2012 (A)
'କ' – ବିଭାଗ
1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ : [1 X 10 = 10]
(a) ଅର୍ଥଶାସ୍ତ୍ରରେ ଉପଯୋଗିତା ଅର୍ଥ କ’ଣ ?
(i) ଦ୍ରବ୍ୟର ଉପାଦେୟତା
(ii) ଦ୍ରବ୍ୟରୁ ମିଳୁଥିବା ଆନନ୍ଦ
(iii) ଦ୍ରବ୍ୟର ଅଭାବ ପୂରଣ କରିବାର କ୍ଷମତା
(iv) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(b) ନିମ୍ନଲିଖ୍ତ ମଧ୍ୟରୁ ଅର୍ଥଶାସ୍ତ୍ରରେ କେଉଁଟି ସମ୍ପଦ ?
(i) ଜଣେ ଗାୟକଙ୍କ କଣ୍ଠସୁର
(ii) ଜଣେ ଶଲ୍ୟ ଚିକିତ୍ସକଙ୍କ ଦକ୍ଷତା
(iii) ମାଧ୍ୟମିକ ପରୀକ୍ଷା ସାର୍ଟିଫିକେଟ୍
(iv) ଡାକ୍ତରଙ୍କ ମୋଟର ଗାଡ଼ି
(c) ଚାହିଦା ରେଖାର ଡାହାଣକୁ ସ୍ଥାନାନ୍ତର କ’ଣ ସୂଚିତ କରେ ?
(i) ଚାହିଦା ସମ୍ପ୍ରସାରଣ
(ii) ଚାହିଦା ସଙ୍କୋଚନ
(iii) ଚାହିଦା ବୃଦ୍ଧି
(iv) ଚାହିଦା ହ୍ରାସ
(d) ଅସୀମ ସ୍ଥିତିସ୍ଥାପକ ଚାହିଦା ରେଖାର ଆକାର କ’ଣ ?
(i) ଆନୁଭୂମିକ
(ii) ଉର୍ଦ୍ଧ୍ୱଗାମୀ
(iii) ଉଲମ୍ବ
(iv) ଆୟତକାର ପରାବଳୟ
(e) ଯଦି ଗୋଟିଏ ଦ୍ରବ୍ୟର 10 ଏକକ ଉତ୍ପାଦିତ ହେଉଥିବା ବେଳେ ମୋଟ ପରିବ୍ୟୟ 100 ଟଙ୍କା ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ 11 ଏକକ ହେଲେ ମୋଟ ପରିବ୍ୟୟ 140 ଟଙ୍କା ହୁଏ, ତେବେ ସୀମାନ୍ତ ପରିବ୍ୟୟ କେତେ ?
(i) ୧୦ ଟଙ୍କା
(ii) ୧୪ ଟଙ୍କା
(iii) ୪୦ ଟଙ୍କା
(iv) କୌଣସିଟି ନୁହେଁ
(f) ଅତି ସ୍ୱଳ୍ପକାଳୀନ ପ୍ରଚଳିତ ଦରର ନାମ କ’ଣ ?
(i) ସ୍ୱାଭାବିକ ଦର
(ii) ଆଦର୍ଶ ଦର
(iii) ବଜାର ଦର
(iv) ଏକଚାଟିଆ ଦର
(g) Out of Syllabus
(h) ନିମ୍ନଲିଖ୍ତ ମଧ୍ୟରୁ କେଉଁଟିରେ ଅଧ୍ବକ ସୁଧ ମିଳେ ?
(i) ସଞ୍ଚୟ ଜମା
(ii) ଚଳନ୍ତି ଜମା
(iii) ସଞ୍ଚିତ ନିଧ୍
(iv) ମିଆଦୀ ଜମା
(i) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ଜାତୀୟ ଆୟର ଅଂଶ ବିଶେଷ ?
(i) ବାର୍ଷିକୀ ଭତ୍ତା
(ii) ଆୟକର
(iii) କର୍ମଚାରୀଙ୍କ କ୍ଷତିପୂରଣ
(iv) ଲଟେରୀରୁ ଆୟ
(j) Out of Syllabus
2. ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ବାକ୍ୟରେ ନିମ୍ନଲିଖ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ : [1 X 10 = 10]
(a) ଅର୍ଥ ଶାସ୍ତ୍ରରେ 'ଦର' ଅର୍ଥ କ’ଣ ?
(b) ଚାହିଦା ବୃଦ୍ଧି କହିଲେ ତୁମେ କ’ଣ ବୁଝ ?
(c) ଅପେକ୍ଷାକୃତ ସ୍ଥିତି ସ୍ଥାପକ ଚାହିଦା ରେଖାର ଆକାର କିପରି ?
(d) ଯୋଗାଣ କ’ଣ ?
(e) Out of Syllabus
(f) ହାରାହାରି ପରିବ୍ୟୟ କ’ଣ ?
(g) ନିଟ ଜାତୀୟ ଉତ୍ପାଦ କ’ଣ ?
(h) କେଉଁ ବ୍ୟାଙ୍କ ଅନ୍ତିମ ପର୍ଯ୍ୟାୟର ଋଣଦାତା ?
(i) ନିକଟ ମୁଦ୍ରା କ’ଣ ?
(j) ନିଅଣ୍ଟିଆ ବଜେଟ୍ କ’ଣ ?
3. ନିମ୍ନଲିଖ୍ତ ଉକ୍ତିଗୁଡ଼ିକର ସତ୍ୟତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ, ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି, ସେଗୁଡ଼ିକୁ ସଂଶୋଧନ କର : [1 X 10 = 10]
(a) ଆବଶ୍ୟକୀୟ ଦ୍ରବ୍ୟର ଚାହିଦା ସ୍ଥିତିସ୍ଥାପକ ।
(b) ମୋଟ ଉପଯୋଗିତା ହ୍ରାସମାନ ହାରରେ ବୃଦ୍ଧି ପାଇଲେ ସୀମାନ୍ତ ଉପଯୋଗିତା ବୃଦ୍ଧି ପାଉଥାଏ ।
(c) ଏକାଧିକାରରେ ଉତ୍ପାଦନକାରୀ ବଜାର ଦ୍ୱାରା ନିର୍ଦ୍ଧାରିତ ଦରରେ ତା’ର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରୟ କରିଥାଏ ।
(d) Out of Syllabus
(e) ସ୍ୱଳ୍ପକାଳରେ ସମସ୍ତ ସାଧନ ପରିବର୍ତ୍ତୀ ଅଟନ୍ତି ।
(f) Out of Syllabus
(g) ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ବ୍ୟକ୍ତିଗତ ଆୟଠାରୁ ଅଧିକ ।
(h) ଯଦି ବିଦେଶାଗତ ନିଟ ସାଧନ ଆୟ ଋଣାତ୍ମକ ହୁଏ, ମୋଟ ଜାତୀୟ ଉତ୍ପାଦ ମୋଟ ଘରୋଇ ଉତ୍ପାଦଠାରୁ ଅଧିକ ହୋଇଥାଏ ।
(i) ପ୍ରତ୍ୟେକ ଋଣ ଜମା ସୃଷ୍ଟି କରେ ।
(j) ପ୍ରତିରକ୍ଷା ବ୍ୟୟ ଅନୁନ୍ନୟନ ମୂଳକ ବ୍ୟୟର ଏକ ଉଦାହରଣ ।
'ଖ' – ବିଭାଗ
4. ପ୍ରତ୍ୟେକ କ୍ଷେତ୍ରରେ ତିନୋଟି ବାକ୍ୟ ମଧ୍ୟରେ ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ପାଞ୍ଚଟିର ଉତ୍ତର ଦିଅ : [3 X 5 = 15]
(a) ଉପଭୋଗ କହିଲେ ତୁମେ କ’ଣ ବୁଝ ?
(b) ମୂଲ୍ୟ କ’ଣ ?
(c) ଚାହିଦା ସ୍ଥିତିସ୍ଥାପକତା କହିଲେ ତୁମେ କ’ଣ ବୁଝ ?
(d) ବିକଳ୍ପ ପରିବ୍ୟୟ କ’ଣ ?
(e) ମୋଟ ଉତ୍ପାଦ, ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ ମଧ୍ୟରେ ସମ୍ପର୍କ କ’ଣ ?
(f) Out of Syllabus
(g) ନିଟ ଘରୋଇ ଉତ୍ପାଦ କ’ଣ ?
(h) Out of Syllabus
5. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ପାଞ୍ଚଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ତିନୋଟି ବାକ୍ୟରେ ସୀମିତ ରହିବା ଆବଶ୍ୟକ । [3 X 5 = 15]
(a) ସମ୍ପଦ ଓ ପୁଞ୍ଜି
(b) ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା
(c) ଚାହିଦାର ପରିବର୍ତ୍ତନ ଏବଂ ଚାହିଦା ପରିମାଣ ପରିବର୍ତ୍ତନ
(d) ସ୍ଥିର ପରିବ୍ୟୟ ଏବଂ ପରିବର୍ତ୍ତୀ ପରିବ୍ୟୟ
(e) ବଜାର ଦରରେ ମୋଟ ଘରୋଇ ଉତ୍ପାଦ ଏବଂ ଉତ୍ପାଦନବ୍ୟୟରେ ମୋଟ ଘରୋଇ ଉତ୍ପାଦ ।
(f) Out of Syllabus
(g) Out of Syllabus
(h) ବାଣିଜ୍ୟିକ ବ୍ୟାଙ୍କ ଏବଂ କେନ୍ଦ୍ରୀୟ ବ୍ୟାଙ୍କ
'ଗ' - ବିଭାଗ
ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଚାରୋଟିର ଉତ୍ତର ଦିଅ : [10 X 4 = 40]
6. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମ ବୁଝାଇ ଲେଖ ।
7. ମାନବୀୟ ଅଭାବର ବୈଶିଷ୍ଟ୍ୟଗୁଡ଼ିକ ବର୍ଣ୍ଣନା କର ।
8. ପରିବର୍ତ୍ତୀ ଅନୁପାତ ନିୟମ ବୁଝାଇ ଲେଖ ।
9. Out of Syllabus
10. ମୁଦ୍ରାର କାର୍ଯ୍ୟାବଳୀ ବର୍ଣ୍ଣନା କର ।
11. କେନ୍ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ୱ ବିଶ୍ଲେଷଣ କର ।
12. ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।

Post a Comment