- ଅର୍ଥଶାସ୍ତ୍ରରେ ଅଭାବ କହିଲେ ଦ୍ରବ୍ୟପ୍ରାପ୍ତିର ଫଳପଦ ଇଚ୍ଛାକୁ ବୁଝାଏ |
ମାନବୀୟ
ଅଭାବର ବୈଶିଷ୍ଟ୍ୟ (Characteristics
of Human Wants)
1. ଭାବଗୁଡ଼ିକ
ଅସୀମ:
- ମାନବୀୟ ଅଭାବ ଅସଂଖ୍ୟ । ଗୋଟିଏ ଅଭାବ ପୂରଣ ହେଲେ ଅନ୍ୟ ଏକ ଅଭାବ ମୁଣ୍ଡ ଟେକେ |
2. ନିର୍ଦ୍ଦିଷ୍ଟ
ଅଭାବ ପରିତୃପ୍ତକ୍ଷମ
- ସୀମିତ ସମ୍ବଳକୁ ଆଧାର କରି ମାନବ ତାର କେତେକ ନିର୍ଦ୍ଧିଷ୍ଟ ଅଭାବ ପୂରଣ କରିବାରେ ସକ୍ଷମ ହୁଏ |
3. କେତେକ
ଅଭାବ ପରସ୍ପର ପରିପୂରକ
- ଯେଉଁ ଅଭାବ ଏକ ସଙ୍ଗେ ଅନୁଭୂତ ହୋଇଥାଏ , ତାହାକୁ ପରସ୍ପର ପରିପୂରକ ଅଭାବ କୁହାଯାଏ ।EX- ମଟର ସାଇକେଲ୍ ଓ ପେଟ୍ରୋଲ୍ |
4. କେତେକ
ଅଭାବ ପ୍ରତିଯୋଗୀ
- ସମସ୍ତ ଅଭାବ ମଧ୍ୟରୁ କେତେକ ଗୁରୁତ୍ଵପୂର୍ଣ୍ଣ ଅଭାବ ଚୟନ କରି ସେଗୁଡ଼ିକ ପ୍ରଥମେ ପୂରଣ ପାଇଁ ମଣିଷ ଚେଷ୍ଟା କରେ ଏବଂ ଅନ୍ୟାନ୍ୟ ଅଭାବର ପରିତୃପ୍ତି ସ୍ଥଗିତ ରଖେ ।
5.କେତେକ
ଅଭାବ ପରସ୍ପର ପରିପୂରକ ଓ ପ୍ରତିଯୋଗୀ
- ଏଭଳି କେତେକ ଅଭାବ ରହିଛି ଯାହା ପରସ୍ପର ପରିପୂରକ ଓ ପ୍ରତିଯୋଗୀ । EX-ଯନ୍ତ୍ର ଓ ଶ୍ରମିକ ଉଭୟ ପରିପୂରକ |
6. ଅଭାବ
ଗୁଡ଼ିକ ବୈକଲ୍ପିକ
- କେତେକ ଅଭାବ ବିକଳ୍ପ ଦ୍ରବ୍ୟ ଦ୍ଵାରା ପରିତୃପ୍ତ ହୋଇପାରେ । କ୍ଷୁଧା ନିବାରଣ ନିମନ୍ତେ ଭାତ କିମ୍ବା ଫଳ କିମ୍ବା ଅନ୍ୟ କୌଣସି ଖାଦ୍ୟ ନିଆଯାଇପାରେ ।
7. କେତେକ
ଅଭାବ ଅଭ୍ୟାସରେ ପରିଣତ ହୁଏ
- କେତେକ ଅଭାବ ବାରମ୍ବାର ପୂରଣ କଲେ, ତାହା କାଳକ୍ରମେ ଅଭ୍ୟାସରେ ପରିଣତ ହୋଇପାରେ । Ex-ଚା’, କଫି, ମଦ, ସିଗାରେଟ୍, ଅଫିମ ଇତ୍ୟାଦି ।
8. ସ୍ଥାନ,
କାଳ ଓ ପାତ୍ର ଅନୁସାରେ ଅଭାବ ଭିନ୍ନ ଭିନ୍ନ
- Ex-ଶ୍ରେଣୀ ଗୃହରେ ଚକ୍ ଓ ଡଷ୍ଟରର ଯେଉଁ ଉପଯୋଗିତା ଥାଏ, ତାହା ଅନ୍ୟସ୍ଥାନରେ ନଥାଏ ।
- Ex-ଖରାଦିନେ ବିଜୁଳି ପଙ୍ଖା, ଏୟାର କଣ୍ଡିସନ୍ର, ଥଣ୍ଡାପାନୀୟ, ଆଇସ୍କ୍ରିମ୍ ଇତ୍ୟାଦିର ଉପଯୋଗିତା ଅନ୍ୟ ସମୟ ତୁଳନାରେ ଅଧିକ।
ଅଭାବର
ଶ୍ରେଣୀ ବିଭାଗ (Classification of
Wants)
- ମାନବୀୟ
ଅଭାବଗୁଡ଼ିକ ସାଧାରଣତଃ ତିନିଭାଗରେ ବିଭକ୍ତ ।
1.ଅତ୍ୟାବଶ୍ୟକ (Necessaries)
2.ଆରାମଦାୟକ (Comforts)
3.ବିଳାସ
(Luxuries)
1. ଅତ୍ୟାବଶ୍ୟକ
(Necessaries)
- ଯେଉଁ ଅଭାବ ଗୁଡ଼ିକର ପରିତୃପ୍ତି ଅତ୍ୟନ୍ତ ଜରୁରୀ ସେଗୁଡ଼ିକୁ ଅତ୍ୟାବଶ୍ୟକ ଅଭାବ କୁହାଯାଏ ।
- ଅତ୍ୟାବଶ୍ୟକ ଅଭାବକୁ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା –
(କ) ଜୀବନ ଧାରଣ ନିମିତ୍ତ
ଅତ୍ୟାବଶ୍ୟକ: -ସର୍ବନିମ୍ନ ଅତ୍ୟାବଶ୍ୟକ ଖାଦ୍ୟ, ବସ୍ତ୍ର ଓ
ବାସଗୃହର ଅଭାବ ଏହାର ଉଦାହାରଣ।
(ଖ) ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକ
:-ଆବଶ୍ୟକ ହେଉଥିବା ପୁଷ୍ଟିକର ଖାଦ୍ୟ,
ଔଷଧ, ସୁସ୍ଥ ପରିବେଶ ଇତ୍ୟାଦି
ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକର ଉଦାହରଣ
।
(ଗ) ପରମ୍ପରାଗତ ଅତ୍ୟାବଶ୍ୟକ :- ବିଭିନ୍ନ ସାମାଜିକ ପରମ୍ପରା
ଯଥା – ବିବାହ, ବ୍ରତ, ଶ୍ରାଦ୍ଧ,
ବିଭିନ୍ନ ପର୍ବପର୍ବାଣୀର ପାଳନ ପରମ୍ପରାଗତ ଅତ୍ୟାବଶ୍ୟକ
।
2. ଆରାମଦାୟକ (Comforts)
- ଯେଉଁ ଅଭାବର ପରିପୂରଣ ଜୀବନକୁ ଅଧିକ ସହଜ ଓ ଆରାମପ୍ରଦ କରିଥାଏ, ତାହାକୁ ଆରାମଦାୟକ ଅଭାବ କୁହାଯାଏ । ଉତ୍ତମ ବାସଗୃହ, ଟେଲିଭିଜନ୍, ଏୟାର କୁଲର ଇତ୍ୟାଦି ଆରାମ ଦାୟକ ଦ୍ରବ୍ୟର ଉଦାହରଣ ।
3.ବିଳାସ
(Luxuries)
- ଯେଉଁ ଅଭାବର ପରିତୃପ୍ତି ଦ୍ଵାରା ଆତ୍ମାଭିମାନ ଓ ବଡ଼ିମା ବଜାୟ ରଖାଯାଇପାରେ ତାହା ବିଳାସ ମୂଳକ ଅଭାବ । ରାଜକୀୟ ପ୍ରାସାଦ, ହୀରା ଅଳଙ୍କାର ଇତ୍ୟାଦି ବିଳାସ ଦ୍ରବ୍ୟ ।

Post a Comment