସ୍ଥିତିକୁ ବୁଝାଏ, ଯେଉଁ ବଜାରସ୍ଥିତିରେ ଅସଂଖ୍ୟ କ୍ରେତା ଓ ବିକ୍ରେତା ସମଜାତୀୟ ଦ୍ରବ୍ୟ କ୍ରୟବିକ୍ରୟ
କରନ୍ତି ଏବଂ ଦ୍ରବ୍ୟର ଦର ପ୍ରତ୍ୟେକ କ୍ଷେତ୍ରରେ ସମାନ ।
(ii) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ସମଜାତୀୟ
ଦ୍ରବ୍ୟ କ୍ରୟବିକ୍ରୟ ହେଉଥିବାରୁ କୌଣସି ବିକ୍ରେତା ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ
। ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଚାହିଦା ଓ ଯୋଗାଣକୁ ନେଇ ବଜାର ଦର ନିର୍ଦ୍ଧାରିତ ହୁଏ
।
(iii) ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାରରେ ସନ୍ତୁଳନ
ଦର ନିର୍ଦ୍ଧାରିତ ହୋଇଥାଏ ।ସନ୍ତୁଳନ ଦର କହିଲେ ସେହି ଦରକୁ ବୁଝାଏ, ଯେଉଁ ଦରରେ ଚାହିଦା ଓ ଯୋଗାଣ
ପରିମାଣ ସମାନ ହୋଇଥାଏ ।
According
to Marshall :-
👉ଗୋଟିଏ କାଞ୍ଚିର
ଦୁଇଟି ଧାର ଯେପରି ଏକ କାଗଜ କାଟିବାରେ ସାହାଯ୍ୟ କରେ, ସେହିପରି ଦର ନିର୍ଦ୍ଧାରଣ କ୍ଷେତ୍ରରେ ଦୁଇଟି
ଧାରର ଆବଶ୍ୟକତା ରହିଛି ।ଯଥା-
୧ - ଚାହିଦା
ଧାର
୨ - ଯୋଗାଣ ଧାର
୧ - ଚାହିଦା ଧାର (Demand Side) :-
(i)
ଏକ ନିର୍ଦ୍ଦିଷ୍ଟ ସମୟରେ
ଏକ ନିର୍ଦ୍ଦିଷ୍ଟ ଦରରେ ଯେତିକି ପରିମାଣର ଦ୍ରବ୍ୟ କ୍ରୟ କରାଯାଏ, ତାହାକୁ ଚାହିଦା କୁହାଯାଏ ।
(ii)
ପୂର୍ଣ୍ଣ ପ୍ରତିଯୋଗିତା
ମୂଳକ ବଜାରରେ କୌଣସି ଉପଭୋକ୍ତା ବା କ୍ରେତା ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବରଂ ସେ
ଦ୍ରବ୍ୟର ବଜାର ଦରଦ୍ୱାରା ପ୍ରଭାବିତ ହୁଅନ୍ତି ।
(iii)
ଉପଭୋଗ ସମୟରେ ଉପଭୋକ୍ତା
ବଜାର ଦରକୁ ସୀମାନ୍ତ ଉପଯୋଗିତା ସହ ତୁଳନା କରନ୍ତି ।
(iv)
ଚାହିଦା ସୂତ୍ର ଅନୁସାରେ ,"ଅନ୍ୟାନ୍ୟ
ସମସ୍ତ ବିଷୟ ଅପରିବର୍ତ୍ତିତ ରହି ଦ୍ରବ୍ୟର ଦର ବୃଦ୍ଧି ହେଲେ ଚାହିଦା ପରିମାଣ ହ୍ରାସ ପାଏ ଏବଂ ଦ୍ରବ୍ୟର
ଦର ହ୍ରାସ ହେଲେ ଚାହିଦା ପରିମାଣ ବୃଦ୍ଧିପାଏ ।"
(v)
ତେଣୁ ଦ୍ରବ୍ୟର ଦର ଓ ଚାହିଦା
ପରିମାଣ ମଧ୍ୟରେ ପରୋକ୍ଷ ବା ବିପରୀତ ସମ୍ପର୍କ ସୃଷ୍ଟି ହୋଇଥାଏ ।
👉ତାହାକୁ ଏକ ସାରଣୀ ଓ ରେଖାଚିତ୍ର
ମାଧ୍ୟମରେ ପ୍ରକାଶ କରାଯାଇପାରେ ।
ସାରଣୀ (Table) :-
ଦ୍ରବ୍ୟର ଦର (ଟଙ୍କା) | ଚାହିଦା ପରିମାଣ (kg) |
| 10 | 35 |
| 20 | 28 |
| 30 | 25 |
| 40 | 15 |
| 50 | 10 |
👉ଉପରୋକ୍ତ ସାରଣୀରେ
ଦ୍ରବ୍ୟର ଦର ଓ ଚାହିଦା ପରିମାଣ ମଧ୍ୟରେ ବିପରୀତ ସମ୍ପର୍କ ପରିଲକ୍ଷିତ ହେଉଛି ।
ରେଖାଚିତ୍ର (Diagram) :-
👉ଉପରୋକ୍ତ ରେଖାଚିତ୍ରରେ
'DD' ହେଉଛି ବଜାର ଚାହିଦା ରେଖା । ତାହାର ଆକାର ବାମରୁ ଡାହାଣକୁ ନିମ୍ନଗାମୀ ।
୨ - ଯୋଗାଣ ଧାର (Supply Side) :-
(i) ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦରରେ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରୟ ପାଇଁ ବଜାରକୁ ଆଣେ, ତାହାକୁ ଯୋଗାଣ କୁହାଯାଏ ।
(ii) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ସମସ୍ତ ବିକ୍ରେତା ଦର ଗ୍ରହଣକାରୀ (Price taker) ହୋଇଥାନ୍ତି । କୌଣସି ବିକ୍ରେତା ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ ।
(iii) ଯୋଗାଣ ସମୟରେ ବିକ୍ରେତା ବା ପ୍ରତିଷ୍ଠାନ ଦ୍ରବ୍ୟର ଦର ସହ ସୀମାନ୍ତ ପରିବ୍ୟୟ () ର ତୁଳନା କରନ୍ତି ।
(iv) ଯୋଗାଣ ସୂତ୍ର ଅନୁସାରେ , "ଅନ୍ୟାନ୍ୟ ସମସ୍ତ ବିଷୟ ଅପରିବର୍ତ୍ତିତ ରହି ଦ୍ରବ୍ୟର ଦର ବୃଦ୍ଧି ହେଲେ ଯୋଗାଣ ପରିମାଣ ବୃଦ୍ଧି ହୁଏ ଏବଂ ଦ୍ରବ୍ୟର ଦର ହ୍ରାସ ହେଲେ ଯୋଗାଣ ପରିମାଣ ହ୍ରାସ ପାଏ ।"
(v) ତେଣୁ ଦ୍ରବ୍ୟର ଦର ଓ ଯୋଗାଣ ପରିମାଣ ମଧ୍ୟରେ ପ୍ରତ୍ୟକ୍ଷ ବା ଧନାତ୍ମକ ସମ୍ପର୍କ ସୃଷ୍ଟି ହୋଇଥାଏ ।
👉ତାହାକୁ ଏକ ସାରଣୀ ଓ ରେଖାଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇପାରେ ।
ସାରଣୀ (Table) :-
ଦ୍ରବ୍ୟର ଦର (ଟଙ୍କା) | ଯୋଗାଣ ପରିମାଣ (Kg) |
| 10 | 0 |
| 20 | 20 |
| 30 | 25 |
| 40 | 32 |
| 50 | 35 |
👉ଉପରୋକ୍ତ ସାରଣୀରୁ
ସ୍ପଷ୍ଟ ଯେ ଦ୍ରବ୍ୟର ଦର ଓ ଯୋଗାଣ ପରିମାଣ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦେଖାଯାଏ ।
ରେଖାଚିତ୍ର (Diagram) :-
👉ଉପରୋକ୍ତ ରେଖାଚିତ୍ରରେ 'SS' ହେଉଛି ଯୋଗାଣ ରେଖା । ତାହାର ଆକାର ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ।
ସନ୍ତୁଳନ ଦର ନିର୍ଦ୍ଧାରଣ (Determination Equilibrium Price) :-
(i)
ସନ୍ତୁଳନ ହେଉଛି ଏକ ଭାରସାମ୍ୟ
ଅବସ୍ଥା ଯାହାର ପରିବର୍ତ୍ତନ ପ୍ରବୃତ୍ତି ନ ଥାଏ । ଅନ୍ୟ ଅର୍ଥରେ କହିଲେ ଯେଉଁ ଦରରେ ବିକ୍ରେତାମାନେ
ବିକ୍ରୟ କରିବାକୁ ଚାହାଁନ୍ତି, କ୍ରେତାମାନେ ସେହି ଦରରେ କ୍ରୟ କରିଥାନ୍ତି, ସେହି ଦରକୁ ସନ୍ତୁଳନ
ଦର କୁହାଯାଏ ।
(ii)
ଯେଉଁ ଦରରେ ଚାହିଦା ପରିମାଣ
ସହ ଯୋଗାଣ ପରିମାଣ ସମାନ, ସେଠାରେ ସନ୍ତୁଳନ ଦର ନିର୍ଦ୍ଧାରଣ ହୁଏ ।
(iii)
ଯେତେବେଳେ ଦ୍ରବ୍ୟର ଦର,
ସୀମାନ୍ତ ଉପଯୋଗିତା ସହିତ ସୀମାନ୍ତ ପରିବ୍ୟୟ ସମାନ ହୁଏ, ସେତେବେଳେ ସନ୍ତୁଳନ ଦର ନିର୍ଦ୍ଧାରଣ ହୁଏ
।
👉ସନ୍ତୁଳନ ଦରକୁ
ଏକ ସାରଣୀ ମାଧ୍ୟମରେ ପ୍ରକାଶ କରାଯାଇପାରେ ।
ସାରଣୀ (Table) :-
ଦ୍ରବ୍ୟର ଦର (ଟଙ୍କା) | ଚାହିଦା ପରିମାଣ (Kg) | ଯୋଗାଣ ପରିମାଣ (Kg) |
| 10 | 35 | 0 |
| 20 | 28 | 20 |
| 30 | 25 | 25 |
| 40 | 15 | 32 |
| 50 | 10 | 35 |
ଉପରୋକ୍ତ ସାରଣୀରୁ ଏହା ସ୍ପଷ୍ଟ ଯେ 30 ଟଙ୍କା ହେଉଛି ସନ୍ତୁଳନ ଦର । କାରଣ ଏହି ଦରରେ ଚାହିଦା ପରିମାଣ ଓ ଯୋଗାଣ ପରିମାଣ ସହ ସମାନ ଏବଂ 25 kg ହେଉଛି ସନ୍ତୁଳନ ପରିମାଣ ।
ରେଖାଚିତ୍ର (Diagram) :-
👉ଉପରୋକ୍ତ ରେଖାଚିତ୍ରରେ
'DD' ହେଉଛି ବଜାର ଚାହିଦା ରେଖା ଏବଂ 'SS' ହେଉଛି ବଜାର ଯୋଗାଣ ରେଖା । ଏହି ଦୁଇଟି ରେଖା 'E'
ବିନ୍ଦୁରେ ପରସ୍ପରକୁ ଛେଦ କରନ୍ତି । ତେଣୁ 'E' ବିନ୍ଦୁ ହେଉଛି ସନ୍ତୁଳନ ବିନ୍ଦୁ ବା ଅବସ୍ଥା ।
ଏହି ବିନ୍ଦୁରେ ଦ୍ରବ୍ୟର ଦର 30 ଟଙ୍କା ଓ ଚାହିଦା ଓ ଯୋଗାଣ ପରିମାଣ 25 kg ହୋଇଥିବାରୁ, 30 ଟଙ୍କା
ହେଉଛି ସନ୍ତୁଳନ ଦର ଓ 25 kg ହେଉଛି ସନ୍ତୁଳନ ପରିମାଣ ।
👉ଯଦି ବଜାର ଦର
ସନ୍ତୁଳନ ଦରଠାରୁ ଅଧିକ ହୁଏ ତେବେ ଯୋଗାଣର ପରିମାଣ ଚାହିଦା ପରିମାଣ ଠାରୁ ଅଧିକ ହେବ । ଫଳସ୍ବରୂପ
ଯୋଗାଣ ସହ ଚାହିଦା ସମାନ ନହେବା ପର୍ଯ୍ୟନ୍ତ ଏହି ଦର ହ୍ରାସ ପ୍ରକ୍ରିୟା ଚାଲୁ ରହେ ଏବଂ ଶେଷରେ ସନ୍ତୁଳନ
ସ୍ତରରେ ପହଞ୍ଚିଥାଏ ।
👉ଅନ୍ୟ ପକ୍ଷରେ
ଯଦି ବଜାର ଦର ସନ୍ତୁଳନ ଦର ଠାରୁ କମ୍ ହୁଏ ତେବେ ଯୋଗାଣର ପରିମାଣ ଚାହିଦା ପରିମାଣ ଠାରୁ ହ୍ରାସ
ହେବ, ଫଳ ସ୍ବରୂପ ଯୋଗାଣ ସହ ଚାହିଦା ସମାନ ହେବା ପର୍ଯ୍ୟନ୍ତ ଏହି ଦର ବୃଦ୍ଧି ପ୍ରକ୍ରିୟା ଚାଲୁ
ରହେ ଏବଂ ଶେଷରେ ସନ୍ତୁଳନ ସ୍ତରରେ ପହଞ୍ଚିଥାଏ ।
ଉଦ୍ବୃତ୍ତ ଚାହିଦା (Excess Demand) :-
(i) ଯେତେବେଳେ ଯୋଗାଣ ପରିମାଣଠାରୁ ଚାହିଦା ପରିମାଣ
ଅଧିକ ହୁଏ, ତାହାକୁ ଉଦ୍ବୃତ୍ତ ଚାହିଦା ବା ଅଧିକ ଚାହିଦା କୁହାଯାଏ ।
(ii) (ଉଦ୍ବୃତ୍ତ ଚାହିଦା)
(iii) ଯେତେବେଳେ ଦ୍ରବ୍ୟର ଦର ହ୍ରାସ ହୁଏ, ସେତେବେଳେ
ଉଦ୍ବୃତ୍ତ ଚାହିଦା ଦେଖାଯାଏ ।
ଉଦ୍ବୃତ୍ତ ଯୋଗାଣ (Excess Supply) :-
(i) ଯେତେବେଳେ ଚାହିଦା ପରିମାଣଠାରୁ ଯୋଗାଣ ପରିମାଣ
ଅଧିକ ହୁଏ, ତାହାକୁ ଉଦ୍ବୃତ୍ତ ଯୋଗାଣ ବା ଅଧିକ ଯୋଗାଣ କୁହାଯାଏ ।
(ii) (ଉଦ୍ବୃତ୍ତ ଯୋଗାଣ)
(iii) ଯେତେବେଳେ ଦ୍ରବ୍ୟର ଦର ବୃଦ୍ଧି ହୁଏ, ସେତେବେଳେ
ଉଦ୍ବୃତ୍ତ ଯୋଗାଣ ଦେଖାଯାଏ ।
ସନ୍ତୁଳନ ଦର ବିନ୍ଦୁ :-
👉ଯେଉଁ ବିନ୍ଦୁରେ
ଚାହିଦା ରେଖା ଓ ଯୋଗାଣ ରେଖା ପରସ୍ପରକୁ ଛେଦ କରନ୍ତି, ସେହି ବିନ୍ଦୁକୁ ସନ୍ତୁଳନ ବିନ୍ଦୁ କୁହାଯାଏ
।
👉ଉପରୋକ୍ତ ରେଖାଚିତ୍ରରେ
'E' ବିନ୍ଦୁ ହେଉଛି ସନ୍ତୁଳନ ବିନ୍ଦୁ । କାରଣ ଏଠାରେ ଉଭୟ ଚାହିଦା ଓ ଯୋଗାଣ ରେଖା ପରସ୍ପରକୁ ଛେଦ
କରିଛନ୍ତି ।
ଚାହିଦା ଓ ଯୋଗାଣରେ ପରିବର୍ତ୍ତନ ଓ ସନ୍ତୁଳନ ଦର
👉ଉପରିସ୍ଥ ଆଲୋଚନାରୁ
ଏହା ସୁସ୍ପଷ୍ଟ ଯେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଚାହିଦା ଓ ଯୋଗାଣ ଉଭୟ ଶକ୍ତି ଦ୍ଵାରା ସନ୍ତୁଳନ
ଦର ନିର୍ଦ୍ଧାରିତ ହୋଇଥାଏ । ଅତଏବ ଏହି ଦୁଇଟି ନିର୍ଣ୍ଣାୟକ ମଧ୍ୟରୁ ଗୋଟିକରେ ବା ଉଭୟରେ ପରିବର୍ତ୍ତନ
ଘଟିଲେ, ସନ୍ତୁଳନ ଦରରେ ମଧ୍ୟ ପରିବର୍ତ୍ତନ ଘଟିଥାଏ ।
ଚାହିଦାରେ ପରିବର୍ତ୍ତନ ଓ ସନ୍ତୁଳନ ଦର
👉ପୂର୍ବରୁ ଆଲୋଚିତ
ହୋଇଛି ଯେ, ଦର ଅପରିବର୍ତ୍ତିତ ରହି ଅନ୍ୟାନ୍ୟ ସମସ୍ତ ଉପାଦାନମାନଙ୍କର (ଯଥା-ଆୟ, ଖାଉଟିଙ୍କ ରୁଚି ଓ ଆଗ୍ରହ, ସମ୍ପର୍କିତ
ଦ୍ରବ୍ୟର ଦର, ଜଳବାୟୁ) ପରିବର୍ତ୍ତନ ଫଳରେ ଚାହିଦାରେ ପରିବର୍ତ୍ତନ ହୋଇଥାଏ । ଏହାର ପରିଣାମରେ ଚାହିଦାରେଖା
ସ୍ଥାନ ପରିବର୍ତ୍ତନ କରିଥାଏ । ଚାହିଦାରେ ବୃଦ୍ଧି ହେଲେ ଚାହିଦା ରେଖାର ଡାହାଣକୁ ଓ ଚାହିଦାରେ ହ୍ରାସ
ହେଲେ ଚାହିଦା ରେଖାର ବାମକୁ ସ୍ଥାନଚ୍ୟୁତି ଘଟିଥାଏ । ଫଳରେ ସନ୍ତୁଳନ ଦର ମଧ୍ୟ ପରିବର୍ତ୍ତିତ ହୋଇଥାଏ
।
👉ଉକ୍ତ ରେଖାଚିତ୍ରରେ
DD ମୂଳ ଚାହିଦାରେଖା ଓ SS ମୂଳଯୋଗାଣ ରେଖା ହିସାବରେ ନିଆଯାଇଛି । E ଉଭୟ ରେଖାର ଛେଦନ ବିନ୍ଦୁ
। ଏଠାରେ OP ସନ୍ତୁଳନ ଦର ଓ OQ ସନ୍ତୁଳନ ପରିମାଣ ନିର୍ଦ୍ଧାରିତ ହୋଇଅଛି । ବର୍ତ୍ତମାନ, ଚାହିଦାକୁ
ପ୍ରଭାବିତ କରୁଥିବା ଅଣ-ଦର ଉପାଦାନଗୁଡ଼ିକରେ ଅନୁକୂଳ ପରିବର୍ତ୍ତନ ହେଲେ, ଚାହିଦାରେଖାଟି ଡାହାଣକୁ
ସ୍ଥାନାନ୍ତରିତ ହୋଇ ଯେଉଁ ନୂତନ ଚାହିଦାରେଖା ସୃଷ୍ଟିହେବ, ତାହାକୁ ଉକ୍ତ ରେଖାଚିତ୍ରରେ ଭାବରେ ପ୍ରଦର୍ଶିତ ହୋଇଅଛି । ଏହି ନୂତନ ଚାହିଦା ରେଖା ମୂଳ ଯୋଗାଣରେଖାକୁ
ବିନ୍ଦୁରେ ଛେଦ କରୁଛି।
ଫଳସ୍ବରୂପ
ନୂତନ ସନ୍ତୁଳନ ଦର ଏବଂ
ନୂତନ ସନ୍ତୁଳନ ପରିମାଣ ନିର୍ଦ୍ଧାରଣ ହୋଇଅଛି ।
👉ଠିକ୍ ସେହିଭଳି
ଚାହିଦାକୁ ପ୍ରଭାବିତ କରୁଥିବା ଅଣ-ଦର ଉପାଦାନଗୁଡ଼ିକରେ ପ୍ରତିକୂଳ ପରିବର୍ତ୍ତନ ହେଲେ ଚାହିଦାରେଖା
ବାମକୁ ସ୍ଥାନାନ୍ତରିତ ହେବ। ଏହି ସ୍ଥାନାନ୍ତରିତ ଚାହିଦାରେଖା ସ୍ଥିତିକୁ ଆସି ଏହା ମୂଳ ଯୋଗାଣରେଖାକୁ
ବିନ୍ଦୁରେ ଛେଦନ କରିବ। ଫଳରେ ନୂତନ ସନ୍ତୁଳନ ଦର
ଏବଂ ନୂତନ ସନ୍ତୁଳନ ପରିମାଣ
ହେବ। ଅତଏବ ଯୋଗାଣ ଅପରିବର୍ତ୍ତିତ ରହି ଚାହିଦାରେ ପ୍ରତିକୂଳ ପରିବର୍ତ୍ତନ
ହେଲେ, ସନ୍ତୁଳନ ଦର ଓ ସନ୍ତୁଳନ ପରିମାଣ ହ୍ରାସ ହେବ।
ଯୋଗାଣରେ ପରିବର୍ତ୍ତନ ଓ ସନ୍ତୁଳନ ଦର
👉ଚାହିଦା ସ୍ଥିର
ରହି ଯୋଗାଣରେ ପରିବର୍ତ୍ତନ ହେଲେ, ସନ୍ତୁଳନ ଦର ଓ ସନ୍ତୁଳନ ପରିମାଣରେ ମଧ୍ୟ ପରିବର୍ତ୍ତନ ହୋଇଥାଏ।
ଦ୍ରବ୍ୟର ଦର ସ୍ଥିର ରହି ,ଅଣ-ଦର ଉପାଦାନ, ଯଥା – ସମ୍ପର୍କିତ ଦ୍ରବ୍ୟର ଦର, ଉତ୍ପାଦନ ସାଧନମାନଙ୍କର
ଦର, ଉତ୍ପାଦନ କୌଶଳ, ଭବିଷ୍ୟତ ଦର ପ୍ରତ୍ୟାଶା ଇତ୍ୟାଦିରେ ପରିବର୍ତ୍ତନ ହେଲେ ଯୋଗାଣରେଖା ସ୍ଥାନାନ୍ତରିତ
ହୋଇଥାଏ।
👉ରେଖାଚିତ୍ରରେ
DD ମୂଳ ଚାହିଦା ରେଖା ଅଟେ। ମୂଳ ଯୋଗାଣ ରେଖା SS ଏହାକୁ E ବିନ୍ଦୁରେ ଛେଦନ କରୁଅଛି। ଏହାଦ୍ବାରା
OP ସନ୍ତୁଳନ ଦର ଓ OQ ସନ୍ତୁଳନ ପରିମାଣ ନିର୍ଦ୍ଧାରିତ ହୋଇଅଛି। ବର୍ତ୍ତମାନ ଯୋଗାଣରେ ବୃଦ୍ଧି ଘଟିବା
ଫଳରେ ଯୋଗାଣ ରେଖା ଡାହାଣକୁ ସ୍ଥାନାନ୍ତରିତ ହୋଇ ସ୍ଥିତିକୁ ଆସିଅଛି। ଏହା ମୂଳ ଚାହିଦାରେଖାକୁ
ବିନ୍ଦୁରେ ଛେଦ କରୁଅଛି। ଫଳରେ ନୂତନ ସନ୍ତୁଳନ ଦର
ଏବଂ ସନ୍ତୁଳନ ପରିମାଣ
ନିର୍ଦ୍ଧାରିତ ହୋଇଅଛି।
👉ଠିକ୍ ସେହିଭଳି
ଯୋଗାଣରେ ହ୍ରାସ ଘଟିଲେ ଯୋଗାଣ ରେଖା ବାମକୁ ସ୍ଥାନାନ୍ତରିତ ହୋଇଥାଏ। ଏହି ନୂତନ ରେଖା ଭାବରେ ଦର୍ଶାଯାଇଛି। ଏହା ମୂଳଚାହିଦା ରେଖାକୁ
ବିନ୍ଦୁରେ ଛେଦ କରୁଛି। ଫଳରେ
ନୂତନ ସନ୍ତୁଳନ ଦର ଓ
ନୂତନ ସନ୍ତୁଳନ ପରିମାଣ ନିର୍ଦ୍ଧାରିତ ହୋଇଅଛି।
👉ଏଠାରେ ଲକ୍ଷ୍ୟ
କରିବାର କଥା ଯେ ଚାହିଦା ଅପରିବର୍ତ୍ତିତ ରହି ଯୋଗାଣ ବୃଦ୍ଧି ହେଲେ, ସନ୍ତୁଳନ ଦର ହ୍ରାସ ପାଏ ଏବଂ
ଯୋଗାଣ ହ୍ରାସ ହେଲେ ସନ୍ତୁଳନ ଦର ବୃଦ୍ଧି ପାଇଥାଏ।
ସନ୍ତୁଳନ ଦର ଉପରେ ଉଭୟ ଯୋଗାଣ ଓ ଚାହିଦା ପରିବର୍ତ୍ତନର ପ୍ରଭାବ
👉ଯୋଗାଣ ଓ ଚାହିଦା
ଏକ ସମୟରେ ପରିବର୍ତ୍ତିତ ହେଲେ ସନ୍ତୁଳନ ଦରର ପରିବର୍ତ୍ତନ ଉଭୟ ଯୋଗାଣ ଓ ଚାହିଦାର ଆନୁପାତିକ ପରିବର୍ତ୍ତନ
ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୂପ ଯୋଗାଣ ଓ ଚାହିଦା ଉଭୟ ସମଅନୁପାତରେ ପରିବର୍ତ୍ତିତ ହେଲେ
ସନ୍ତୁଳନ ଦର ଅପରିବର୍ତ୍ତିତ ରହି ସନ୍ତୁଳନ ପରିମାଣରେ ପରିବର୍ତ୍ତନ ହୋଇଥାଏ। ଯେତେବେଳେ ଚାହିଦା
ଓ ଯୋଗାଣ ଉଭୟ ଭିନ୍ନ ଅନୁପାତରେ ପରିବର୍ତ୍ତିତ ହୁଏ, ଯେଉଁ ଉପାଦାନଟି ଅଧିକ ପରିବର୍ତ୍ତିତ ହୁଏ,
ସନ୍ତୁଳନ ଦର ତାହାଦ୍ୱାରା ପ୍ରଭାବିତ ହୋଇଥାଏ। ନିମ୍ନରେ ଚାହିଦା ଓ ଯୋଗାଣ ଉଭୟ ଭିନ୍ନ ଅନୁପାତରେ
ପରିବର୍ତ୍ତିତ ହେଲେ ତାହାଦ୍ୱାରା ସନ୍ତୁଳନ ଦର କିଭଳି ପ୍ରଭାବିତ ହୋଇଥାଏ, ରେଖାଚିତ୍ର ମାଧ୍ୟମରେ
ପ୍ରଦର୍ଶିତ ହୋଇଅଛି।
👉ରେଖାଚିତ୍ରରେ
ମୂଳ ଚାହିଦାରେଖା DD ଏବଂ ମୂଳ ଯୋଗାଣରେଖା SS ଦ୍ୱାରା ସନ୍ତୁଳନ ଦର OP ଏବଂ ସନ୍ତୁଳନ ପରିମାଣ
OQ ନିର୍ଦ୍ଧାରିତ ହୋଇଅଛି। ଧରିନିଆଯାଉ ଚାହିଦାର ଯେଉଁ ଅନୁପାତରେ ବୃଦ୍ଧି ଘଟିଛି ଯୋଗାଣର ଆନୁପାତିକ
ବୃଦ୍ଧି ତାହାଠାରୁ କମ୍ ହୋଇଅଛି। ଫଳରେ ସନ୍ତୁଳନ ଦର ଓ ସନ୍ତୁଳନ ପରିମାଣରେ ବୃଦ୍ଧି ଘଟିଛି। ଏଠାରେ
ନୂତନ ସନ୍ତୁଳନ ଦର ଓ
ନୂତନ ସନ୍ତୁଳନ ପରିମାଣ ଦର୍ଶାଇଦିଆଯାଇଛି।
👉ଯଦି ଚାହିଦାର
ବୃଦ୍ଧିଠାରୁ ଯୋଗାଣର ଆନୁପାତିକ ବୃଦ୍ଧି ଅଧିକ ହୁଏ, ତେବେ ନୂତନ ସନ୍ତୁଳନ ଦର ମୂଳ ସନ୍ତୁଳନ ଦରଠାରୁ
କମ୍ ହେବ।
ବଜାର ଦର (Market Price)
(i) ବଜାରରେ ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା
ଓ ଯୋଗାଣଦ୍ୱାରା ନିରୂପିତ ହେଉଥିବା ଦରକୁ ବଜାର ଦର କୁହାଯାଏ ।
(ii) ବଜାର ଦର ଏକ ସ୍ୱଳ୍ପକାଳୀନ ଦର ଅଟେ । ଏହି
ସମୟକାଳ ଅତି ସ୍ୱଳ୍ପ ହୋଇଥିବାରୁ, ଦ୍ରବ୍ୟର ଯୋଗାଣ ପ୍ରାୟ ଉପସ୍ଥିତ ଗଚ୍ଛିତ ପରିମାଣ ମଧ୍ୟରେ ସୀମିତ
ଥାଏ।
(iii) ଏହି ସମୟକାଳରେ ଦର ନିର୍ଦ୍ଧାରଣରେ ଚାହିଦା
ଏକ ଚୂଡ଼ାନ୍ତ ଭୂମିକା ଗ୍ରହଣ କରିଥାଏ। ଚାହିଦା ବେଶୀ ହେଲେ ଦର ବୃଦ୍ଧିପାଏ। ହଠାତ୍ ଚାହିଦା ହ୍ରାସହେଲେ
ଦର ମଧ୍ୟ ହ୍ରାସ ପାଏ। ତେଣୁ ବଜାରଦର ବାରମ୍ବାର ପରିବର୍ତ୍ତିତ ହୋଇପାରେ।
ସ୍ୱାଭାବିକ ଦର (Normal Price)
(i) ସ୍ୱାଭାବିକ ଦର ଏକ କାଳ୍ପନିକ ଦର ଯାହା ଦୀର୍ଘକାଳୀନ
ଯୋଗାଣ ଓ ଚାହିଦାଦ୍ୱାରା ନିର୍ଦ୍ଧାରିତ ହୁଏ ।
(ii) ସ୍ୱାଭାବିକ ଦର ଅଧିକ ସ୍ଥାୟୀ ଓ ବଜାରର ଅସ୍ଥିରତା
ଦ୍ୱାରା ପ୍ରଭାବିତ ହୁଏନାହିଁ । ତେଣୁ ସ୍ୱାଭାବିକ ଦର ଦୀର୍ଘକାଳୀନ ସମୟରେ ପ୍ରତିଷ୍ଠିତ ହୋଇଥାଏ,
ଯେତେବେଳେ ଯୋଗାଣ ସମ୍ପୂର୍ଣ୍ଣ ରୂପେ ଚାହିଦା ସହିତ ସମାୟୋଜିତ ହୁଏ ।
| ବଜାର ଦର (Market Price) | ସ୍ଵାଭାବିକ ଦର (Normal Price) |
| (i) ବଜାରରେ ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣଦ୍ୱାରା ନିରୂପିତ ହେଉଥିବା ଦରକୁ ବଜାର ଦର କୁହାଯାଏ । | (i) ସ୍ୱାଭାବିକ ଦର ଏକ କାଳ୍ପନିକ ଦର ଯାହା ଦୀର୍ଘକାଳୀନ ଯୋଗାଣ ଓ ଚାହିଦାଦ୍ୱାରା ନିର୍ଦ୍ଧାରିତ ହୁଏ । |
| (ii) ଏହା ଏକ ବାସ୍ତବ ଦର ଅଟେ । | (ii) ଏହା ଏକ କାଳ୍ପନିକ ଦର ଅଟେ । |
| (iii) ଏହା ଏକ ସ୍ୱଳ୍ପକାଳୀନ ଦର ଅଟେ । | (iii) ଏହା ଏକ ଦୀର୍ଘକାଳୀନ ଦର ଅଟେ । |
| (iv) ଏଥିରେ ଦର ନିର୍ଦ୍ଧାରଣରେ ଚାହିଦା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । | (iv) ଏଥିରେ ଦର ନିର୍ଦ୍ଧାରଣରେ ଯୋଗାଣ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । |
| (v) ଏହି ଦର ସ୍ଥିର ନୁହେଁ । | (v) ଏହି ଦର ଅଧିକ ସ୍ଥିର । |
| (vi) ଏହା ଉତ୍ପାଦନ ପରିବ୍ୟୟରୁ କମ୍ ବା ଅଧିକ ହୋଇଥାଏ । | (vi) ଏହା ଉତ୍ପାଦନ ପରିବ୍ୟୟ ସହ ସମାନ । |
| (vii) ସମସ୍ତ ଦ୍ରବ୍ୟ କ୍ଷେତ୍ରରେ ବଜାର ଦର ଦେଖାଯାଇଥାଏ । | (vii) ଏହା କେବଳ ପୁନରୁତ୍ପାଦନ ଦ୍ରବ୍ୟ କ୍ଷେତ୍ରରେ ଦେଖାଯାଇଥାଏ । |










إرسال تعليق