ଅର୍ଥବ୍ୟବସ୍ଥାର
କେନ୍ଦ୍ରୀୟ
ସମସ୍ୟାବଳୀ
(Central Problems Of Economy)
- ‘ସୀମିତ ସମ୍ବଳ’ ଓ ‘ଅସୀମ ଅଭାବ’ରୁ ସୃଷ୍ଟ ମୌଳିକ ଅର୍ଥନୈତିକ ସମସ୍ୟାକୁ ଯେକୌଣସି ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟା ବୋଲି କୁହାଯାଏ ।
- ଅର୍ଥାତ ମାନବର ଚାହିଦା ଅସୀମ (Unlimited Wants) କିନ୍ତୁ ସମ୍ପଦ ସୀମିତ (Scarce Resources)। ସେଥିପାଇଁ ପ୍ରତ୍ୟେକ ଅର୍ଥନୀତିକୁ ୩ଟି ମୂଳ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼େ।
(1) କ’ଣ ଉତ୍ପାଦନ କରିବାକୁ ହେବ (What to Produce) ?
- ଏହି ସମସ୍ୟା ଦୁଇଟି ପ୍ରଶ୍ନ ଉପସ୍ଥାପନ କରୁଛି ।
- ପ୍ରଥମଟି ହେଲା– କେଉଁ ଦ୍ରବ୍ୟଗୁଡ଼ିକ ଉତ୍ପାଦିତ ହେବ
- ଦ୍ବିତୀୟଟି ହେଲା – ଉତ୍ପାଦନ ପାଇଁ ସ୍ଥିରୀକୃତ ଦ୍ରବ୍ୟର ପରିମାଣ କେତେ ହେବ ?
(2) କିପରି
ଉତ୍ପାଦନ କରାଯିବ (How to Produce) ?
- କ’ଣ ଉତ୍ପାଦନ ହେବ ଓ କେତେ ଉତ୍ପାଦନ ହେବ ତାହା ସ୍ଥିର ହେଲାପରେ କିପରି ଉତ୍ପାଦନ କରାଯିବ, ତାହା ନିର୍ଣ୍ଣୟ କରିବା ଅର୍ଥବ୍ୟବସ୍ଥା ପାଇଁ ଏକ ସମସ୍ୟା ।
- ଏହି ସମସ୍ୟାରେ କେଉଁ ଉତ୍ପାଦନ କୌଶଳ ଅବଲମ୍ବନ କରାଯିବ, ତାହା ଦୁଇ ପ୍ରକାରର । ସେଗୁଡ଼ିକ ହେଲା–
- 1-ଶ୍ରମ ପ୍ରଧାନ କୌଶଳ (Labour Intensive Technique) Ex-କୃଷିକାର୍ଯ୍ୟ
- 2-ପୁଞ୍ଜି
ପ୍ରଧାନ କୌଶଳ (Capital Intensive
Technique) Ex-ମିଲରେ ଲୁଗା ବୁଣିବା
(3) କାହାପାଇଁ
ଉତ୍ପାଦନ କରାଯିବ (For Whom to Produce)
?
- ଅର୍ଥ ହେଉଛି ଉତ୍ପାଦିତ ସାମଗ୍ରୀ ଓ ସେବା କାହାକୁ ବଣ୍ଟନ କରାଯିବ। ଏହା ଲୋକଙ୍କର ଆୟ ଏବଂ ସମ୍ପତ୍ତି ବଣ୍ଟନ ଉପରେ ନିର୍ଭର କରେ।
ଉପଯୋଗିତା
(Utility)
- ଯେକୌଣସି ଦ୍ରବ୍ୟ ବା ସେବାର ମାନବୀୟ ଅଭାବ ପୂରଣକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ ।
- ଉଦାହରଣସ୍ୱରୂପ ଜଣେ ଉପଭୋକ୍ତା ପାଉଁରୁଟି ଖାଇ କ୍ଷୁଧା ନିବାରଣ କଲେ, ପାଉଁରୁଟିର କ୍ଷୁଧା ନିବାରଣ ଶକ୍ତିକୁ ଏହାର ଉପଯୋଗିତା କୁହାଯାଏ ।
ଉପଯୋଗିତାର ବୈଶିଷ୍ଟ୍ୟ (Characteristics of Utility)
2-ଜଣେ ବ୍ୟକ୍ତି ପାଇଁ କୌଣସି ଦ୍ରବ୍ୟର ଉପଯୋଗିତା ଥାଇପାରେ କିନ୍ତୁ ଏହି ଦ୍ରବ୍ୟ ତାଙ୍କୁ ଆନନ୍ଦ ପ୍ରଦାନ କରିନପାରେ ।
3-ଉପଯୋଗିତା ଏକ ମାନସିକ ଧାରଣା , ତାହା କେବଳ ବ୍ୟବହାରକାରୀ ହିଁ ଉପଲବ୍ଧି କରିପାରେ ।
4-କୌଣସି ଏକ ଦ୍ରବ୍ୟର ଉପଯୋଗିତା ସ୍ଥାନ, କାଳ ଓ ବ୍ୟକ୍ତି ବିଶେଷରେ ଅଲଗା ଅଲଗା ହୋଇଥାଏ ।
5-ଉପଯୋଗିତା ଏକ ମାନସିକ ଧାରଣା ହୋଇଥିବାରୁ, ତାହା ସଂଖ୍ୟାରେ ପରିମାପ କରିବା ଅସମ୍ଭବ ।

Post a Comment