ସମ୍ପଦ (Wealth)


  • ମନୁଷ୍ୟର ଆବଶ୍ୟକତା ପୂରଣ କରୁଥିବା ଏବଂ ବିନିମୟ ମୂଲ୍ୟ ଥିବା ବସ୍ତୁକୁ ସମ୍ପଦ କୁହାଯାଏ।
  • କୌଣସି ଦ୍ରବ୍ୟର ଉପଯୋଗିତା, ସ୍ଵଳ୍ପତା, ସ୍ଥାନାନ୍ତର ଯୋଗ୍ୟତା, ବିକ୍ରୟ ଯୋଗ୍ୟତା ଓ ବାହ୍ୟତା ଭଳି ବୈଶିଷ୍ଟ୍ୟ ଥିଲେ, ତାହାକୁ ସମ୍ପଦ କୁହାଯାଏ ।

ସମ୍ପଦର ବୈଶିଷ୍ଟ୍ୟ (Characteristics of Wealth)


(a). ଉପଯୋଗିତା (Utility)

(b). ସ୍ଵଳ୍ପତା (Scarcity)

(c). ସ୍ଥାନାନ୍ତର ଯୋଗ୍ୟତା (Transferability)

(d). ବିକ୍ରୟ ଯୋଗ୍ୟତା (Marketability)

(e). ବାହ୍ୟତା (Externality)


ସମ୍ପଦର ଶ୍ରେଣୀ ବିଭାଗ (Classification of Wealth) :


  • ସମ୍ପଦକୁ ମୁଖ୍ୟତଃ  4ଟି ଶ୍ରେଣୀରେ ବିଭକ୍ତ କରାଯାଇଛି

1.ବ୍ୟକ୍ତିଗତ ସମ୍ପଦ (Individual Wealth)

2.ସାମାଜିକ ବା ସାମୂହିକ ସମ୍ପଦ (Social or Collective Wealth)

3.ଜାତୀୟ ସମ୍ପଦ (National Wealth)

4.ଆନ୍ତର୍ଜାତିକ ସମ୍ପଦ (Cosmopolitan Wealth)

 

1. ବ୍ୟକ୍ତିଗତ ସମ୍ପଦ (Individual Wealth)


  • ବ୍ୟକ୍ତିଗତ ମାଲିକାନାରେ ଥିବା ଭୌତିକ ଓ ଅଭୌତିକ ଦ୍ରବ୍ୟକୁ ବ୍ୟକ୍ତିଗତ ସମ୍ପଦ କୁହାଯାଏ ।
  • EX- ବାସଗୃହ, ଭୂମି, ମଟର କାର, ମଟର ସାଇକେଲ୍ ଇତ୍ୟାଦି ଭୌତିକ ସମ୍ପଦ ଓ ବ୍ୟବସାୟିକ ସୁନାମ, ପେଟେଣ୍ଟ ଅଧିକାର ଇତ୍ୟାଦି ଅଭୌତିକ ସମ୍ପଦ ।


2. ସାମାଜିକ ବା ସାମୂହିକ ସମ୍ପଦ (Social or Collective Wealth) :


  • ସାମୂହିକ ଭାବେ କୌଣସି ଏକ ଗୋଷ୍ଠୀ ବା ସମାଜର ଅଧିକାରରେ ଥିବା ସମ୍ପଦକୁ ସାମାଜିକ ସମ୍ପଦ ବା ସାମୂହିକ ସମ୍ପଦ କୁହାଯାଏ ।
  • EX- ପାଠାଗାର, ସର୍ବସାଧାରଣ ଉଦ୍ୟାନ, ଟାଉନ ହଲ୍ ଇତ୍ୟାଦି ସାମାଜିକ ସମ୍ପଦ ।


3. ଜାତୀୟ ସମ୍ପଦ (National Wealth) :


  • ଯେଉଁ ସମ୍ପଦଗୁଡ଼ିକ ସମଗ୍ର ଦେଶ ବା ଜାତିର ମାଲିକାନାରେ ଥାଏ, ତାହାକୁ ଜାତୀୟ ସମ୍ପଦ କହନ୍ତି ।
  • EX- ରାସ୍ତାଘାଟ, ରେଳପଥ, ପୋଲ, ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ଇତ୍ୟାଦି ।


4. ଆନ୍ତର୍ଜାତିକ ସମ୍ପଦ (Cosmopolitan Wealth) :


  • ବିଶ୍ଵର ସମସ୍ତ ରାଷ୍ଟ୍ରର ଅଧିକାରରେ ଥିବା ସମ୍ପଦକୁ ଆନ୍ତର୍ଜାତିକ ସମ୍ପଦ କୁହାଯାଏ ।
  • ମହାସାଗର, ମିଳିତ ଜାତିସଙ୍ଘ, ଆନ୍ତର୍ଜାତିକ ମୁଦ୍ରାପାଣ୍ଡି, ବିଶ୍ବବ୍ୟାଙ୍କ୍ ଇତ୍ୟାଦି ଆନ୍ତର୍ଜାତିକ ସମ୍ପଦର ଉଦାହରଣ।

 

ମୂଲ୍ଯ (Value)


  • ମୂଲ୍ୟ କହିଲେ କୌଣସି ପଦାର୍ଥର ଅନ୍ତର୍ନିହିତ ଗୁଣକୁ ବୁଝାଇଥାଏ ।
  • ସାଧାରଣତଃ ‘ମୂଲ୍ୟ’ ଦୁଇ ପ୍ରକାରର ଅଟେ । ସେଗୁଡ଼ିକ ହେଲା:-

1.ବ୍ୟବହାରିକ ମୂଲ୍ୟ (Value-in-use) ଓ

2.ବିନିମୟ ମୂଲ୍ୟ (Value-in-exchange) ।

ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ କେବଳ ବିନିମୟ ମୂଲ୍ୟକୁ ବୁଝାଏ ।

 

1.ବ୍ୟବହାରିକ ମୂଲ୍ୟ (Value-in-use)


  • ବ୍ୟବହାରିକ ମୂଲ୍ୟ ଦ୍ରବ୍ୟର ଉପଯୋଗିତାକୁ ବୁଝାଇଥାଏ
  • ସମସ୍ତ ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ ରହିଥାଏ


2.ବିନିମୟ ମୂଲ୍ୟ (Value-in-exchange)

  • ଗୋଟିଏ ଦ୍ରବ୍ୟ ପ୍ରତିବଦଳରେ ମିଳୁଥିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ବିନିମୟ ମୂଲ୍ୟ ବା ମୂଲ୍ୟ କୁହାଯାଏ


  • ମୁକ୍ତ ଦ୍ରବ୍ୟର କେବଳ ବ୍ୟବହାରିକ ମୂଲ୍ୟ ଥିବାବେଳେ ଅର୍ଥନୈତିକ ଦ୍ରବ୍ୟର ଉଭୟ ବ୍ୟବହାରିକ ମୂଲ୍ୟ ଏବଂ ବିନିମୟ ମୂଲ୍ୟ ରହିଥାଏ

ଦର (Price)


  • ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ତାହାକୁ ଦର ବା ଦାମ୍ କୁହାଯାଏ ।
  • କୌଣସି ଦ୍ରବ୍ୟର ବିନିମୟରେ ଯେଉଁ ପରିମାଣର ଅର୍ଥ ମିଳିଥାଏ, ତାହା ଦ୍ରବ୍ୟର ଦର ।

 


Post a Comment

Previous Post Next Post