ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Imperfect Competition Market) :-
ଅପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର ସାଧାରଣତଃ ୩
ପ୍ରକାରର ।ଯଥା:-
1 - ଏକାଧିକାର
(Monopoly)
2 - ଏକାଧିକାର
ମୂଳକ ପ୍ରତିଯୋଗିତା (Monopolistic
Competition)
3 - ଅଳ୍ପାଧିକାର (Oligopoly)
ଏକାଧିକାର ବଜାର (Monopoly Market)
(i) 'Monopoly' ଶବ୍ଦଟି
ଗ୍ରୀକ୍ ଶବ୍ଦ 'Mono' ଓ 'Poly' ରୁ ଆସିଅଛି ।
'Mono' ର ଅର୍ଥ ହେଉଛି Single ବା
ଏକ ଏବଂ 'Poly' ର ଅର୍ଥ Seller ବା
ବିକ୍ରେତା ।
(ii) ଏକାଧିକାର
କହିଲେ ସେହି ବଜାରର ସ୍ଥିତିକୁ
ବୁଝାଏ ଯେଉଁଠାରେ ଜଣେ ମାତ୍ର ଉତ୍ପାଦନକାରୀ
ବା ବିକ୍ରେତା ଏକ ଦ୍ରବ୍ୟ ଉତ୍ପାଦନ
କରି ବିକ୍ରୟ କରନ୍ତି ଯାହାର ବଜାରରେ କୌଣସି ନିକଟ ସ୍ଥାନାପନ୍ନ ଦ୍ରବ୍ୟ
ଉପଲବ୍ଧ ହୁଏ ନାହିଁ ।
ଏହି ବଜାରରେ ବିକ୍ରେତା ଦର ନିର୍ଦ୍ଧାରକ ଅଟନ୍ତି
।
(iii) Ex-ଏକାଧିକାର
ବଜାରର ଉଦାହରଣ ଭାରତୀୟ ରେଳ ସେବା ।
ସଂଜ୍ଞା(Definition) :-
👉ଏକାଧିକାର
ବଜାର କହିଲେ ସେହି ବଜାରସ୍ଥିତିକୁ ବୁଝାଏ,
ଯେଉଁ ବଜାରରେ ଜଣେ ମାତ୍ର ବିକ୍ରେତା
ଏପରି ଏକ ଦ୍ରବ୍ୟ ବିକ୍ରୟ
କରନ୍ତି, ଯାହାର କୌଣସି ନିକଟତମ ବିକଳ୍ପ ଦ୍ରବ୍ୟ ସେହି ବଜାରସ୍ଥିତିରେ ଆଉ
ଉପଲବ୍ଧ ହୁଏନାହିଁ ।
ଏକାଧିକାର ବଜାରର ବୈଶିଷ୍ଟ୍ୟ (Features of Monopoly Market) :-
ଏକାଧିକାର
ବଜାରର ବୈଶିଷ୍ଟ୍ୟଗୁଡ଼ିକ ହେଲା-
1 - ଜଣେ
ବିକ୍ରେତା ଓ ବିପୁଳ ସଂଖ୍ୟକ
କ୍ରେତା
2 - ନିକଟତମ
ବିକଳ୍ପ ଦ୍ରବ୍ୟର ଅନୁପସ୍ଥିତି
3 - ପ୍ରବେଶ
ପ୍ରତି ପ୍ରତିବନ୍ଧକ
4 - ଦର
ଉପରେ ପୂର୍ଣ୍ଣ ନିୟନ୍ତ୍ରଣ
5 - ଭେଦଭାବମୂଳକ
ଦର
6- ଅସ୍ୱାଭାବିକ
ଲାଭ
1-ଜଣେ ବିକ୍ରେତା ଓ ବିପୁଳ ସଂଖ୍ୟକ କ୍ରେତା (Single seller and a large number of buyers) :-
👉ଏକାଧିକାର
ବଜାରରେ ଜଣେ ମାତ୍ର ବିକ୍ରେତା
ବା ଉତ୍ପାଦନକାରୀ ଥାଆନ୍ତି । ତାଙ୍କର କେହି
ପ୍ରତିଯୋଗୀ ନ ଥାନ୍ତି ।
ଏହି ବଜାର ଉପରେ ତାଙ୍କର
ନିୟନ୍ତ୍ରଣ ଥାଏ । କିନ୍ତୁ
ଅସଂଖ୍ୟ ସମ୍ଭାବ୍ୟ କ୍ରେତା ଥାଆନ୍ତି ।
2 - ନିକଟତମ ବିକଳ୍ପର ଅନୁପସ୍ଥିତି (Non-Availability of close substitute) :-
👉ଦ୍ରବ୍ୟର
ନିକଟତମ ବିକଳ୍ପ ବଜାରରେ ଉପଲବ୍ଧ ହୋଇପାରେ ନାହିଁ । ତେଣୁ ଏକାଧିକାରୀ
ଦ୍ରବ୍ୟର ଦର ଉପରେ ଯଥେଷ୍ଟ
ପ୍ରଭାବ ପକାନ୍ତି । ବିକ୍ରେତା ହେଉଛନ୍ତି
ଦର ନିର୍ଦ୍ଧାରଣକାରୀ ।
3 - ପ୍ରବେଶ ପ୍ରତି ପ୍ରତିବନ୍ଧକ (Barriers to Entry) :-
👉ନୂତନ
ପ୍ରତିଷ୍ଠାନର ବଜାରକୁ ପ୍ରବେଶରେ ପ୍ରତିବନ୍ଧକ ରହିଥାଏ । ଆଇନଗତ ଅଧିକାର
କିମ୍ବା କୌଶଳ ଉପରେ ଏକାଧିକାରୀଙ୍କ
ଅଧିକାର ଥାଏ । ତେଣୁ
ବଜାର ଉପରେ ଏକାଧିକାରୀଙ୍କ ପ୍ରଭୁତ୍ୱ
ରହିଥାଏ ।
4 - ଦର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ( Full Control Over Price) :-
👉ଏହି
ବଜାରରେ ଦ୍ରବ୍ୟର ଏକମାତ୍ର ବିକ୍ରେତା ହୋଇଥିବାରୁ ବଜାର ଦରକୁ ପୂର୍ଣ୍ଣ
ନିୟନ୍ତ୍ରଣ କରିଥାଏ । ସେଥିପାଇଁ କୁହାଯାଇପାରେ
ଏକାଧିକାର ବଜାରର ବିକ୍ରେତା ଦର ନିର୍ଦ୍ଧାରକ ଅଟନ୍ତି
।
5 - ଭେଦଭାବମୂଳକ ଦର (Price Discrimination):-
👉ଏହି ବଜାର ସ୍ଥିତିରେ ସମାନ ଦ୍ରବ୍ୟ ବା ସେବା ପାଇଁ ଭିନ୍ନ ଭିନ୍ନ କ୍ରେତାଙ୍କ ଉପରେ ପୃଥକ୍ ପୃଥକ୍ ଦର ଆଦାୟ କରାଯାଇପାରେ ।
6 - ଚାହିଦା
ରେଖାଟି ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ :-
👉ଏକାଧିକାର
ବଜାରରେ ଦର ନିର୍ଦ୍ଧାରଣ ଉପରେ
କେବଳ ଜଣେ ଏକାଧିକାରୀଙ୍କ ନିୟନ୍ତ୍ରଣ
ଥାଏ । କିନ୍ତୁ ସେ
ଦ୍ରବ୍ୟର ଦର ବୃଦ୍ଧି କଲେ
ଉକ୍ତ ଦ୍ରବ୍ୟର ଚାହିଦାର ପରିମାଣ ହ୍ରାସ ପାଏ ଏବଂ ସେ
ଦ୍ରବ୍ୟର ଦରକୁ ହ୍ରାସ କଲେ
ଚାହିଦାର ପରିମାଣ ବୃଦ୍ଧି ହୋଇଥାଏ । ତେଣୁ ଏକାଧିକାର
ବଜାର ସ୍ଥିତିରେ ଦ୍ରବ୍ୟର ଦର ଓ ଚାହିଦା
ପରିମାଣ ମଧ୍ୟରେ ପରୋକ୍ଷ / ବିପରୀତ ସମ୍ପର୍କ ସୃଷ୍ଟି ହୁଏ । ତେଣୁ
ଏକାଧିକାର ବଜାର ସ୍ଥିତିରେ ଚାହିଦା
ରେଖାର ଆକାର ବାମରୁ ଡାହାଣକୁ
ନିମ୍ନଗାମୀ ହୋଇଥାଏ ।
👉ଉପର
ରେଖାଚିତ୍ରରେ DD ରେଖାଟି ବଜାର ଚାହିଦା ରେଖା
ଅଟେ। କ୍ରେତାମାନଙ୍କ ଦୃଷ୍ଟିକୋଣରୁ DD ରେଖାଟି ବଜାର ଚାହିଦାରେଖା ହୋଇଥିବାରୁ
ଏହା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ । ଏକାଧିକାରୀ ବିକ୍ରେତାଙ୍କ
ପାଇଁ ଏହି ରେଖାଟି ହାରାହାରି
ଆୟ ରେଖା ଅଟେ ।
ବଜାରରେ ନିକଟ ସ୍ଥାନାପନ୍ନର ଅନୁପସ୍ଥିତି
ଯୋଗୁ ଏହି ରେଖାଟି ଅପେକ୍ଷାକୃତ
ଅସ୍ଥିତିସ୍ଥାପକ ହୋଇଥାଏ ।
ଏକାଧିକାର ମୂଳକ ପ୍ରତିଯୋଗିତା ବଜାର (Monopolistic Competition Market)
(i) ଅପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର ସାଧାରଣତଃ ୩
ପ୍ରକାରର ।ସେଗୁଡ଼ିକ ହେଲା -1 - ଏକାଧିକାର , 2 - ଏକାଧିକାର ମୂଳକ ପ୍ରତିଯୋଗିତା, 3 - ଅଳ୍ପାଧିକାର
।ଏମାନଙ୍କ ମଧ୍ୟରୁ ଏକାଧିକାରୀ
ପ୍ରତିଯୋଗୀତା ଅନ୍ୟତମ।
(ii) ଏକାଧିକାର ମୂଳକ ପ୍ରତିଯୋଗିତା ବଜାର ବ୍ୟବସ୍ଥାରେ
ଉଭୟ ଏକାଧିକାର ଏବଂ ପ୍ରତିଯୋଗିତାର ବୈଶିଷ୍ଟ୍ୟ
ଦେଖିବାକୁ ମିଳେ। ଏଥିରେ ପ୍ରତିଷ୍ଠାନବର୍ଗ ଭିନ୍ନ ଭିନ୍ନ ଦ୍ରବ୍ୟ ଉତ୍ପାଦନ କରନ୍ତି ଯାହାକି ପରସ୍ପରର ନିକଟ ପ୍ରତିସ୍ଥାପକ ମାତ୍ର
ସମ୍ପୂର୍ଣ୍ଣ ପ୍ରତିସ୍ଥାପକ ନୁହଁନ୍ତି।
(iii) ଏକାଧିକାର
ମୂଳକ ପ୍ରତିଯୋଗିତା ସର୍ବପ୍ରଥମେ 1933 ମସିହାରେ ଅର୍ଥନୀତିଜ୍ଞ ଚାମ୍ବରଲିନ୍ ତାଙ୍କ ରଚିତ ପୁସ୍ତକ ('The Theory of Monopolistic
Competition') ରେ ଆଲୋଚନା କରିଥିଲେ ।
(iv) ଚାମ୍ବରଲିନ୍
ଙ୍କ ମତରେ, ଏକ ନିର୍ଦ୍ଦିଷ୍ଟ ବଜାର
ପରିସ୍ଥିତିରେ ପ୍ରତ୍ୟେକ ବିକ୍ରୟକାରୀ ଏକପ୍ରକାର ଏକାଧିକାରୀ ଏବଂ ଏହି ଶ୍ରେଣୀର
ଏକାଧିକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଥାଏ। ତେଣୁ ଯେଉଁ ବଜାର
ବ୍ୟବସ୍ଥାରେ ଉଭୟ ପ୍ରତିଯୋଗିତା ଏବଂ
ଏକାଧିକାରର ସତ୍ତା ଉପଲବ୍ଧି କରାଯାଏ, ସେହି ବଜାରକୁ ଏକାଧିକାରମୂଳକ
ପ୍ରତିଯୋଗିତା ବଜାର କୁହାଯାଏ।
ସଂଜ୍ଞା(Definition) :-
👉ଏକାଧିକାର
ମୂଳକ ପ୍ରତିଯୋଗିତା କହିଲେ ସେହି ବଜାରସ୍ଥିତିକୁ ବୁଝାଏ,
ଯେଉଁ ବଜାରସ୍ଥିତିରେ ଅନେକ ସଂଖ୍ୟକ ବିକ୍ରେତା
ନିକଟତମ ବିକଳ୍ପ ଥିବା ଏକ ଦ୍ରବ୍ୟର
ବିକ୍ରେତାମାନେ ପରସ୍ପର ସହିତ ପ୍ରତିଯୋଗିତା କରୁଥାନ୍ତି
।
👉ବେନ୍ଙ୍କ ମତରେ, “ଯେଉଁ
ଶିଳ୍ପରେ ଅନେକଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ବିକ୍ରେତା ପରସ୍ପରଠାରୁ ଭିନ୍ନ ଏବଂ ନିକଟ ପ୍ରତିସ୍ଥାପକ
ହୋଇଥିବା ଦ୍ରବ୍ୟ ବିକ୍ରୟ କରନ୍ତି ସେହି ଶିଳ୍ପକୁ ଏକାଧିକାରୀ
ପ୍ରତିଯୋଗିତା କୁହାଯାଏ ।”
ବୈଶିଷ୍ଟ୍ୟ (Features) :-
ଏକାଧିକାର
ମୂଳକ ପ୍ରତିଯୋଗିତା ବଜାରର ବୈଶିଷ୍ଟ୍ୟଗୁଡ଼ିକ ହେଲା-
1 - ଅନେକ
କ୍ରେତା ଓ ବିକ୍ରେତା(Large number of buyers and sellers)
2 - ଅବାଧ
ପ୍ରବେଶ ଓ ପ୍ରସ୍ଥାନ (Free entry and exit)
3 - ବିଭେଦିତ
ଉତ୍ପାଦ (Differentiated
product)
4 - ବିକ୍ରୟ
ପରିବ୍ୟୟର ପ୍ରାଧାନ୍ୟ (Importance of
selling cost)
5. ସ୍ୱାଧୀନ
ଦର ନିର୍ଦ୍ଧାରଣ ନୀତି (Independent Price
Policy)
6. ଅଣ-ଦର ପ୍ରତିଯୋଗିତା (Non-price competition)
1 - ଅନେକ
କ୍ରେତା ଓ ବିକ୍ରେତା(Large number of
buyers and sellers)
👉ଏକାଧିକାର
ମୂଳକ ପ୍ରତିଯୋଗିତାରେ ଶୁଦ୍ଧ ପ୍ରତିଯୋଗିତା ପରି ଅସଂଖ୍ୟ ବିକ୍ରେତା
ନ ଥିଲେ ମଧ୍ୟ ଅନେକ
ବିକ୍ରେତା ଥାଆନ୍ତି । ତେଣୁ କୌଣସି
ବିକ୍ରେତା ଦର ଓ ଯୋଗାଣ
ଉପରେ ଅତ୍ୟଧିକ ପ୍ରଭାବ ପକାଇପାରନ୍ତି ନାହିଁ । ଏହିପ୍ରକାର ବଜାରରେ
ଅନେକ କ୍ରେତା ମଧ୍ୟ ଥାଆନ୍ତି ।
2 - ଅବାଧ
ପ୍ରବେଶ ଓ ପ୍ରସ୍ଥାନ (Free entry and
exit)
👉ଏକାଧିକାର
ମୂଳକ ପ୍ରତିଯୋଗିତା ବଜାରର ଅନ୍ୟ ଏକ ବୈଶିଷ୍ଟ୍ୟ
ହେଉଛି ଅବାଧ ପ୍ରବେଶ ଓ
ପ୍ରସ୍ଥାନ, ଅର୍ଥାତ୍ ପ୍ରତିଷ୍ଠାନଗୁଡ଼ିକ ନିଜ ଇଚ୍ଛାରେ ଶିଳ୍ପ
ମଧ୍ୟକୁ ପ୍ରବେଶ କରନ୍ତି ଓ ସ୍ୱେଚ୍ଛାରେ ଶିଳ୍ପ
ମଧ୍ୟରୁ ପ୍ରସ୍ଥାନ କରିପାରନ୍ତି ।
3 - ବିଭେଦିତ
ଉତ୍ପାଦ
(Differentiated product)
👉ଦ୍ରବ୍ୟ
ବିଭେଦନର ଅର୍ଥ ହେଉଛି ପ୍ରତିଷ୍ଠାନଦ୍ୱାରା
ଉତ୍ପାଦିତ ଦ୍ରବ୍ୟଗୁଡ଼ିକ ସମଜାତୀୟ ନୁହଁନ୍ତି କିମ୍ବା ପୂର୍ଣ୍ଣମାତ୍ରାରେ ପୃଥକ ନୁହଁନ୍ତି ।
ଯଥା- ସାବୁନ୍, ସାମ୍ପୁ, ଭିନ୍ନ ଭିନ୍ନ ପ୍ରକାରର ମୋବାଇଲ୍ hand set, ଭିନ୍ନ ଭିନ୍ନ ପ୍ରକାର T.V. set ଇତ୍ୟାଦି ।
👉ଟୁଥପେଷ୍ଟର
ଉଦାହରଣ ନିଆଯାଉ- Colgate, Pepsodent,
Close Up ଇତ୍ୟାଦି ପରସ୍ପର ସହିତ ପ୍ରତିଯୋଗିତା କରନ୍ତି
। ଏଠାରେ ଟୁଥପେଷ୍ଟ ଏକ ବିଭେଦିତ ଦ୍ରବ୍ୟ
।
4 - ବିକ୍ରୟ
ପରିବ୍ୟୟର ପ୍ରାଧାନ୍ୟ (Importance of
selling cost)
👉ଏକାଧିକାରୀ
ପ୍ରତିଯୋଗିତା ବଜାର ସ୍ଥିତିରେ ଦ୍ରବ୍ୟର
ବିଭେଦୀକରଣ ବ୍ୟୟସାଧ୍ୟ ବିଜ୍ଞାପନ ଓ ବିକ୍ରୟ ବୃଦ୍ଧି
କୌଶଳ ଦ୍ୱାରା ଆବୃତ ହୋଇଥାଏ। ବିଜ୍ଞାପନ
ଦ୍ୱାରା ଦ୍ରବ୍ୟ ବିଭେଦନ କରାଯାଏ, ସେଥିପାଇଁ ଏକାଧିକାର ମୂଳକ ପ୍ରତିଯୋଗିତାରେ ବିଜ୍ଞାପନ
ଆଉ ଏକ ବୈଶିଷ୍ଟ୍ୟ ଅଟେ
।
5 - ସ୍ୱାଧୀନ
ଦର ନିର୍ଦ୍ଧାରଣ ନୀତି (Independent Price
Policy)
👉ପୂର୍ଣ୍ଣ
ପ୍ରତିଯୋଗିତା ଅନ୍ତର୍ଗତ ପ୍ରତିଷ୍ଠାନ ଭଳି ସେମାନେ ଦର
ଗ୍ରହଣକାରୀ ନୁହଁନ୍ତି। ନିଜ ଉତ୍ପାଦର ଦର
ନିର୍ଦ୍ଧାରଣରେ ସେମାନେ ସ୍ୱାଧୀନ ନୀତି ଅବଲମ୍ବନ କରିଥାନ୍ତି।
ତେଣୁ ଦ୍ରବ୍ୟର ଦର ଉପରେ ସେମାନଙ୍କର
ଆଂଶିକ ନିୟନ୍ତ୍ରଣ ଥାଏ।
6 - ଅଣ-ଦର ପ୍ରତିଯୋଗିତା (Non-price
competition)
👉ମରାମତିର
ନିର୍ଭରୋକ୍ତି, ବିକ୍ରୟ ପରବର୍ତ୍ତୀ ସେବା, ବିଭିନ୍ନ ଉପହାର ଯୋଜନା ମାଧ୍ୟମରେ ପ୍ରତିଷ୍ଠାନମାନେ ଗ୍ରାହକମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି।
ପ୍ରତିଷ୍ଠାନ ସମ୍ମୁଖୀନ ହେଉଥିବା ଚାହିଦାରେଖା (Demand curve facing the firm)
👉ଏକାଧିକାରୀ ପ୍ରତିଯୋଗିତାରେ କୌଣସି ପ୍ରତିଷ୍ଠାନ ଡାହାଣକୁ ନିମ୍ନାଭିମୁଖୀ ହୋଇଥିବା ଚାହିଦାରେଖାର ସମ୍ମୁଖୀନ ହୋଇଥାଏ। ବଜାରରେ ନିକଟ ସ୍ଥାନାପନ୍ନ ଦ୍ରବ୍ୟ ସହଜରେ ଉପଲବ୍ଧ ହେଉଥିବାରୁ ଦ୍ରବ୍ୟର ଚାହିଦା ଅଧିକ ସ୍ଥିତିସ୍ଥାପକ ହୋଇଥାଏ। ଫଳରେ ଚାହିଦାରେଖାଟି ବାମରୁ ଡାହାଣକୁ ନିମ୍ନଗାମୀ ହେବା ସହ ଅଧିକ ଧରାଶାୟୀ (flatter) ହୋଇଥାଏ।
👉ଉପରୋକ୍ତ
ରେଖାଚିତ୍ରରେ DD ଚାହିଦାରେଖାଟି ବାମରୁ ଡାହାଣକୁ ନିମ୍ନଗାମୀ ହେବାସହ ଅଧିକ ଧରାଶାୟୀ ହୋଇଅଛି।
ଅଳ୍ପାଧିକାର ବଜାର (Oligopoly Market)
(i) ଅଳ୍ପାଧିକାର
ବଜାର ହେଉଛି ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ଏକ ରୂପ ଅଟେ
। ଅଳ୍ପାଧିକାର ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ
ଏକାଧିକାର ମୂଳକ ପ୍ରତିଯୋଗିତା ବଜାରର
କିଛି ଲକ୍ଷଣ ଦେଖିବାକୁ ମିଳେ ।
(ii) ଅଳ୍ପାଧିକାର
ବଜାରରେ ଅଳ୍ପ କେତେଜଣ ବୃହତ୍
ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର
ସହିତ ପ୍ରତିଦ୍ୱନ୍ଦିତା କରି ଏକ ଦ୍ରବ୍ୟ
ଉତ୍ପାଦନ ଓ ବିକ୍ରୟ କରନ୍ତି।
(iii) ଅଳ୍ପାଧିକାର
ବଜାରରେ ଜଣେ ବିକ୍ରେତା ତାଙ୍କର
ନୀତି ନିର୍ଦ୍ଧାରଣ କଲାବେଳେ ଅନ୍ୟ ବିକ୍ରେତାମାନଙ୍କର ବ୍ୟାବସାୟିକ
ଆଚରଣକୁ ବିଚାରକୁ ନେଇଥା’ନ୍ତି। ଫଳରେ ବିକ୍ରେତାମାନଙ୍କ ମଧ୍ୟରେ
ଆନ୍ତଃ-ନିର୍ଭରଶୀଳତା ରହିଥାଏ। ପ୍ରତିଷ୍ଠାନଗୁଡ଼ିକ ପରସ୍ପର ଉପରେ ନିର୍ଭରଶୀଳ ହୋଇଥାଏ।
ଦ୍ରବ୍ୟର ଦର ନିର୍ଦ୍ଧାରଣ, ପ୍ରତିଦ୍ୱନ୍ଦ୍ୱୀ
ପ୍ରତିଷ୍ଠାନର କାର୍ଯ୍ୟ କୌଶଳ ଉପରେ ନିର୍ଭର
କରିଥାଏ। ତେଣୁ ପ୍ରତ୍ୟେକ ପ୍ରତିଷ୍ଠାନ
ବା ବିକ୍ରେତାଙ୍କର ଚାହିଦା ରେଖା ଅନିଶ୍ଚିତ।
ସଂଜ୍ଞା(Definition) :-
ଅଳ୍ପାଧିକାର
ବଜାର କହିଲେ ସେହି ବଜାରସ୍ଥିତିକୁ ବୁଝାଏ,
ଯେଉଁ ବଜାରସ୍ଥିତିରେ ଅଳ୍ପ ସଂଖ୍ୟକ ବିକ୍ରେତା
ସମଜାତୀୟ ବା ବିଭେଦିତ ଦ୍ରବ୍ୟର
ବିକ୍ରୟ ପାଇଁ ପରସ୍ପର ମଧ୍ୟରେ
ତୀବ୍ର ପ୍ରତିଯୋଗିତା କରୁଥାନ୍ତି ।
ବୈଶିଷ୍ଟ୍ୟ (Features) :-
1 - ସ୍ୱଳ୍ପ
ସଂଖ୍ୟକ ବୃହତ୍ ପ୍ରତିଷ୍ଠାନ (Small number of
big firms)
2 - ଆନ୍ତଃ
ନିର୍ଭରଶୀଳତା
(Interdependence)
3 - ଅଣଦର
ପ୍ରତିଯୋଗିତା (Non-Price
competition)
4 - ଆନୁଷ୍ଠାନିକ
ବ୍ୟବସ୍ଥାରେ ଭିନ୍ନତା (Varying
institutional arrangement
5 - ଚାହିଦାରେଖାର
ଅନିଶ୍ଚିତତା
(Indeterminateness of the demand curve)
1 - ସ୍ୱଳ୍ପ
ସଂଖ୍ୟକ ବୃହତ୍ ପ୍ରତିଷ୍ଠାନ (Small number of
big firms)
👉ଅଳ୍ପାଧିକାର
ବଜାରରେ ଅଳ୍ପସଂଖ୍ୟକ ବିକ୍ରେତା ଓ ଅସଂଖ୍ୟ କ୍ରେତା
ଥାଆନ୍ତି । ବିକ୍ରେତାଙ୍କ ସଂଖ୍ୟା
ଅଳ୍ପ ହୋଇଥିବାରୁ ବିକ୍ରେତାମାନେ ଦରକୁ ପ୍ରଭାବିତ କରିପାରନ୍ତି
। ଜଣେ ବିକ୍ରେତା ତାର
ଦ୍ରବ୍ୟର ଦର ହ୍ରାସ କରି
ବିକ୍ରୟ ବୃଦ୍ଧି କରିପାରନ୍ତି । ଯାହାକି ଅନ୍ୟ
ବିକ୍ରେତାଙ୍କ ଲାଭକୁ ପ୍ରଭାବିତ କରେ ।
2 - ଆନ୍ତଃ
ନିର୍ଭରଶୀଳତା
(Interdependence)
👉ଜଣେ
ବିକ୍ରେତା ତାଙ୍କର ନୀତି ନିର୍ଦ୍ଧାରଣ କଲାବେଳେ
ଅନ୍ୟ ବିକ୍ରେତାମାନଙ୍କର ମନୋଭାବ, ଆଚରଣକୁ ବିଚାରକୁ ନେଇଥାନ୍ତି । ଜଣେ ବିକ୍ରେତାଙ୍କର
ନିଷ୍ପତ୍ତି ଅନ୍ୟ ପ୍ରତିଯୋଗୀ ବିକ୍ରେତାଙ୍କ
ଉପରେ କିଛି ନା କିଛି
ନିର୍ଭର କରେ । ତେଣୁ
ଅଳ୍ପାଧିକାର ବଜାର ସ୍ଥିତିରେ ଆନ୍ତଃ
ନିର୍ଭରଶୀଳତା ରହିଥାଏ ।
3 - ଅଣଦର
ପ୍ରତିଯୋଗିତା
(Non-Price competition)
👉ଏହି
ବଜାରରେ ବିକ୍ରେତାମାନେ କ୍ରେତାମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଓ
ବିଜ୍ଞାପନର ସାହାଯ୍ୟ ନିଅନ୍ତି । ପ୍ରଚାର ଓ
ବିଜ୍ଞାପନ ଦ୍ୱାରା କ୍ରେତାମାନଙ୍କୁ ଆକୃଷ୍ଟ କରନ୍ତି ।
4 - ଆନୁଷ୍ଠାନିକ
ବ୍ୟବସ୍ଥାରେ ଭିନ୍ନତା (Varying
institutional arrangement)
👉ଅଳ୍ପାଧିକାର
ଉଦ୍ୟୋଗ ଭିନ୍ନ ଭିନ୍ନ ଆନୁଷ୍ଠାନିକ ବ୍ୟବସ୍ଥା ଉପରେ ଆଧାରିତ ହେବାର
ଦୃଷ୍ଟିଗୋଚର ହୋଇଥାଏ। ସମୟ ସମୟରେ ପ୍ରତିଷ୍ଠାନଗୁଡ଼ିକ
ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବଜାର
ନୀତି ଅନୁସରଣ ପାଇଁ ବୁଝାମଣା ବା
ସହମତି ପ୍ରକାଶ ପାଇଥାଏ। ବେଳେବେଳେ ପ୍ରତିଷ୍ଠାନଗୁଡ଼ିକ ଉଦ୍ୟୋଗର ପ୍ରଭାବଶାଳୀ ପ୍ରତିଷ୍ଠାନ ଦ୍ୱାରା ନିର୍ଣ୍ଣୀତ ଦରକୁ ଅନୁସରଣ କରିଥାନ୍ତି।
ଆଉ କେତେବେଳେ ସେମାନେ ନିଜ ନିଜ ମଧ୍ୟରେ
ଉଗ୍ର ପ୍ରତିଯୋଗିତା କରିଥାନ୍ତି।
5 - ଚାହିଦାରେଖାର
ଅନିଶ୍ଚିତତା
(Indeterminateness of the demand curve)
👉ପ୍ରତିଷ୍ଠାନଗୁଡ଼ିକ
ପରସ୍ପର ଉପରେ ନିର୍ଭରଶୀଳ ହୋଇଥାଏ।
ଦ୍ରବ୍ୟର ଦର ନିର୍ଦ୍ଧାରଣ, ପ୍ରତିଦ୍ୱନ୍ଦ୍ୱୀ
ପ୍ରତିଷ୍ଠାନର କାର୍ଯ୍ୟ କୌଶଳ ଉପରେ ନିର୍ଭର
କରିଥାଏ। ତେଣୁ ବଜାରସ୍ଥିତିରେ ଦର
ନିର୍ଦ୍ଧାରଣ ଏକ ଜଟିଳ ପ୍ରକ୍ରିୟା
ହୋଇଥାଏ । ତେଣୁ ପ୍ରତ୍ୟେକ
ପ୍ରତିଷ୍ଠାନ ବା ବିକ୍ରେତାଙ୍କର ଚାହିଦା
ରେଖା ଅନିଶ୍ଚିତ।
👉ଦ୍ରବ୍ୟର
ପ୍ରକୃତିକୁ ଆଧାର କରି ଅଳ୍ପାଧିକାର
ବଜାରକୁ ୨ ଭାଗରେ ବିଭକ୍ତ
କରାଯାଇଛି ।
ଯଥା-
୧ -
ଶୁଦ୍ଧ ଅଳ୍ପାଧିକାର
୨ -
ଭେଦକ ଅଳ୍ପାଧିକାର
୧
- ଶୁଦ୍ଧ ଅଳ୍ପାଧିକାର :-
👉ଯେଉଁ
ଅଳ୍ପାଧିକାର ବଜାରରେ ବିକ୍ରେତାମାନେ ସମଜାତୀୟ ଦ୍ରବ୍ୟ ଉତ୍ପାଦନ କରନ୍ତି, ତାହାକୁ ଶୁଦ୍ଧ ଅଳ୍ପାଧିକାର କୁହାଯାଏ ।
ଯଥା-
ସିମେଣ୍ଟ ବଜାର ।
୨
- ଭେଦକ ଅଳ୍ପାଧିକାର :-
👉ଯେଉଁ
ଅଳ୍ପାଧିକାର ବଜାରରେ ଭେଦକ / ଅସମଜାତୀୟ ଦ୍ରବ୍ୟର ଶିଳ୍ପ ବିକ୍ରୟ ହୋଇଥାଏ, ତାହାକୁ ଭେଦକ ଅଳ୍ପାଧିକାର ବଜାର
କୁହାଯାଏ ।
ଯଥା-
ଅଟୋମୋବାଇଲ୍ସ



Post a Comment