ବଜାର (Market)

(i) ସାଧାରଣ ଅର୍ଥରେ ବଜାର କହିଲେ ଗୋଟିଏ ସ୍ଥାନକୁ ବୁଝାଏ, ଯେଉଁଠାରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇ ଦ୍ରବ୍ୟମାନଙ୍କର କ୍ରୟ ଓ ବିକ୍ରୟ ହୋଇଥାଏ । କିନ୍ତୁ ଏହା ଅର୍ଥନୀତିରେ ଗ୍ରହଣୀୟ ନୁହେଁ ।

(ii) ଅର୍ଥନୀତି ଅର୍ଥରେ ବଜାର କହିଲେ ଗୋଟିଏ ଦ୍ରବ୍ୟକୁ ବୁଝାଏ, ଯେଉଁଠାରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇ ଦ୍ରବ୍ୟମାନଙ୍କର କ୍ରୟ ଓ ବିକ୍ରୟ ହୋଇଥାଏ ।

ବଜାରର ସଂଜ୍ଞା  (Defination of Market)

👉ଅର୍ଥଶାସ୍ତ୍ରୀ ଜନ୍ ଏଫ୍ ଡିଉଙ୍କ ଭାଷାରେ, “ପରସ୍ପର ସହିତ ନିବିଡ଼ ଭାବରେ ସଂପୃକ୍ତ ଥିବା କେତେକ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କୌଣସି ଏକ ଦ୍ରବ୍ୟର ବିନିମୟ ଘଟିଲେ, ତାହାକୁ ବଜାର କୁହାଯାଏ ।”

 ବଜାରର ଶ୍ରେଣୀ ବିଭାଗ (Classification of Market)

👉ଅର୍ଥନୀତିରେ ବଜାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା:-

1 - ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Perfect competition market)

2 - ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Imperfect competition market)

a - ଏକାଧିକାର ବଜାର (Monopoly market)

b - ଏକାଧିକାର ମୂଳକ ପ୍ରତିଯୋଗିତା ବଜାର (Monopolistic competition market)

c - ଅଳ୍ପାଧିକାର ବଜାର (Oligopoly market)


ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Perfect competition market)

(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କହିଲେ, ସେହି ବଜାର ସ୍ଥିତିକୁ ବୁଝାଏ, ଯେଉଁ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ ଓ ବିକ୍ରୟ କରନ୍ତି ଏବଂ ଦ୍ରବ୍ୟର ଦର ପ୍ରତ୍ୟେକ ଏକକରେ ସମାନ ।

(ii) ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାର କହିଲେ ସେହି ବଜାରକୁ ବୁଝାଏ ଯେଉଁଠି ବିପୁଳ ସଂଖ୍ୟାର କ୍ରେତା ଓ ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କିଣାବିକା ପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିଥାନ୍ତି, ଯଦ୍ଦ୍ଵାରା ଦ୍ରବ୍ୟର ପ୍ରତ୍ୟେକ ଏକକ ସମାନ ଦର ରେ କ୍ରୟ ବିକ୍ରୟ ହୁଏ ।

ବୈଶିଷ୍ଟ୍ୟ (Features) :-

ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ବୈଶିଷ୍ଟ୍ୟଗୁଡ଼ିକ ହେଲା :-

1 - ଅସଂଖ୍ୟ କ୍ରେତା ଓ ବିକ୍ରେତା

2 - ସମଜାତୀୟ ଦ୍ରବ୍ୟ

3 - ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା

4 - ବଜାର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ

5 - ଉତ୍ପାଦନ ସାଧନ ଗୁଡ଼ିକର ପୂର୍ଣ୍ଣ ଗତିଶୀଳତା

6 - ଶୂନ୍ୟ ପରିବହନ ବ୍ୟୟ

7 - ସମାନ ଦର / ଏକକ ଦର

8-ଚାହିଦା ରେଖାଟି ଆନୁଭୂମିକ ସରଳରେଖା

1 - ଅସଂଖ୍ୟ କ୍ରେତା ଓ ବିକ୍ରେତା ( Very Large Number of Buyer & Sellers):-

👉ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାରରେ ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତା ଉପସ୍ଥିତ ଥାନ୍ତି । ବଜାରର ପ୍ରଚଳିତ ଦରକୁ ଗ୍ରହଣ କରି ସେ କ୍ରୟ ବା ବିକ୍ରୟର ପରିମାଣ କେବଳ ସ୍ଥିର କରିଥାନ୍ତି । ସେମାନେ ଦର ଗ୍ରହଣକାରୀ, ଦର ନିର୍ଦ୍ଧାରକ ନୁହଁନ୍ତି ।

2 - ସମଜାତୀୟ ଦ୍ରବ୍ୟ ( Homogeneous Product ) :-

👉ଗୋଟିଏ ଦ୍ରବ୍ୟର ସବୁଏକକ, ଆକାର ଓ ଗୁଣ ଦୃଷ୍ଟିରୁ ସମାନ ହୋଇଥିଲେ, ତାହାକୁ ସମଜାତୀୟ ଦ୍ରବ୍ୟ କୁହାଯାଏ ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାରରେ ପ୍ରତିଷ୍ଠାନ ଉତ୍ପାଦନ କରୁଥିବା ଦ୍ରବ୍ୟଗୁଡ଼ିକ ସମଜାତୀୟ ହୋଇଥାନ୍ତି । ଦ୍ରବ୍ୟଗୁଡ଼ିକ ସମଜାତୀୟ ହେଲେ ଦ୍ରବ୍ୟର ପ୍ରତ୍ୟେକ ଏକକ ପାଇଁ ଗୋଟିଏ ମାତ୍ର ଦର ପ୍ରଚଳିତ ହୋଇଥାଏ ।

3 -ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା (Free Entry And Exit) :-

👉ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାରରେ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରୁଥିବା ପ୍ରତିଷ୍ଠାନ ଗୁଡ଼ିକର ବଜାରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି କଟକଣା ନ ଥାଏ ।

4 - ବଜାର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ (Perfect Knowledge about the Market) :-

👉ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାରରେ କ୍ରେତା ଓ ବିକ୍ରେତାମାନଙ୍କର ବଜାର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଥାଏ । ସେମାନେ ପ୍ରଚଳିତ ଦରରେ ଦ୍ରବ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି । ବଜାରରେ ଯେ କୌଣସି ପରିବର୍ତ୍ତନ ଘଟିଲେ ସମସ୍ତ କ୍ରେତା ଓ ବିକ୍ରେତାଙ୍କୁ ତତକ୍ଷଣାତ୍ ଜଣା ପଡିଯାଇଥାଏ ।

5 - ଉତ୍ପାଦନ ସାଧନ ଗୁଡ଼ିକର ପୂର୍ଣ୍ଣ ଗତିଶୀଳତା ( Perfect Mobility of Factors) :-

👉ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାରରେ ଉତ୍ପାଦନ ସାଧନ ଗୁଡ଼ିକ ଗୋଟିଏ ବ୍ୟବସାୟ ବା ପ୍ରତିଷ୍ଠାନରୁ ଅନ୍ୟ ଏକ ବ୍ୟବସାୟ ଓ ପ୍ରତିଷ୍ଠାନକୁ ଅବାଧରେ ଚଳପ୍ରଚଳ କରିପାରନ୍ତି ।

6- ଶୂନ୍ୟ ପରିବହନ ବ୍ୟୟ ( Absence of Transport cost) :-

👉ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପରସ୍ପର ଏତେ ନିକଟରେ ଥାଆନ୍ତି ଯେ ପରିବହନ ବାବଦରେ ବ୍ୟୟ କରିବାକୁ ପଡ଼ିନଥାଏ।

7 - ସମାନ ଦର ( Uniform Price) :-

👉ପୂର୍ଣ୍ଣ ପ୍ରତିଯୋଗିତା ମୂଳକ ବଜାରରେ ବିକ୍ରେତା ସମାନ ଦରରେ ବିକ୍ରୟ କରିବେ ଏବଂ ସମସ୍ତ କ୍ରେତା ଦ୍ରବ୍ୟର ଯେକୌଣସି ପରିମାଣ ଗୋଟିଏ ଦରରେ ହିଁ କ୍ରୟ କରିବେ ।

8 - ଚାହିଦା ରେଖାଟି ଆନୁଭୂମିକ ସରଳରେଖା( Demand curve is Horizontal Straight Line) :-

👉ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ କୌଣସି ବିକ୍ରେତା ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ତେଣୁ ଚାହିଦା ରେଖା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ବା  ଆନୁଭୂମିକ ସରଳରେଖା ହୋଇଥାଏ ।


👉'D' ହେଉଛି ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ଚାହିଦା ରେଖା । ତାହାର ଆକାର ଆନୁଭୂମିକ ସରଳରେଖା ବା OX-ଅକ୍ଷ ସହ ସମାନ୍ତରାଳ ।


ü  ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ କୌଣସି ବିକ୍ରେତା ଓ କ୍ରେତା ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ଏଠାରେ ସମସ୍ତେ 'ଦର ଗ୍ରହଣକାରୀ' (Price taker) ।

ü  ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଦର ଚାହିଦା ଓ ଯୋଗାଣ ଦ୍ୱାରା ନିର୍ଦ୍ଧାରିତ ହୁଏ ।

ü  ଏଠାରେ ସମସ୍ତ ବିକ୍ରେତା ସାଧାରଣ ଲାଭ (Normal Profit) ଅର୍ଜନ କରନ୍ତି ।

ü  ଏଠାରେ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ଦେଖାଯାଏ । ଏଠାରେ ଚାହିଦା ରେଖାର ଆକାର ଆନୁଭୂମିକ ହୋଇଥାଏ ।


ଶୁଦ୍ଧ ପ୍ରତିଯୋଗିତାମୂଳକ ବଜାର (Pure Competition Market) :-

👉ଅର୍ଥନୀତିଜ୍ଞ ଚାମ୍ବରଲିନ୍ ଶୁଦ୍ଧ ପ୍ରତିଯୋଗିତାମୂଳକ ବଜାର ସମ୍ପର୍କରେ ସର୍ବପ୍ରଥମେ ମତ ପ୍ରକାଶ କରିଥିଲେ ।

According to Chamberlin :-

ଶୁଦ୍ଧ ପ୍ରତିଯୋଗିତାମୂଳକ ବଜାର ସେହି ବଜାରସ୍ଥିତିକୁ ବୁଝାଏ, ଯେଉଁ ବଜାରସ୍ଥିତିରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ପ୍ରଥମ ତିନଟି ବୈଶିଷ୍ଟ୍ୟ ଦେଖାଯାଏ । ଯଥା:-

1 - ଅସଂଖ୍ୟ କ୍ରେତା ଓ ବିକ୍ରେତା

2 - ସମଜାତୀୟ ଦ୍ରବ୍ୟ

3 - ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା


ପୂର୍ଣ୍ଣ ପ୍ରତିଯୋଗିତାଏକାଧିକାର ବଜାର
(i) ଏହି ବଜାରରେ ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତା ଥାଆନ୍ତି ।(i) ଏହି ବଜାରରେ ଜଣେ ବିକ୍ରେତା ଓ ବହୁତ କ୍ରେତା ଥାଆନ୍ତି ।
(ii) ଦ୍ରବ୍ୟର ପ୍ରତ୍ୟେକ ଏକକ ସର୍ବତୋ ଭାବେ ସମାନ ।(ii) ନିକଟ ସ୍ଥାନାପନ୍ନ ନଥିବା ଏକ ଅନ୍ୟାନ୍ୟ ଦ୍ରବ୍ୟ ।
(iii) ଏହି ବଜାରରେ ସମଜାତୀୟ ଦ୍ରବ୍ୟ ଉତ୍ପାଦନ କରନ୍ତି ।(iii) ଏହି ବଜାରରେ ବିଭେଦିତ ଦ୍ରବ୍ୟ ଉତ୍ପାଦନ କରନ୍ତି ।
(iv) ପ୍ରତିଷ୍ଠାନର ପ୍ରବେଶ ଉପରେ କଟକଣା ନ ଥାଏ ।(iv) ପ୍ରତିଷ୍ଠାନର ପ୍ରବେଶ ଉପରେ କଟକଣା ଥାଏ ।
(v) ଏହି ବଜାରରେ ବିକ୍ରେତା ଦର ଗ୍ରହଣକାରୀ ।(v) ଏହି ବଜାରରେ ବିକ୍ରେତା ଦର ନିର୍ଦ୍ଧାରକ ।
(vi) ପ୍ରତିଷ୍ଠାନର ବଜାର ଦର ଉପରେ କୌଣସି ନିୟନ୍ତ୍ରଣ ନ ଥାଏ ।(vi) ପ୍ରତିଷ୍ଠାନ ବଜାର ଦର ଉପରେ ନିୟନ୍ତ୍ରଣ ଥାଏ ।
(vii) ଏହି ବଜାରର ଚାହିଦା ରେଖା ଆନୁଭୂମିକ ସରଳରେଖା ହୋଇଥାଏ ।(vii) ଏହି ବଜାରର ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥାଏ ।
(viii) ଉତ୍ପାଦର ଦର କମ୍ ଓ ଉତ୍ପାଦର ପରିମାଣ ଅଧିକ ।(viii) ଉତ୍ପାଦର ଦର ଅଧିକ ଓ ଉତ୍ପାଦର ପରିମାଣ କମ୍ ।






Post a Comment

أحدث أقدم