ଉତ୍ପାଦନ (Production)

* ସାଧାରଣ ଅର୍ଥରେ ଉତ୍ପାଦନ କହିଲେ ଉପଯୋଗିତାର ସୃଷ୍ଟିକୁ ବୁଝାଏ । ଅର୍ଥନୀତିରେ ଉତ୍ପାଦନ କହିଲେ ବିନିମୟକ୍ଷମ ଉପଯୋଗିତାର ସୃଷ୍ଟିକୁ ବୁଝାଏ ।(Creation of utility having an exchange value)

ଉତ୍ପାଦନର ସାଧନ (Factors of production) :-

ଯେକୌଣସି ଦ୍ରବ୍ୟ ବା ସେବା ଉତ୍ପାଦନରେ ଯେଉଁ ଉପାଦାନ ଗୁଡ଼ିକ ସହାୟକ ହୁଅନ୍ତି, ତାହାକୁ ଉତ୍ପାଦନର ସାଧନ କୁହାଯାଏ । ଉତ୍ପାଦନର ମୁଖ୍ୟତଃ ଚାରୋଟି ସାଧନ ରହିଛି ।ଯଥା -

  1. ଜମି (Land)
  2. ଶ୍ରମ (Labour)
  3. ପୁଞ୍ଜି (Capital)
  4. ସଂଗଠନ (Organisation)

 


  1. ଜମି (Land) :-

(i)            ଜମି ହେଉଛି ଏକ ଉତ୍ପାଦନର ସାଧନ ।

(ii) ଅର୍ଥଶାସ୍ତ୍ରରେ ଜମି କହିଲେ ଈଶ୍ଵର ଦତ୍ତ ସମସ୍ତ ପ୍ରାକୃତିକ ସମ୍ପଦ ଯଥା:- ମୃତ୍ତିକା, ସାଗର, ବନଲତା, ପର୍ବତ, ଖଣିଜ ସମ୍ପଦ କୁ କୁହାଯାଏ ।

(iii) ଉତ୍ପାଦନର ସାଧନ ହିସାବରେ ଜମି ବ୍ୟବହାର କରାଯାଇ ଦ୍ରବ୍ୟ ଓ ସେବା ସୃଷ୍ଟି କରାଯାଏ ।ଜମିର ବ୍ୟବହାର ପାଇଁ ଦିଆଯାଉଥିବା ପାଉଣାକୁ ଖଜଣା (Rent) କୁହାଯାଏ ।


      2. ଶ୍ରମ (Labour) :-

(i)            ଅନ୍ୟ ଏକ ଉତ୍ପାଦନର ସାଧନ ହେଉଛି ଶ୍ରମ ।

(ii) ଶ୍ରମ କହିଲେ ଆର୍ଥିକ ପରିତୋଷିକ ଆଶା ରଖି କରାଯାଉଥିବା ଯେକୌଣସି ପ୍ରକାର ଶାରୀରିକ ବା ମାନସିକ ଉଦ୍ୟମକୁ ବୁଝାଏ ।

 (iii) ଶ୍ରମ ପାଇଁ ଯେଉଁ ପାରିଶ୍ରମିକ ବା ପାଉଣା ମିଳେ, ତାହାକୁ ମଜୁରୀ କୁହାଯାଏ ।


     3. ପୁଞ୍ଜି (Capital) :-

  (i)            ଯେଉଁ ଦ୍ରବ୍ୟ ସାମଗ୍ରୀ ଅଧିକ ଦ୍ରବ୍ୟ ଓ ସେବା ଉତ୍ପାଦନରେ ସାହାଯ୍ୟ କରି ମାନବର ଇଚ୍ଛାକୁ ପରୋକ୍ଷ ଭାବେ ପୂରଣ କରିଥାଏ, ତାହାକୁ ପୁଞ୍ଜି କୁହାଯାଏ ।

Ex - ଯନ୍ତ୍ରପାତି, ଉପକରଣ, କଳକାରଖାନା, ରାସ୍ତାଘାଟ, କଞ୍ଚାମାଲ ଇତ୍ୟାଦି ।

(ii) ପୁଞ୍ଜି ପାଇଁ ଯେଉଁ ପାଉଣା ଦିଆଯାଏ, ତାହାକୁ ସୁଧ କୁହାଯାଏ ।


     4. ସଂଗଠନ (Organisation) :-

  (i)            ସଂଗଠନ କହିଲେ ଏକ ସ୍ୱତନ୍ତ୍ର ଧରଣର ଶ୍ରମକୁ ବୁଝାଏ ଯାହାଦ୍ୱାରା ଉଦ୍ୟୋକ୍ତା ଜମି, ଶ୍ରମ ଓ ପୁଞ୍ଜିକୁ ଉତ୍ପାଦନ କାର୍ଯ୍ୟରେ ସଠିକ୍ ନିୟୋଜିତ କରି ଉତ୍ପାଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିଥାନ୍ତି ।

(ii) ବ୍ୟବସାୟ ଜନିତ ସମସ୍ତ ଲାଭ/କ୍ଷତି ଉଦ୍ୟୋକ୍ତା ବହନ କରିଥାନ୍ତି ।

(iii) ସଂଗଠନର ପାଉଣାକୁ ଲାଭ କୁହାଯାଏ ।


1 تعليقات

إرسال تعليق

أحدث أقدم