ପରିବ୍ୟୟ (Cost)

  • ଦ୍ରବ୍ୟ ସାମଗ୍ରୀର ଉତ୍ପାଦନ ପାଇଁ ଉତ୍ପାଦନକାରୀ ଯେଉଁ ଖର୍ଚ୍ଚ ବା ବ୍ୟୟ କରନ୍ତି, ତାହାକୁ ପରିବ୍ୟୟ କୁହାଯାଏ
  • କୌଣସି ଦ୍ରବ୍ୟ ସେବାର ଉତ୍ପାଦନ ନିମନ୍ତେ ଆବଶ୍ୟକ ହେଉଥିବା ଉତ୍ପାଦନର ସାଧନ ଯଥା :- ଭୂମି, ଶ୍ରମ, ପୁଞ୍ଜି ଇତ୍ୟାଦି ପାଇଁ ହେଉଥିବା ବ୍ୟୟକୁ ପରିବ୍ୟୟ କୁହାଯାଏ
  • ଅନ୍ୟ ଅର୍ଥରେ ଉତ୍ପାଦନ ସମୟରେ ଉତ୍ପାଦନକାରୀ ବିଭିନ୍ନ ଉତ୍ପାଦନର ସାଧନ କ୍ରୟ କରିଥାଏ ଏବଂ ସେଥିପାଇଁ ପାଉଣା ଦେଇଥାଏ ।ଉତ୍ପାଦନକାରୀ ଦେଉଥିବା ସମସ୍ତ ପାଉଣାର ସମଷ୍ଟି ହେଉଛି ପରିବ୍ୟୟ ଏହା ମଜୁରୀ, ସୁଧ, ଅଧିଶେଷ , ସରକାରଙ୍କୁ ଦେଉଥିବା କର ଇତ୍ୟାଦିର ସମଷ୍ଟି


ହିସାବଗତ ପରିବ୍ୟୟ (Accounting cost) :-

  • ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ସାଧନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ
  • ଶ୍ରମିକଙ୍କୁ ଦିଆଯାଉଥିବା ମଜୁରୀ, କଞ୍ଚାମାଲ ପାଇଁ ଦିଆଯାଉଥିବା ପାଉଣା, ପୁଞ୍ଜିପାଇଁ ସୁଧ, ଭୂମିପାଇଁ ଦିଆଯାଉଥିବା ଅଧିଶେଷ ଇତ୍ୟାଦି ହିସାବଗତ ପରିବ୍ୟୟର ଉଦାହରଣ
  • ହିସାବଗତ ପରିବ୍ୟୟକୁ ଦୃଶ୍ୟମାନ ପରିବ୍ୟୟ (explicit cost) ବୋଲି କୁହାଯାଏ
  • ଉତ୍ପାଦନକାରୀ ଭୂମି, ଶ୍ରମ, ପୁଞ୍ଜି ଇତ୍ୟାଦି ସାଧନ ନିମନ୍ତେ ଯେଉଁ ନଗଦ ପାଉଣା ପ୍ରଦାନ କରନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ ବା ଦୃଶ୍ୟମାନ ପରିବ୍ୟୟ କୁହାଯାଏ
  • ବିଜ୍ଞାପନ, ବିକ୍ରୟଗତ, ପରିବହନ ବାବଦରେ ଦେଉଥିବା ଖର୍ଚ୍ଚ ମଧ୍ୟ ହିସାବଗତ ପରିବ୍ୟୟର ଅନ୍ତର୍ଭୁକ୍ତ
  • ପ୍ରତିଷ୍ଠାନର ହିସାବରକ୍ଷକ ଏହି ପରିବ୍ୟୟକୁ ହିସାବ ଖାତାରେ ଲିପିବଦ୍ଧ କରିଥାନ୍ତି


ଅର୍ଥନୈତିକ ପରିବ୍ୟୟ (Economic cost) :-

  • ଅର୍ଥନୈତିକ ପରିବ୍ୟୟ ହେଉଛି ଉଭୟ ଦୃଶ୍ୟମାନ ଲୁକ୍କାୟିତ ପରିବ୍ୟୟର ସମଷ୍ଟି

 

ଲୁକ୍କାୟିତ ପରିବ୍ୟୟ (Implicit cost) :-

  • ଲୁକ୍କାୟିତ ପରିବ୍ୟୟ କହିଲେ ଉତ୍ପାଦନକାରୀଙ୍କ ସ୍ଵାଧୀନ ନିଜସ୍ଵ ଅଧିକାରର ଆରୋପିତ ପରିବ୍ୟୟକୁ ବୁଝାଏ
  • ଉତ୍ପାଦନକାରୀଙ୍କ ନିଜସ୍ଵ ଭୂମିପାଇଁ ଅଧିଶେଷ, ନିଜସ୍ଵ ଶ୍ରମପାଇଁ ମଜୁରୀ ଏବଂ ନିଜସ୍ଵ ପୁଞ୍ଜିପାଇଁ ସୁଧକୁ ବୁଝାଏ
  • ଲୁକ୍କାୟିତ ପରିବ୍ୟୟକୁ ମଧ୍ୟ ଆରୋପିତ ପରିବ୍ୟୟ (Imputed cost) ବୋଲି କୁହାଯାଏ ଏହାକୁ ମଧ୍ୟ ପ୍ରଚ୍ଛନ୍ନ ପରିବ୍ୟୟ (Hidden cost) କୁହାଯାଏ
  • ପ୍ରତିଷ୍ଠାନର ହିସାବରକ୍ଷକ କେବଳ ଦୃଶ୍ୟମାନ ପରିବ୍ୟୟକୁ ହିସାବ ଖାତାରେ ଆକଳନ କରୁଥିବାବେଳେ ଅର୍ଥଶାସ୍ତ୍ରୀ ମାନେ ଉଭୟ ଦୃଶ୍ୟମାନ ଲୁକ୍କାୟିତ  ପରିବ୍ୟୟର ସମଷ୍ଟିକୁ ଉତ୍ପାଦନ ପରିବ୍ୟୟ ହିସାବରେ ବିଚାର କରିଥାନ୍ତି ଯାହାକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ


ମୌଦ୍ରିକ ପରିବ୍ୟୟ (Monetary Cost) :-

  • ଉତ୍ପାଦନ ପ୍ରକ୍ରିୟାରେ ହେଉଥିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ମୌଦ୍ରିକ ପରିବ୍ୟୟ କୁହାଯାଏ
  • ଏକ ନିର୍ଦ୍ଦିଷ୍ଟ ପ୍ରକାର ଉତ୍ପାଦନ ପାଇଁ ବ୍ୟବହୃତ ଉତ୍ପାଦନର ସାଧନ ଗୁଡ଼ିକ କ୍ରୟ କରିବା ପାଇଁ ଉଦ୍ୟୋକ୍ତା ଖର୍ଚ୍ଚ ବହନ କରିଥାନ୍ତି, ତାହାର ମୁଦ୍ରାଗତ ପରିପ୍ରକାଶକୁ ମୌଦ୍ରିକ ପରିବ୍ୟୟ କୁହାଯାଏ
  • ଶ୍ରମିକମାନଙ୍କର ମଜୁରୀ, ଭୂମିପାଇଁ ଦିଆଯାଉଥିବା ଅଧିଶେଷ, କଞ୍ଚାମାଲ ଖର୍ଚ୍ଚ, ସରକାରଙ୍କୁ ଦିଆଯାଉଥିବା କର, ପୁଞ୍ଜିପାଇଁ ଦିଆଯାଉଥିବା ସୁଧ ଇତ୍ୟାଦି ମୁଦ୍ରା ମାଧ୍ୟମରେ ପ୍ରକାଶ କରାଯାଏ


ବାସ୍ତବ ପରିବ୍ୟୟ (Real Cost) :-

  • ଉତ୍ପାଦନରେ ନିୟୋଜିତ ସମସ୍ତ ସାଧନଗୁଡ଼ିକର ତ୍ୟାଗ, କଷ୍ଟ ଅସୁବିଧାର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ
  • Ex :- ଶ୍ରମିକ କାର୍ଯ୍ୟ ସମ୍ପାଦନ କଲାବେଳେ ଯେଉଁ ପରିଶ୍ରମ କଷ୍ଟ ସ୍ୱୀକାର କରେ ତାହାକୁ ବାସ୍ତବ ପରିବ୍ୟୟ କୁହାଯାଏ
  • ପ୍ରତିଷ୍ଠାନରେ ହିସାବ ରକ୍ଷକଙ୍କ ଖାତାରେ ଏହି ସବୁ ବ୍ୟୟ ପ୍ରତିଫଳିତ ହୋଇ ଥାଏ
  • ବାସ୍ତବ ପରିବ୍ୟୟରେ ସଠିକ୍ ପରିମାଣ ପରିମାପ ଅସମ୍ଭବ
  • ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣାର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ କୌଣସି ଭୂମିକା ନାହିଁ

 

ସ୍ଥିର ପରିବ୍ୟୟ (Fixed cost) :-

  • ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟେ ଥାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ
  • ଉତ୍ପାଦନର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ
  • ସ୍ଥିର ପରିବ୍ୟୟକୁ ନିରୁପାୟ ପରିବ୍ୟୟ (Sunk Cost) ବୋଲି କୁହାଯାଏ
  • Ex :- ଭୂମି ପାଇଁ ଦିଆଯାଉଥିବା ଅର୍ଥଭଡ଼ା, ଋଣର ହାର ସୁଧ, ଯନ୍ତ୍ରପାତି କାରଖାନା ଗୃହ ପାଇଁ ହେଉଥିବା ଖର୍ଚ୍ଚ, ସ୍ଥାୟୀ କର୍ମଚାରୀଙ୍କ ବେତନ ଇତ୍ୟାଦି
  • ଉତ୍ପାଦନ ଶୂନ୍ୟ ହେଲେ ମଧ୍ୟ ସ୍ଥିର ପରିବ୍ୟୟ ଅପରିବର୍ତ୍ତିତ ରହିଥାଏ
  • ଉତ୍ପାଦନକାରୀ ସ୍ୱଳ୍ପକାଳରେ ସ୍ଥିରସାଧନ ଗୁଡ଼ିକ ଉପରେ ଯେଉଁ ଖର୍ଚ୍ଚ କରନ୍ତି, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ


Output (unit)TFC
012
112
212
312
412
512



ପରିବର୍ତ୍ତୀ ପରିବ୍ୟୟ (Variable Cost) :-

  • ସ୍ୱଳ୍ପକାଳରେ ପରିବର୍ତ୍ତୀ ସାଧନ ନିମନ୍ତେ ହେଉଥିବା ବ୍ୟୟକୁ ପରିବର୍ତ୍ତୀ ପରିବ୍ୟୟ କୁହାଯାଏ
  • ଉତ୍ପାଦ ପରିମାଣରେ ପରିବର୍ତ୍ତନ ହେଲେ ଯେଉଁ ପରିବ୍ୟୟର ହ୍ରାସ ବୃଦ୍ଧି ଘଟେ, ତାହାକୁ ପରିବର୍ତ୍ତୀ ପରିବ୍ୟୟ କୁହାଯାଏ
  • ପରିବର୍ତ୍ତୀ ପରିବ୍ୟୟ ଉତ୍ପାଦ ପରିମାଣ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ଅର୍ଥାତ୍ ପରିବର୍ତ୍ତୀ ପରିବ୍ୟୟ ବୃଦ୍ଧି ହେଲେ ଉତ୍ପାଦ ପରିମାଣ ବୃଦ୍ଧିପାଏ ଏବଂ ପରିବର୍ତ୍ତୀ ପରିବ୍ୟୟ ହ୍ରାସ ହେଲେ ଉତ୍ପାଦ ପରିମାଣ ମଧ୍ୟ ହ୍ରାସପାଏ

 

  • Ex :- ଶ୍ରମିକ ମାନଙ୍କୁ ଦିଆଯାଉଥିବା ମଜୁରୀ, କଞ୍ଚାମାଲ ପାଇଁ ଦିଆଯାଉଥିବା ପାଉଣା, ବିଦ୍ୟୁତ୍ ଶକ୍ତି
  • ପରିବର୍ତ୍ତୀ ପରିବ୍ୟୟକୁ ପ୍ରଧାନ ପରିବ୍ୟୟ ବା ପ୍ରତ୍ୟକ୍ଷ ପରିବ୍ୟୟ କୁହାଯାଏ

Output (unit)TVC
00
16
210
315
424
535



ପରିବ୍ୟୟ ଉପରେ କାଳର ପ୍ରଭାବ :-

  • ଉତ୍ପାଦନ ପରିବ୍ୟୟ ତତ୍ତ୍ୱରେ ସମୟ ବା କାଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଅର୍ଥଶାସ୍ତ୍ରୀମାନେ ସମୟ ବା କାଳକୁ ଭାଗରେ ବିଭକ୍ତ କରିଛନ୍ତି

ଯଥା :-

1 - ବଜାର କାଳ ବା ଅତି ସ୍ୱଳ୍ପ କାଳ 

2 - ସ୍ୱଳ୍ପ କାଳ

3 - ଦୀର୍ଘ କାଳ

1- ବଜାର କାଳ (Market period or Very Short Period) :-

(i) ବଜାର କାଳକୁ ଅତି ସ୍ୱଳ୍ପକାଳ କୁହାଯାଏ

(ii) ମାଛ, ଦୁଗ୍ଧ ଭଳି ପଚନଶୀଳ ଦ୍ରବ୍ୟ କ୍ଷେତ୍ରରେ ଏହି ସମୟ ଅବଧି ଦିନେ, କିମ୍ବା ଦୁଇଦିନ ହୋଇଥାଏ

(iii) ଅତି ସ୍ୱଳ୍ପ କାଳରେ ଦ୍ରବ୍ୟର ଦର ପରିବର୍ତ୍ତନ ଯୋଗାଣ ଉପରେ କୌଣସି ପ୍ରଭାବ ପକାଇପାରି ଥାଏ


2.ସ୍ୱଳ୍ପକାଳ (Short Period) :-

 (i) ଯେଉଁ ସମୟ ଅବଧି ମଧ୍ୟରେ ଜଣେ ଉତ୍ପାଦନକାରୀ କେବଳ ପରିବର୍ତ୍ତୀ ସାଧନକୁ ପରିବର୍ତ୍ତନ କରିଥାନ୍ତି, ତାହାକୁ ସ୍ୱଳ୍ପକାଳ କୁହାଯାଏ

(ii) ସ୍ୱଳ୍ପକାଳରେ ଉତ୍ପାଦନକାରୀ କେବଳ ପରିବର୍ତ୍ତୀ ସାଧନକୁ ପରିବର୍ତ୍ତନ କରି ଉତ୍ପାଦନ ପରିମାଣ ବୃଦ୍ଧି କିମ୍ବା ହ୍ରାସ କରନ୍ତି

(iii) ସ୍ୱଳ୍ପକାଳରେ ସ୍ଥିର ସାଧନର ପରିମାଣ ସ୍ଥିର ରହେ ଯଥା :- କାରଖାନା ଗୃହ, ମେସିନ୍ ଇତ୍ୟାଦି


3. ଦୀର୍ଘ କାଳ (Long Period) :-

(i) ଯେଉଁ ସମୟ ଅବଧି ମଧ୍ୟରେ ଜଣେ ଉତ୍ପାଦନକାରୀ ସମସ୍ତ ସାଧନକୁ ପରିବର୍ତ୍ତନ କରିପାରନ୍ତି, ତାହାକୁ ଦୀର୍ଘ କାଳ କୁହାଯାଏ

(ii) ଦୀର୍ଘ କାଳରେ ଉଭୟ ସ୍ଥିର ପରିବର୍ତ୍ତୀ ସାଧନ ପରିବର୍ତ୍ତନଶୀଳ

(iii) ଏହି କାଳରେ ମୋଟ ଉତ୍ପାଦର ପରିବର୍ତ୍ତନ ସମସ୍ତ ସାଧନ ଉପରେ ନିର୍ଭର କରେ

(iv) ଦୀର୍ଘକାଳରେ କୌଣସି ସାଧନର ପରିମାଣ ସ୍ଥିର ନୁହେଁ ଅର୍ଥାତ୍ ସମସ୍ତ ସାଧନ ପରିବର୍ତ୍ତନଶୀଳ


Post a Comment

Previous Post Next Post