ପରିବ୍ୟୟ (Cost)
- ଦ୍ରବ୍ୟ ସାମଗ୍ରୀର ଉତ୍ପାଦନ ପାଇଁ ଉତ୍ପାଦନକାରୀ ଯେଉଁ ଖର୍ଚ୍ଚ ବା ବ୍ୟୟ କରନ୍ତି, ତାହାକୁ ପରିବ୍ୟୟ କୁହାଯାଏ ।
- କୌଣସି ଦ୍ରବ୍ୟ ଓ ସେବାର ଉତ୍ପାଦନ ନିମନ୍ତେ ଆବଶ୍ୟକ ହେଉଥିବା ଉତ୍ପାଦନର ସାଧନ ଯଥା :- ଭୂମି, ଶ୍ରମ, ପୁଞ୍ଜି ଇତ୍ୟାଦି ପାଇଁ ହେଉଥିବା ବ୍ୟୟକୁ ପରିବ୍ୟୟ କୁହାଯାଏ ।
- ଅନ୍ୟ ଅର୍ଥରେ ଉତ୍ପାଦନ ସମୟରେ ଉତ୍ପାଦନକାରୀ ବିଭିନ୍ନ ଉତ୍ପାଦନର ସାଧନ କ୍ରୟ କରିଥାଏ ଏବଂ ସେଥିପାଇଁ ପାଉଣା ଦେଇଥାଏ ।ଉତ୍ପାଦନକାରୀ ଦେଉଥିବା ସମସ୍ତ ପାଉଣାର ସମଷ୍ଟି ହେଉଛି ପରିବ୍ୟୟ । ଏହା ମଜୁରୀ, ସୁଧ, ଅଧିଶେଷ , ସରକାରଙ୍କୁ ଦେଉଥିବା କର ଇତ୍ୟାଦିର ସମଷ୍ଟି ।
ହିସାବଗତ ପରିବ୍ୟୟ (Accounting cost) :-
- ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ସାଧନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ ।
- ଶ୍ରମିକଙ୍କୁ ଦିଆଯାଉଥିବା ମଜୁରୀ, କଞ୍ଚାମାଲ ପାଇଁ ଦିଆଯାଉଥିବା ପାଉଣା, ପୁଞ୍ଜିପାଇଁ ସୁଧ, ଭୂମିପାଇଁ ଦିଆଯାଉଥିବା ଅଧିଶେଷ ଇତ୍ୟାଦି ହିସାବଗତ ପରିବ୍ୟୟର ଉଦାହରଣ ।
- ହିସାବଗତ ପରିବ୍ୟୟକୁ ଦୃଶ୍ୟମାନ ପରିବ୍ୟୟ (explicit cost) ବୋଲି କୁହାଯାଏ ।
- ଉତ୍ପାଦନକାରୀ ଭୂମି, ଶ୍ରମ, ପୁଞ୍ଜି ଇତ୍ୟାଦି ସାଧନ ନିମନ୍ତେ ଯେଉଁ ନଗଦ ପାଉଣା ପ୍ରଦାନ କରନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ ବା ଦୃଶ୍ୟମାନ ପରିବ୍ୟୟ କୁହାଯାଏ ।
- ବିଜ୍ଞାପନ, ବିକ୍ରୟଗତ, ପରିବହନ ବାବଦରେ ଦେଉଥିବା ଖର୍ଚ୍ଚ ମଧ୍ୟ ହିସାବଗତ ପରିବ୍ୟୟର ଅନ୍ତର୍ଭୁକ୍ତ ।
- ପ୍ରତିଷ୍ଠାନର
ହିସାବରକ୍ଷକ ଏହି ପରିବ୍ୟୟକୁ ହିସାବ
ଖାତାରେ ଲିପିବଦ୍ଧ କରିଥାନ୍ତି ।
ଅର୍ଥନୈତିକ ପରିବ୍ୟୟ (Economic cost) :-
- ଅର୍ଥନୈତିକ ପରିବ୍ୟୟ ହେଉଛି ଉଭୟ ଦୃଶ୍ୟମାନ ଓ ଲୁକ୍କାୟିତ ପରିବ୍ୟୟର ସମଷ୍ଟି ।
ଲୁକ୍କାୟିତ ପରିବ୍ୟୟ (Implicit cost) :-
- ଲୁକ୍କାୟିତ ପରିବ୍ୟୟ କହିଲେ ଉତ୍ପାଦନକାରୀଙ୍କ ସ୍ଵାଧୀନ ଓ ନିଜସ୍ଵ ଅଧିକାରର ଆରୋପିତ ପରିବ୍ୟୟକୁ ବୁଝାଏ ।
- ଉତ୍ପାଦନକାରୀଙ୍କ ନିଜସ୍ଵ ଭୂମିପାଇଁ ଅଧିଶେଷ, ନିଜସ୍ଵ ଶ୍ରମପାଇଁ ମଜୁରୀ ଏବଂ ନିଜସ୍ଵ ପୁଞ୍ଜିପାଇଁ ସୁଧକୁ ବୁଝାଏ ।
- ଲୁକ୍କାୟିତ ପରିବ୍ୟୟକୁ ମଧ୍ୟ ଆରୋପିତ ପରିବ୍ୟୟ (Imputed cost) ବୋଲି କୁହାଯାଏ । ଏହାକୁ ମଧ୍ୟ ପ୍ରଚ୍ଛନ୍ନ ପରିବ୍ୟୟ (Hidden cost) କୁହାଯାଏ ।
- ପ୍ରତିଷ୍ଠାନର ହିସାବରକ୍ଷକ କେବଳ ଦୃଶ୍ୟମାନ ପରିବ୍ୟୟକୁ ହିସାବ ଖାତାରେ ଆକଳନ କରୁଥିବାବେଳେ ଅର୍ଥଶାସ୍ତ୍ରୀ ମାନେ ଉଭୟ ଦୃଶ୍ୟମାନ ଓ ଲୁକ୍କାୟିତ ପରିବ୍ୟୟର ସମଷ୍ଟିକୁ ଉତ୍ପାଦନ ପରିବ୍ୟୟ ହିସାବରେ ବିଚାର କରିଥାନ୍ତି । ଯାହାକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।
ମୌଦ୍ରିକ ପରିବ୍ୟୟ (Monetary Cost) :-
- ଉତ୍ପାଦନ ପ୍ରକ୍ରିୟାରେ ହେଉଥିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ମୌଦ୍ରିକ ପରିବ୍ୟୟ କୁହାଯାଏ ।
- ଏକ ନିର୍ଦ୍ଦିଷ୍ଟ ପ୍ରକାର ଉତ୍ପାଦନ ପାଇଁ ବ୍ୟବହୃତ ଉତ୍ପାଦନର ସାଧନ ଗୁଡ଼ିକ କ୍ରୟ କରିବା ପାଇଁ ଉଦ୍ୟୋକ୍ତା ଖର୍ଚ୍ଚ ବହନ କରିଥାନ୍ତି, ତାହାର ମୁଦ୍ରାଗତ ପରିପ୍ରକାଶକୁ ମୌଦ୍ରିକ ପରିବ୍ୟୟ କୁହାଯାଏ ।
- ଶ୍ରମିକମାନଙ୍କର ମଜୁରୀ, ଭୂମିପାଇଁ ଦିଆଯାଉଥିବା ଅଧିଶେଷ, କଞ୍ଚାମାଲ ଖର୍ଚ୍ଚ, ସରକାରଙ୍କୁ ଦିଆଯାଉଥିବା କର, ପୁଞ୍ଜିପାଇଁ ଦିଆଯାଉଥିବା ସୁଧ ଇତ୍ୟାଦି ମୁଦ୍ରା ମାଧ୍ୟମରେ ପ୍ରକାଶ କରାଯାଏ ।
ବାସ୍ତବ ପରିବ୍ୟୟ (Real Cost) :-
- ଉତ୍ପାଦନରେ ନିୟୋଜିତ ସମସ୍ତ ସାଧନଗୁଡ଼ିକର ତ୍ୟାଗ, କଷ୍ଟ ଓ ଅସୁବିଧାର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ ।
- Ex :- ଶ୍ରମିକ କାର୍ଯ୍ୟ ସମ୍ପାଦନ କଲାବେଳେ ଯେଉଁ ପରିଶ୍ରମ ଓ କଷ୍ଟ ସ୍ୱୀକାର କରେ ତାହାକୁ ବାସ୍ତବ ପରିବ୍ୟୟ କୁହାଯାଏ ।
- ପ୍ରତିଷ୍ଠାନରେ ହିସାବ ରକ୍ଷକଙ୍କ ଖାତାରେ ଏହି ସବୁ ବ୍ୟୟ ପ୍ରତିଫଳିତ ହୋଇ ନ ଥାଏ ।
- ବାସ୍ତବ ପରିବ୍ୟୟରେ ସଠିକ୍ ପରିମାଣ ପରିମାପ ଅସମ୍ଭବ ।
- ସାମାଜିକ
ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣାର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ
କୌଣସି ଭୂମିକା ନାହିଁ ।
ସ୍ଥିର ପରିବ୍ୟୟ (Fixed cost) :-
- ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟେ ନ ଥାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ ।
- ଉତ୍ପାଦନର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ ।
- ସ୍ଥିର ପରିବ୍ୟୟକୁ ନିରୁପାୟ ପରିବ୍ୟୟ (Sunk Cost) ବୋଲି କୁହାଯାଏ ।
- Ex :- ଭୂମି ପାଇଁ ଦିଆଯାଉଥିବା ଅର୍ଥଭଡ଼ା, ଋଣର ହାର ସୁଧ, ଯନ୍ତ୍ରପାତି ଓ କାରଖାନା ଗୃହ ପାଇଁ ହେଉଥିବା ଖର୍ଚ୍ଚ, ସ୍ଥାୟୀ କର୍ମଚାରୀଙ୍କ ବେତନ ଇତ୍ୟାଦି ।
- ଉତ୍ପାଦନ ଶୂନ୍ୟ ହେଲେ ମଧ୍ୟ ସ୍ଥିର ପରିବ୍ୟୟ ଅପରିବର୍ତ୍ତିତ ରହିଥାଏ ।
- ଉତ୍ପାଦନକାରୀ ସ୍ୱଳ୍ପକାଳରେ ସ୍ଥିରସାଧନ ଗୁଡ଼ିକ ଉପରେ ଯେଉଁ ଖର୍ଚ୍ଚ କରନ୍ତି, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ ।
| Output (unit) | TFC |
| 0 | 12 |
| 1 | 12 |
| 2 | 12 |
| 3 | 12 |
| 4 | 12 |
| 5 | 12 |
ପରିବର୍ତ୍ତୀ ପରିବ୍ୟୟ (Variable Cost) :-
- ସ୍ୱଳ୍ପକାଳରେ ପରିବର୍ତ୍ତୀ ସାଧନ ନିମନ୍ତେ ହେଉଥିବା ବ୍ୟୟକୁ ପରିବର୍ତ୍ତୀ ପରିବ୍ୟୟ କୁହାଯାଏ ।
- ଉତ୍ପାଦ ପରିମାଣରେ ପରିବର୍ତ୍ତନ ହେଲେ ଯେଉଁ ପରିବ୍ୟୟର ହ୍ରାସ ବୃଦ୍ଧି ଘଟେ, ତାହାକୁ ପରିବର୍ତ୍ତୀ ପରିବ୍ୟୟ କୁହାଯାଏ ।
- ପରିବର୍ତ୍ତୀ ପରିବ୍ୟୟ ଓ ଉତ୍ପାଦ ପରିମାଣ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ଅର୍ଥାତ୍ ପରିବର୍ତ୍ତୀ ପରିବ୍ୟୟ ବୃଦ୍ଧି ହେଲେ ଉତ୍ପାଦ ପରିମାଣ ବୃଦ୍ଧିପାଏ ଏବଂ ପରିବର୍ତ୍ତୀ ପରିବ୍ୟୟ ହ୍ରାସ ହେଲେ ଉତ୍ପାଦ ପରିମାଣ ମଧ୍ୟ ହ୍ରାସପାଏ ।
- Ex :- ଶ୍ରମିକ ମାନଙ୍କୁ ଦିଆଯାଉଥିବା ମଜୁରୀ, କଞ୍ଚାମାଲ ପାଇଁ ଦିଆଯାଉଥିବା ପାଉଣା, ବିଦ୍ୟୁତ୍ ଶକ୍ତି ।
- ପରିବର୍ତ୍ତୀ ପରିବ୍ୟୟକୁ ପ୍ରଧାନ ପରିବ୍ୟୟ ବା ପ୍ରତ୍ୟକ୍ଷ ପରିବ୍ୟୟ କୁହାଯାଏ ।
| Output (unit) | TVC |
| 0 | 0 |
| 1 | 6 |
| 2 | 10 |
| 3 | 15 |
| 4 | 24 |
| 5 | 35 |
ପରିବ୍ୟୟ ଉପରେ କାଳର ପ୍ରଭାବ :-
- ଉତ୍ପାଦନ ଓ ପରିବ୍ୟୟ ତତ୍ତ୍ୱରେ ସମୟ ବା କାଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅର୍ଥଶାସ୍ତ୍ରୀମାନେ ସମୟ ବା କାଳକୁ ୩ ଭାଗରେ ବିଭକ୍ତ କରିଛନ୍ତି ।
ଯଥା
:-
1 - ବଜାର
କାଳ ବା ଅତି ସ୍ୱଳ୍ପ
କାଳ
2 - ସ୍ୱଳ୍ପ
କାଳ
3 - ଦୀର୍ଘ
କାଳ
1- ବଜାର କାଳ (Market period or Very Short Period) :-
(i) ବଜାର
କାଳକୁ ଅତି ସ୍ୱଳ୍ପକାଳ କୁହାଯାଏ
।
(ii) ମାଛ,
ଦୁଗ୍ଧ ଭଳି ପଚନଶୀଳ ଦ୍ରବ୍ୟ
କ୍ଷେତ୍ରରେ ଏହି ସମୟ ଅବଧି
ଦିନେ, କିମ୍ବା ଦୁଇଦିନ ହୋଇଥାଏ ।
(iii) ଅତି
ସ୍ୱଳ୍ପ କାଳରେ ଦ୍ରବ୍ୟର ଦର ପରିବର୍ତ୍ତନ ଯୋଗାଣ ଉପରେ କୌଣସି ପ୍ରଭାବ
ପକାଇପାରି ନ ଥାଏ ।
2.ସ୍ୱଳ୍ପକାଳ (Short Period) :-
(i) ଯେଉଁ ସମୟ ଅବଧି ମଧ୍ୟରେ ଜଣେ ଉତ୍ପାଦନକାରୀ କେବଳ ପରିବର୍ତ୍ତୀ ସାଧନକୁ ପରିବର୍ତ୍ତନ କରିଥାନ୍ତି, ତାହାକୁ ସ୍ୱଳ୍ପକାଳ କୁହାଯାଏ ।
(ii) ସ୍ୱଳ୍ପକାଳରେ
ଉତ୍ପାଦନକାରୀ କେବଳ ପରିବର୍ତ୍ତୀ ସାଧନକୁ
ପରିବର୍ତ୍ତନ କରି ଉତ୍ପାଦନ ପରିମାଣ
ବୃଦ୍ଧି କିମ୍ବା ହ୍ରାସ କରନ୍ତି ।
(iii) ସ୍ୱଳ୍ପକାଳରେ
ସ୍ଥିର ସାଧନର ପରିମାଣ ସ୍ଥିର ରହେ । ଯଥା
:- କାରଖାନା ଗୃହ, ମେସିନ୍ ଇତ୍ୟାଦି
।
3. ଦୀର୍ଘ
କାଳ (Long Period)
:-
(i) ଯେଉଁ ସମୟ ଅବଧି ମଧ୍ୟରେ
ଜଣେ ଉତ୍ପାଦନକାରୀ ସମସ୍ତ ସାଧନକୁ ପରିବର୍ତ୍ତନ କରିପାରନ୍ତି, ତାହାକୁ ଦୀର୍ଘ କାଳ କୁହାଯାଏ ।
(ii) ଦୀର୍ଘ
କାଳରେ ଉଭୟ ସ୍ଥିର ଓ
ପରିବର୍ତ୍ତୀ ସାଧନ ପରିବର୍ତ୍ତନଶୀଳ ।
(iii) ଏହି
କାଳରେ ମୋଟ ଉତ୍ପାଦର ପରିବର୍ତ୍ତନ
ସମସ୍ତ ସାଧନ ଉପରେ ନିର୍ଭର
କରେ ।
(iv) ଦୀର୍ଘକାଳରେ
କୌଣସି ସାଧନର ପରିମାଣ ସ୍ଥିର ନୁହେଁ । ଅର୍ଥାତ୍ ସମସ୍ତ
ସାଧନ ପରିବର୍ତ୍ତନଶୀଳ ।



Post a Comment