ଆୟ (Revenue)

(i) ଆୟ କହିଲେ କୌଣସି ପ୍ରତିଷ୍ଠାନଦ୍ଵାରା ବିଭିନ୍ନ ସାଧନଗୁଡ଼ିକର ବିନିଯୋଗ କରି ଦ୍ରବ୍ୟ ଉତ୍ପାଦିତ କରି ତାହାକୁ ବଜାରରେ ବିକ୍ରି କରି ଯେଉଁ ମୌଦ୍ରିକ ଆୟ ଉପାର୍ଜନ କରିଥାଏ, ତାହାକୁ ଆୟ କୁହାଯାଏ

(ii) ଉତ୍ପାଦିତ ଦ୍ରବ୍ୟ ବିକ୍ରୟକରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହାକୁ ଆୟ କୁହାଯାଏ

                

ଆୟ ତତ୍ତ୍ୱରେ ୩ଟି ଧାରଣା ମୁଖ୍ୟତଃ ପର୍ଯ୍ୟବେକ୍ଷିତ ଯଥା :-

1 - ମୋଟ ଆୟ (Total Revenue) (TR)

2 - ହାରାହାରି ଆୟ (Average Revenue) (AR)

3 - ସୀମାନ୍ତ ଆୟ (Marginal Revenue) (MR)

 

1 -ମୋଟ ଆୟ (Total Revenue) :-

(i) ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟକରି ପ୍ରତିଷ୍ଠାନ ବା ଉତ୍ପାଦନକାରୀ ଯେଉଁ ମୋଟ ଅର୍ଥ ଅର୍ଜନ କରନ୍ତି, ତାହାକୁ ମୋଟ ଆୟ କୁହାଯାଏ

(ii) ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଇପାରେ

         

(iii) Ex :- ଜଣେ ଉତ୍ପାଦନକାରୀ 3 ଟଙ୍କା ଦରରେ 100 ଟି କଲମ ବିକ୍ରୟ କଲେ, ତାଙ୍କର ମୋଟ ଆୟ କେତେ ହେବ?

  


2 - ହାରାହାରି ଆୟ (Average Revenue):-

(i) କୌଣସି ପ୍ରତିଷ୍ଠାନଦ୍ଵାରା ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ

(ii) ମୋଟ ଆୟକୁ ବିକ୍ରିତ ଦ୍ରବ୍ୟର ପରିମାଣକୁ ଭାଗ କଲେ ହାରାହାରି ଆୟ ମିଳିଥାଏ

       

(iii) ହାରାହାରି ଆୟ ବିକ୍ରିତ ଉତ୍ପାଦର ଦର ସହ ସମାନ

 

(iv) Ex-ରାଜୁ ଜଣେ ଛୋଟ ବ୍ୟବସାୟୀ। ଦିନେ ସେ 10ଟି ଖାତା ବିକ୍ରି କରି ମୋଟ ₹500 ଆୟ କଲା। ତେଣୁ ପ୍ରତ୍ୟେକ ଖାତାରୁ ହାରାହାରି ଆୟ କେତେ ?

      TR=500
       Q= 10

   

  

     =50

3 - ସୀମାନ୍ତ ଆୟ (Marginal Revenue) :-

(i) ଉତ୍ପାଦିତ ଦ୍ରବ୍ୟର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ଵାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ

(ii) ସୀମାନ୍ତ ଆୟ ହେଉଛି ଏକ ଅତିରିକ୍ତ ଉତ୍ପାଦନ ବିକ୍ରୟ କଲେ ହେଉଥିବା ଅତିରିକ୍ତ ଆୟ

(iii) ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ ଏବଂ ପୂର୍ବତନ ମୋଟ ଆୟର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ

(iv) Ex- ରାଜୁ ଜଣେ ଖାତା ବ୍ୟବସାୟୀ। ପ୍ରଥମେ ସେ 10ଟି ଖାତା ବିକ୍ରି କରି ₹500 ମୋଟ ଆୟ (TR) ପାଇଲା। ପରେ ଆଉ 1ଟି ଖାତା ବିକ୍ରି କରିବାରୁ ତାହାର ମୋଟ ଆୟ ₹550 ହେଲା। ତେଣୁ ସୀମାନ୍ତ ଆୟ (MR) କେତେ ?

  

   

         =50


ଅର୍ଥନୀତିରେ ପ୍ରକାର ବଜାର ରହିଛି ଯଥା :-

1 - ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Perfect competition Market)

2 - ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର (Imperfect competition Market)


1-ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରୁ ଆୟ ରେଖା :- (Revenue curve under perfect competition market)

  • ପୂର୍ଣ୍ଣ ପ୍ରତିଯୋଗିତାମୂଳକ ହେଉଛି ଅର୍ଥଶାସ୍ତ୍ରର ଏକ କାଳ୍ପନିକ ବା ଆଦର୍ଶ ବଜାର ସ୍ଥିତି, ଯେଉଁଠାରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଦ୍ରବ୍ୟ ବିକ୍ରୟ କରୁଥିବା ଅସଂଖ୍ୟ କ୍ରେତା ବିକ୍ରେତା ଉପସ୍ଥିତ ଥାଆନ୍ତି ଏହି ବଜାରରେ କୌଣସି ଜଣେ ଏକକ କ୍ରେତା ବା ବିକ୍ରେତାଙ୍କର ଦ୍ରବ୍ୟର ଦର (Price) ଉପରେ କୌଣସି ପ୍ରତ୍ୟକ୍ଷ ନିୟନ୍ତ୍ରଣ ନଥାଏ

ଦର
ବିକ୍ରିତ
ଦ୍ରବ୍ୟର
ପରିମାଣ
TRARMR
101101010
102201010
103301010
104401010
105501010

ମୋଟ ଆୟ (Total Revenue) :-

(i) ମୋଟ ଆୟ ହେଉଛି ଦ୍ରବ୍ୟର ଦର ବିକ୍ରିତ ଦ୍ରବ୍ୟର ପରିମାଣର ଗୁଣଫଳ


(ii)
ଅର୍ଥାତ୍ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ବିକ୍ରିତ ଉତ୍ପାଦର ଏକକ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ତେଣୁ କ୍ଷେତ୍ରରେ ମୋଟ ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ଵଗାମୀ ହୋଇଥାଏ



ହାରାହାରି ଆୟ (Average Revenue) :-

(i) ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ

(ii) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ସ୍ଥିତିରେ ହାରାହାରି ଆୟ, ଦ୍ରବ୍ୟର ଦର ସହ ସମାନ ହୋଇଥାଏ ଅର୍ଥାତ୍ ବିକ୍ରିତ ଉତ୍ପାଦ ପରିମାଣ ବୃଦ୍ଧିହେଲେ ମଧ୍ୟ ତାହା ପ୍ରତ୍ୟେକ ଏକକରେ ସ୍ଥିର ଥାଏ ହାରାହାରି ଆୟ ରେଖାର ଆକାର ଆନୁଭୂମିକ ବା -ଅକ୍ଷ ସହ ସମାନ୍ତରାଳ



ସୀମାନ୍ତ ଆୟ (Marginal Revenue) :-

(i) ସୀମାନ୍ତ ଆୟ ହେଉଛି ଏକ ଅତିରିକ୍ତ ଆୟ ଯାହାକି ଏକ ଅତିରିକ୍ତ ଦ୍ରବ୍ୟର ବିକ୍ରୟ ଫଳରେ ମିଳିଥାଏ

(ii) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର ରହିଥାଏ ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ


ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ

  • ସାରଣୀରୁ ଜଣାଯାଏ ଯେ, ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ସୀମାନ୍ତ ଆୟ ସମାନ ସ୍ଥିର ତେଣୁ ଉଭୟ ରେଖା ପରସ୍ପର ସହ ସମାନ ହୋଇ ଦର ସହ ସମାନ ହେବ

 


  • ଉକ୍ତ ଚିତ୍ରରେ AR=MR ରେଖା ହେଉଛି ହାରାହାରି ଆୟ ସୀମାନ୍ତ ଆୟରେଖା ଉଭୟେ ଏକ ଅଭିନ୍ନ ପ୍ରତ୍ୟେକ ଏକକରେ ଏହା ଦର ସହ ସମାନ ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ


2-ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରୁ ଆୟରେଖା :- (Revenue curve under Imperfect Competition Market) :-

(i) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କର ସଂଖ୍ୟା କମ୍, ତେଣୁ ଉତ୍ପାଦନ ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ

(ii) ସାଧାରଣତଃ ଦର ବିକ୍ରିତ ଏକକ ମଧ୍ୟରେ ବିପରୀତ ସମ୍ପର୍କ ଥାଏ ଅର୍ଥାତ୍ ଦର ବୃଦ୍ଧି ହେଲେ ବିକ୍ରିତ ଏକକ ପରିମାଣ ହ୍ରାସ ପାଏ ଏବଂ ଦର ହ୍ରାସ ହେଲେ ବିକ୍ରିତ ଏକକର ପରିମାଣ ବୃଦ୍ଧି ପାଏ

ଦର
ବିକ୍ରିତ
 ଦ୍ରବ୍ୟର
ପରିମାଣ
TRARMR
101101010
921898
832486
742874
653062
563050
47284-2

ମୋଟ ଆୟ (Total Revenue) :-

(i) ମୋଟ ଆୟ ହେଉଛି ଦ୍ରବ୍ୟର ଦର ବିକ୍ରିତ ଦ୍ରବ୍ୟର ପରିମାଣର ଗୁଣଫଳ

(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ସ୍ଥିତିରେ ମୋଟ ଆୟ ବିକ୍ରିତ ଦ୍ରବ୍ୟର ପରିମାଣ ସହିତ ପ୍ରଥମେ ବୃଦ୍ଧି ପାଏ ତା' ପରେ ହ୍ରାସ ପାଏ

(iii) ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ



ହାରାହାରି ଆୟ (Average Revenue) :-

(i) ମୋଟ ଆୟକୁ ବିକ୍ରିତ ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ଆକଳନ କରାଯାଏ

(ii) ହାରାହାରି ଆୟ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ

(iii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ



ସୀମାନ୍ତ ଆୟ (Marginal Revenue) :-

(i) ସୀମାନ୍ତ ଆୟ ହେଉଛି ଏକ ଅତିରିକ୍ତ ଆୟ, ଯାହାକି ଏକ ଅତିରିକ୍ତ ଏକକର ବିକ୍ରୟ ଫଳରେ ମିଳିଥାଏ

(ii) ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ ତା' ପରେ , ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ



ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ

        ସାରଣୀରୁ ଜଣାଯାଏ ଯେ, ବିକ୍ରିତ ଉତ୍ପାଦର ପ୍ରଥମ ଏକକରେ ଉଭୟ ହାରାହାରି ଆୟ ସୀମାନ୍ତ ଆୟ ସମାନ ତା' ପରେ ଉଭୟ ହ୍ରାସ ପାଉଥିଲେ ମଧ୍ୟ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ କାରଣ ସୀମାନ୍ତ ଆୟ ଟଙ୍କା ହାରରେ ହ୍ରାସ ପାଉଥିଲାବେଳେ ହାରାହାରି ଆୟ ଟଙ୍କା ହାରରେ ହ୍ରାସ ପାଉଛି ତେଣୁ ହାରାହାରି ଆୟରେଖା ସୀମାନ୍ତ ଆୟରେଖା ଉଭୟ ଏକ ବିନ୍ଦୁରେ ଉତ୍ପନ୍ନ ହେଲେ ମଧ୍ୟ ହାରାହାରି ଆୟରେଖା ସର୍ବଦା ସୀମାନ୍ତ ଆୟରେଖାର ଉପର ସ୍ତରରେ ରହିବ

 


ଉକ୍ତ ଚିତ୍ରରେ ହାରାହାରି ଆୟରେଖା (AR) ସୀମାନ୍ତ ଆୟରେଖା (MR) ଉପର ସ୍ତରରେ ରହିଛି Y ଅକ୍ଷର ଯେକୌଣସି ବିନ୍ଦୁରୁ MR ଆନୁଭୂମିକ ଦୂରତ୍ୱ AR ଆନୁଭୂମିକ ଦୂରତ୍ୱର ସର୍ବଦା ଅର୍ଦ୍ଧେକ

ତେଣୁ, ଏଠାରେ

 

Post a Comment

Previous Post Next Post