ଆୟ (Revenue)
(i) ଆୟ
କହିଲେ କୌଣସି ପ୍ରତିଷ୍ଠାନଦ୍ଵାରା ବିଭିନ୍ନ ସାଧନଗୁଡ଼ିକର ବିନିଯୋଗ କରି ଦ୍ରବ୍ୟ ଉତ୍ପାଦିତ
କରି ତାହାକୁ ବଜାରରେ ବିକ୍ରି କରି ଯେଉଁ ମୌଦ୍ରିକ
ଆୟ ଉପାର୍ଜନ କରିଥାଏ, ତାହାକୁ ଆୟ କୁହାଯାଏ ।
(ii) ଉତ୍ପାଦିତ
ଦ୍ରବ୍ୟ ବିକ୍ରୟକରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ
କରନ୍ତି, ତାହାକୁ ଆୟ କୁହାଯାଏ ।
ଆୟ ତତ୍ତ୍ୱରେ ୩ଟି ଧାରଣା ମୁଖ୍ୟତଃ
ପର୍ଯ୍ୟବେକ୍ଷିତ । ଯଥା :-
1 - ମୋଟ
ଆୟ (Total Revenue)
(TR)
2 - ହାରାହାରି
ଆୟ (Average Revenue)
(AR)
3 - ସୀମାନ୍ତ
ଆୟ (Marginal Revenue)
(MR)
1 -ମୋଟ ଆୟ (Total Revenue) :-
(i) ଏକ
ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟକରି ପ୍ରତିଷ୍ଠାନ ବା ଉତ୍ପାଦନକାରୀ ଯେଉଁ
ମୋଟ ଅର୍ଥ ଅର୍ଜନ କରନ୍ତି,
ତାହାକୁ ମୋଟ ଆୟ କୁହାଯାଏ
।
(ii) ତେଣୁ
ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି
ମୋଟ ଆୟ ନିର୍ଣ୍ଣୟ କରାଯାଇପାରେ
।
(iii) Ex :- ଜଣେ
ଉତ୍ପାଦନକାରୀ 3 ଟଙ୍କା ଦରରେ
100 ଟି କଲମ ବିକ୍ରୟ
କଲେ, ତାଙ୍କର ମୋଟ ଆୟ କେତେ
ହେବ?
2 - ହାରାହାରି ଆୟ (Average Revenue):-
(i) କୌଣସି
ପ୍ରତିଷ୍ଠାନଦ୍ଵାରା ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ
କୁହାଯାଏ ।
(ii) ମୋଟ
ଆୟକୁ ବିକ୍ରିତ ଦ୍ରବ୍ୟର ପରିମାଣକୁ ଭାଗ କଲେ ହାରାହାରି
ଆୟ ମିଳିଥାଏ ।
(iii) ହାରାହାରି
ଆୟ ବିକ୍ରିତ ଉତ୍ପାଦର ଦର ସହ ସମାନ
।
(iv) Ex-ରାଜୁ
ଜଣେ ଛୋଟ ବ୍ୟବସାୟୀ। ଦିନେ
ସେ 10ଟି ଖାତା ବିକ୍ରି କରି ମୋଟ ₹500 ଆୟ କଲା। ତେଣୁ ପ୍ରତ୍ୟେକ
ଖାତାରୁ ହାରାହାରି ଆୟ କେତେ ?
TR=500
Q=
10
=50
3 - ସୀମାନ୍ତ ଆୟ (Marginal Revenue) :-
(i) ଉତ୍ପାଦିତ
ଦ୍ରବ୍ୟର ଏକ ଅତିରିକ୍ତ ଏକକ
ବିକ୍ରୟ କରିବାଦ୍ଵାରା ମୋଟ ଆୟରେ ଯେଉଁ
ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ
ଆୟ କୁହାଯାଏ ।
(ii) ସୀମାନ୍ତ
ଆୟ ହେଉଛି ଏକ ଅତିରିକ୍ତ ଉତ୍ପାଦନ
ବିକ୍ରୟ କଲେ ହେଉଥିବା ଅତିରିକ୍ତ
ଆୟ ।
(iii) ଅର୍ଥାତ୍
ବର୍ତ୍ତମାନର ମୋଟ ଆୟ ଏବଂ
ପୂର୍ବତନ ମୋଟ ଆୟର ପାର୍ଥକ୍ୟ
ହେଉଛି ସୀମାନ୍ତ ଆୟ ।
(iv) Ex- ରାଜୁ
ଜଣେ ଖାତା ବ୍ୟବସାୟୀ। ପ୍ରଥମେ
ସେ 10ଟି ଖାତା ବିକ୍ରି କରି ₹500 ମୋଟ ଆୟ (TR) ପାଇଲା। ପରେ ଆଉ 1ଟି
ଖାତା ବିକ୍ରି କରିବାରୁ ତାହାର ମୋଟ ଆୟ ₹550 ହେଲା।
ତେଣୁ ସୀମାନ୍ତ ଆୟ (MR) କେତେ ? ।
=50
ଅର୍ଥନୀତିରେ
୨ ପ୍ରକାର ବଜାର ରହିଛି ।
ଯଥା :-
1 - ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର (Perfect competition
Market)
2 - ଅପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର (Imperfect competition
Market)
1-ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରୁ ଆୟ ରେଖା :- (Revenue curve under perfect competition market)
- ପୂର୍ଣ୍ଣ ପ୍ରତିଯୋଗିତାମୂଳକ ହେଉଛି ଅର୍ଥଶାସ୍ତ୍ରର ଏକ କାଳ୍ପନିକ ବା ଆଦର୍ଶ ବଜାର ସ୍ଥିତି, ଯେଉଁଠାରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଦ୍ରବ୍ୟ ବିକ୍ରୟ କରୁଥିବା ଅସଂଖ୍ୟ କ୍ରେତା ଓ ବିକ୍ରେତା ଉପସ୍ଥିତ ଥାଆନ୍ତି । ଏହି ବଜାରରେ କୌଣସି ଜଣେ ଏକକ କ୍ରେତା ବା ବିକ୍ରେତାଙ୍କର ଦ୍ରବ୍ୟର ଦର (Price) ଉପରେ କୌଣସି ପ୍ରତ୍ୟକ୍ଷ ନିୟନ୍ତ୍ରଣ ନଥାଏ ।
| ଦର | ବିକ୍ରିତ ଦ୍ରବ୍ୟର ପରିମାଣ | TR | AR | MR |
| 10 | 1 | 10 | 10 | 10 |
| 10 | 2 | 20 | 10 | 10 |
| 10 | 3 | 30 | 10 | 10 |
| 10 | 4 | 40 | 10 | 10 |
| 10 | 5 | 50 | 10 | 10 |
ମୋଟ ଆୟ (Total Revenue) :-
(i) ମୋଟ
ଆୟ ହେଉଛି ଦ୍ରବ୍ୟର ଦର ଓ ବିକ୍ରିତ
ଦ୍ରବ୍ୟର ପରିମାଣର ଗୁଣଫଳ ।
(ii) ଅର୍ଥାତ୍ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ବିକ୍ରିତ ଉତ୍ପାଦର ଏକକ ଓ ମୋଟ
ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ଏ
କ୍ଷେତ୍ରରେ ମୋଟ ଆୟରେଖା ଏକ
ସରଳରେଖାର ଆକାର ଧାରଣ କରି
ଊର୍ଦ୍ଧ୍ଵଗାମୀ ହୋଇଥାଏ ।
ହାରାହାରି ଆୟ (Average Revenue) :-
(i) ମୋଟ
ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି
ହାରାହାରି ଆୟ ନିର୍ଣ୍ଣୟ କରାଯାଏ
।
(ii) ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର ସ୍ଥିତିରେ ହାରାହାରି
ଆୟ, ଦ୍ରବ୍ୟର ଦର ସହ ସମାନ
ହୋଇଥାଏ । ଅର୍ଥାତ୍ ବିକ୍ରିତ
ଉତ୍ପାଦ ପରିମାଣ ବୃଦ୍ଧିହେଲେ ମଧ୍ୟ ତାହା ପ୍ରତ୍ୟେକ
ଏକକରେ ସ୍ଥିର ଥାଏ । ହାରାହାରି
ଆୟ ରେଖାର ଆକାର ଆନୁଭୂମିକ ବା
-ଅକ୍ଷ ସହ
ସମାନ୍ତରାଳ ।
ସୀମାନ୍ତ ଆୟ (Marginal Revenue) :-
(i) ସୀମାନ୍ତ
ଆୟ ହେଉଛି ଏକ ଅତିରିକ୍ତ ଆୟ
ଯାହାକି ଏକ ଅତିରିକ୍ତ ଦ୍ରବ୍ୟର
ବିକ୍ରୟ ଫଳରେ ମିଳିଥାଏ ।
(ii) ପୂର୍ଣ୍ଣ
ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟ ସମାନ
ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ
ସ୍ଥିର ରହିଥାଏ । ତେଣୁ ସୀମାନ୍ତ
ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ
।
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ଓ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ
- ସାରଣୀରୁ ଜଣାଯାଏ ଯେ, ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟ ରେଖା ପରସ୍ପର ସହ ସମାନ ହୋଇ ଦର ସହ ସମାନ ହେବ ।
- ଉକ୍ତ ଚିତ୍ରରେ AR=MR ରେଖା ହେଉଛି ହାରାହାରି ଆୟ ଓ ସୀମାନ୍ତ ଆୟରେଖା । ଉଭୟେ ଏକ ଓ ଅଭିନ୍ନ । ପ୍ରତ୍ୟେକ ଏକକରେ ଏହା ଦର ସହ ସମାନ । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ
2-ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରୁ ଆୟରେଖା :- (Revenue curve under Imperfect Competition Market) :-
(i) ଅପୂର୍ଣ୍ଣ
ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କର ସଂଖ୍ୟା କମ୍, ତେଣୁ ଉତ୍ପାଦନ
ବଜାର ଦର ଉପରେ ପ୍ରତିଷ୍ଠାନର
ନିୟନ୍ତ୍ରଣ ରହିଥାଏ ।
(ii) ସାଧାରଣତଃ
ଦର ଓ ବିକ୍ରିତ ଏକକ
ମଧ୍ୟରେ ବିପରୀତ ସମ୍ପର୍କ ଥାଏ । ଅର୍ଥାତ୍
ଦର ବୃଦ୍ଧି ହେଲେ ବିକ୍ରିତ ଏକକ
ପରିମାଣ ହ୍ରାସ ପାଏ ଏବଂ ଦର
ହ୍ରାସ ହେଲେ ବିକ୍ରିତ ଏକକର
ପରିମାଣ ବୃଦ୍ଧି ପାଏ ।
| ଦର | ବିକ୍ରିତ ଦ୍ରବ୍ୟର ପରିମାଣ | TR | AR | MR |
| 10 | 1 | 10 | 10 | 10 |
| 9 | 2 | 18 | 9 | 8 |
| 8 | 3 | 24 | 8 | 6 |
| 7 | 4 | 28 | 7 | 4 |
| 6 | 5 | 30 | 6 | 2 |
| 5 | 6 | 30 | 5 | 0 |
| 4 | 7 | 28 | 4 | -2 |
ମୋଟ ଆୟ (Total Revenue) :-
(i) ମୋଟ
ଆୟ ହେଉଛି ଦ୍ରବ୍ୟର ଦର ଓ ବିକ୍ରିତ
ଦ୍ରବ୍ୟର ପରିମାଣର ଗୁଣଫଳ ।
(ii) ଅପୂର୍ଣ୍ଣ
ପ୍ରତିଯୋଗିତାମୂଳକ ବଜାର ସ୍ଥିତିରେ ମୋଟ
ଆୟ ବିକ୍ରିତ ଦ୍ରବ୍ୟର ପରିମାଣ ସହିତ ପ୍ରଥମେ ବୃଦ୍ଧି
ପାଏ ଓ ତା' ପରେ
ହ୍ରାସ ପାଏ ।
(iii) ମୋଟ
ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ
ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ
ହୋଇଥାଏ ।
ହାରାହାରି ଆୟ (Average Revenue) :-
(i) ମୋଟ
ଆୟକୁ ବିକ୍ରିତ ଉତ୍ପାଦ ପରିମାଣ ସହ ଭାଗ କରି
ହାରାହାରି ଆୟ ଆକଳନ କରାଯାଏ
।
(ii) ହାରାହାରି
ଆୟ ଓ ଦର ସମାନ
ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ
ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ ।
(iii) ଅପୂର୍ଣ୍ଣ
ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା ଏକ ସରଳରେଖାର ଆକାର
ଧାରଣ କରି ନିମ୍ନଗାମୀ ହୋଇଥାଏ
।
ସୀମାନ୍ତ ଆୟ (Marginal Revenue) :-
(i) ସୀମାନ୍ତ
ଆୟ ହେଉଛି ଏକ ଅତିରିକ୍ତ ଆୟ,
ଯାହାକି ଏକ ଅତିରିକ୍ତ ଏକକର
ବିକ୍ରୟ ଫଳରେ ମିଳିଥାଏ ।
(ii) ମୋଟ
ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ
ପାଏ । ତା' ପରେ
, ସୀମାନ୍ତ ଆୟ ଶୂନ୍ୟ ଏବଂ
ଋଣାତ୍ମକ ହୋଇଥାଏ । ତେଣୁ ସୀମାନ୍ତ
ଆୟରେଖା ଏକ ସରଳରେଖା ଆକାର
ଧାରଣ କରି ନିମ୍ନଗାମୀ ହୋଇଥାଏ
।
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ଓ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ
ସାରଣୀରୁ
ଜଣାଯାଏ ଯେ, ବିକ୍ରିତ ଉତ୍ପାଦର
ପ୍ରଥମ ଏକକରେ ଉଭୟ ହାରାହାରି ଆୟ
ସୀମାନ୍ତ ଆୟ ସମାନ ।
ତା' ପରେ ଉଭୟ ହ୍ରାସ
ପାଉଥିଲେ ମଧ୍ୟ ବିକ୍ରିତ ଉତ୍ପାଦର
ପ୍ରତ୍ୟେକ ଏକକରେ ହାରାହାରି ଆୟ ସୀମାନ୍ତ ଆୟଠାରୁ
ଅଧିକ । କାରଣ ସୀମାନ୍ତ
ଆୟ ୨ ଟଙ୍କା ହାରରେ
ହ୍ରାସ ପାଉଥିଲାବେଳେ ହାରାହାରି ଆୟ ୧ ଟଙ୍କା
ହାରରେ ହ୍ରାସ ପାଉଛି । ତେଣୁ ହାରାହାରି
ଆୟରେଖା ଓ ସୀମାନ୍ତ ଆୟରେଖା
ଉଭୟ ଏକ ବିନ୍ଦୁରେ ଉତ୍ପନ୍ନ
ହେଲେ ମଧ୍ୟ ହାରାହାରି ଆୟରେଖା
ସର୍ବଦା ସୀମାନ୍ତ ଆୟରେଖାର ଉପର ସ୍ତରରେ ରହିବ
।
ଉକ୍ତ ଚିତ୍ରରେ
ହାରାହାରି ଆୟରେଖା (AR) ସୀମାନ୍ତ ଆୟରେଖା (MR) ର ଉପର ସ୍ତରରେ
ରହିଛି । Y ଅକ୍ଷର ଯେକୌଣସି
ବିନ୍ଦୁରୁ MR ର ଆନୁଭୂମିକ ଦୂରତ୍ୱ
AR ର ଆନୁଭୂମିକ ଦୂରତ୍ୱର ସର୍ବଦା ଅର୍ଦ୍ଧେକ ।
ତେଣୁ,
ଏଠାରେ








Post a Comment