ଯୋଗାଣ( Supply)
(i) ଏକ ନିର୍ଦ୍ଦିଷ୍ଟ ସମୟରେ ଭିନ୍ନ ଭିନ୍ନ ଦରରେ ଦ୍ରବ୍ୟର ଯେଉଁ ପରିମାଣ ବଜାରରେ ବିକ୍ରେତାମାନେ ଅର୍ପଣ କରିଥାନ୍ତି, ତାହାକୁ ଯୋଗାଣ କୁହାଯାଏ ।
(ii) ଅର୍ଥାତ ଉତ୍ପାଦିତ ଦ୍ରବ୍ୟର ଯେଉଁ ପରିମାଣ ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ୟରେ ଭିନ୍ନଭିନ୍ନ ଦରରେ ଦ୍ରବ୍ୟର ଯେଉଁ ପରିମାଣ ବଜାରରେ ବିକ୍ରୟ ପାଇଁ ପ୍ରେରଣ କରାଯାଇଥାଏ, ତାହାକୁ ଯୋଗାଣ କୁହାଯାଏ ।
(iii) ତେଣୁ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ସମୟ, ଏକ ନିର୍ଦ୍ଦିଷ୍ଟ ଦାମ୍, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ, ଏକ ନିର୍ଦ୍ଦିଷ୍ଟ ବଜାର ଓ ଏକ ନିର୍ଦ୍ଦିଷ୍ଟ ପରିମାଣର ସମାହାରକୁ ବୁଝାଇଥାଏ ।
(iv) ଦ୍ରବ୍ୟର ଦର ଓ ସମୟ ଆଧାରରେ ଯୋଗାଣ ନିର୍ଦ୍ଧାରିତ ହୋଇଥାଏ ।
ସଂଜ୍ଞା (Definition) :-
ପ୍ରଫେସର
ହାନ୍ସେନ୍ଙ୍କ ଭାଷାରେ, “ଭିନ୍ନ ଭିନ୍ନ ଦରରେ ବଜାରରେ ଯେତିକି ପରିମାଣ ଦ୍ରବ୍ୟ ବିକ୍ରି ପାଇଁ
ବଜାରକୁ ଆସିଥାଏ, ତାହାକୁ ଯୋଗାଣ କୁହାଯାଏ ।”
ଯୋଗାଣକୁ ପ୍ରଭାବିତ କରୁଥିବା କାରକ (Factors affecting supply):-
- ଯୋଗାଣକୁ ପ୍ରଭାବିତ କରୁଥିବା କାରକଗୁଡ଼ିକୁ ଯୋଗାଣର ନିର୍ଦ୍ଧାରକ ବୋଲି କୁହାଯାଏ । ନିର୍ଦ୍ଧାରକ ଗୁଡ଼ିକ ହେଲା-
1-ଦ୍ରବ୍ୟର
ଦର (Price of Commodity)
2-ସମ୍ପର୍କିତ
ଦ୍ରବ୍ୟର ଦର (Price of Related Good)
3-
ଉତ୍ପାଦନର ସାଧନମାନଙ୍କର ଦର (Price of factor of production)
4-
ଉତ୍ପାଦନ କୌଶଳ (Technique of production)
5-
ଦର ପ୍ରତ୍ୟାଶା (Price expectation)
6-
ପ୍ରାକୃତିକ ଉପାଦାନ (Natural factor)
7-
ସରକାରୀ ନୀତି (Govt. Policy)
1-ଦ୍ରବ୍ୟର ଦର (Price of Commodity) :-
(ii) ଦ୍ରବ୍ୟର ଦର ଓ ଯୋଗାଣ ପରିମାଣ ମଧ୍ୟରେ ପ୍ରତ୍ୟକ୍ଷ ବା ଧନାତ୍ମକ ସମ୍ପର୍କ ଦୃଷ୍ଟିଗୋଚର ହୁଏ ।
(ii) ଅର୍ଥାତ୍ ଦ୍ରବ୍ୟର ଦର ବୃଦ୍ଧି ହେଲେ ଲାଭର ପରିମାଣ ବୃଦ୍ଧି ହେବା ଆଶାରେ ଯୋଗାଣ ପରିମାଣ ବୃଦ୍ଧି ପାଏ ଏବଂ ଦ୍ରବ୍ୟର ଦର ହ୍ରାସ ହେଲେ ଲାଭର ପରିମାଣ ହ୍ରାସ ପାଇବା ଆଶାରେ ଯୋଗାଣ ପରିମାଣ ମଧ୍ୟ ହ୍ରାସ ପାଏ ।
Mathematically
:-
Symbolically :-
2-ସମ୍ପର୍କିତ
ଦ୍ରବ୍ୟର ଦର (Price of Related Good) :-
- ଗୋଟିଏ ଦ୍ରବ୍ୟର ଯୋଗାଣ ତା’ର ସମ୍ପର୍କିତ ଦ୍ରବ୍ୟର ଦର ଉପରେ ନିର୍ଭରଶୀଳ । ସମ୍ପର୍କିତ ଦ୍ରବ୍ୟର ଦର ଦୁଇ ପ୍ରକାର ଯଥା:-
a-ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ :-
b-ଅନୁପୂରକ ଦ୍ରବ୍ୟ :-
a-ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ :-
(i) ପ୍ରତିସ୍ଥାପନକ୍ଷମ
ଦ୍ରବ୍ୟ କ୍ଷେତ୍ରରେ ଗୋଟିଏ ଦ୍ରବ୍ୟର ଦର ବୃଦ୍ଧି ପାଇଲେ ଅନ୍ୟ ଦ୍ରବ୍ୟର ଯୋଗାଣ ପରିମାଣ ହ୍ରାସ ହୁଏ ।
(ii) Ex- ଚାଉଳର ଦର ବୃଦ୍ଧି ହେଲେ ଉତ୍ପାଦନକାରୀମାନେ
ଚାଉଳର ଉତ୍ପାଦନ ବୃଦ୍ଧି କରନ୍ତି । ଫଳରେ ଚାଉଳର ଯୋଗାଣ ବୃଦ୍ଧି ପାଏ ଓ ଗହମ ପ୍ରଭୃତି ପ୍ରତିସ୍ଥାପନକ୍ଷମ ଦ୍ରବ୍ୟର ଉତ୍ପାଦନ ହ୍ରାସ ପାଏ । ଫଳରେ ଯୋଗାଣ ମଧ୍ୟ ହ୍ରାସ ପାଏ ।
(iii) ଅନ୍ୟପକ୍ଷରେ ପ୍ରତିସ୍ଥାପନକ୍ଷମ
ଦ୍ରବ୍ୟ କ୍ଷେତ୍ରରେ ଗୋଟିଏ ଦ୍ରବ୍ୟର ଦର ହ୍ରାସ ହେଲେ ଅନ୍ୟ ଦ୍ରବ୍ୟର ଯୋଗାଣ ପରିମାଣ ବୃଦ୍ଧି ହେବ ।
b-ଅନୁପୂରକ
ଦ୍ରବ୍ୟ :-
(i) କେତେକ ଦ୍ରବ୍ୟ କ୍ଷେତ୍ରରେ ଯୁଗ୍ମ ଉତ୍ପାଦନର ଆବଶ୍ୟକତା ଥାଏ,
ଏ ପ୍ରକାର ଦ୍ରବ୍ୟକୁ ଅନୁପୂରକ ଦ୍ରବ୍ୟ କୁହାଯାଏ ।
(ii) Ex ପେଟ୍ରୋଲ ଓ ଆଲକାତରା ।
(iii) ପେଟ୍ରୋଲର ଦର ବୃଦ୍ଧି ହେଲେ ଅଧିକ ଲାଭ କରିବା ଆଶାରେ ଉତ୍ପାଦନକାରୀମାନେ
ପେଟ୍ରୋଲ ଉତ୍ପାଦନ ବୃଦ୍ଧି କରନ୍ତି । ପେଟ୍ରୋଲର ଯୋଗାଣ ମଧ୍ୟ ବୃଦ୍ଧି ପାଏ ଏବଂ ଆଲକାତରା ଉତ୍ପାଦନ
ମଧ୍ୟ ବୃଦ୍ଧି ପାଏ । ଫଳରେ ଆଲକାତରାର ଯୋଗାଣ ମଧ୍ୟ ବୃଦ୍ଧି ପାଏ ।
(iv) ତେଣୁ ଅନୁପୂରକ ଦ୍ରବ୍ୟ କ୍ଷେତ୍ରରେ ଗୋଟିଏ ଦ୍ରବ୍ୟର ଦର ବୃଦ୍ଧି
ହେଲେ ଅନ୍ୟ ଦ୍ରବ୍ୟର ଯୋଗାଣ ମଧ୍ୟ ବୃଦ୍ଧି ପାଏ ।
3- ଉତ୍ପାଦନର ସାଧନମାନଙ୍କର ଦର (Price of factor of production)
(i) ଦ୍ରବ୍ୟର ଯୋଗାଣ ଉତ୍ପାଦନର ସାଧନମାନଙ୍କର ଦର ଦ୍ୱାରା ପ୍ରଭାବିତ ହୋଇଥାଏ । ସାଧନଗୁଡ଼ିକର ଦର ବୃଦ୍ଧି ପାଇଲେ ପରିବ୍ୟୟ ବୃଦ୍ଧି ପାଏ ଏବଂ ଲାଭାଂଶ କମିଯାଏ । ଫଳରେ ଯୋଗାଣ ହ୍ରାସ ପାଏ ।
(ii) ଅନ୍ୟପକ୍ଷରେ ସାଧନଗୁଡ଼ିକର ଦର ହ୍ରାସ ହେଲେ ପରିବ୍ୟୟ ହ୍ରାସ ହୁଏ ଏବଂ ଲାଭାଂଶ ବୃଦ୍ଧି ପାଏ, ଫଳରେ ଯୋଗାଣ ମଧ୍ୟ ବୃଦ୍ଧି ପାଏ ।
4- ଉତ୍ପାଦନ କୌଶଳ (Technique of production)
(i) ଉତ୍ପାଦନର କୌଶଳର ପରିବର୍ତ୍ତନ ହେଲେ ଯୋଗାଣର ପରିବର୍ତ୍ତନ ହୋଇଥାଏ । ଉତ୍ପାଦନରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଅମଳ କ୍ଷମ ବିହନର ପ୍ରୟୋଗ, ରାସାୟନିକ ସାରର ପ୍ରୟୋଗ ଇତ୍ୟାଦି ବୃଦ୍ଧି ହେଲେ ଖାଦ୍ୟ ଶସ୍ୟର ଉତ୍ପାଦନ ଓ ଯୋଗାଣ ବୃଦ୍ଧି ହୋଇଥାଏ ।
5- ଦର ପ୍ରତ୍ୟାଶା (Price expectation)
(i) ଯଦି ବିକ୍ରେତା ଭବିଷ୍ୟତରେ ଦ୍ରବ୍ୟର ଦର ହ୍ରାସ ହେବାର ଆଶଙ୍କା କରନ୍ତି ତେବେ ସେ ପ୍ରଚଳିତ ଦରରେ ଅଧିକ ବିକ୍ରି ପାଇଁ ଆଗ୍ରହୀ ଫଳରେ ଯୋଗାଣ ବୃଦ୍ଧି ହୁଏ । ଅନ୍ୟ ପକ୍ଷରେ ଭବିଷ୍ୟତରେ ଦର ବୃଦ୍ଧି ର ଆଶଙ୍କା ଥିଲେ ବିକ୍ରେତା ବର୍ତ୍ତମାନ ଦ୍ରବ୍ୟ ବିକ୍ରୟ ନକରି ଗଚ୍ଛିତ କରିଥାଏ ଯାହା ଫଳରେ ଏହାର ଯୋଗାଣରେ ବାଧାପ୍ରାପ୍ତ ହୁଏ ।
6- ପ୍ରାକୃତିକ
ଉପାଦାନ (Natural factor)
(i) ପ୍ରାକୃତିକ ଉପାଦାନ ଯଥା:- ବନ୍ୟା, ବାତ୍ୟା ଓ ମରୁଡ଼ି ଫଳରେ ଉତ୍ପାଦନ ବାଧାପ୍ରାପ୍ତ ହୁଏ ଏବଂ ଯୋଗାଣ ହ୍ରାସ ପାଏ । ସମୟ ଉପଯୁକ୍ତ ସମୟ, ଉତ୍ତମ ମୌସୁମୀ ଫସଲ ଉତ୍ପାଦନ ବୃଦ୍ଧି କରେ ଏବଂ ଯୋଗାଣ ମଧ୍ୟ ବୃଦ୍ଧି କରେ ।
7- ସରକାରୀ ନୀତି (Govt. Policy)
(i) ଯଦି ସରକାର ଦ୍ରବ୍ୟର ଉତ୍ପାଦନକୁ ଆର୍ଥିକ ସହାୟତା, ଅନୁଦାନ ଓ ଟିକସ ରିହାତି ଇତ୍ୟାଦି ପ୍ରୋତ୍ସାହନ ମାନ ଯୋଗାଇ ଦେଲେ, ଦ୍ରବ୍ୟର ଉତ୍ପାଦନ ଓ ଯୋଗାଣ ବୃଦ୍ଧି ପାଏ । ଯଦି ସରକାର ଦ୍ରବ୍ୟର ଉତ୍ପାଦନ ଓ ବିକ୍ରୟ ଉପରେ ଆର୍ଥିକ ଟିକସ ଆଦାୟ କରନ୍ତି, ତାହାହେଲେ ଦ୍ରବ୍ୟର ଉତ୍ପାଦନ ହ୍ରାସ ପାଏ ଏବଂ ଯୋଗାଣ ମଧ୍ୟ ହ୍ରାସ ପାଏ ।
ଯୋଗାଣ ଫଳନ (Supply Function) :-
- ଯୋଗାଣକୁ ପ୍ରଭାବିତ କରୁଥିବା କାରକ ଓ ଯୋଗାଣ ପରିମାଣ ମଧ୍ୟରେ ଥିବା କ୍ରିୟାତ୍ମକ ସମ୍ପର୍କକୁ ଯୋଗାଣ ଫଳନ କୁହାଯାଏ ।

إرسال تعليق