ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ମଧ୍ୟରୁ ଯେକୌଣସି ଉତ୍ତର ପ୍ରତ୍ୟେକଟିକୁ ୫୦ଟି ଶବ୍ଦରେ ଲେଖ :
(1). ଉତ୍ପାଦନ କ’ଣ ?
ଉ– (i) ସାଧାରଣ ଅର୍ଥରେ ଉତ୍ପାଦନ କହିଲେ ଉପଯୋଗିତାର ସୃଷ୍ଟିକୁ ବୁଝାଏ ।
(ii) ଅର୍ଥନୀତିରେ ଉତ୍ପାଦନ କହିଲେ ବିନିମୟକ୍ଷମ ଉପଯୋଗିତାର ସୃଷ୍ଟିକୁ ବୁଝାଏ ।
(iii) ବିଭିନ୍ନ
ଉପାଦାନ ଯଥା ଭୂମି, ଶ୍ରମ,
ପୁଞ୍ଜି ଓ ସଂଗଠନ ସହାୟତାରେ
ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।ଅର୍ଥାତ ବିନିମୟ ମୂଲ୍ୟ ଥିବା ନୂତନ ଦ୍ରବ୍ୟ
ଓ ସେବାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ ।
(iv) ଅର୍ଥଶାସ୍ତ୍ରୀଙ୍କ
ମତରେ ଉତ୍ପାଦନ କହିଲେ ଭୌତିକ ଓ ଅଭୌତିକ ଦ୍ରବ୍ୟର
ପ୍ରସ୍ତୁତିକୁ ବୁଝାଏ । ତେଣୁ ବିନିମୟକ୍ଷମ
ଉପଯୋଗିତାର ସୃଷ୍ଟି ନିମିତ୍ତ ଅର୍ଥନୈତିକ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।
(2). ଉପାଦାନର (ଉତ୍ପାଦନ ସାଧନର) ଅର୍ଥ କ’ଣ ?
ଉ- (i) ଯେଉଁ ଦ୍ରବ୍ୟ ଓ ସେବା ସାହାଯ୍ୟରେ ଦ୍ରବ୍ୟ ଉତ୍ପାଦନ କରାଯାଇଥାଏ ତାହାକୁ ଉପାଦାନ କୁହାଯାଏ । କଞ୍ଚାମାଲ, ଶ୍ରମ, ଯନ୍ତ୍ରପାତି ଆଦି ଉପାଦାନ ଅଟନ୍ତି ।
(ii) ସ୍ୱଳ୍ପ କାଳରେ ଦୁଇ ପ୍ରକାର ଉପାଦାନ ଯଥା : ସ୍ଥିର ଉପାଦାନ ଓ ପରିବର୍ତ୍ତୀ ଉପାଦାନ ଦେଖିବାକୁ ମିଳିଥାଏ ।
(iii) ସ୍ୱଳ୍ପକାଳରେ ଯେଉଁ ଉପାଦାନଗୁଡ଼ିକର ପରିମାଣକୁ ପରିବର୍ତ୍ତନ କରାଯାଇପାରେ ନାହିଁ, ତାହାକୁ ସ୍ଥିର ଉପାଦାନ କୁହାଯାଏ । Ex-ଭୂମି, ମେସିନ୍ ଇତ୍ୟାଦି ।
(iv) ସ୍ୱଳ୍ପକାଳରେ ଯେଉଁ ସାଧନର ପରିମାଣକୁ ପରିବର୍ତ୍ତନ କରାଯାଇପାରେ, ତାହାକୁ ପରିବର୍ତ୍ତନୀ ଉପାଦାନ କୁହାଯାଏ । Ex - ଶ୍ରମ, କଞ୍ଚାମାଲ ଇତ୍ୟାଦି ।
(3). ସ୍ଥିର ଉପାଦାନ କ’ଣ ?
ଉ– (i) ଯେଉଁ ଦ୍ରବ୍ୟ ଓ ସେବା ସାହାଯ୍ୟରେ ଦ୍ରବ୍ୟ ଉତ୍ପାଦନ କରାଯାଇଥାଏ ତାହାକୁ ଉପାଦାନ କୁହାଯାଏ । କଞ୍ଚାମାଲ, ଶ୍ରମ, ଯନ୍ତ୍ରପାତି ଆଦି ଉପାଦାନ ଅଟନ୍ତି ।
(ii) ସ୍ୱଳ୍ପ କାଳରେ ଦୁଇ ପ୍ରକାର ଉପାଦାନ
ଯଥା : ସ୍ଥିର ଉପାଦାନ ଓ ପରିବର୍ତ୍ତୀ ଉପାଦାନ
ଦେଖିବାକୁ ମିଳିଥାଏ ।
(iii) ସ୍ୱଳ୍ପକାଳରେ
ସମସ୍ତ ସାଧନର ପରିମାଣରେ ପରିବର୍ତ୍ତନ କରି ଉତ୍ପାଦନ ବୃଦ୍ଧି
କରିବା ଉଦ୍ୟୋକ୍ତାଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ ।
ସେଥିପାଇଁ ସେ କେତେକ ସାଧନକୁ
ସ୍ଥିର ରଖି ଅନ୍ୟଗୁଡ଼ିକର ପରିମାଣରେ
ପରିବର୍ତ୍ତନ କରି ଉତ୍ପାଦନ ପରିମାଣ
ବୃଦ୍ଧି କରିବାକୁ ଚେଷ୍ଟା କରିଥା’ନ୍ତି ।
(iv) ସ୍ୱଳ୍ପକାଳରେ ଯେଉଁ ଉପାଦାନଗୁଡ଼ିକର ପରିମାଣକୁ ପରିବର୍ତ୍ତନ କରାଯାଇପାରେ ନାହିଁ, ତାହାକୁ ସ୍ଥିର ଉପାଦାନ କୁହାଯାଏ । Ex-ଭୂମି, ମେସିନ୍
ଇତ୍ୟାଦି ।
(4). ପରିବର୍ତ୍ତନୀୟ ଉପାଦାନ କ’ଣ ?
ଉ– (i) ଯେଉଁ ଦ୍ରବ୍ୟ ଓ ସେବା ସାହାଯ୍ୟରେ ଦ୍ରବ୍ୟ ଉତ୍ପାଦନ କରାଯାଇଥାଏ ତାହାକୁ ଉପାଦାନ କୁହାଯାଏ । କଞ୍ଚାମାଲ, ଶ୍ରମ, ଯନ୍ତ୍ରପାତି ଆଦି ଉପାଦାନ ଅଟନ୍ତି ।
(ii) ସ୍ୱଳ୍ପ କାଳରେ ଦୁଇ ପ୍ରକାର ଉପାଦାନ
ଯଥା : ସ୍ଥିର ଉପାଦାନ ଓ ପରିବର୍ତ୍ତୀ ଉପାଦାନ
ଦେଖିବାକୁ ମିଳିଥାଏ ।
(iii) ସ୍ୱଳ୍ପକାଳରେ ଯେଉଁ ସାଧନର ପରିମାଣକୁ ପରିବର୍ତ୍ତନ କରାଯାଇପାରେ, ତାହାକୁ ପରିବର୍ତ୍ତନୀ ଉପାଦାନ କୁହାଯାଏ । Ex - ଶ୍ରମ, କଞ୍ଚାମାଲ ଇତ୍ୟାଦି ।
(iv) ସ୍ୱଳ୍ପ
କାଳରେ ପରିବର୍ତ୍ତନୀୟ ଉପାଦାନର ପରିବର୍ତ୍ତନ ଉତ୍ପାଦ ବୃଦ୍ଧି ଓ ହ୍ରାସରେ ସାହାଯ୍ୟ
କରିଥାଏ । ଉଦାହରଣ ସ୍ୱରୂପ
ଶ୍ରମିକ ଓ କଞ୍ଚାମାଲର ପରିମାଣ ବୃଦ୍ଧି ବା ହ୍ରାସ କରାଯାଇ
ଉତ୍ପାଦ ପରିମାଣରେ ବୃଦ୍ଧି ବା ହ୍ରାସ କରାଯାଏ
।
(5). ସ୍ୱଳ୍ପକାଳ କାହାକୁ କୁହାଯାଏ ?
ଉ- (i) ଯେଉଁ ସମୟ ଅବଧି ମଧ୍ୟରେ ଉତ୍ପାଦନକାରୀ କେବଳ ପରିବର୍ତ୍ତନୀ ଉପାଦାନକୁ ପରିବର୍ତ୍ତନ କରିପାରେ, ତାହାକୁ ସ୍ୱଳ୍ପକାଳ କୁହାଯାଏ ।
(ii) ଅର୍ଥାତ ଯେଉଁ
ସମୟ କାଳରେ କେବଳ ପରିବର୍ତ୍ତୀ ଉପାଦାନକୁ
ପରିବର୍ତ୍ତନ କରାଯାଇ ଉତ୍ପାଦନର ବୃଦ୍ଧି ବା ହ୍ରାସ କରାଯାଇଥାଏ,
ତାହାକୁ ସ୍ୱଳ୍ପକାଳ କୁହାଯାଏ ।
(iii) ଏହି
ସମୟରେ ଦୁଇ ପ୍ରକାରର ଉପାଦାନ
ଯଥା : ସ୍ଥିର ଓ ପରିବର୍ତ୍ତୀ ଉପାଦାନ
ଉପଲବ୍ଧ ହୋଇଥାଏ ।
(iv) ସ୍ୱଳ୍ପକାଳରେ କେବଳ ଶ୍ରମ ଓ କଞ୍ଚାମାଲକୁ ପରିବର୍ତ୍ତନ କରାଯାଇପାରେ ।
(v) ସ୍ୱଳ୍ପକାଳରେ ସ୍ଥିର ସାଧନ (ଜମି, ମେସିନ୍) କୁ ପରିବର୍ତ୍ତନ କରାଯାଇପାରେ ନାହିଁ ।
(6). ଦୀର୍ଘକାଳ କାହାକୁ କୁହାଯାଏ?
ଉ- (i) ଯେଉଁ ସମୟ ଅବଧି ମଧ୍ୟରେ ଉତ୍ପାଦନକାରୀ ତାହାର ସମସ୍ତ ଉପାଦାନକୁ ପରିବର୍ତ୍ତନ କରିପାରେ, ତାହାକୁ ଦୀର୍ଘକାଳ କୁହାଯାଏ ।
(ii) ଅର୍ଥାତ ଯେଉଁ
ସମୟ କାଳରେ ସମସ୍ତ ଉପାଦାନକୁ ପରିବର୍ତ୍ତନ କରାଯାଇ ଉତ୍ପାଦନର ବୃଦ୍ଧି ବା ହ୍ରାସ କରାଯାଇଥାଏ,
ତାହାକୁ ଦୀର୍ଘକାଳ କୁହାଯାଏ ।
(iii) ଦୀର୍ଘକାଳରେ ସମସ୍ତ ସାଧନ ଯଥା- ସ୍ଥିର ସାଧନ ଓ ପରିବର୍ତ୍ତନୀ ସାଧନ ପରିବର୍ତ୍ତନଶୀଳ ।
(iv) ଦୀର୍ଘକାଳରେ କୌଣସି ସାଧନ ସ୍ଥିର ନଥାନ୍ତି ।
(7). ଉତ୍ପାଦନ ଫଳନ କ’ଣ ?
ଉ– (i) ଉତ୍ପାଦନ ସାଧନ ଓ ଉତ୍ପାଦ ମଧ୍ୟରେ ଥିବା କାର୍ଯ୍ୟାତ୍ମକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ ।
(ii) ଅର୍ଥାତ କୌଣସି
ଏକ ପ୍ରତିଷ୍ଠାନର ଭୌତିକ ନିବେଶ ଓ ଭୌତିକ ଉତ୍ପାଦ
ମଧ୍ୟରେ ଥିବା ଆନୁଷ୍ଠାନିକ ସମ୍ପର୍କକୁ
ଉତ୍ପାଦନ ଫଳନ ବୋଲି କୁହାଯାଏ
।
(iii) ଉତ୍ପାଦନ ଫଳନକୁ ସଂକେତରେ ପ୍ରକାଶ କଲେ-
ଏଠାରେ
ଉତ୍ପାଦ
ଉତ୍ପାଦିତ ସାଧନ ମଧ୍ୟରେ କାର୍ଯ୍ୟାତ୍ମକ ସମ୍ପର୍କ ।
Labour (ଶ୍ରମ)
Capital (ପୁଞ୍ଜି)
(8). ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ କ’ଣ ?
ଉ– (i) ସ୍ୱଳ୍ପକାଳରେ ଦୃଷ୍ଟିଗୋଚର ହେଉଥିବା ଉତ୍ପାଦନର ସାଧନ ଓ ଉତ୍ପାଦ ମଧ୍ୟରେ ଥିବା କ୍ରିୟାତ୍ମକ ସମ୍ପର୍କକୁ ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ କୁହାଯାଏ ।
ଏଠାରେ
ଉତ୍ପାଦ
କ୍ରିୟାତ୍ମକ ସମ୍ପର୍କ
ଶ୍ରମ
ସ୍ଥିର ସାଧନ (ପୁଞ୍ଜି)
(ii) ଏଠାରେ ସ୍ଥିର ସାଧନ ଗୁଡ଼ିକରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।
(iii) କେବଳ ପରିବର୍ତ୍ତନୀ ସାଧନକୁ ପରିବର୍ତ୍ତନ କରି ଉତ୍ପାଦନର ପରିମାଣକୁ ହ୍ରାସ କିମ୍ବା ବୃଦ୍ଧି କରିହୁଏ ।
(iv) ସ୍ୱଳ୍ପକାଳୀନ ଉତ୍ପାଦନ ଫଳନକୁ ପରିବର୍ତ୍ତନୀୟ ଅନୁପାତ ସୂତ୍ର ବୋଲି କୁହାଯାଏ ।
(9). ଦୀର୍ଘକାଳୀନ ଉତ୍ପାଦନ ଫଳନ କ’ଣ ?
ଉ–
ଏଠାରେ
ଉତ୍ପାଦ
କ୍ରିୟାତ୍ମକ ସମ୍ପର୍କ
ଶ୍ରମ
Kପରିବର୍ତ୍ତନୀ ସାଧନ(ପୁଞ୍ଜି)
(ii) ଏଠାରେ ଉଭୟ ସ୍ଥିର ସାଧନ ଓ ପରିବର୍ତ୍ତନୀ ସାଧନ ଗୁଡ଼ିକରେ ପରିବର୍ତ୍ତନ ହୁଏ ।
(iii) ଉଭୟ ସ୍ଥିର ସାଧନ ଓ ପରିବର୍ତ୍ତନୀ ସାଧନକୁ ପରିବର୍ତ୍ତନ କରି ଉତ୍ପାଦନର ପରିମାଣକୁ ହ୍ରାସ କିମ୍ବା ବୃଦ୍ଧି କରିହୁଏ ।
(iv) ସ୍ୱଳ୍ପକାଳୀନ ଉତ୍ପାଦନ ଫଳନକୁ ଆୟତନ ଉତ୍ପାଦ ସୂତ୍ର ବୋଲି କୁହାଯାଏ ।
(10). ମୋଟ ଉତ୍ପାଦନ କ’ଣ ?
ଉ–(i) ଉତ୍ପାଦନର ସାଧନ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ଦ୍ରବ୍ୟର ମୋଟ ପରିମାଣକୁ ମୋଟ ଉତ୍ପାଦ କୁହାଯାଏ ।
(ii) ଉତ୍ପାଦନର ସାଧନରେ ପରିବର୍ତ୍ତନ ହେଲେ ମୋଟ ଉତ୍ପାଦର ମଧ୍ୟ ପରିବର୍ତ୍ତନ ହୋଇଥାଏ ।
(iii) ସ୍ୱଳ୍ପକାଳରେ ମୋଟ ଉତ୍ପାଦର ପରିବର୍ତ୍ତନ କେବଳ ପରିବର୍ତ୍ତୀ ସାଧନ ଯୋଗୁଁ ହୋଇଥାଏ ।
(iv) ସୀମାନ୍ତ ଉତ୍ପାଦର ସମଷ୍ଟିକୁ ମୋଟ୍ ଉତ୍ପାଦ କୁହାଯାଏ ।
ମୋଟ ଉତ୍ପାଦ (TP) = ଶ୍ରମିକଙ୍କ ସଂଖ୍ୟା × ପ୍ରତି ଶ୍ରମିକର ଉତ୍ପାଦ
= 5 × 20
= 100 kg
(11). ହାରାହାରି
ଉତ୍ପାଦ କ’ଣ?
ଉ- (i) ପରିବର୍ତ୍ତୀ ସାଧନର ଏକକ ପ୍ରତି ମୋଟ ଉତ୍ପାଦନକୁ ହାରାହାରି ଉତ୍ପାଦ କୁହାଯାଏ ।
(ii) ମୋଟ ଉତ୍ପାଦକୁ ମୋଟ ପରିବର୍ତ୍ତୀ ସାଧନ ଦ୍ୱାରା ଭାଗକଲେ ଭାଗଫଳକୁ ହାରାହାରି ଉତ୍ପାଦ ବୋଲି କୁହାଯାଏ ।
ଏଠାରେ
ହାରାହାରି ଉତ୍ପାଦ
ପରିବର୍ତ୍ତୀ ସାଧନର ପରିମାଣ
ମୋଟ ଉତ୍ପାଦ
(iii) Ex - ସ୍ୱଳ୍ପକାଳରେ ଜମିର ପରିମାଣ ସ୍ଥିର ରହି ଯଦି 3 ଜଣ ଶ୍ରମିକ ନିୟୋଜିତ ହେବା ଫଳରେ ମୋଟ ଉତ୍ପାଦ 45kg ଧାନ ଉତ୍ପାଦିତ ହୁଏ, ତେବେ ହାରାହାରି ଉତ୍ପାଦ
(12). ସୀମାନ୍ତ ଉତ୍ପାଦନ କ’ଣ ?
ଉ– (i) ଏକ ଅତିରିକ୍ତ ସାଧନର ସଂଯୋଜନ ଫଳରେ ମୋଟ ଉତ୍ପାଦର ଯେଉଁ ପରିବର୍ତ୍ତନ ହୁଏ, ତାହାକୁ ସୀମାନ୍ତ ଉତ୍ପାଦ କୁହାଯାଏ ।
(ii) ଅର୍ଥାତ ଏକ
ଅତିରିକ୍ତ ଉପାଦାନର ନିୟୋଜନ ଫଳରେ ମୋଟ ଉତ୍ପାଦ
ଯେଉଁ ପରିମାଣରେ ବୃଦ୍ଧିପାଏ, ତାହାକୁ ସୀମାନ୍ତ ଉତ୍ପାଦ କୁହାଯାଏ ।
(iii) Ex - ଏକ ହେକ୍ଟର ଜମିରେ 10 ଜଣ ଶ୍ରମିକ ନିୟୋଜିତ ହୋଇ ଯଦି 100 ଧାନ ଉତ୍ପାଦନ ହୁଏ ଏବଂ 11 ଜଣ ନିୟୋଜିତ ହେଲେ ମୋଟ ଉତ୍ପାଦ 105 kg କୁ ବୃଦ୍ଧି ପାଏ, ତେବେ ସୀମାନ୍ତ ଉତ୍ପାଦ କେତେ ?
(13). ପରିବର୍ତ୍ତନୀୟ ଅନୁପାତ ସୂତ୍ର କ’ଣ ?
ଉ– (i) ପରିବର୍ତ୍ତନୀୟ ଅନୁପାତ ସୂତ୍ର ଉତ୍ପାଦନର ଏକ ମୌଳିକ ସୂତ୍ର ଅଟେ ।
(ii) ଏହା ସ୍ୱଳ୍ପକାଳୀନ ଉତ୍ପାଦନ ଫଳନର ବ୍ୟବହାର ଅନୁଧ୍ୟାନ କରିଥାଏ ।
(iii) ଏହି ସୂତ୍ର ଅନୁସାରେ, ସ୍ୱଳ୍ପକାଳରେ ଅନ୍ୟ ଉତ୍ପାଦନ ସାଧନଗୁଡ଼ିକୁ ସ୍ଥିର ରଖି କେବଳ ପରିବର୍ତ୍ତନଶୀଳ ସାଧନର ପରିମାଣକୁ କ୍ରମାଗତ ଭାବେ ବଢ଼ାଇଲେ, ମୋଟ ଉତ୍ପାଦନ ପ୍ରଥମେ ବୃଦ୍ଧିଶୀଳ ହାରରେ ବଢ଼େ, ପରେ ହ୍ରାସଶୀଳ ହାରରେ ବଢ଼େ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପରେ ପରିବର୍ତ୍ତନଶୀଳ ସାଧନର ଅତ୍ୟଧିକ ବ୍ୟବହାର ହେତୁ ମୋଟ ଉତ୍ପାଦନ ହ୍ରାସ ପାଇବା ଆରମ୍ଭ କରେ।
(iv) ପରିବର୍ତ୍ତନ ହାର ଅନୁସାରେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ତିନି ପର୍ଯ୍ୟାୟ ବିଶିଷ୍ଟ ହୁଏ; ଯଥା— (୧) ବର୍ଦ୍ଧମାନ ଉତ୍ପନ୍ନ ପର୍ଯ୍ୟାୟ (୨) ହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟ ଓ (୩) ଋଣାତ୍ମକ ଉତ୍ପନ୍ନ ପର୍ଯ୍ୟାୟ ।
(14). ପରିବର୍ତ୍ତନୀୟ ଅନୁପାତ ନିୟମର ସଂଜ୍ଞା ଲେଖ ।
ଉ–ଏହି ସୂତ୍ର ଅନୁସାରେ, ସ୍ୱଳ୍ପକାଳରେ ଅନ୍ୟ ଉତ୍ପାଦନ ସାଧନଗୁଡ଼ିକୁ ସ୍ଥିର ରଖି କେବଳ ପରିବର୍ତ୍ତନଶୀଳ ସାଧନର ପରିମାଣକୁ କ୍ରମାଗତ ଭାବେ ବଢ଼ାଇଲେ, ମୋଟ ଉତ୍ପାଦନ ପ୍ରଥମେ ବୃଦ୍ଧିଶୀଳ ହାରରେ ବଢ଼େ, ପରେ ହ୍ରାସଶୀଳ ହାରରେ ବଢ଼େ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପରେ ପରିବର୍ତ୍ତନଶୀଳ ସାଧନର ଅତ୍ୟଧିକ ବ୍ୟବହାର ହେତୁ ମୋଟ ଉତ୍ପାଦନ ହ୍ରାସ ପାଇବା ଆରମ୍ଭ କରେ।
According
to Stigler (ଷ୍ଟିଗଲର୍) :-
"ଅନ୍ୟାନ୍ୟ ଉତ୍ପାଦନକ୍ଷମ ସାଧନଗୁଡ଼ିକୁ ସ୍ଥିର ରଖି ଏକ ନିର୍ଦ୍ଦିଷ୍ଟ ସାଧନକୁ କ୍ରମ ପରିମାଣରେ ସ୍ଥିର ସାଧନ ସହ ଯୋଗ କଲେ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ ଉତ୍ପାଦର ଅଭିବୃଦ୍ଧି ହାର ହ୍ରାସପାଏ ଅର୍ଥାତ୍ ସୀମାନ୍ତ ଉତ୍ପାଦ ହ୍ରାସପାଏ ।"
(15). ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସର୍ତ୍ତ ଲେଖ ।
ଉ– ପରିବର୍ତ୍ତନୀୟ ଅନୁପାତ ନିୟମର ସର୍ତ୍ତଗୁଡ଼ିକ ହେଲା–
1. ଉତ୍ପାଦନର
କୌଶଳ ଅପରିବର୍ତ୍ତିତ ରହିବ ।
2. ସୂତ୍ରଟି କେବଳ ସ୍ୱଳ୍ପକାଳରେ ପ୍ରଯୁଜ୍ୟ ହେବ ।
3. ଅନ୍ୟାନ୍ୟ ସମସ୍ତ ସାଧନର ପରିମାଣ ସ୍ଥିର ରହିବ କେବଳ ଗୋଟିଏ ସାଧନର ପରିମାଣ ପରିବର୍ତ୍ତିତ କରାଯିବ
।
4. ପରିବର୍ତ୍ତୀ
ସାଧନକୁ କ୍ରମ ପରିମାଣରେ ବୃଦ୍ଧି କରାଯିବ ।
(16). ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସ୍ତରର ନାମ ଲେଖ ।
ଉ– ପରିବର୍ତ୍ତନୀୟ ଅନୁପାତ ସୂତ୍ରଟି 3ଟି ସ୍ତର ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା:-
1. ବୃଦ୍ଧିମାନ
ଉତ୍ପନ୍ନ ସ୍ତର :-
ପ୍ରଥମ ସ୍ତରରେ,
ଶ୍ରମର ପ୍ରତ୍ୟେକ ଅତିରିକ୍ତ ଏକକ ନିୟୋଜିତ ହେଲେ ମୋଟ ଉତ୍ପାଦନ ଆନୁପାତିକ ହାରଠାରୁ ଅଧିକ ବୃଦ୍ଧି
ପାଏ , ତାହାକୁ ବୃଦ୍ଧିମାନ ଉତ୍ପନ୍ନ ସ୍ତର ବୋଲି କୁହାଯାଏ ।
2. ହ୍ରାସମାନ ଉତ୍ପନ୍ନ ସ୍ତର :-
ଦ୍ୱିତୀୟ ସ୍ତରରେ,
ଯଦିଓ ମୋଟ ଉତ୍ପାଦନ ବୃଦ୍ଧି ପାଇଥାଏ, ତେବେ ଏହା ହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ତେଣୁ ଉଭୟ
ହାରାହାରି ଉତ୍ପନ୍ନ ଓ ସୀମାନ୍ତ ଉତ୍ପନ୍ନର ହ୍ରାସ ଘଟେ, ତାହାକୁ ହ୍ରାସମାନ ଉତ୍ପନ୍ନ ସ୍ତର ବୋଲି କୁହାଯାଏ ।
3. ଋଣାତ୍ମକ
ଉତ୍ପନ୍ନ ସ୍ତର :-
ତୃତୀୟ ସ୍ତରରେ
ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ହ୍ରାସ ପାଆନ୍ତି ଏବଂ ସୀମାନ୍ତ ଉତ୍ପନ୍ନ ଋଣାତ୍ମକ ହୁଏ , ତାହାକୁ ଋଣାତ୍ମକ ଉତ୍ପନ୍ନ ସ୍ତର କୁହାଯାଏ ।
(17). ହ୍ରାସମାନ ଉତ୍ପାଦନର ତିନୋଟି କାରଣ ଲେଖ ।
ଉ–(i) ହ୍ରାସମାନ ଉତ୍ପାଦନର ପ୍ରଥମ କାରଣ ହେଲା, ସ୍ଥିର ଉପାଦାନର ଅତ୍ୟଧିକ ବ୍ୟବହାର ଫଳରେ ହ୍ରାସମାନ ଉତ୍ପାଦନ ସ୍ତର ଦେଖାଯାଏ ।
(ii) ଉପାଦାନ
ମଧ୍ୟରେ ପ୍ରତିସ୍ଥାପନର ଅସମ୍ପୂର୍ଣ୍ଣ ସ୍ଥିତିସ୍ଥାପକତା ଯୋଗୁଁ ହ୍ରାସମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ
ହୋଇଥାଏ ।
(iii) ସ୍ଥିର
ଉପାଦାନ ସହିତ ପରିବର୍ତ୍ତନୀୟ ଉପାଦାନକୁ ଅଧିକ ପରିମାଣରେ ସମ୍ମିଶ୍ରଣ କଲେ ହ୍ରାସମାନ ଉତ୍ପାଦନ ସୂତ୍ର
କାର୍ଯ୍ୟକାରୀ ହୁଏ ।
(18). ମୋଟ ଉତ୍ପାଦନ, ହାରାହାରି ଉତ୍ପାଦନ ଓ ପ୍ରାନ୍ତୀୟ ଉତ୍ପାଦନ ମଧ୍ୟରେ ଥିବା ସମ୍ପର୍କକୁ ଉଲ୍ଲେଖ କର ।
ଉ– (i) ପ୍ରାନ୍ତୀୟ ଉତ୍ପାଦନ ହାରାହାରି ଉତ୍ପାଦନଠାରୁ କମ୍ ହେଲେ ହାରାହାରି ଉତ୍ପାଦନ ହ୍ରାସ ପାଏ ।
(ii) ପ୍ରାନ୍ତୀୟ ଉତ୍ପାଦନ ଶୂନ୍ୟ ହେଲେ, ମୋଟ ଉତ୍ପାଦନ ସର୍ବାଧିକ ହୋଇଥାଏ ।
(iii) ପ୍ରାନ୍ତୀୟ ଉତ୍ପାଦନ ଋଣାତ୍ମକ ହେଲେ ମୋଟ ଉତ୍ପାଦନ ହ୍ରାସ ପାଏ
(19). ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସୀମାବଦ୍ଧତା ଲେଖ ।
ଉ–ପରିବର୍ତ୍ତନୀୟ ଅନୁପାତ ନିୟମର ସୀମାବଦ୍ଧତାଗୁଡ଼ିକ ହେଲା–
(i) ଏକ ଉତ୍ପାଦନ କୌଶଳର ଉନ୍ନତି ହେଲେ ପରିବର୍ତ୍ତନୀୟ ଅନୁପାତ ନିୟମ କାର୍ଯ୍ୟ କରେ ନାହିଁ ।
(ii) ଯଦି ଉପାଦାନଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ବିନିଯୋଗ ହୁଅନ୍ତି, ତେବେ ଏହି ନିୟମ କାର୍ଯ୍ୟ କରେ ନାହିଁ ।
(iii) ଯଦି ସମସ୍ତ ନିବେଶକୁ ପରିବର୍ତ୍ତନ କରାଯାଏ ତେବେ ଏହି ନିୟମ ଦେଖିବାକୁ ମିଳେ ନାହିଁ ।
(20). କ୍ରମହ୍ରାସ ଉତ୍ପନ୍ନ ନିୟମ ସମ୍ପର୍କରେ ବ୍ୟାଖ୍ୟା କର ।
ଉ- (i) ପରିବର୍ତ୍ତନୀୟ ଅନୁପାତ ନିୟମର ଦ୍ୱିତୀୟ ସ୍ତରରେ ହ୍ରାସମାନ ଉତ୍ପନ୍ନ ନିୟମର ପ୍ରଯୁଜ୍ୟ ହୋଇଥାଏ ।
(ii) ସଂସ୍ଥାପକ ଅର୍ଥନୀତିଜ୍ଞ ମାର୍ଶାଲ, ରିକାର୍ଡ଼ୋ ଏବଂ ମାଲଥାସ୍ ଆଦି ଏହି ନିୟମ କୃଷିକ୍ଷେତ୍ରରେ ପ୍ରୟୋଜନୀୟତା ଉପଲବ୍ଧ କରିଥିଲେ ।
(iii) ମାର୍ଶାଲଙ୍କ ମତରେ “କୃଷି କ୍ଷେତ୍ରରେ କୌଣସି ଉନ୍ନତ ପଦ୍ଧତି ବ୍ୟବହାର ନକରି, ଭୂମିରେ ଅଧିକ ଅଧିକ ପରିମାଣରେ ଶ୍ରମ ବିନିଯୋଗ କରି କୃଷିକାର୍ଯ୍ୟ କଲେ ସାଧାରଣତଃ ଉତ୍ପାଦନ ବିନିଯୁକ୍ତ ପରିବର୍ତ୍ତନୀୟ ଉପାଦାନ ଅନୁପାତରୁ କମ୍ ହୋଇଥାଏ । ଅର୍ଥାତ୍ ଅଣ-ଆନୁପାତିକ (Non-proportional) ହୋଇଥାଏ ।”

Post a Comment