ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାବଳୀ
(Central Problems Of Economy)

  • ‘ସୀମିତ ସମ୍ବଳ’ ଓ ‘ଅସୀମ ଅଭାବ’ରୁ ସୃଷ୍ଟ ମୌଳିକ ଅର୍ଥନୈତିକ ସମସ୍ୟାକୁ ଯେକୌଣସି ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟା ବୋଲି କୁହାଯାଏ ।
  • ଅର୍ଥାତ ମାନବର ଚାହିଦା ଅସୀମ (Unlimited Wants) କିନ୍ତୁ ସମ୍ପଦ ସୀମିତ (Scarce Resources)। ସେଥିପାଇଁ ପ୍ରତ୍ୟେକ ଅର୍ଥନୀତିକୁ ୩ଟି ମୂଳ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼େ।


(1) କ’ଉତ୍ପାଦନ କରିବାକୁ ହେବ (What to Produce) ?

  • ଏହି ସମସ୍ୟା  ଦୁଇଟି ପ୍ରଶ୍ନ ଉପସ୍ଥାପନ କରୁଛି
  • ପ୍ରଥମଟି ହେଲାକେଉଁ ଦ୍ରବ୍ୟଗୁଡ଼ିକ ଉତ୍ପାଦିତ ହେବ
  • ଦ୍ବିତୀୟଟି ହେଲାଉତ୍ପାଦନ ପାଇଁ ସ୍ଥିରୀକୃତ ଦ୍ରବ୍ୟର ପରିମାଣ କେତେ ହେବ ?


    (2) କିପରି ଉତ୍ପାଦନ କରାଯିବ (How to Produce) ?

  • ଉତ୍ପାଦନ ହେବ କେତେ ଉତ୍ପାଦନ ହେବ ତାହା ସ୍ଥିର ହେଲାପରେ କିପରି ଉତ୍ପାଦନ କରାଯିବ, ତାହା ନିର୍ଣ୍ଣୟ କରିବା ଅର୍ଥବ୍ୟବସ୍ଥା ପାଇଁ ଏକ ସମସ୍ୟା
  • ଏହି ସମସ୍ୟାରେ  କେଉଁ ଉତ୍ପାଦନ କୌଶଳ ଅବଲମ୍ବନ କରାଯିବ, ତାହା ଦୁଇ ପ୍ରକାରର ସେଗୁଡ଼ିକ ହେଲା
  • 1-ଶ୍ରମ ପ୍ରଧାନ କୌଶଳ (Labour Intensive Technique) Ex-କୃଷିକାର୍ଯ୍ୟ
  • 2-ପୁଞ୍ଜି ପ୍ରଧାନ କୌଶଳ (Capital Intensive Technique) Ex-ମିଲରେ ଲୁଗା ବୁଣିବା


    (3) କାହାପାଇଁ ଉତ୍ପାଦନ କରାଯିବ (For Whom to Produce) ?

  • ଅର୍ଥ ହେଉଛି ଉତ୍ପାଦିତ ସାମଗ୍ରୀ ସେବା କାହାକୁ ବଣ୍ଟନ କରାଯିବ। ଏହା ଲୋକଙ୍କର ଆୟ ଏବଂ ସମ୍ପତ୍ତି ବଣ୍ଟନ ଉପରେ ନିର୍ଭର କରେ।



ଉପଯୋଗିତା (Utility)


  • ଯେକୌଣସି ଦ୍ରବ୍ୟ ବା ସେବାର ମାନବୀୟ ଅଭାବ ପୂରଣକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ
  • ଉଦାହରଣସ୍ୱରୂପ ଜଣେ ଉପଭୋକ୍ତା ପାଉଁରୁଟି ଖାଇ କ୍ଷୁଧା ନିବାରଣ କଲେ, ପାଉଁରୁଟିର କ୍ଷୁଧା ନିବାରଣ ଶକ୍ତିକୁ ଏହାର ଉପଯୋଗିତା କୁହାଯାଏ


ଉପଯୋଗିତାର ବୈଶିଷ୍ଟ୍ୟ (Characteristics of Utility)

1-ଦ୍ରବ୍ୟ ବା ସେବା କୌଣସି ବ୍ୟକ୍ତିକୁ ଉପଯୋଗିତା ପ୍ରଦାନ କରିପାରେ; କିନ୍ତୁ ଉପାଦେୟତା ନୁହେଁ ।

2-ଜଣେ ବ୍ୟକ୍ତି ପାଇଁ କୌଣସି ଦ୍ରବ୍ୟର ଉପଯୋଗିତା ଥାଇପାରେ କିନ୍ତୁ ଏହି ଦ୍ରବ୍ୟ ତାଙ୍କୁ ଆନନ୍ଦ ପ୍ରଦାନ କରିନପାରେ ।

3-ଉପଯୋଗିତା ଏକ ମାନସିକ ଧାରଣା , ତାହା କେବଳ ବ୍ୟବହାରକାରୀ ହିଁ ଉପଲବ୍ଧି କରିପାରେ

4-କୌଣସି ଏକ ଦ୍ରବ୍ୟର ଉପଯୋଗିତା ସ୍ଥାନ, କାଳ ଓ ବ୍ୟକ୍ତି ବିଶେଷରେ ଅଲଗା ଅଲଗା ହୋଇଥାଏ  

5-ଉପଯୋଗିତା ଏକ ମାନସିକ ଧାରଣା ହୋଇଥିବାରୁ, ତାହା ସଂଖ୍ୟାରେ ପରିମାପ କରିବା ଅସମ୍ଭବ ।
 

Post a Comment

Previous Post Next Post