ପରିବର୍ତ୍ତନୀୟ ଅନୁପାତ ସୂତ୍ର
(Law of variable
proportion)
ଉପକ୍ରମ(Introduction):
* ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଅନୁବର୍ତ୍ତୀ ହୋଇଥାଏ । ସ୍ୱଳ୍ପ ସମୟରେ ଉତ୍ପାଦର ପରିମାଣ ବୃଦ୍ଧି କରିବାର ଆବଶ୍ୟକତା ଅନୁଭୂତ ହେଲେ ପ୍ରତିଷ୍ଠାନ ସ୍ଥିର ସାଧନ ଗୁଡ଼ିକୁ ଅପରିବର୍ତ୍ତିତ ରଖି କେବଳ ପରିବର୍ତ୍ତୀ ସାଧନ ଗୁଡ଼ିକର ଅଧିକରୁ ଅଧିକ ପରିବର୍ତ୍ତନ କରିଥାଏ । ଅତଏବ ସ୍ୱଳ୍ପ କାଳରେ ପରିବର୍ତ୍ତୀ ସାଧନରେ ପରିବର୍ତ୍ତନ ଫଳରେ ଉତ୍ପାଦର ପରିମାଣରେ କିପରି ପରିବର୍ତ୍ତନ ସଂଘଠିତ ହୋଇଥାଏ, ତାହା ହିଁ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ବିଷୟ ବସ୍ତୁ ।
ସୂତ୍ରର
ସଂଜ୍ଞା
(Definition of the Law)
* ଏହି
ସୂତ୍ର ଅନୁସାରେ, ସ୍ୱଳ୍ପକାଳରେ ଅନ୍ୟ ଉତ୍ପାଦନ ସାଧନଗୁଡ଼ିକୁ
ସ୍ଥିର ରଖି କେବଳ ପରିବର୍ତ୍ତନଶୀଳ
ସାଧନର ପରିମାଣକୁ କ୍ରମାଗତ ଭାବେ ବଢ଼ାଇଲେ, ମୋଟ
ଉତ୍ପାଦନ ପ୍ରଥମେ ବୃଦ୍ଧିଶୀଳ ହାରରେ ବଢ଼େ, ପରେ ହ୍ରାସଶୀଳ ହାରରେ
ବଢ଼େ ଏବଂ ଏକ ନିର୍ଦ୍ଦିଷ୍ଟ
ସୀମା ପରେ ପରିବର୍ତ୍ତନଶୀଳ ସାଧନର
ଅତ୍ୟଧିକ ବ୍ୟବହାର ହେତୁ ମୋଟ ଉତ୍ପାଦନ
ହ୍ରାସ ପାଇବା ଆରମ୍ଭ କରେ।
According to Stigler (ଷ୍ଟିଗଲର୍) :-
"ଅନ୍ୟାନ୍ୟ
ଉତ୍ପାଦନକ୍ଷମ ସାଧନଗୁଡ଼ିକୁ ସ୍ଥିର ରଖି ଏକ ନିର୍ଦ୍ଦିଷ୍ଟ
ସାଧନକୁ କ୍ରମ ପରିମାଣରେ ସ୍ଥିର
ସାଧନ ସହ ଯୋଗ କଲେ
ଏକ ନିର୍ଦ୍ଦିଷ୍ଟ ସ୍ତର ପରେ ଉତ୍ପାଦର
ଅଭିବୃଦ୍ଧି ହାର ହ୍ରାସପାଏ ଅର୍ଥାତ୍
ସୀମାନ୍ତ ଉତ୍ପାଦ ହ୍ରାସପାଏ ।"
ସର୍ତ୍ତାବଳୀ (Assumptions ) :-
1. ଉତ୍ପାଦନର କୌଶଳ ଅପରିବର୍ତ୍ତିତ ରହିବ ।2. ସୂତ୍ରଟି କେବଳ ସ୍ୱଳ୍ପକାଳରେ ପ୍ରଯୁଜ୍ୟ ହେବ ।
3. ଅନ୍ୟାନ୍ୟ ସମସ୍ତ ସାଧନର ପରିମାଣ ସ୍ଥିର ରହିବ କେବଳ ଗୋଟିଏ ସାଧନର ପରିମାଣ ପରିବର୍ତ୍ତିତ କରାଯିବ ।
ବ୍ୟାଖ୍ୟା (Explanation) :-
ପରିବର୍ତ୍ତନୀୟ ଅନୁପାତ ସୂତ୍ରଟି 3ଟି ସ୍ତର ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା:-
1. ବୃଦ୍ଧିମାନ ଉତ୍ପନ୍ନ ସ୍ତର2. ହ୍ରାସମାନ ଉତ୍ପନ୍ନ ସ୍ତର
ଉତ୍ପାଦନର ଏହି 3ଟି ସ୍ତରକୁ ଏକ ସାରଣୀ ସାହାଯ୍ୟରେ ପ୍ରଦର୍ଶନ କରାଯାଇପାରେ ।
Table - ସାରଣୀ
| ସ୍ଥିର ସାଧନ (ଜମି) | ପରିବର୍ତ୍ତୀ ସାଧନ (ଶ୍ରମ) | ମୋଟ ଉତ୍ପାଦ (TP) | ହାରାହାରି ଉତ୍ପାଦ (AP) | ସୀମାନ୍ତ ଉତ୍ପାଦ (MP) | ଉତ୍ପାଦନ ସ୍ତର |
1 1 | 1 2 | 10 22 | 10 11 | 10 12 | AP < MP ବୃଦ୍ଧିମାନ ଉତ୍ପନ୍ନ ସ୍ତର |
1 1 1 1 1 | 3 4 5 6 7 | 30 36 40 42 42 | 10 9 8 7 6 | 8 6 4 2 0 | AP > MP ହ୍ରାସମାନ ଉତ୍ପନ୍ନ ସ୍ତର |
1 1 | 8 9 | 40 36 | 5 4 | -2 -4 | MP(-ve) ଋଣାତ୍ମକ ଉତ୍ପନ୍ନ ସ୍ତର |
* ଉପରୋକ୍ତ ସାରଣୀରେ ଜମିର ପରିମାଣ ଏକ ଏକରରେ ସୀମିତ ରହିଛି । ଶ୍ରମର ଏକକକୁ ବୃଦ୍ଧି କରାଯାଉଛି । ଶ୍ରମର ଏକକ ବୃଦ୍ଧି ପାଇବା ଫଳସ୍ୱରୂପ ଦ୍ରବ୍ୟ ଉତ୍ପାଦନରେ 3ଟି ସ୍ତର ଦେଇ ଗତି କରିଛି ।
ପ୍ରଥମ
ସ୍ତର ( ବୃଦ୍ଧିମାନ ଉତ୍ପନ୍ନ ସ୍ତର ) :-
(i) ଯେଉଁ
ସ୍ତରରେ ମୋଟ ଉତ୍ପାଦ, ହାରାହାରି
ଉତ୍ପାଦ ଓ ସୀମାନ୍ତ ଉତ୍ପାଦ
ବୃଦ୍ଧିପାଏ, ତାହାକୁ ବୃଦ୍ଧିମାନ ଉତ୍ପନ୍ନ ସ୍ତର ବୋଲି କୁହାଯାଏ
।
ଦ୍ୱିତୀୟ
ସ୍ତର ( ହ୍ରାସମାନ ଉତ୍ପନ୍ନ ସ୍ତର ) :-
(i) ଯେଉଁ
ସ୍ତରରେ ମୋଟ ଉତ୍ପାଦ ବୃଦ୍ଧିପାଏ
ମାତ୍ର ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ
ହ୍ରାସପାଏ, ତାହାକୁ ହ୍ରାସମାନ ଉତ୍ପନ୍ନ ସ୍ତର ବୋଲି କୁହାଯାଏ
।
ତୃତୀୟ ସ୍ତର ( ଋଣାତ୍ମକ ଉତ୍ପନ୍ନ ସ୍ତର ) :-
(i) ଯେଉଁ ସ୍ତରରେ ମୋଟ ଉତ୍ପାଦ ଓ ହାରାହାରି ଉତ୍ପାଦ ହ୍ରାସପାଏ ଏବଂ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୁଏ, ତାହାକୁ ଋଣାତ୍ମକ ଉତ୍ପନ୍ନ ସ୍ତର କୁହାଯାଏ ।
ରେଖାଚିତ୍ର
(Diagram)- :-
* ପରିବର୍ତ୍ତନୀୟ
ଅନୁପାତ ସୂତ୍ରକୁ ଏକ ରେଖାଚିତ୍ର ସାହାଯ୍ୟରେ
ଦର୍ଶାଯାଇପାରେ ।
* ଉପରୋକ୍ତ
ରେଖାଚିତ୍ରରେ OX-ଅକ୍ଷରେ ପରିବର୍ତ୍ତୀ
ସାଧନର ପରିମାଣ ଏବଂ OY-ଅକ୍ଷରେ ମୋଟ
ଉତ୍ପାଦ (TP), ହାରାହାରି ଉତ୍ପାଦ
(AP) ଓ ସୀମାନ୍ତ
ଉତ୍ପାଦ (MP) କୁ ଦର୍ଶାଯାଇଛି
।
ପ୍ରଥମ
ସ୍ତର (First
Stage):-
* ଏହି ସ୍ତରରେ ମୋଟ ଉତ୍ପାଦ ରେଖା ‘F’ ପର୍ଯ୍ୟନ୍ତ ବୃଦ୍ଧିମାନ ହାରରେ ବୃଦ୍ଧିପାଏ, ତା’ ପରେ ହ୍ରାସମାନ ହାରରେ ବୃଦ୍ଧିପାଏ । ତେଣୁ ‘F’ ବିନ୍ଦୁକୁ ନୀତି ପରିବର୍ତ୍ତନୀୟ ବିନ୍ଦୁ କୁହାଯାଏ । ଏହି ସ୍ତରରେ ସୀମାନ୍ତ ଉତ୍ପାଦ ରେଖା (MP) ଉର୍ଦ୍ଧ୍ୱଗାମୀ ହୋଇଛି ଏବଂ ହାରାହାରି ଉତ୍ପାଦ ରେଖା (AP) ମଧ୍ୟ ବୃଦ୍ଧିପାଇଛି (ଉର୍ଦ୍ଧ୍ୱଗାମୀ ହୋଇଛି) । ଏହି ସ୍ତରରେ ‘AP’ ଉପରେ ‘MP’ ରହିଛି । ତେଣୁ ଏହି ସ୍ତରକୁ ବୃଦ୍ଧିମାନ ଉତ୍ପନ୍ନ ସ୍ତର କୁହାଯାଏ ।
ନୀତି ପରିବର୍ତ୍ତନୀୟ ବିନ୍ଦୁ( Point of Inflextion) :-
* ଯେଉଁ
ବିନ୍ଦୁରେ ମୋଟ ଉତ୍ପାଦ ରେଖା ବୃଦ୍ଧିମାନ ହାରରେ ବୃଦ୍ଧିପାଉଥିବା ବନ୍ଦକରେ ଏବଂ ହ୍ରାସମାନ ହାରରେ
ବୃଦ୍ଧିପାଇବା ଆରମ୍ଭ କରେ, ତାହାକୁ ନୀତି ପରିବର୍ତ୍ତନୀୟ ବିନ୍ଦୁ କୁହାଯାଏ ।
ଦ୍ୱିତୀୟ
ସ୍ତର (Second
Stage):-
* ଏହି
ସ୍ତରରେ ମୋଟ ଉତ୍ପାଦ (TP) ହ୍ରାସମାନ ହାରରେ
‘M’ ପର୍ଯ୍ୟନ୍ତ ବୃଦ୍ଧିପାଏ । ‘MP’ ଓ ‘AP’ କ୍ରମାଗତ ଭାବେ
ହ୍ରାସପାଆନ୍ତି । ଏହି ସ୍ତରରେ
‘MP’ ର ଉପରେ
‘AP’ ରହିଛି, (AP > MP) । ଏହିସ୍ତରକୁ
ହ୍ରାସମାନ ଉତ୍ପନ୍ନ ସ୍ତର କୁହାଯାଏ ।
ତୃତୀୟ
ସ୍ତର (Third
Stage):-
* ଏହି
ସ୍ତରରେ TP ନିମ୍ନଗାମୀ (ହ୍ରାସପାଏ)
ଏବଂ ‘AP’ ମଧ୍ୟ ନିମ୍ନଗାମୀ
ହୋଇଥାଏ । କିନ୍ତୁ (MP) ଋଣାତ୍ମକ ହୋଇଥାଏ
।ଏହି ସ୍ତରକୁ ଋଣାତ୍ମକ ଉତ୍ପନ୍ନ ସ୍ତର କୁହାଯାଏ ।
ସୀମାବଦ୍ଧତା / ବ୍ୟତିକ୍ରମ (Limitation) :-
ଉତ୍ପାଦନର କୌଶଳର ଉନ୍ନତି ହେଲେ ପରିବର୍ତ୍ତନୀୟ ଅନୁପାତ ସୂତ୍ର କାର୍ଯ୍ୟକାରୀ ହେବ ନାହିଁ ।
ଯଦି ସାଧନଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ବର୍ତ୍ତମାନ ନ ହୁଅନ୍ତି, ସୂତ୍ରଟି କାର୍ଯ୍ୟକାରୀ ହେବନାହିଁ ।


Post a Comment