ଚାହିଦାର ସ୍ଥିତିସ୍ଥାପକତାକୁ ପ୍ରଭାବିତ କରୁଥିବା ଉପାଦାନ ସମୂହ (Factors determining Elasticity of demand)

ଚାହିଦାର ସ୍ଥିତିସ୍ଥାପକତା ସାଧାରଣତଃ ପ୍ରକାରର ଅଟେ । କିନ୍ତୁ ଆମେ ସାଧାରଣତଃ  ପ୍ରକାରର ସ୍ଥିତିସ୍ଥାପକତାକୁ ଉପଲବ୍ଧି କରିଥାଉ । ସେଗୁଡ଼ିକ ହେଲା:-

  1. ଅପେକ୍ଷାକୃତ ଅଧିକ ସ୍ଥିତିସ୍ଥାପକ ଚାହିଦା ।
  2. ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା ।

 

ଚାହିଦାର ସ୍ଥିତିସ୍ଥାପକତାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ହେଲା:-

  1. ଦ୍ରବ୍ୟର ପ୍ରକୃତି
  2. ଆୟର ଖର୍ଚ୍ଚ ଅନୁପାତ
  3. ପ୍ରତିସ୍ଥାପକ ଦ୍ରବ୍ୟର ଉପସ୍ଥିତି
  4. ବିବିଧ ବ୍ୟବହାର
  5. ଅଭ୍ୟାସ
  6. ଦର ସ୍ତର
  7. ସଂଯୁକ୍ତ ଚାହିଦା
  8. ଉପଭୋଗ ସ୍ଥଗିତ ରଖିବାର ସମ୍ଭାବନା

1- ଦ୍ରବ୍ୟର ପ୍ରକୃତି:-

ପ୍ରକୃତି ଅନୁସାରେ ଦ୍ରବ୍ୟକୁ ଭାଗରେ ବିଭକ୍ତ କରାଯାଇଛି ।

ଯଥା-

  1. ଅତ୍ୟାବଶ୍ୟକ ଦ୍ରବ୍ୟ
  2. ଆରାମଦାୟକ ଦ୍ରବ୍ୟ
  3. ବିଳାସପୂର୍ଣ୍ଣ ଦ୍ରବ୍ୟ

* ଅତ୍ୟାବଶ୍ୟକ ଦ୍ରବ୍ୟ କ୍ଷେତ୍ରରେ ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା ଦେଖିବାକୁ ମିଳେ ।

* ଆରାମଦାୟକ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।

Ex.- କାର, ମୂଲ୍ୟବାନ୍ ପୋଷାକ, କାର୍ପେଟ, ଆସବାବପତ୍ର ।

* ଦୀର୍ଘସ୍ଥାୟୀ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ । Ex - ଟିଭି, ଫ୍ରିଜ୍, ମୋଟର ସାଇକେଲ୍ ଇତ୍ୟାଦି ।



2- ଆୟର ବ୍ୟୟିତ ଅନୁପାତ :-

      (i)            ଆୟର କ୍ଷୁଦ୍ର ଅନୁପାତ ବ୍ୟୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।

Ex – ଦିଆସିଲି

(ii) ଆୟର ବୃହତ୍ ଅନୁପାତ ଯେଉଁ ଦ୍ରବ୍ୟରେ ବ୍ୟୟ କରାଯାଏ, ସେ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।


3- ପ୍ରତିସ୍ଥାପକ ଦ୍ରବ୍ୟର ଉପସ୍ଥିତି :-

      (i)            ଯେଉଁ ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟ ଉପଲବ୍ଧ ଥାଏ, ସେ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।

Ex - ଚା ଓ କଫି ।

(ii) ଯେଉଁ ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟ ଉପଲବ୍ଧ ନ ଥାଏ, ସେ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।



4- ବିବିଧ ବ୍ୟବହାର :-

      (i)            ବିବିଧ ବ୍ୟବହାରଯୋଗ୍ୟ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।

Ex - କୋଇଲା ଓ ଇଲେକ୍ଟ୍ରିସିଟି ।

(ii) ଯେଉଁ ଦ୍ରବ୍ୟ ବିବିଧ ବ୍ୟବହାରଯୋଗ୍ୟ ନୁହେଁ, ସେ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।


5- ଅଭ୍ୟାସ :-

      (i)            ଅଭ୍ୟାସଗତ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।

Ex- ମଦ, ସିଗାରେଟ୍, ଅଫିମ, ପାନ ଇତ୍ୟାଦି ।


6- ଦର ସ୍ତର:-

ଦର ସ୍ତର  ପ୍ରକାରର ଅଟେ ।

ଯଥା-

  1. ଉଚ୍ଚ ଦର ସ୍ତର
  2. ମଧ୍ୟମ ଦର ସ୍ତର
  3. କମ୍ ଦର ସ୍ତର

* କମ୍ ଦର ସ୍ତର ଓ ଉଚ୍ଚ ଦର ସ୍ତର ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।

* ମଧ୍ୟମ ଦର ସ୍ତର ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।

 

7.ସଂଯୁକ୍ତ ଚାହିଦା:-

(i) ସଂଯୁକ୍ତ ଚାହିଦା କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।

(ii) ସଂଯୁକ୍ତ ଚାହିଦା କହିଲେ ପରିପୂରକ ଦ୍ରବ୍ୟର ଚାହିଦାକୁ ବୁଝାଏ ।

Ex - ମୋଟରସାଇକେଲ୍ ଓ ପେଟ୍ରୋଲ୍, କ୍ରିକେଟ୍ ବ୍ୟାଟ୍ ଓ ବଲ୍ ।


8- ଉପଭୋଗ ସ୍ଥଗିତ ରଖିବାର ସମ୍ଭାବନା:-

      (i)            ଯେଉଁ ଦ୍ରବ୍ୟର ଉପଭୋଗକୁ ସ୍ଥଗିତ ରଖାଯାଇପାରିବ, ସେ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହେବ ।

(ii) ଯେଉଁ ଦ୍ରବ୍ୟର ଉପଭୋଗ ସ୍ଥଗିତ ରଖାଯାଇପାରିବ ନାହିଁ, ସେ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହେବ ।

Ex - ଔଷଧ



Post a Comment

أحدث أقدم