2013 (A)

'କ' – ବିଭାଗ

1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ : [1 X 15 = 15]


(a) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ମାନବ ଅଭାବର ବୈଶିଷ୍ଟ୍ୟ ନୁହେଁ ?

(i) ମାନବ ଅଭାବ ଅସୀମ

(ii) ଅଭାବ ଗୁଡ଼ିକ ପ୍ରତିଯୋଗୀ

(iii) ସମସ୍ତ ଅଭାବ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି

(iv) ଅଭାବ ଗୁଡ଼ିକ ପରିପୂରକ ନୁହଁନ୍ତି


(b) ଦୁଇଟି ଦ୍ରବ୍ୟ X ଓ Y ର ଦାମ୍ ସ୍ଥିର ଥାଇ, ଯେତେବେଳେ X ର ଦାମ୍ ବଢ଼ିବା ସେତେବେଳେ Y ର ଚାହିଦା ପରିମାଣ ବୃଦ୍ଧିପାଏ । ତେବେ X ଓ Y ମଧ୍ୟରେ ସମ୍ପର୍କ କ’ଣ ?

(i) ପରସ୍ପର ପରିପୂରକ

(ii) ପ୍ରତିସ୍ଥାପନକ୍ଷମ

(iii) ପ୍ରତିଯୋଗୀ

(iv) ସମ୍ପର୍କଶୂନ୍ୟ


(c) ଯଦି ଗୋଟିଏ ଦ୍ରବ୍ୟର 10 ଟି ଉପଭୋଗରୁ ମୋଟ ଉପଯୋଗିତା 120 ଏବଂ ସେହି ଦ୍ରବ୍ୟର 11 ଟି ଉପଭୋଗରୁ 110 ହୁଏ, ତେବେ ସୀମାନ୍ତ ଉପଯୋଗିତା କେତେ ?

(i) 10

(ii) 21

(iii) -10

(iv) କୌଣସିଟି ନୁହେଁ


(d) ଜଙ୍ଗଲଟି କେଉଁ ପ୍ରକାରର ସମ୍ପଦ ?

(i) ବ୍ୟକ୍ତିଗତ ସମ୍ପଦ

(ii) ସାର୍ବଜନୀନ ସମ୍ପଦ

(iii) ଜାତୀୟ ସମ୍ପଦ

(iv) ଉପରୋକ୍ତ କୌଣସିଟି ନୁହେଁ


(e) ଉତ୍ପାଦନ ଅର୍ଥ କ’ଣ ?

(i) ବସ୍ତୁ ସୃଜନ

(ii) ଉପଯୋଗିତା ସୃଜନ

(iii) ଉପାଦାନଗୁଡ଼ିକୁ ଅଧିକ କର୍ମକ୍ଷମ କରିବା

(iv) ମନୁଷ୍ୟର ଅଭାବ ଗୁଡ଼ିକର ସନ୍ତୋଷ ବିଧାନ


(f) ମୋଟ ସ୍ଥିର ପରିବ୍ୟୟ 800 ଟଙ୍କା, ମୋଟ ପରିବର୍ତ୍ତୀ ପରିବ୍ୟୟ 200 ଟଙ୍କା ଏବଂ ମୋଟ ଉତ୍ପାଦ 100 ଏକକ ହେଲେ ହାରାହାରି ପରିବ୍ୟୟ କେତେ ?

(i) 8 ଟଙ୍କା

(ii) 2 ଟଙ୍କା

(iii) 10 ଟଙ୍କା

(iv) କୌଣସିଟି ନୁହେଁ


(g) ବଜାର କାଳରେ ଯୋଗାଣ ରେଖାର ଆକାର କିପରି ?

(i) ଆନୁଭୂମିକ

(ii) ଉଲମ୍ବ

(iii) ଉର୍ଦ୍ଧ୍ୱଗାମୀ

(iv) ଆୟତକାର ପରାବଳୟ


(h) Out of Syllabus


(i) Out of Syllabus


(j) ନିମ୍ନଲିଖ୍ତ ମଧ୍ୟରୁ କେଉଁ ସନ୍ନିଶ୍ରଣ ସାମୂହିକ ଯୋଗାଣର ପ୍ରତିନିଧ୍ୱ ?

(i) ସାମୂହିକ ଉପଭୋଗ ଓ ସାମୂହିକ ସଞ୍ଚୟ

(ii) ସାମୂହିକ ସଞ୍ଚୟ ଓ ସାମୂହିକ ବିନିଯୋଗ

(iii) ସାମୂହିକ ଉପଭୋଗ ଓ ସାମୂହିକ ବିନିଯୋଗ

(iv) କୌଣସିଟି ନୁହେଁ


(k) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ନିଟ ମୋଟ ଘରୋଇ ପୁଞ୍ଜିଗଠନର ଉପାଦାନ ?

(i) ନବନିର୍ମାଣ ପରିସଂପତ୍ତିରେ ବ୍ୟୟ

(ii) ନୂତନ ଯନ୍ତ୍ରପାତି ଓ ସରଞ୍ଜାମ କ୍ରୟ

(iii) ଭଣ୍ଡାର ପରିବର୍ତ୍ତନ

(iv) ଉପରୋକ୍ତ ସମସ୍ତ


(l) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ଭାରତରେ ହିସାବର ଏକକ ?

(i) ଦଶ ଟଙ୍କା

(ii) ଶହେ ଟଙ୍କା

(iii) ଏକ ଟଙ୍କା

(iv) ଟଙ୍କା


(m) Out of Syllabus


(n) Out of Syllabus


(o) ସମତୁଲ ବଜେଟ୍ ହେଉଛି ତାହା, ଯେଉଁଥ୍‌ରେ :

(i) ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟଠାରୁ ଅଧିକ

(ii) ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟଠାରୁ କମ୍

(iii) ପ୍ରସ୍ତାବିତ ବ୍ୟୟ ଓ ସମ୍ଭାବ୍ୟ ଆୟ ସମାନ

(iv) ଉପରୋକ୍ତ ସମସ୍ତ


2. ନିମ୍ନଲିଖ୍ତ ଉକ୍ତିଗୁଡ଼ିକର ସତ୍ୟତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ, ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି, ସେଗୁଡ଼ିକୁ ସଂଶୋଧନ କର । [1 X 15 = 15]


(a) +2 ପରୀକ୍ଷା ସାର୍ଟିଫିକେଟ୍ ସଂପଦ ନୁହେଁ କାରଣ ଏହା ଦୁଷ୍ପ୍ରାପ୍ୟ ।

(b) ଗୋଟିଏ ଦ୍ରବ୍ୟ କ୍ରୟ କଲାବେଳେ, ଜଣେ ଉପଭୋକ୍ତା ଏହାର ମୋଟ ଉପଯୋଗିତା ଦର ସହିତ ତୁଳନା କରେ ।

(c) ଜମି ଦରରେ ଚାହିଦା ଅଧିକ ହେଲେ ହେଲେ ଏହାକୁ ଚାହିଦା ପରିବର୍ତ୍ତନ କୁହାଯାଏ ।

(d) ହ୍ରଦ ଚାଳନା ସ୍ଥାନ ଉପଯୋଗିତାର ଉଦାହରଣ ।

(e) ସ୍ୱଳ୍ପ କାଳରେ ଯୋଗାଣ ସମ୍ପୂର୍ଣ୍ଣଭାବେ ଚାହିଦା ସହିତ ଖାପ ଖୁଆଇ ପାରେ ।

(f) ସୀମାନ୍ତ ପରିବ୍ୟୟ ବୃଦ୍ଧି ପାଉଥିବାବେଳେ, ମୋଟ ପରିବ୍ୟୟ ହ୍ରାସ ପାଏ ।

(g) ଏକାଧିକାରରେ ଅସଂଖ୍ୟ ପ୍ରତିଷ୍ଠାନ ଥାନ୍ତି ।

(h) Out of Syllabus

(i) Out of Syllabus

(j) Out of Syllabus

(k) ଅବଶେଷ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ ।

(l) ସମଷ୍ଟି ଅର୍ଥନୀତି ସମଗ୍ର ଅର୍ଥ ବ୍ୟବସ୍ଥାର ଆଚରଣ ଅଧ୍ୟୟନ କରିଥାଏ ।

(m) ଜମା ବାଣିଜ୍ୟିକ ବ୍ୟାଙ୍କର ଦେୟତା ।

(n) Out of Syllabus

(o) Out of Syllabus


'ଖ' – ବିଭାଗ

3. ପ୍ରତ୍ୟେକ କ୍ଷେତ୍ରରେ ଦୁଇଟିରୁ ତିନୋଟି ବାକ୍ୟ ମଧ୍ୟରେ ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ୧୧ଟିର ଉତ୍ତର ଦିଅ : [2 X 11 = 22]


(a) ଚାହିଦା ରେଖା ବାମରୁ ଡାହାଣକୁ ସ୍ଥାନାନ୍ତର ହେବାର ଅର୍ଥ କ’ଣ ?

(b) ଚାହିଦାର ଏକକ ସ୍ଥିତିସ୍ଥାପକତା କହିଲେ ତୁମେ କ’ଣ ବୁଝ ?

(c) ସୀମାନ୍ତଆୟ କିପରି ଆକଳନ କରାଯାଏ ?

(d) ସ୍ୱାଭାବିକ ଦର କ’ଣ ?

(e) Out of Syllabus

(f) ବାସ୍ତବ ପରିବ୍ୟୟ କ’ଣ ?

(g) ମୋଟ ଲାଭର ଉପାଦାନଗୁଡ଼ିକ କ’ଣ ?

(h) ସାମୂହିକ ଚାହିଦା କ’ଣ ?

(i) ମିଶ୍ରିତ ଆୟ କହିଲେ ତୁମେ କ’ଣ ବୁଝ ?

(j) ପ୍ରତ୍ୟକ୍ଷ ବ୍ୟକ୍ତିଗତ ଆୟ କ’ଣ ?

(k) ମୁଦ୍ରା କିପରି ସ୍ଥଗିତ ପ୍ରଦେୟର ଏକ ସାଧାରଣ ମାନ ଭାବରେ କାର୍ଯ୍ୟ କରିଥାଏ ?

(l) ଅଧିକ ଉଠାଣ କ’ଣ ?

(m) Out of Syllabus

(n) Out of Syllabus


4. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ଛଅଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ୫ଟି ବାକ୍ୟରେ ସୀମିତ ରହିବା ଆବଶ୍ୟକ : [3 X 6 = 18]


(a) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା

(b) ଭୌତିକ ଦ୍ରବ୍ୟ ଓ ଅଭୌତିକ ଦ୍ରବ୍ୟ

(c) ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ

(d) Out of Syllabus

(e) ମୋଟ ଘରୋଇ ଉତ୍ପାଦ ଓ ନିଟ ଘରୋଇ ଉତ୍ପାଦ

(f) ବାଣିଜ୍ୟିକ ବ୍ୟାଙ୍କର ଦେୟତା ଓ ପରିସମ୍ପତ୍ତି

(g) ରାଜସ୍ୱ ବ୍ୟୟ ଓ ପୁଞ୍ଜିବ୍ୟୟ

(h) Out of Syllabus


'ଗ' – ବିଭାଗ


ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ତିନୋଟିର ଉତ୍ତର ଦିଅ । [7.5 X 4 = 30]


5. ସମସୀମାନ୍ତ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର ।

6. ଯୋଗାଣ ସୂତ୍ର ବ୍ୟାଖ୍ୟା କର ଏବଂ ଏହାର ବ୍ୟତିକ୍ରମ ଗୁଡ଼ିକ ଉଲ୍ଲେଖ କର ।

7. ପୂର୍ଣ୍ଣ ପ୍ରତିଯୋଗିତାରେ ଦର କିପରି ନିର୍ଦ୍ଧାରିତ ହୁଏ ବ୍ୟାଖ୍ୟା କର ।

8. Out of Syllabus

9. ଆୟ ପଦ୍ଧତିରେ ଜାତୀୟ ଆୟ ଗଣନା ବ୍ୟାଖ୍ୟା କର ।

10. କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।

Post a Comment

أحدث أقدم