ଅର୍ଥଶାସ୍ତ୍ରର ଅର୍ଥ
- "ମଣିଷର ଅସୀମ ଇଚ୍ଛାକୁ ସୀମିତ ସାଧନ ଦ୍ୱାରା କିପରି ପୂରଣ କରାଯାଏ, ତାହାର ଅଧ୍ୟୟନକୁ ଅର୍ଥଶାସ୍ତ୍ର (Economics) କୁହାଯାଏ।"
- ଅର୍ଥନୀତି ଶବ୍ଦଟି ଗ୍ରୀକ୍ ଶବ୍ଦ ଓଇକୋସ୍ (oikos) ଯାହାର ଅର୍ଥ ଗୃହ ଓ ଅନ୍ୟଟି ହେଲା ନେମିଇନ୍ (nemien) ଯାହାର ଅର୍ଥ ପରିଚାଳନା କରିବା |
- ଅର୍ଥାତ୍ ଅର୍ଥନୀତିର ଅର୍ଥ ହେଉଛି ସୀମିତ ସମ୍ୱଳ ମାଧ୍ୟମରେ ଗୃହ ପରିଚାଳନା କରିବାର କଳା ବା କୌଶଳ କୁହାଯାଏ।
ଆଡ଼ାମ୍ ସ୍ମିଥଙ୍କ (Adam Smith) ସମ୍ପଦ–ସଂଜ୍ଞା
- (Adam Smith) ଆଡ଼ାମ୍ ସ୍ମିଥଙ୍କୁ ଅର୍ଥନୀତିର ଜନକ କୁହାଯାଏ ।
- 1776 ମସିହାରେ ଇଂରେଜ ଅର୍ଥନୀତିଜ୍ଞ ଆଡ଼ାମ୍ ସ୍ମିଥ୍ ତାଙ୍କର ବିଖ୍ୟାତ ପୁସ୍ତକ “ରାଷ୍ଟ୍ରଗଣଙ୍କ ସମ୍ପଦର ପ୍ରକୃତି ଓ କାରଣର ଅନୁସନ୍ଧାନ”
- (Adam Smith) ଆଡ଼ାମ୍ ସ୍ମିଥଙ୍କୁ ମତରେ, “ ଅର୍ଥଶାସ୍ତ୍ର ଏକ ସମ୍ପଦ ବିଜ୍ଞାନ ।
ଆଲଫ୍ରେଡ ମାର୍ଶାଲଙ୍କ (Alfred Marshall) କଲ୍ୟାଣ ସଂଜ୍ଞା
- ଆଲଫ୍ରେଡ ମାର୍ଶାଲ 1890 ମସିହାରେ ଅର୍ଥନୀତିକୁ "ମାନବ କଲ୍ୟାଣର ଅଧ୍ୟୟନ" ବୋଲି କହିଥିଲେ।
- ଅର୍ଥାତ୍, ମଣିଷର ଦୈନନ୍ଦିନ ଜୀବନର ଅର୍ଥନୈତିକ କାର୍ଯ୍ୟକଳାପ ଓ ସେଥିରୁ ମିଳୁଥିବାକଲ୍ୟାଣ (Welfare) ହିଁ ଅର୍ଥନୀତି
- ଆଲଫ୍ରେଡ ମାର୍ଶାଲ 1890 ମସିହାରେ ତାଙ୍କର ପ୍ରକାଶିତ ପୁସ୍ତକ ଅର୍ଥଶାସ୍ତ୍ରର ତତ୍ତ୍ୱାବଳୀ (Principles Of Economics)
ଲିଓନେଲ ରବିନ୍ସଙ୍କ (Lionel Robbins) ସ୍ୱଳ୍ପତା ସଂଜ୍ଞା
- 1932 ମସିହାରେ ପ୍ରକାଶିତ ତାଙ୍କ ପୁସ୍ତକ “ ଅର୍ଥନୀତି ବିଜ୍ଞାନର ପ୍ରକୃତି ଓ ତାତ୍ପର୍ଯ୍ୟ ସମ୍ବନ୍ଧୀୟ ପ୍ରବନ୍ଧ” ରେ ସେ ଅର୍ଥଶାସ୍ତ୍ରର ଯେଉଁ ସଂଜ୍ଞା ପ୍ରଦାନ କଲେ, ତାହା ସ୍ୱଳ୍ପତା ସଂଜ୍ଞା ନାମରେ ପ୍ରସିଦ୍ଧ।
- ରବିନ୍ସଙ୍କ ମତରେ ଅର୍ଥନୀତି ହେଉଛି ଅସୀମ ଆବଶ୍ୟକତା ଓ ବିକଳ୍ପ ବ୍ୟବହାରଯୋଗ୍ୟ ସୀମିତ ସମ୍ପଦ ମଧ୍ୟରେ ଥିବା ସମ୍ପର୍କର ଅଧ୍ୟୟନକୁ ଅର୍ଥଶାସ୍ତ୍ର (Economics) କୁହାଯାଏ ।
ଅର୍ଥନୀତିର ପରିସର
- ଅର୍ଥନୀତିର ପରିସର ଅର୍ଥ ହେଉଛି ଅର୍ଥନୀତି ବିଷୟରେ କେଉଁ କେଉଁ ବିଷୟ ଅଧ୍ୟୟନ କରାଯାଏ।
ବ୍ୟଷ୍ଟି ଅର୍ଥନୀତି
- ଅର୍ଥନୀତିର ଯେଉଁ ଶାଖାରେ ଜଣେ ବ୍ୟକ୍ତି, ଏକ ପରିବାର, ଏକ ଫାର୍ମ, ଏକ ଶିଳ୍ପ କିମ୍ବା ଏକ ନିର୍ଦ୍ଦିଷ୍ଟ ବଜାର ପରି ଅର୍ଥନୀତିର କ୍ଷୁଦ୍ର ଏକକଗୁଡ଼ିକର ଆର୍ଥିକ ବ୍ୟବହାର ଓ ନିଷ୍ପତ୍ତିକୁ ଅଧ୍ୟୟନ କରାଯାଏ, ତାହାକୁ ବ୍ୟଷ୍ଟି ଅର୍ଥନୀତି କୁହାଯାଏ।
ସମଷ୍ଟି ଅର୍ଥନୀତି
- ଅର୍ଥନୀତିର ଯେଉଁ ଶାଖାରେ ସମଗ୍ର ଅର୍ଥବ୍ୟବସ୍ଥାର ଜାତୀୟ ଆୟ, ମୋଟ ଉତ୍ପାଦନ, ନିଯୁକ୍ତି, ବେକାରି, ମୁଦ୍ରାସ୍ଫୀତି ଓ ଆର୍ଥିକ ଅଭିବୃଦ୍ଧି ପରି ବୃହତ୍ ଆର୍ଥିକ ବିଷୟଗୁଡ଼ିକୁ ସାମଗ୍ରିକ ଭାବେ ଅଧ୍ୟୟନ କରାଯାଏ, ତାହାକୁ ସମଷ୍ଟି ଅର୍ଥନୀତି କୁହାଯାଏ।
ଉତ୍ପାଦନ
- ମନୁଷ୍ୟର ଆବଶ୍ୟକତା ପୂରଣ ପାଇଁ ବସ୍ତୁ ଓ ସେବା ସୃଷ୍ଟି କରିବାକୁ ଉତ୍ପାଦନ କୁହାଯାଏ।
ଉପଭୋଗ
- ମନୁଷ୍ୟ ନିଜ ଆବଶ୍ୟକତା ପୂରଣ ପାଇଁ ବସ୍ତୁ ଓ ସେବା ବ୍ୟବହାର କରିବାକୁ ଉପଭୋଗ କୁହାଯାଏ।
ବିନିମୟ
- ବସ୍ତୁ ଓ ସେବାର କ୍ରୟ-ବିକ୍ରୟ ପ୍ରକ୍ରିୟାକୁ ବିନିମୟ କୁହାଯାଏ।
ବଣ୍ଟନ
- ଉତ୍ପାଦନରୁ ମିଳୁଥିବା ଆୟକୁ ଉତ୍ପାଦନର ଉପାଦାନମାନଙ୍କ ମଧ୍ୟରେ ବଣ୍ଟନ କରିବାକୁ ବଣ୍ଟନ କୁହାଯାଏ।
ମୁଦ୍ରା ଓ ବ୍ୟାଙ୍କିଙ୍ଗ
- ମୁଦ୍ରାର କାର୍ଯ୍ୟ, ବ୍ୟାଙ୍କର କାର୍ଯ୍ୟ ଏବଂ ଋଣ ବ୍ୟବସ୍ଥାର ଅଧ୍ୟୟନକୁ ମୁଦ୍ରା ଓ ବ୍ୟାଙ୍କିଙ୍ଗ କୁହାଯାଏ। ।
ଆନ୍ତର୍ଜାତୀୟ ବାଣିଜ୍ୟ
- ଗୋଟିଏ ଦେଶ ଓ ଅନ୍ୟ ଦେଶ ମଧ୍ୟରେ ବସ୍ତୁ ଓ ସେବାର କ୍ରୟ-ବିକ୍ରୟ କରିବାର ପ୍ରକ୍ରିୟାକୁ ଆନ୍ତର୍ଜାତୀୟ ବାଣିଜ୍ୟ କୁହାଯାଏ। ।
ରାଷ୍ଟ୍ର ବିତ୍ତ /ସରକାରୀ ଅର୍ଥବ୍ୟବସ୍ଥା
- ସରକାର କିପରି ରାଜସ୍ୱ ସଂଗ୍ରହ କରେ ଏବଂ ତାହାକୁ କିପରି ବ୍ୟୟ କରେ, ତାହାର ଅଧ୍ୟୟନ।
ଅର୍ଥନୈତିକ ବ୍ୟବସ୍ଥା
- ଯେଉଁ ବ୍ୟବସ୍ଥାରେ ଅର୍ଥନୈତିକ କାର୍ଯ୍ୟକଳାପ ସଂଘଟିତ ହୋଇଥାଏ, ତାହାକୁ ଅର୍ଥନୈତକ ବ୍ୟବସ୍ଥା କୁହାଯାଏ।
- ଏହି ବ୍ୟବସ୍ଥା ମୁଖ୍ୟତଃ ତିନି ଭାଗରେ ବିଭକ୍ତ। ସେଗୁଡ଼ିକ ହେଲା - ପୁଞ୍ଜିବାଦ, ସମାଜବାଦ ଓ ମିଳିତ ଅର୍ଥନୀତି।
ପୁଞ୍ଜିବାଦ
- ପୁଞ୍ଜିବାଦ ହେଉଛି ଏକ ଆର୍ଥିକ ବ୍ୟବସ୍ଥା, ଯେଉଁଥିରେ ଜମି, ଶ୍ରମ, ପୁଞ୍ଜି ଓ ଉଦ୍ୟୋଗ ପରି ଉତ୍ପାଦନର ସାଧନଗୁଡ଼ିକ ମୁଖ୍ୟତଃ ବ୍ୟକ୍ତିଗତ ମାଲିକାନାରେ ରହିଥାଏ ଏବଂ ଲାଭ ଅର୍ଜନ ଉଦ୍ଦେଶ୍ୟରେ ଉତ୍ପାଦନ ଓ ବ୍ୟବସାୟ କରାଯାଏ।
ସମାଜବାଦ
- ସମାଜବାଦ ହେଉଛି ଏକ ଆର୍ଥିକ ବ୍ୟବସ୍ଥା, ଯେଉଁଥିରେ ଉତ୍ପାଦନର ପ୍ରମୁଖ ସାଧନଗୁଡ଼ିକ ରାଷ୍ଟ୍ର କିମ୍ବା ସମାଜର ନିୟନ୍ତ୍ରଣରେ ରହିଥାଏ ଏବଂ ଲାଭ ଅପେକ୍ଷା ସାମାଜିକ କଲ୍ୟାଣ ଓ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଏ।
ମିଳିତ
ଅର୍ଥନୀତି
- ଯେଉଁ ଅର୍ଥନୀତିରେ ସରକାର ଓ ବେସରକାରୀ ବ୍ୟକ୍ତି ଉଭୟେ ମିଶି ଉତ୍ପାଦନ ଓ ବ୍ୟବସାୟ କରନ୍ତି, ଏବଂ ଆର୍ଥିକ ବିକାଶ ସହିତ ସାମାଜିକ କଲ୍ୟାଣକୁ ଗୁରୁତ୍ୱ ଦିଆଯାଏ ,ତାହାକୁ ମିଳିତ ଅର୍ଥନୀତି କୁହାଯାଏ।

Post a Comment