ଦ୍ରବ୍ଯ (Goods)


  • ମଣିଷ ଅଭାବ ପୂରଣ କରୁଥିବା ସମସ୍ତ ଭୌତିକ ଓ ଅଭୌତିକ ପଦାର୍ଥକୁ ଅର୍ଥଶାସ୍ତ୍ରରେ ଦ୍ରବ୍ୟ କୁହାଯାଏ ।
  • Ex- କଲମ, ବହି, ଚୌକି, ଟେଲିଭିଜନ ଇତ୍ୟାଦି ଭୌତିକ ଦ୍ରବ୍ୟ ଏବଂ ଚିକିତ୍ସକଙ୍କ ସେବା, ଶିକ୍ଷକଙ୍କ ପାଠପଢ଼ା ଇତ୍ୟାଦି ଅଭୌତିକ ଦ୍ରବ୍ୟ।

ଦ୍ରବ୍ୟର ଶ୍ରେଣୀ ବିଭାଗ (Classification of Goods)


1. ଭୌତିକ ଓ ଅଭୌତିକ ଦ୍ରବ୍ୟ (Material and Non-Material Goods)

2. ମୁକ୍ତ ଦ୍ରବ୍ୟ ଓ ଅର୍ଥନୈତିକ ଦ୍ରବ୍ୟ (Free Goods and Economic Goods)

3. ଉପଭୋଗ ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ (Consumers Goods and Producers' Goods)

4. ଅନ୍ତର୍ବର୍ତୀ ଦ୍ରବ୍ୟ ଓ ଅନ୍ତିମ ଦ୍ରବ୍ୟ (Intermediate goods and Final goods)

5. ଘରୋଇ ଦ୍ରବ୍ୟ ଓ ସର୍ବସାଧାରଣ ଦ୍ରବ୍ୟ (Private goods and Public goods)


1. ଭୌତିକ ଓ ଅଭୌତିକ ଦ୍ରବ୍ୟ (Material and Non-Material Goods)

ଭୌତିକ ଦ୍ରବ୍ୟ (Material Goods)ଅଭୌତିକ ଦ୍ରବ୍ୟ (Non-Material Goods)
(1) ଯେଉଁ ଦ୍ରବ୍ୟଗୁଡ଼ିକୁ ଦେଖି ହେବ ଓ ସ୍ପର୍ଶ କରିହେବ, ଦ୍ରବ୍ୟର ନିର୍ଦ୍ଦିଷ୍ଟ ଆକାର ଥାଏ, ସେଗୁଡ଼ିକ ଭୌତିକ ଦ୍ରବ୍ୟ(1) ଯେଉଁ ଦ୍ରବ୍ୟଗୁଡ଼ିକୁ ଦେଖି ହେବ ନାହିଁ ଓ ସ୍ପର୍ଶ କରିହେବ ନାହିଁ, ଦ୍ରବ୍ୟର ନିର୍ଦ୍ଦିଷ୍ଟ ଆକାର ନଥାଏ ସେଗୁଡ଼ିକ ଅଭୌତିକ ଦ୍ରବ୍ୟ
(2) Ex- କଲମ, ବହି, ଚୌକି, ଘଣ୍ଟା, ଟେଲିଭିଜନ ଇତ୍ୟାଦି ଭୌତିକ ଦ୍ରବ୍ୟ।(2) Ex- ଡାକ୍ତରଙ୍କ ସେବା, ଶିକ୍ଷକଙ୍କ ପାଠପଢ଼ା ଇତ୍ୟାଦି ଅଭୌତିକ ଦ୍ରବ୍ୟ।

2. ମୁକ୍ତ ଦ୍ରବ୍ୟ ଓ ଅର୍ଥନୈତିକ ଦ୍ରବ୍ୟ (Free Goods and Economic Goods)

ମୁକ୍ତ ଦ୍ରବ୍ୟ (Free Goods)ଅର୍ଥନୈତିକ ଦ୍ରବ୍ୟ (Economic Goods)
(1) ଯେଉଁ ଦ୍ରବ୍ୟ ପ୍ରକୃତିରୁ ପ୍ରଚୁର ପରିମାଣରେ ମାଗଣାରେ ମିଳିଥାଏ ଏବଂ ଯାହା ପାଇଁ କୌଣସି ମୂଲ୍ୟ ଦେବାକୁ ପଡ଼େ ନାହିଁ, ତାହାକୁ ମୁକ୍ତ ଦ୍ରବ୍ୟ କୁହାଯାଏ ।(1) ଯେଉଁ ଦ୍ରବ୍ୟଗୁଡ଼ିକ ସୀମିତ ପରିମାଣରେ ଉପଲବ୍ଧ ଥାଏ ଏବଂ ଯାହାକୁ ପାଇବା ପାଇଁ ମୂଲ୍ୟ କିମ୍ବା ପରିଶ୍ରମ ଦେବାକୁ ପଡ଼େ, ସେଗୁଡ଼ିକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ ।
(2) Ex— ବାୟୁ ଓ ସୂର୍ଯ୍ୟାଲୋକ ।(2) Ex— ଖାଦ୍ୟ, ବସ୍ତ୍ର ଓ ମୋବାଇଲ୍ ।

3. ଉପଭୋଗ ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ (Consumers Goods and Producers' Goods)

ଉପଭୋଗ ଦ୍ରବ୍ୟ (Consumers Goods)ଉତ୍ପାଦକ ଦ୍ରବ୍ୟ (Producers' Goods)
(1) ଯେଉଁ ଦ୍ରବ୍ୟ ମାନବୀୟ ଅଭାବକୁ ପ୍ରତ୍ୟକ୍ଷ ଭାବେ ପୂରଣ କରିଥାନ୍ତି, ସେଗୁଡ଼ିକୁ ଉପଭୋଗ ଦ୍ରବ୍ୟ କୁହାଯାଏ ।(1) ଯେଉଁ ଦ୍ରବ୍ୟଗୁଡ଼ିକ ଅନ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥାଏ, ତାହାକୁ ଉତ୍ପାଦନ ଦ୍ରବ୍ୟ କୁହାଯାଏ ।
(2) Ex- ଖାଦ୍ୟ, ବାସଗୃହ, ପୋଷାକ, କଲମ ଇତ୍ୟାଦି ।(2) Ex- ମେସିନ୍, କାରଖାନା ଇତ୍ୟାଦି ।

4. ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ଓ ଅନ୍ତିମ ଦ୍ରବ୍ୟ (Intermediate goods and Final goods)

ଅନ୍ତର୍ବର୍ତ୍ତୀ ଦ୍ରବ୍ୟ (Intermediate goods)ଅନ୍ତିମ ଦ୍ରବ୍ୟ (Final goods)
(1) ଯେଉଁ ଦ୍ରବ୍ୟ ଅନ୍ୟ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ ହୁଏ, ତାହାକୁ ଅନ୍ତର୍ବର୍ତ୍ତୀ ଦ୍ରବ୍ୟ କୁହାଯାଏ ।(1) ଯେଉଁ ଦ୍ରବ୍ୟଗୁଡ଼ିକ ଅନ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ନୁହେଁ, ବରଂ ସିଧାସଳଖ ଉପଭୋଗ କିମ୍ବା ଶେଷ ବ୍ୟବହାର ପାଇଁ କ୍ରୟ କରାଯାଏ, ସେଗୁଡ଼ିକୁ ଅନ୍ତିମ ଦ୍ରବ୍ୟ କୁହାଯାଏ ।
(2) Ex- କଞ୍ଚାମାଲ, ଅର୍ଦ୍ଧନିର୍ମିତ ଦ୍ରବ୍ୟ ଇତ୍ୟାଦି ।(2) Ex- ବିସ୍କୁଟ, ପୁସ୍ତକ ଓ ମୋବାଇଲ୍ ।

5. ଘରୋଇ ଦ୍ରବ୍ୟ ଓ ସର୍ବସାଧାରଣ ଦ୍ରବ୍ୟ (Private goods and Public goods)

ଘରୋଇ ଦ୍ରବ୍ୟ (Private goods)ସର୍ବସାଧାରଣ ଦ୍ରବ୍ୟ (Public goods)
(1) ଯେଉଁ ଦ୍ରବ୍ୟ ବ୍ୟକ୍ତିଗତ ମାଲିକାନାରେ ଥାଏ ଏବଂ ଯାହାକୁ ମୂଲ୍ୟ ଦେଇ କ୍ରୟ କରି କେବଳ କ୍ରେତା କିମ୍ବା ମାଲିକ ବ୍ୟବହାର କରିପାରେ, ତାହାକୁ ଘରୋଇ ଦ୍ରବ୍ୟ କୁହାଯାଏ ।(1) ଯେଉଁ ଦ୍ରବ୍ୟ କିମ୍ବା ସେବା ସମାଜର ସମସ୍ତ ଲୋକଙ୍କ ପାଇଁ ସାମୂହିକ ଭାବେ ଉପଲବ୍ଧ ଥାଏ ଏବଂ ଜଣେ ବ୍ୟକ୍ତିର ବ୍ୟବହାର ଅନ୍ୟ ବ୍ୟକ୍ତିର ବ୍ୟବହାରକୁ କମାଏ ନାହିଁ, ତାହାକୁ ସର୍ବସାଧାରଣ ଦ୍ରବ୍ୟ କୁହାଯାଏ ।
(2) Ex— ବସ୍ତ୍ର, ମୋବାଇଲ୍ ଓ ଘର ।(2) Ex— ରାସ୍ତା ଆଲୋକ ଓ ଜାତୀୟ ସୁରକ୍ଷା ।

Post a Comment

Previous Post Next Post