ଉତ୍ପାଦନ (Production)


  •  ଅର୍ଥନୀତିରେ ଉତ୍ପାଦନ କହିଲେ ବିନିମୟକ୍ଷମ ଉପଯୋଗିତାର ସୃଷ୍ଟିକୁ ବୁଝାଏ


ଉତ୍ପାଦନର ସାଧନ (Factors of production) :-

  • ଯେକୌଣସି ଦ୍ରବ୍ୟ ବା ସେବା ଉତ୍ପାଦନରେ ଯେଉଁ ଉପାଦାନ ଗୁଡ଼ିକ ସହାୟକ ହୁଅନ୍ତି, ତାହାକୁ ଉତ୍ପାଦନର ସାଧନ କୁହାଯାଏ ଉତ୍ପାଦନର ମୁଖ୍ୟତଃ ଚାରୋଟି ସାଧନ ରହିଛି ।ଯଥା -

1.ଜମି (Land)

2.ଶ୍ରମ (Labour)

3.ପୁଞ୍ଜି (Capital)

4.ସଂଗଠନ (Organisation)

 

ସ୍ଥିର ସାଧନ (Fixed factor)  ପରିବର୍ତ୍ତନୀ ସାଧନ (Variable factor) :

1. ସ୍ଥିର ସାଧନ (Fixed factor) :-

   *  ସ୍ୱଳ୍ପକାଳରେ ଯେଉଁ ସାଧନର ପରିମାଣକୁ ପରିବର୍ତ୍ତନ କରାଯାଇପାରେ ନାହିଁତାହାକୁ ସ୍ଥିର ସାଧନ କୁହାଯାଏ 

Ex - ଜମିମେସିନ୍

2. ପରିବର୍ତ୍ତନୀ ସାଧନ (Variable factor) :-

  *  ସ୍ୱଳ୍ପକାଳରେ ଯେଉଁ ସାଧନର ପରିମାଣକୁ ପରିବର୍ତ୍ତନ କରାଯାଇପାରେତାହାକୁ ପରିବର୍ତ୍ତନୀ ସାଧନ କୁହାଯାଏ 

Ex - ଶ୍ରମକଞ୍ଚାମାଲ

 

ଉତ୍ପାଦନ ଫଳନ (Production function)


*   ଉତ୍ପାଦନ ସାଧନ  ଉତ୍ପାଦ ମଧ୍ୟରେ ଥିବା କାର୍ଯ୍ୟାତ୍ମକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ 

*   ଉତ୍ପାଦନ ଫଳନକୁ ସଂକେତରେ ପ୍ରକାଶ କଲେ-

                                                                                    Q = F (L,K)

ଏଠାରେ

     Q = ଉତ୍ପାଦ

     F = ଉତ୍ପାଦିତ ସାଧନ ମଧ୍ୟରେ କାର୍ଯ୍ୟାତ୍ମକ ସମ୍ପର୍କ 

     L =  Labour (ଶ୍ରମ)

      K = Capital (ପୁଞ୍ଜି)

 

ଉତ୍ପାଦନ ଫଳନ ସାଧାରଣତଃ 2 ପ୍ରକାରର ଅଟେ 

1. ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ

2. ଦୀର୍ଘକାଳୀନ ଉତ୍ପାଦନ ଫଳନ

 

ସ୍ୱଳ୍ପକାଳ (Short run) ଓ ଦୀର୍ଘକାଳ (Long run)

1.ସ୍ୱଳ୍ପକାଳ (Short run) :-

 (i) ଯେଉଁ ସମୟ ଅବଧି ମଧ୍ୟରେ ଉତ୍ପାଦନକାରୀ କେବଳ ପରିବର୍ତ୍ତନୀ ସାଧନକୁ ପରିବର୍ତ୍ତନ କରିପାରେତାହାକୁ ସ୍ୱଳ୍ପକାଳ କୁହାଯାଏ 

(ii) ସ୍ୱଳ୍ପକାଳରେ କେବଳ ଶ୍ରମ  କଞ୍ଚାମାଲକୁ ପରିବର୍ତ୍ତନ କରାଯାଇପାରେ 



2. ଦୀର୍ଘକାଳ (Long run) :-

 (i)  ଯେଉଁ ସମୟ ଅବଧି ମଧ୍ୟରେ ଉତ୍ପାଦନକାରୀ ତାହାର ସମସ୍ତ ସାଧନକୁ ପରିବର୍ତ୍ତନ କରିପାରେ, ତାହାକୁ ଦୀର୍ଘକାଳ କୁହାଯାଏ ।

(ii) ଦୀର୍ଘକାଳରେ ସମସ୍ତ ସାଧନ ଯଥା- ସ୍ଥିର ସାଧନ ଓ ପରିବର୍ତ୍ତନୀ ସାଧନ ପରିବର୍ତ୍ତନଶୀଳ ।

 

1. ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ (Short run Production function):-

     (i) ସ୍ୱଳ୍ପକାଳରେ ଦୃଷ୍ଟିଗୋଚର ହେଉଥିବା ଉତ୍ପାଦନର ସାଧନ  ଉତ୍ପାଦ ମଧ୍ୟରେ ଥିବା କ୍ରିୟାତ୍ମକ ସମ୍ପର୍କକୁ ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ କୁହାଯାଏ 

                                                           

2. ଦୀର୍ଘକାଳୀନ ଉତ୍ପାଦନ ଫଳନ (Long run Production function):-

    (i) ଦୀର୍ଘକାଳରେ ଉତ୍ପାଦନର ସାଧନ  ଉତ୍ପାଦ ମଧ୍ୟରେ ଥିବା କ୍ରିୟାତ୍ମକ ସମ୍ପର୍କକୁ ଦୀର୍ଘକାଳୀନ ଉତ୍ପାଦନ ଫଳନ କୁହାଯାଏ 

            Q = F (L,K)


 

ମୋଟ ଉତ୍ପାଦହାରାହାରି ଉତ୍ପାଦ  ସୀମାନ୍ତ ଉତ୍ପାଦ

 

1. ମୋଟ ଉତ୍ପାଦ (Total product) :-

 (i)    ଉତ୍ପାଦନର ସାଧନ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ଦ୍ରବ୍ୟର ମୋଟ ପରିମାଣକୁ ମୋଟ ଉତ୍ପାଦ (TP) କୁହାଯାଏ 

(i i)  ସୀମାନ୍ତ ଉତ୍ପାଦ ସମଷ୍ଟିକୁ ମୋଟ୍ ଉତ୍ପାଦ କୁହାଯାଏ

                                    


2. ହାରାହାରି ଉତ୍ପାଦ (Average product) :-

(i) ମୋଟ ଉତ୍ପାଦକୁ ମୋଟ ପରିବର୍ତ୍ତୀ ସାଧନ ଦ୍ୱାରା ଭାଗକଲେ ଭାଗଫଳକୁ ହାରାହାରି ଉତ୍ପାଦ ବୋଲି କୁହାଯାଏ


            

                    

                                      


3. ସୀମାନ୍ତ ଉତ୍ପାଦ (Marginal product) :-

      (i)    ଏକ ଅତିରିକ୍ତ ସାଧନର ସଂଯୋଜନ ଫଳରେ ମୋଟ ଉତ୍ପାଦର ଯେଉଁ ପରିବର୍ତ୍ତନ ହୁଏ, ତାହାକୁ ସୀମାନ୍ତ ଉତ୍ପାଦ କୁହାଯାଏ

                                                 


                                                     


ପରିବର୍ତ୍ତନୀୟ ଅନୁପାତ ସୂତ୍ର 

(Law of variable proportion)


ଉପକ୍ରମ(Introduction):

*  ଏହି ସୂତ୍ର ଅନୁସାରେ, ସ୍ୱଳ୍ପକାଳରେ ଅନ୍ୟ ଉତ୍ପାଦନ ସାଧନଗୁଡ଼ିକୁ ସ୍ଥିର ରଖି କେବଳ ପରିବର୍ତ୍ତନଶୀଳ ସାଧନର ପରିମାଣକୁ କ୍ରମାଗତ ଭାବେ ବଢ଼ାଇଲେ, ମୋଟ ଉତ୍ପାଦନ ପ୍ରଥମେ ବୃଦ୍ଧିଶୀଳ ହାରରେ ବଢ଼େ, ପରେ ହ୍ରାସଶୀଳ ହାରରେ ବଢ଼େ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପରେ ପରିବର୍ତ୍ତନଶୀଳ ସାଧନର ଅତ୍ୟଧିକ ବ୍ୟବହାର ହେତୁ ମୋଟ ଉତ୍ପାଦନ ହ୍ରାସ ପାଇବା ଆରମ୍ଭ କରେ।

ସୂତ୍ରର ସଂଜ୍ଞା (Definition of the Law)

According to Stigler (ଷ୍ଟିଗଲର୍) :-

"ଅନ୍ୟାନ୍ୟ ଉତ୍ପାଦନକ୍ଷମ ସାଧନଗୁଡ଼ିକୁ ସ୍ଥିର ରଖି ଏକ ନିର୍ଦ୍ଦିଷ୍ଟ ସାଧନକୁ କ୍ରମ ପରିମାଣରେ ସ୍ଥିର ସାଧନ ସହ ଯୋଗ କଲେ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ ଉତ୍ପାଦର ଅଭିବୃଦ୍ଧି ହାର ହ୍ରାସପାଏ ଅର୍ଥାତ୍ ସୀମାନ୍ତ ଉତ୍ପାଦ ହ୍ରାସପାଏ "


ସର୍ତ୍ତାବଳୀ (Assumptions ) :-

1. କୌଶଳ ଅପରିବର୍ତ୍ତିତ ରହିବ ।

2. ସ୍ୱଳ୍ପକାଳରେ ପ୍ରଯୁଜ୍ୟ ହେବ ।

3. କେବଳ ଗୋଟିଏ ସାଧନର ପରିମାଣ ପରିବର୍ତ୍ତିତ କରାଯିବ ।

4. ପରିବର୍ତ୍ତୀ ସାଧନକୁ କ୍ରମ ପରିମାଣରେ ବୃଦ୍ଧି କରାଯିବ ।

ବ୍ୟାଖ୍ୟା (Explanation) :-

ପରିବର୍ତ୍ତନୀୟ ଅନୁପାତ ସୂତ୍ରଟି 3ଟି ସ୍ତର ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା:-


ପ୍ରଥମ ସ୍ତର ( ବୃଦ୍ଧିମାନ ଉତ୍ପନ୍ନ ସ୍ତର ) :-

(i)  ଯେଉଁ ସ୍ତରରେ ମୋଟ ଉତ୍ପାଦ, ହାରାହାରି ଉତ୍ପାଦ ସୀମାନ୍ତ ଉତ୍ପାଦ ବୃଦ୍ଧିପାଏ, ତାହାକୁ ବୃଦ୍ଧିମାନ ଉତ୍ପନ୍ନ ସ୍ତର ବୋଲି କୁହାଯାଏ

ଦ୍ୱିତୀୟ ସ୍ତର ( ହ୍ରାସମାନ ଉତ୍ପନ୍ନ ସ୍ତର ) :-

(i)  ଯେଉଁ ସ୍ତରରେ ମୋଟ ଉତ୍ପାଦ ବୃଦ୍ଧିପାଏ ମାତ୍ର ହାରାହାରି ଉତ୍ପାଦ ସୀମାନ୍ତ ଉତ୍ପାଦ ହ୍ରାସପାଏ, ତାହାକୁ ହ୍ରାସମାନ ଉତ୍ପନ୍ନ ସ୍ତର ବୋଲି କୁହାଯାଏ

ତୃତୀୟ ସ୍ତର ( ଋଣାତ୍ମକ ଉତ୍ପନ୍ନ ସ୍ତର ) :-

   (i)   ଯେଉଁ ସ୍ତରରେ ମୋଟ ଉତ୍ପାଦ ହାରାହାରି ଉତ୍ପାଦ ହ୍ରାସପାଏ ଏବଂ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୁଏ, ତାହାକୁ ଋଣାତ୍ମକ ଉତ୍ପନ୍ନ ସ୍ତର କୁହାଯାଏ


ରେଖାଚିତ୍ର (Diagram)- :-




*  ଉପରୋକ୍ତ ରେଖାଚିତ୍ରରେ OX-ଅକ୍ଷରେ ପରିବର୍ତ୍ତୀ ସାଧନର ପରିମାଣ ଏବଂ OY-ଅକ୍ଷରେ ମୋଟ ଉତ୍ପାଦ (TP), ହାରାହାରି ଉତ୍ପାଦ (AP) ସୀମାନ୍ତ ଉତ୍ପାଦ (MP) କୁ ଦର୍ଶାଯାଇଛି

ପ୍ରଥମ ସ୍ତର (First Stage):-

* ଏହି ସ୍ତରରେ ମୋଟ ଉତ୍ପାଦ ରେଖା ‘F’ ପର୍ଯ୍ୟନ୍ତ ବୃଦ୍ଧିମାନ ହାରରେ ବୃଦ୍ଧିପାଏ, ତାପରେ ହ୍ରାସମାନ ହାରରେ ବୃଦ୍ଧିପାଏ ତେଣୁ ‘F’ ବିନ୍ଦୁକୁ ନୀତି  ପରିବର୍ତ୍ତନୀୟ ବିନ୍ଦୁ କୁହାଯାଏ ଏହି ସ୍ତରରେ ସୀମାନ୍ତ ଉତ୍ପାଦ ରେଖା (MP) ଉର୍ଦ୍ଧ୍ୱଗାମୀ ହୋଇଛି ଏବଂ ହାରାହାରି ଉତ୍ପାଦ ରେଖା (AP) ମଧ୍ୟ ବୃଦ୍ଧିପାଇଛି   ତେଣୁ ଏହି ସ୍ତରକୁ ବୃଦ୍ଧିମାନ ଉତ୍ପନ୍ନ ସ୍ତର କୁହାଯାଏ

ନୀତି ପରିବର୍ତ୍ତନୀୟ ବିନ୍ଦୁ( Point of Inflextion) :-

*  ଯେଉଁ ବିନ୍ଦୁରେ ମୋଟ ଉତ୍ପାଦ ରେଖା ବୃଦ୍ଧିମାନ ହାରରେ ବୃଦ୍ଧିପାଉଥିବା ବନ୍ଦକରେ ଏବଂ ହ୍ରାସମାନ ହାରରେ ବୃଦ୍ଧିପାଇବା ଆରମ୍ଭ କରେ, ତାହାକୁ ମୋଡ଼ ପରିବର୍ତ୍ତନୀୟ ବିନ୍ଦୁ କୁହାଯାଏ

ଦ୍ୱିତୀୟ ସ୍ତର (Second Stage):-

* ଏହି ସ୍ତରରେ ମୋଟ ଉତ୍ପାଦ (TP) ହ୍ରାସମାନ ହାରରେ ‘M’ ପର୍ଯ୍ୟନ୍ତ ବୃଦ୍ଧିପାଏ ‘MP’ ‘AP’ କ୍ରମାଗତ ଭାବେ ହ୍ରାସପାଆନ୍ତି ଏହିସ୍ତରକୁ ହ୍ରାସମାନ ଉତ୍ପନ୍ନ ସ୍ତର କୁହାଯାଏ

ତୃତୀୟ ସ୍ତର (Third Stage):-

* ଏହି ସ୍ତରରେ  TP ନିମ୍ନଗାମୀ (ହ୍ରାସପାଏ) ଏବଂ ‘AP’ ମଧ୍ୟ ନିମ୍ନଗାମୀ ହୋଇଥାଏ କିନ୍ତୁ (MP) ଋଣାତ୍ମକ ହୋଇଥାଏ ।ଏହି ସ୍ତରକୁ ଋଣାତ୍ମକ ଉତ୍ପନ୍ନ ସ୍ତର କୁହାଯାଏ


ସୀମାବଦ୍ଧତା / ବ୍ୟତିକ୍ରମ (Limitation) :-

1.ଉତ୍ପାଦନର କୌଶଳର ଉନ୍ନତି ହେଲେ ପରିବର୍ତ୍ତନୀୟ ଅନୁପାତ ସୂତ୍ର କାର୍ଯ୍ୟକାରୀ ହେବ ନାହିଁ ।

2. ଯଦି ସାଧନଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ବର୍ତ୍ତମାନ ନ ହୁଅନ୍ତି, ସୂତ୍ରଟି କାର୍ଯ୍ୟକାରୀ ହେବନାହିଁ ।



Post a Comment

Previous Post Next Post