2014 (A)
'କ' – ବିଭାଗ
ସମସ୍ତ ପ୍ରଶ୍ନର ଉତ୍ତର ଦିଅ ।
1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ : [1 X 15 = 15]
(a) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହ ସମ୍ପୃକ୍ତ ?
(i) ଆୟ, ଉତ୍ପାଦ ଓ ନିଯୁକ୍ତି ତତ୍ତ୍ୱ
(ii) ଅର୍ଥନୈତିକ ଅଭିବୃଦ୍ଧି ତତ୍ତ୍ୱ
(iii) ଉପଭୋକ୍ତାର ପ୍ରବୃତ୍ତି ତତ୍ତ୍ୱ
(iv) ସାଧାରଣ ହାରାହାରି ଦର ତତ୍ତ୍ୱ
(b) ଅର୍ଥଶାସ୍ତ୍ରରେ ଦର ଅର୍ଥ :
(i) ବ୍ୟାବହାରିକ ମୂଲ୍ୟ
(ii) ଉପଯୋଗିତା
(iii) ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
(iv) ଗୋଟିଏ ଦ୍ରବ୍ୟ ବିନିମୟରେ ଅନ୍ୟ ଦ୍ରବ୍ୟର ପରିମାଣ
(c) ଯଦି ଦର 5 ଟଙ୍କା ଥିବାବେଳେ ଦ୍ରବ୍ୟର ଚାହିଦାର ପରିମାଣ 10 ଏକକ ଏବଂ ଦର 6 ଟଙ୍କା ଥିବାବେଳେ ଦ୍ରବ୍ୟର ଚାହିଦାର ପରିମାଣ 9 ଏକକ ହୁଏ, ତେବେ ଚାହିଦାର ସ୍ଥିତିସ୍ଥାପକତା କେତେ ?
(i) 1
(ii) 2
(iii) 1/2
(iv) ଉପରୋକ୍ତ କୌଣସିଟି ନୁହେଁ
(d) ବିକଳ୍ପ ପରିବ୍ୟୟ ହେଉଛି :
(i) ଉତ୍ପାଦନ ବିକଳ୍ପରେ କରାଯାଇଥିବା ବ୍ୟୟ
(ii) ପରବର୍ତ୍ତୀ ସର୍ବୋତ୍ତମ ବିକଳ୍ପ ପ୍ରୟୋଗରୁ ବଞ୍ଚିତ ଆୟ
(iii) ଉତ୍ପାଦନକାରୀ ଅନୁଭୋଗ କରୁଥିବା ଯନ୍ତ୍ରଣା ଓ ତ୍ୟାଗ
(iv) ଉତ୍ପାଦନକାରୀର ବ୍ୟୟ
(e) ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟଠାରୁ କମ୍ ହୁଏ, ହାରାହାରି ଆୟ କ’ଣ ହୋଇଥାଏ ?
(i) ହ୍ରାସପାଏ
(ii) ବୃଦ୍ଧିପାଏ
(iii) ସ୍ଥିର ରହେ
(iv) କୌଣସିଟି ନୁହେଁ
(f) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ଏକାଧିକାରମୂଳକ ପ୍ରତିଯୋଗିତାର ବୈଶିଷ୍ଟ୍ୟ ?
(i) ଏକମାତ୍ର ବିକ୍ରେତା
(ii) ଦ୍ରବ୍ୟର ବିଭେଦୀକରଣ
(iii) ପ୍ରବେଶରେ କଟକଣା
(iv) ଏକକ ଦର
(g) Out of Syllabus
(h) Out of Syllabus
(i) ଯଦି ବଜାର ଦରରେ ମୋଟ ଜାତୀୟ ଉତ୍ପାଦ 6501 କୋଟି ଟଙ୍କା, ପରୋକ୍ଷ କର 580 କୋଟି ଟଙ୍କା ଏବଂ ସରକାରୀ ସହାୟତା 272 କୋଟି ଟଙ୍କା ହୁଏ, ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କେତେ ?
(i) 6193 କୋଟି ଟଙ୍କା
(ii) 5649 କୋଟି ଟଙ୍କା
(iii) 6809 କୋଟି ଟଙ୍କା
(iv) 7353 କୋଟି ଟଙ୍କା
(j) ବଜାର ଦରରେ ନିଟ ସଂଯୋଜିତ ମୂଲ୍ୟ ହେଲା :
(i) ଉତ୍ପାଦର ମୂଲ୍ୟ - ଅନ୍ତର୍ବର୍ତ୍ତୀ ଉପଭୋଗ + ସ୍ଥାୟୀ ପୁଞ୍ଜିର ଉପଭୋଗ
(ii) ଉତ୍ପାଦର ମୂଲ୍ୟ - ଅନ୍ତର୍ବର୍ତ୍ତୀ ଉପଭୋଗ - ସ୍ଥାୟୀ ପୁଞ୍ଜିର ଉପଭୋଗ
(iii) ଉତ୍ପାଦର ମୂଲ୍ୟ + ଅନ୍ତର୍ବର୍ତ୍ତୀ ଉପଭୋଗ - ସ୍ଥାୟୀ ପୁଞ୍ଜିର ଉପଭୋଗ
(iv) ଉପରୋକ୍ତ କୌଣସିଟି ନୁହେଁ
(k) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ଜାତୀୟ ଆୟର ଏକ ଅଂଶ ?
(i) ବାର୍ଷିକୀ ଭତ୍ତା
(ii) ଆୟକର
(iii) କର୍ମଚାରୀଙ୍କ କ୍ଷତିପୂରଣ
(iv) ଲଟେରୀରୁ ଆୟ
(l) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ବାଣିଜ୍ୟିକ ବ୍ୟାଙ୍କମାନଙ୍କର କାର୍ଯ୍ୟ ନୁହେଁ ?
(i) ଜମା ଗ୍ରହଣ
(ii) ଋଣ ପ୍ରଦାନ
(iii) ନୋଟ୍ ପ୍ରଚଳନ
(iv) ଋଣ ସୃଷ୍ଟି
(m) Out of Syllabus
(n) କେଉଁ ପ୍ରକାର ବଜେଟ୍ ଦର ସ୍ଫୀତି ସୃଷ୍ଟିପାତ କରିଥାଏ ?
(i) ନିଅଣ୍ଟିଆ ବଜେଟ୍
(ii) ବଳକା ବଜେଟ୍
(iii) ପୁଞ୍ଜି ବଜେଟ୍
(iv) ସମତୁଲ ବଜେଟ୍
(o) Out of Syllabus
2. ନିମ୍ନଲିଖ୍ତ ଉକ୍ତିମାନଙ୍କର ସତ୍ୟତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି, ସେଗୁଡ଼ିକୁ ସଂଶୋଧନ କର । [1 X 15 = 15]
(a) ସମସ୍ତ ଅର୍ଥନୈତିକ ଦ୍ରବ୍ୟ ସମ୍ପଦ ।
(b) ଯଦି ଗୋଟିଏ ଦ୍ରବ୍ୟର ଦର ନିକଟ ଭବିଷ୍ୟତରେ ବୃଦ୍ଧି ହେବାର ସମ୍ଭାବନା ଥାଏ, ତେବେ ଲୋକମାନେ ଏହାକୁ ଅଧିକ କ୍ରୟ କରିବେ ।
(c) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ରେଖା ଉଲମ୍ବ ହୋଇଥାଏ ।
(d) ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ ।
(e) ଉତ୍ପାଦନ ସାଧନ ଗୁଡ଼ିକର ପରିମାଣ ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ ମଧ୍ୟରେ ଥିବା ବୈଷୟିକ ସମ୍ପର୍କକୁ ପରିବ୍ୟୟ ଫଳନ କୁହାଯାଏ ।
(f) ହାରାହାରି ସ୍ଥିର ପରିବ୍ୟୟର ବକ୍ରରେଖା ଏକ ଆୟତକାର ପରାବଳୟ ସଦୃଶ ପ୍ରତୀୟମାନ ହୁଏ ।
(g) Out of Syllabus
(h) Out of Syllabus
(i) ସ୍ଥାୟୀ ପୁଞ୍ଜିର ଉପଭୋଗ ନିଟ ଜାତୀୟ ଉତ୍ପାଦର ଏକ ଅଂଶ ।
(j) ଯେତେବେଳେ ବିଦେଶାଗତ ନିଟ ସାଧନ ଆୟ ଋଣାତ୍ମକ ହୁଏ, ସେତେବେଳେ ମୋଟ ଜାତୀୟ ଉତ୍ପାଦ ମୋଟ ଘରୋଇ ଉତ୍ପାଦ ସହିତ ସମାନ ହୁଏ ।
(k) ସରକାରଙ୍କଠାରୁ ଗ୍ରହଣ କରାଯାଉଥିବା ବେକାରୀ ଭତ୍ତା ଅବଶେଷ ଆୟର ଏକ ଉଦାହରଣ ।
(l) ଭାରତୀୟ ଷ୍ଟେଟବ୍ୟାଙ୍କ ଅନ୍ତିମ ପର୍ଯ୍ୟାୟର ଋଣ ଦାତା ।
(m) ଫିସ୍ ଏବଂ ପ୍ରଶାସନିକ ରାଜସ୍ୱ ।
(n) Out of Syllabus
(o) ମିଆଦୀ ଜମାରୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଟଙ୍କା ଉଠାଇ ହୁଏନାହିଁ ।
'ଖ' – ବିଭାଗ
3. ପ୍ରତ୍ୟେକ କ୍ଷେତ୍ରରେ ଦୁଇଟିରୁ ତିନୋଟି ବାକ୍ୟ ମଧ୍ୟରେ ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଏଗାରଟିର ଉତ୍ତର ଦିଅ : [2 X 11 = 22]
(a) ଏକ ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ କ’ଣ ?
(b) 'ଜମାଗ୍ରହଣ' କହିଲେ ତୁମେ କ’ଣ ବୁଝ ?
(c) କାଗଜୀ ସମ୍ପଦ କ’ଣ ?
(d) ମୌଦ୍ରିକ ପରିବ୍ୟୟ କ’ଣ ?
(e) ଅଳ୍ପାଧିକାର କ’ଣ ?
(f) ହାରାହାରି ପରିବ୍ୟୟ ଓ ସୀମାନ୍ତ ପରିବ୍ୟୟ ମଧ୍ୟରେ ସମ୍ପର୍କ କ’ଣ ?
(g) ଏକଚାଟିଆ ବ୍ୟବସାୟ କାହାକୁ କୁହାଯାଏ ?
(h) ନିଟ ରପ୍ତାନି କହିଲେ ତୁମେ କ’ଣ ବୁଝ ?
(i) ବ୍ୟକ୍ତିଗତ ଆୟ କ’ଣ ?
(j) ସମଷ୍ଟି ଅର୍ଥନୀତି କ’ଣ ?
(k) 'ଆୟର ଚକ୍ରାକାର ପ୍ରବାହ'ର ଅର୍ଥ କ’ଣ ?
(l) ରାଷ୍ଟ୍ରୀୟ ବିତ୍ତ କ’ଣ ?
(m) ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକର ସାଧାରଣ ଉପଯୋଗିତା ମୂଳକ କାର୍ଯ୍ୟାବଳୀ କ’ଣ ?
(n) Out of Syllabus
4. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ଛଅଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ୫ଟି ବାକ୍ୟରେ ସୀମିତ ରହିବା ଆବଶ୍ୟକ : [3 X 6 = 18]
(a) ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ଓ ଅନ୍ତିମ ଦ୍ରବ୍ୟ
(b) ଚାହିଦାର ପରିବର୍ତ୍ତନ ଓ ଚାହିଦା ପରିମାଣରେ ପରିବର୍ତ୍ତନ
(c) ସ୍ଥିର ପରିବ୍ୟୟ ଓ ପରିବର୍ତ୍ତୀ ପରିବ୍ୟୟ
(d) ବଜାର ଦର ଓ ସ୍ୱାଭାବିକ ଦର
(e) ମୋଟ ମୌଳିକ ଘରୋଇ ଉତ୍ପାଦ ଓ ମୋଟ ବାସ୍ତବ ଘରୋଇ ଉତ୍ପାଦ
(f) ମୁଦ୍ରା ଓ ନିକଟମୁଦ୍ରା
(g) Out of Syllabus
(h) ସମତୁଲ ବଜେଟ୍ ଓ ଅସମତୁଲ ବଜେଟ୍
'ଗ' – ବିଭାଗ
ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ତିନୋଟିର ଉତ୍ତର ଦିଅ । [7.5 X 4 = 30]
5. ମାନବୀୟ ଅଭାବର ବୈଶିଷ୍ଟ୍ୟ ଗୁଡ଼ିକ ବର୍ଣ୍ଣନା କର ।
6. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର ।
7. ପରିବର୍ତ୍ତୀ ଅନୁପାତ ସୂତ୍ର ବ୍ୟାଖ୍ୟା କର ।
8. Out of Syllabus
9. କେନ୍ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ୱ ଆଲୋଚନା କର ।
10. ମୁଦ୍ରାର କାର୍ଯ୍ୟାବଳୀ ବର୍ଣ୍ଣନା କର ।

إرسال تعليق