ସମ୍ପଦ (Wealth)
- ମନୁଷ୍ୟର ଆବଶ୍ୟକତା ପୂରଣ କରୁଥିବା ଏବଂ ବିନିମୟ ମୂଲ୍ୟ ଥିବା ବସ୍ତୁକୁ ସମ୍ପଦ କୁହାଯାଏ।
- କୌଣସି ଦ୍ରବ୍ୟର ଉପଯୋଗିତା, ସ୍ଵଳ୍ପତା, ସ୍ଥାନାନ୍ତର ଯୋଗ୍ୟତା, ବିକ୍ରୟ ଯୋଗ୍ୟତା ଓ ବାହ୍ୟତା ଭଳି ବୈଶିଷ୍ଟ୍ୟ ଥିଲେ, ତାହାକୁ ସମ୍ପଦ କୁହାଯାଏ ।
ସମ୍ପଦର
ବୈଶିଷ୍ଟ୍ୟ
(Characteristics of Wealth)
(a). ଉପଯୋଗିତା
(Utility)
(b). ସ୍ଵଳ୍ପତା
(Scarcity)
(c). ସ୍ଥାନାନ୍ତର
ଯୋଗ୍ୟତା
(Transferability)
(d). ବିକ୍ରୟ
ଯୋଗ୍ୟତା
(Marketability)
(e). ବାହ୍ୟତା
(Externality)
ସମ୍ପଦର
ଶ୍ରେଣୀ ବିଭାଗ (Classification of
Wealth) :
- ସମ୍ପଦକୁ ମୁଖ୍ୟତଃ 4ଟି ଶ୍ରେଣୀରେ ବିଭକ୍ତ କରାଯାଇଛି ।
1.ବ୍ୟକ୍ତିଗତ
ସମ୍ପଦ (Individual
Wealth)
2.ସାମାଜିକ
ବା ସାମୂହିକ ସମ୍ପଦ (Social or Collective
Wealth)
3.ଜାତୀୟ
ସମ୍ପଦ (National
Wealth)
4.ଆନ୍ତର୍ଜାତିକ
ସମ୍ପଦ (Cosmopolitan
Wealth)
1. ବ୍ୟକ୍ତିଗତ
ସମ୍ପଦ
(Individual Wealth)
- ବ୍ୟକ୍ତିଗତ ମାଲିକାନାରେ ଥିବା ଭୌତିକ ଓ ଅଭୌତିକ ଦ୍ରବ୍ୟକୁ ବ୍ୟକ୍ତିଗତ ସମ୍ପଦ କୁହାଯାଏ ।
- EX- ବାସଗୃହ, ଭୂମି, ମଟର କାର, ମଟର ସାଇକେଲ୍ ଇତ୍ୟାଦି ଭୌତିକ ସମ୍ପଦ ଓ ବ୍ୟବସାୟିକ ସୁନାମ, ପେଟେଣ୍ଟ ଅଧିକାର ଇତ୍ୟାଦି ଅଭୌତିକ ସମ୍ପଦ ।
2. ସାମାଜିକ
ବା ସାମୂହିକ ସମ୍ପଦ (Social or Collective
Wealth) :
- ସାମୂହିକ ଭାବେ କୌଣସି ଏକ ଗୋଷ୍ଠୀ ବା ସମାଜର ଅଧିକାରରେ ଥିବା ସମ୍ପଦକୁ ସାମାଜିକ ସମ୍ପଦ ବା ସାମୂହିକ ସମ୍ପଦ କୁହାଯାଏ ।
- EX- ପାଠାଗାର, ସର୍ବସାଧାରଣ ଉଦ୍ୟାନ, ଟାଉନ ହଲ୍ ଇତ୍ୟାଦି ସାମାଜିକ ସମ୍ପଦ ।
3. ଜାତୀୟ
ସମ୍ପଦ (National
Wealth) :
- ଯେଉଁ ସମ୍ପଦଗୁଡ଼ିକ ସମଗ୍ର ଦେଶ ବା ଜାତିର ମାଲିକାନାରେ ଥାଏ, ତାହାକୁ ଜାତୀୟ ସମ୍ପଦ କହନ୍ତି ।
- EX- ରାସ୍ତାଘାଟ, ରେଳପଥ, ପୋଲ, ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ଇତ୍ୟାଦି ।
4. ଆନ୍ତର୍ଜାତିକ
ସମ୍ପଦ
(Cosmopolitan Wealth) :
- ବିଶ୍ଵର ସମସ୍ତ ରାଷ୍ଟ୍ରର ଅଧିକାରରେ ଥିବା ସମ୍ପଦକୁ ଆନ୍ତର୍ଜାତିକ ସମ୍ପଦ କୁହାଯାଏ ।
- ମହାସାଗର, ମିଳିତ ଜାତିସଙ୍ଘ, ଆନ୍ତର୍ଜାତିକ ମୁଦ୍ରାପାଣ୍ଡି, ବିଶ୍ବବ୍ୟାଙ୍କ୍ ଇତ୍ୟାଦି ଆନ୍ତର୍ଜାତିକ ସମ୍ପଦର ଉଦାହରଣ।
ମୂଲ୍ଯ
(Value)
- ମୂଲ୍ୟ କହିଲେ କୌଣସି ପଦାର୍ଥର ଅନ୍ତର୍ନିହିତ ଗୁଣକୁ ବୁଝାଇଥାଏ ।
- ସାଧାରଣତଃ ‘ମୂଲ୍ୟ’ ଦୁଇ ପ୍ରକାରର ଅଟେ । ସେଗୁଡ଼ିକ ହେଲା:-
1.ବ୍ୟବହାରିକ
ମୂଲ୍ୟ (Value-in-use) ଓ
2.ବିନିମୟ
ମୂଲ୍ୟ
(Value-in-exchange) ।
ଅର୍ଥଶାସ୍ତ୍ରରେ
ମୂଲ୍ୟ କହିଲେ କେବଳ ବିନିମୟ ମୂଲ୍ୟକୁ
ବୁଝାଏ ।
1.ବ୍ୟବହାରିକ
ମୂଲ୍ୟ
(Value-in-use)
- ବ୍ୟବହାରିକ ମୂଲ୍ୟ ଦ୍ରବ୍ୟର ଉପଯୋଗିତାକୁ ବୁଝାଇଥାଏ ।
- ସମସ୍ତ ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ ରହିଥାଏ ।
2.ବିନିମୟ
ମୂଲ୍ୟ
(Value-in-exchange)
- ଗୋଟିଏ ଦ୍ରବ୍ୟ ପ୍ରତିବଦଳରେ ମିଳୁଥିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ବିନିମୟ ମୂଲ୍ୟ ବା ମୂଲ୍ୟ କୁହାଯାଏ ।
- ମୁକ୍ତ ଦ୍ରବ୍ୟର କେବଳ ବ୍ୟବହାରିକ ମୂଲ୍ୟ ଥିବାବେଳେ ଅର୍ଥନୈତିକ ଦ୍ରବ୍ୟର ଉଭୟ ବ୍ୟବହାରିକ ମୂଲ୍ୟ ଏବଂ ବିନିମୟ ମୂଲ୍ୟ ରହିଥାଏ ।
ଦର (Price)
- ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ତାହାକୁ ଦର ବା ଦାମ୍ କୁହାଯାଏ ।
- କୌଣସି ଦ୍ରବ୍ୟର ବିନିମୟରେ ଯେଉଁ ପରିମାଣର ଅର୍ଥ ମିଳିଥାଏ, ତାହା ଦ୍ରବ୍ୟର ଦର ।

Post a Comment