ଚାହିଦାର
ସ୍ଥିତିସ୍ଥାପକତାକୁ
ପ୍ରଭାବିତ
କରୁଥିବା ଉପାଦାନ ସମୂହ (Factors determining Elasticity of
demand)
ଚାହିଦାର
ସ୍ଥିତିସ୍ଥାପକତା ସାଧାରଣତଃ ପ୍ରକାରର ଅଟେ
। କିନ୍ତୁ ଆମେ ସାଧାରଣତଃ
ପ୍ରକାରର ସ୍ଥିତିସ୍ଥାପକତାକୁ
ଉପଲବ୍ଧି କରିଥାଉ । ସେଗୁଡ଼ିକ ହେଲା:-
- ଅପେକ୍ଷାକୃତ ଅଧିକ ସ୍ଥିତିସ୍ଥାପକ ଚାହିଦା ।
- ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା ।
ଚାହିଦାର
ସ୍ଥିତିସ୍ଥାପକତାକୁ
ପ୍ରଭାବିତ କରୁଥିବା କାରଣଗୁଡ଼ିକ ହେଲା:-
- ଦ୍ରବ୍ୟର ପ୍ରକୃତି
- ଆୟର ଖର୍ଚ୍ଚ ଅନୁପାତ
- ପ୍ରତିସ୍ଥାପକ ଦ୍ରବ୍ୟର ଉପସ୍ଥିତି
- ବିବିଧ ବ୍ୟବହାର
- ଅଭ୍ୟାସ
- ଦର ସ୍ତର
- ସଂଯୁକ୍ତ ଚାହିଦା
- ଉପଭୋଗ ସ୍ଥଗିତ ରଖିବାର ସମ୍ଭାବନା
1- ଦ୍ରବ୍ୟର
ପ୍ରକୃତି:-
ପ୍ରକୃତି
ଅନୁସାରେ ଦ୍ରବ୍ୟକୁ ଭାଗରେ ବିଭକ୍ତ
କରାଯାଇଛି ।
ଯଥା-
- ଅତ୍ୟାବଶ୍ୟକ ଦ୍ରବ୍ୟ
- ଆରାମଦାୟକ ଦ୍ରବ୍ୟ
- ବିଳାସପୂର୍ଣ୍ଣ ଦ୍ରବ୍ୟ
* ଅତ୍ୟାବଶ୍ୟକ
ଦ୍ରବ୍ୟ କ୍ଷେତ୍ରରେ ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା
ଦେଖିବାକୁ ମିଳେ ।
* ଆରାମଦାୟକ
ଓ ବିଳାସପୂର୍ଣ୍ଣ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।
Ex.- କାର,
ମୂଲ୍ୟବାନ୍ ପୋଷାକ, କାର୍ପେଟ, ଆସବାବପତ୍ର ।
* ଦୀର୍ଘସ୍ଥାୟୀ
ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।
Ex - ଟିଭି, ଫ୍ରିଜ୍, ମୋଟର ସାଇକେଲ୍ ଇତ୍ୟାଦି
।
2- ଆୟର
ବ୍ୟୟିତ ଅନୁପାତ :-
(i)
ଆୟର
କ୍ଷୁଦ୍ର ଅନୁପାତ ବ୍ୟୟ କ୍ଷେତ୍ରରେ ଚାହିଦାର
ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।
Ex – ଦିଆସିଲି
(ii) ଆୟର
ବୃହତ୍ ଅନୁପାତ ଯେଉଁ ଦ୍ରବ୍ୟରେ ବ୍ୟୟ
କରାଯାଏ, ସେ କ୍ଷେତ୍ରରେ ଚାହିଦାର
ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।
3- ପ୍ରତିସ୍ଥାପକ
ଦ୍ରବ୍ୟର ଉପସ୍ଥିତି :-
(i)
ଯେଉଁ
ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟ ଉପଲବ୍ଧ ଥାଏ, ସେ କ୍ଷେତ୍ରରେ
ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।
Ex - ଚା
ଓ କଫି ।
(ii) ଯେଉଁ
ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟ ଉପଲବ୍ଧ ନ ଥାଏ, ସେ
କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।
4- ବିବିଧ
ବ୍ୟବହାର :-
(i)
ବିବିଧ
ବ୍ୟବହାରଯୋଗ୍ୟ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।
Ex - କୋଇଲା
ଓ ଇଲେକ୍ଟ୍ରିସିଟି ।
(ii) ଯେଉଁ
ଦ୍ରବ୍ୟ ବିବିଧ ବ୍ୟବହାରଯୋଗ୍ୟ ନୁହେଁ, ସେ କ୍ଷେତ୍ରରେ ଚାହିଦାର
ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।
5- ଅଭ୍ୟାସ
:-
(i)
ଅଭ୍ୟାସଗତ
ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।
Ex- ମଦ,
ସିଗାରେଟ୍, ଅଫିମ, ପାନ ଇତ୍ୟାଦି ।
6- ଦର
ସ୍ତର:-
ଦର ସ୍ତର ପ୍ରକାରର ଅଟେ
।
ଯଥା-
- ଉଚ୍ଚ ଦର ସ୍ତର
- ମଧ୍ୟମ ଦର ସ୍ତର
- କମ୍ ଦର ସ୍ତର
* କମ୍
ଦର ସ୍ତର ଓ ଉଚ୍ଚ
ଦର ସ୍ତର ଦ୍ରବ୍ୟ କ୍ଷେତ୍ରରେ
ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହୋଇଥାଏ ।
* ମଧ୍ୟମ
ଦର ସ୍ତର ଦ୍ରବ୍ୟ କ୍ଷେତ୍ରରେ
ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।
7.ସଂଯୁକ୍ତ
ଚାହିଦା:-
(i) ସଂଯୁକ୍ତ
ଚାହିଦା କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହୋଇଥାଏ ।
(ii) ସଂଯୁକ୍ତ
ଚାହିଦା କହିଲେ ପରିପୂରକ ଦ୍ରବ୍ୟର ଚାହିଦାକୁ ବୁଝାଏ ।
Ex - ମୋଟରସାଇକେଲ୍
ଓ ପେଟ୍ରୋଲ୍, କ୍ରିକେଟ୍ ବ୍ୟାଟ୍ ଓ ବଲ୍ ।
8- ଉପଭୋଗ
ସ୍ଥଗିତ ରଖିବାର ସମ୍ଭାବନା:-
(i)
ଯେଉଁ
ଦ୍ରବ୍ୟର ଉପଭୋଗକୁ ସ୍ଥଗିତ ରଖାଯାଇପାରିବ, ସେ କ୍ଷେତ୍ରରେ ଚାହିଦାର
ସ୍ଥିତିସ୍ଥାପକତା ଅପେକ୍ଷାକୃତ ଅଧିକ ହେବ ।
(ii) ଯେଉଁ
ଦ୍ରବ୍ୟର ଉପଭୋଗ ସ୍ଥଗିତ ରଖାଯାଇପାରିବ ନାହିଁ, ସେ କ୍ଷେତ୍ରରେ ଚାହିଦାର
ସ୍ଥିତିସ୍ଥାପକତା ଅପେକ୍ଷାକୃତ କମ୍ ହେବ ।
Ex - ଔଷଧ








Post a Comment