ବଜାର (Market)
(i) ସାଧାରଣ
ଅର୍ଥରେ ବଜାର କହିଲେ ଗୋଟିଏ
ସ୍ଥାନକୁ ବୁଝାଏ, ଯେଉଁଠାରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ
ଯୋଗାଯୋଗ ସ୍ଥାପିତ ହୋଇ ଦ୍ରବ୍ୟମାନଙ୍କର କ୍ରୟ
ଓ ବିକ୍ରୟ ହୋଇଥାଏ । କିନ୍ତୁ ଏହା
ଅର୍ଥନୀତିରେ ଗ୍ରହଣୀୟ ନୁହେଁ ।
(ii) ଅର୍ଥନୀତି
ଅର୍ଥରେ ବଜାର କହିଲେ ଗୋଟିଏ
ଦ୍ରବ୍ୟକୁ ବୁଝାଏ, ଯେଉଁଠାରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ
ଯୋଗାଯୋଗ ସ୍ଥାପିତ ହୋଇ ଦ୍ରବ୍ୟମାନଙ୍କର କ୍ରୟ
ଓ ବିକ୍ରୟ ହୋଇଥାଏ ।
ବଜାରର ସଂଜ୍ଞା (Defination of Market)
👉ଅର୍ଥଶାସ୍ତ୍ରୀ
ଜନ୍ ଏଫ୍ ଡିଉଙ୍କ ଭାଷାରେ,
“ପରସ୍ପର ସହିତ ନିବିଡ଼ ଭାବରେ
ସଂପୃକ୍ତ ଥିବା କେତେକ ସଂଖ୍ୟକ
କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ
କୌଣସି ଏକ ଦ୍ରବ୍ୟର ବିନିମୟ
ଘଟିଲେ, ତାହାକୁ ବଜାର କୁହାଯାଏ ।”
ବଜାରର ଶ୍ରେଣୀ ବିଭାଗ (Classification of Market)
👉ଅର୍ଥନୀତିରେ ବଜାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା:-
1 - ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର (Perfect competition
market)
2 - ଅପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର (Imperfect competition
market)
a - ଏକାଧିକାର
ବଜାର (Monopoly market)
b - ଏକାଧିକାର
ମୂଳକ ପ୍ରତିଯୋଗିତା ବଜାର (Monopolistic
competition market)
c - ଅଳ୍ପାଧିକାର
ବଜାର (Oligopoly
market)
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Perfect competition market)
(i) ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର କହିଲେ, ସେହି
ବଜାର ସ୍ଥିତିକୁ ବୁଝାଏ, ଯେଉଁ ବଜାରରେ ଅସଂଖ୍ୟ
କ୍ରେତା ଓ ବିକ୍ରେତା ଏକ
ସମଜାତୀୟ ଦ୍ରବ୍ୟର କ୍ରୟ ଓ ବିକ୍ରୟ
କରନ୍ତି ଏବଂ ଦ୍ରବ୍ୟର ଦର
ପ୍ରତ୍ୟେକ ଏକକରେ ସମାନ ।
(ii) ପୂର୍ଣ୍ଣ
ପ୍ରତିଯୋଗିତା ମୂଳକ ବଜାର କହିଲେ
ସେହି ବଜାରକୁ ବୁଝାଏ ଯେଉଁଠି ବିପୁଳ ସଂଖ୍ୟାର କ୍ରେତା ଓ ବିକ୍ରେତା ଏକ
ସମଜାତୀୟ ଦ୍ରବ୍ୟର କିଣାବିକା ପାଇଁ ପରସ୍ପର ମଧ୍ୟରେ
ପ୍ରତିଯୋଗିତା କରିଥାନ୍ତି, ଯଦ୍ଦ୍ଵାରା ଦ୍ରବ୍ୟର ପ୍ରତ୍ୟେକ ଏକକ ସମାନ ଦର
ରେ କ୍ରୟ ବିକ୍ରୟ ହୁଏ
।
ବୈଶିଷ୍ଟ୍ୟ (Features) :-
ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାରର ବୈଶିଷ୍ଟ୍ୟଗୁଡ଼ିକ ହେଲା :-
1 - ଅସଂଖ୍ୟ
କ୍ରେତା ଓ ବିକ୍ରେତା
2 - ସମଜାତୀୟ
ଦ୍ରବ୍ୟ
3 - ପ୍ରବେଶ
ଓ ପ୍ରସ୍ଥାନର ସ୍ଵାଧୀନତା
4 - ବଜାର
ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ
5 - ଉତ୍ପାଦନ
ସାଧନ ଗୁଡ଼ିକର ପୂର୍ଣ୍ଣ ଗତିଶୀଳତା
6 - ଶୂନ୍ୟ ପରିବହନ ବ୍ୟୟ
7 - ସମାନ ଦର / ଏକକ ଦର
8-ଚାହିଦା
ରେଖାଟି ଆନୁଭୂମିକ ସରଳରେଖା
1 - ଅସଂଖ୍ୟ କ୍ରେତା ଓ ବିକ୍ରେତା ( Very Large Number of Buyer & Sellers):-
👉ପୂର୍ଣ୍ଣ
ପ୍ରତିଯୋଗିତା ମୂଳକ ବଜାରରେ ବିପୁଳ
ସଂଖ୍ୟକ କ୍ରେତା ଓ ବିକ୍ରେତା ଉପସ୍ଥିତ
ଥାନ୍ତି । ବଜାରର ପ୍ରଚଳିତ
ଦରକୁ ଗ୍ରହଣ କରି ସେ କ୍ରୟ
ବା ବିକ୍ରୟର ପରିମାଣ କେବଳ ସ୍ଥିର କରିଥାନ୍ତି
। ସେମାନେ ଦର ଗ୍ରହଣକାରୀ, ଦର
ନିର୍ଦ୍ଧାରକ ନୁହଁନ୍ତି ।
2 - ସମଜାତୀୟ ଦ୍ରବ୍ୟ ( Homogeneous Product ) :-
👉ଗୋଟିଏ
ଦ୍ରବ୍ୟର ସବୁଏକକ, ଆକାର ଓ ଗୁଣ
ଦୃଷ୍ଟିରୁ ସମାନ ହୋଇଥିଲେ, ତାହାକୁ
ସମଜାତୀୟ ଦ୍ରବ୍ୟ କୁହାଯାଏ ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାରରେ ପ୍ରତିଷ୍ଠାନ
ଉତ୍ପାଦନ କରୁଥିବା ଦ୍ରବ୍ୟଗୁଡ଼ିକ ସମଜାତୀୟ ହୋଇଥାନ୍ତି । ଦ୍ରବ୍ୟଗୁଡ଼ିକ ସମଜାତୀୟ
ହେଲେ ଦ୍ରବ୍ୟର ପ୍ରତ୍ୟେକ ଏକକ ପାଇଁ ଗୋଟିଏ
ମାତ୍ର ଦର ପ୍ରଚଳିତ ହୋଇଥାଏ
।
3 -ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା (Free Entry And Exit) :-
👉ପୂର୍ଣ୍ଣ
ପ୍ରତିଯୋଗିତା ମୂଳକ ବଜାରରେ ଦ୍ରବ୍ୟ
ଉତ୍ପାଦନ ଓ ବିକ୍ରୟ କରୁଥିବା
ପ୍ରତିଷ୍ଠାନ ଗୁଡ଼ିକର ବଜାରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ
କୌଣସି କଟକଣା ନ ଥାଏ ।
4 - ବଜାର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ (Perfect Knowledge about the Market) :-
👉ପୂର୍ଣ୍ଣ
ପ୍ରତିଯୋଗିତା ମୂଳକ ବଜାରରେ କ୍ରେତା
ଓ ବିକ୍ରେତାମାନଙ୍କର ବଜାର ସମ୍ପର୍କରେ ସମ୍ପୂର୍ଣ୍ଣ
ଜ୍ଞାନ ଥାଏ । ସେମାନେ
ପ୍ରଚଳିତ ଦରରେ ଦ୍ରବ୍ୟ ସମ୍ପର୍କରେ
ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ।
ବଜାରରେ ଯେ କୌଣସି ପରିବର୍ତ୍ତନ
ଘଟିଲେ ସମସ୍ତ କ୍ରେତା ଓ ବିକ୍ରେତାଙ୍କୁ ତତକ୍ଷଣାତ୍
ଜଣା ପଡିଯାଇଥାଏ ।
5 - ଉତ୍ପାଦନ ସାଧନ ଗୁଡ଼ିକର ପୂର୍ଣ୍ଣ ଗତିଶୀଳତା ( Perfect Mobility of Factors) :-
👉ପୂର୍ଣ୍ଣ
ପ୍ରତିଯୋଗିତା ମୂଳକ ବଜାରରେ ଉତ୍ପାଦନ
ସାଧନ ଗୁଡ଼ିକ ଗୋଟିଏ ବ୍ୟବସାୟ ବା ପ୍ରତିଷ୍ଠାନରୁ ଅନ୍ୟ
ଏକ ବ୍ୟବସାୟ ଓ ପ୍ରତିଷ୍ଠାନକୁ ଅବାଧରେ
ଚଳପ୍ରଚଳ କରିପାରନ୍ତି ।
6- ଶୂନ୍ୟ ପରିବହନ ବ୍ୟୟ ( Absence of Transport cost) :-
👉ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାରରେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପରସ୍ପର ଏତେ ନିକଟରେ ଥାଆନ୍ତି
ଯେ ପରିବହନ ବାବଦରେ ବ୍ୟୟ କରିବାକୁ ପଡ଼ିନଥାଏ।
7 - ସମାନ ଦର ( Uniform Price) :-
👉ପୂର୍ଣ୍ଣ
ପ୍ରତିଯୋଗିତା ମୂଳକ ବଜାରରେ ବିକ୍ରେତା
ସମାନ ଦରରେ ବିକ୍ରୟ କରିବେ
ଏବଂ ସମସ୍ତ କ୍ରେତା ଦ୍ରବ୍ୟର ଯେକୌଣସି ପରିମାଣ ଗୋଟିଏ ଦରରେ ହିଁ କ୍ରୟ
କରିବେ ।
8 - ଚାହିଦା ରେଖାଟି ଆନୁଭୂମିକ ସରଳରେଖା( Demand curve is Horizontal Straight Line) :-
👉ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାରରେ କୌଣସି ବିକ୍ରେତା ଦରକୁ ପ୍ରଭାବିତ କରିପାରନ୍ତି
ନାହିଁ । ତେଣୁ ଚାହିଦା
ରେଖା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ବା ଆନୁଭୂମିକ ସରଳରେଖା
ହୋଇଥାଏ ।
👉'D' ହେଉଛି
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ଚାହିଦା ରେଖା । ତାହାର
ଆକାର ଆନୁଭୂମିକ ସରଳରେଖା ବା OX-ଅକ୍ଷ ସହ
ସମାନ୍ତରାଳ ।
ü ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ କୌଣସି ବିକ୍ରେତା ଓ କ୍ରେତା ଦରକୁ
ପ୍ରଭାବିତ କରିପାରନ୍ତି ନାହିଁ । ଏଠାରେ ସମସ୍ତେ
'ଦର ଗ୍ରହଣକାରୀ' (Price taker) ।
ü ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଦର ଚାହିଦା ଓ
ଯୋଗାଣ ଦ୍ୱାରା ନିର୍ଦ୍ଧାରିତ ହୁଏ ।
ü ଏଠାରେ ସମସ୍ତ ବିକ୍ରେତା ସାଧାରଣ ଲାଭ (Normal Profit) ଅର୍ଜନ କରନ୍ତି ।
ü ଏଠାରେ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ଦେଖାଯାଏ । ଏଠାରେ ଚାହିଦା
ରେଖାର ଆକାର ଆନୁଭୂମିକ ହୋଇଥାଏ
।
ଶୁଦ୍ଧ ପ୍ରତିଯୋଗିତାମୂଳକ ବଜାର (Pure Competition Market) :-
👉ଅର୍ଥନୀତିଜ୍ଞ
ଚାମ୍ବରଲିନ୍ ଶୁଦ୍ଧ ପ୍ରତିଯୋଗିତାମୂଳକ ବଜାର ସମ୍ପର୍କରେ ସର୍ବପ୍ରଥମେ
ମତ ପ୍ରକାଶ କରିଥିଲେ ।
According to Chamberlin :-
ଶୁଦ୍ଧ
ପ୍ରତିଯୋଗିତାମୂଳକ ବଜାର ସେହି ବଜାରସ୍ଥିତିକୁ
ବୁଝାଏ, ଯେଉଁ ବଜାରସ୍ଥିତିରେ ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାରର ପ୍ରଥମ ତିନଟି ବୈଶିଷ୍ଟ୍ୟ
ଦେଖାଯାଏ । ଯଥା:-
1 -
ଅସଂଖ୍ୟ କ୍ରେତା ଓ ବିକ୍ରେତା
2 -
ସମଜାତୀୟ ଦ୍ରବ୍ୟ
3 - ପ୍ରବେଶ
ଓ ପ୍ରସ୍ଥାନର ସ୍ଵାଧୀନତା
| ପୂର୍ଣ୍ଣ ପ୍ରତିଯୋଗିତା | ଏକାଧିକାର ବଜାର |
| (i) ଏହି ବଜାରରେ ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତା ଥାଆନ୍ତି । | (i) ଏହି ବଜାରରେ ଜଣେ ବିକ୍ରେତା ଓ ବହୁତ କ୍ରେତା ଥାଆନ୍ତି । |
| (ii) ଦ୍ରବ୍ୟର ପ୍ରତ୍ୟେକ ଏକକ ସର୍ବତୋ ଭାବେ ସମାନ । | (ii) ନିକଟ ସ୍ଥାନାପନ୍ନ ନଥିବା ଏକ ଅନ୍ୟାନ୍ୟ ଦ୍ରବ୍ୟ । |
| (iii) ଏହି ବଜାରରେ ସମଜାତୀୟ ଦ୍ରବ୍ୟ ଉତ୍ପାଦନ କରନ୍ତି । | (iii) ଏହି ବଜାରରେ ବିଭେଦିତ ଦ୍ରବ୍ୟ ଉତ୍ପାଦନ କରନ୍ତି । |
| (iv) ପ୍ରତିଷ୍ଠାନର ପ୍ରବେଶ ଉପରେ କଟକଣା ନ ଥାଏ । | (iv) ପ୍ରତିଷ୍ଠାନର ପ୍ରବେଶ ଉପରେ କଟକଣା ଥାଏ । |
| (v) ଏହି ବଜାରରେ ବିକ୍ରେତା ଦର ଗ୍ରହଣକାରୀ । | (v) ଏହି ବଜାରରେ ବିକ୍ରେତା ଦର ନିର୍ଦ୍ଧାରକ । |
| (vi) ପ୍ରତିଷ୍ଠାନର ବଜାର ଦର ଉପରେ କୌଣସି ନିୟନ୍ତ୍ରଣ ନ ଥାଏ । | (vi) ପ୍ରତିଷ୍ଠାନ ବଜାର ଦର ଉପରେ ନିୟନ୍ତ୍ରଣ ଥାଏ । |
| (vii) ଏହି ବଜାରର ଚାହିଦା ରେଖା ଆନୁଭୂମିକ ସରଳରେଖା ହୋଇଥାଏ । | (vii) ଏହି ବଜାରର ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥାଏ । |
| (viii) ଉତ୍ପାଦର ଦର କମ୍ ଓ ଉତ୍ପାଦର ପରିମାଣ ଅଧିକ । | (viii) ଉତ୍ପାଦର ଦର ଅଧିକ ଓ ଉତ୍ପାଦର ପରିମାଣ କମ୍ । |


Post a Comment