ନିମ୍ନୋକ୍ତ ପ୍ରଶ୍ନମାନଙ୍କର ବିକଳ୍ପ ଉତ୍ତର ମଧ୍ୟରୁ ସଠିକ ଉତ୍ତର ଚୟନ କର ।

 

1. ହାରାହାରି ସ୍ଥିର ପରିବ୍ୟୟ ରେଖା କେଉଁ ଆକାର ଧାରଣ କରିଥାଏ ?
A) ଉଲମ୍ବ
B) ଅନୁଭୂମିକ
C) ଉର୍ଦ୍ଧ୍ୱଗାମୀ
D) ଆୟତକାର ପରାବଳୟ
ଉତ୍ତର: D) ଆୟତକାର ପରାବଳୟ
2. ଯଦି ସ୍ଥିର ପରିବ୍ୟୟ ₹40, ପରବର୍ତ୍ତୀ ପରିବ୍ୟୟ ₹60 ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ 20 ଏକକ ହୁଏ, ତେବେ ହାରାହାରି ପରିବ୍ୟୟ କେତେ ?
A) ₹3
B) ₹5
C) ₹2
D) ₹1
ଉତ୍ତର: B) ₹5
3. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ସ୍ୱଳ୍ପତର, ସେତେବେଳେ ହାରାହାରି ପରିବ୍ୟୟ :
A) ହ୍ରାସପାଏ
B) ବୃଦ୍ଧିପାଏ
C) ସ୍ଥିର ରହେ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: A) ହ୍ରାସପାଏ
4. ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ପ୍ରତିଷ୍ଠାନର ସୀମାନ୍ତ ଆୟରେଖା କେଉଁ ଆକାର ଧାରଣ କରିଥାଏ ?
A) ଡାହାଣକୁ ନିମ୍ନଗାମୀ
B) ଡାହାଣକୁ ଉର୍ଦ୍ଧ୍ୱଗାମୀ
C) ଉଲମ୍ବ
D) ଅନୁଭୂମିକ
ଉତ୍ତର: D) ଅନୁଭୂମିକ
5. ଏକାଧିକାର ପ୍ରତିଷ୍ଠାନ ହାରାହାରି ଆୟରେଖାର ଆକାର ହେଲା :
A) ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ
B) ବାମରୁ ଡାହାଣକୁ ନିମ୍ନଗାମୀ
C) ଉଲମ୍ବ ସରଳରେଖା
D) ଅନୁଭୂମିକ ସରଳରେଖା
ଉତ୍ତର: B) ବାମରୁ ଡାହାଣକୁ ନିମ୍ନଗାମୀ
6. ନିମ୍ନଲିଖିତ ମଧ୍ୟରୁ କେଉଁଟି ସ୍ଥିର ପରିବ୍ୟୟ ନୁହେଁ ?
A) ମେସିନ୍‌ର ଦର
B) ପରିଚାଳକଙ୍କ ଦରମା
C) କାରଖାନା ଗୃହନିର୍ମାଣ ଖର୍ଚ୍ଚ
D) କଞ୍ଚାମାଲ ପାଇଁ ପାଉଣା
ଉତ୍ତର: D) କଞ୍ଚାମାଲ ପାଇଁ ପାଉଣା
7. ସ୍ୱଳ୍ପକାଳରେ ପ୍ରତିଷ୍ଠାନର ଉତ୍ପାଦନ ବୃଦ୍ଧି ହେଲେ ସ୍ଥିର ପରିବ୍ୟୟ :
A) ବୃଦ୍ଧି ହୁଏ
B) ହ୍ରାସପାଏ
C) ଅପରିବର୍ତ୍ତିତ ରହେ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: C) ଅପରିବର୍ତ୍ତିତ ରହେ
8. ଦ୍ରବ୍ୟର ଦର ଓ ଯୋଗାଣ ମଧ୍ୟରେ କି ସମ୍ପର୍କ ଥାଏ ?
A) ପ୍ରତ୍ୟକ୍ଷ ସମ୍ପର୍କ
B) ବିପରୀତମୁଖୀ ସମ୍ପର୍କ
C) କୌଣସି ସମ୍ପର୍କ ନଥାଏ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: A) ପ୍ରତ୍ୟକ୍ଷ ସମ୍ପର୍କ
9. ନିମ୍ନଲିଖିତ ମଧ୍ୟରୁ କେଉଁଟି ଦୃଶ୍ୟମାନ ପରିବ୍ୟୟ ନୁହେଁ ?
A) ଶ୍ରମିକଙ୍କୁ ପ୍ରଦତ୍ତ ମଜୁରି
B) କଞ୍ଚାମାଲ ପାଇଁ ପାଉଣା
C) ବିଜ୍ଞାପନ ପାଇଁ ବ୍ୟୟ
D) ଉଦ୍ୟୋକ୍ତାଙ୍କ ନିୟୋଜିତ ନିଜସ୍ୱ ପୁଞ୍ଜି
ଉତ୍ତର: D) ଉଦ୍ୟୋକ୍ତାଙ୍କ ନିୟୋଜିତ ନିଜସ୍ୱ ପୁଞ୍ଜି
10. ଆର୍ଥନୀତିକ ପରିବ୍ୟୟ କହିଲେ ଯେଉଁ ପରିବ୍ୟୟକୁ ବୁଝାଏ, ତାହା ହେଲା :
A) ହିସାବଭୁକ୍ତ ପରିବ୍ୟୟ
B) ଲୁକ୍କାୟିତ ପରିବ୍ୟୟ
C) ହିସାବଭୁକ୍ତ ଓ ଲୁକ୍କାୟିତ ପରିବ୍ୟୟର ସମଷ୍ଟି
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: C) ହିସାବଭୁକ୍ତ ଓ ଲୁକ୍କାୟିତ ପରିବ୍ୟୟର ସମଷ୍ଟି
11. ଏକ ସ୍ୱାଭାବିକ ଯୋଗାଣ ରେଖାର ଆକାର ହେଲା :
A) ଡାହାଣକୁ ନିମ୍ନଗାମୀ
B) ଡାହାଣକୁ ଉର୍ଦ୍ଧ୍ୱଗାମୀ
C) ଉଲମ୍ବ
D) ଅନୁଭୂମିକ
ଉତ୍ତର: B) ଡାହାଣକୁ ଉର୍ଦ୍ଧ୍ୱଗାମୀ
12. ଭବିଷ୍ୟତରେ ଦରବୃଦ୍ଧିର ସମ୍ଭାବନା ଥିଲେ, ଦ୍ରବ୍ୟ ଯୋଗାଣ କ’ଣ ହୁଏ ?
A) ହ୍ରାସପାଏ
B) ବୃଦ୍ଧିପାଏ
C) ସ୍ଥିର ରହେ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: A) ହ୍ରାସପାଏ
13. ଯଦି ଗୋଟିଏ ଦ୍ରବ୍ୟର 10 ଏକକର ମୋଟ ପରିବ୍ୟୟ ₹100, ଓ 11 ଏକକର ମୋଟ ପରିବ୍ୟୟ ₹140 ହୁଏ, ତେବେ ସୀମାନ୍ତ ପରିବ୍ୟୟ କେତେ ?
A) ₹10
B) ₹14
C) ₹40
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: C) ₹40
14. ନିମ୍ନଲିଖିତ ମଧ୍ୟରୁ କେଉଁଟି ପରିବର୍ତ୍ତୀ ପରିବ୍ୟୟ ?
A) କାରଖାନା ଗୃହନିର୍ମାଣ ଖର୍ଚ୍ଚ
B) ମେସିନ୍‌ର ଦର
C) ଦରୱାନ୍‌ଙ୍କ ଦରମା
D) ଶ୍ରମିକଙ୍କର ମଜୁରି
ଉତ୍ତର: D) ଶ୍ରମିକଙ୍କର ମଜୁରି
15. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ସାଧନମାନଙ୍କ ପାଉଣାକୁ କ’ଣ କୁହାଯାଏ ?
A) ସାଧନ ମୂଲ୍ୟ
B) ଉତ୍ପାଦ ମୂଲ୍ୟ
C) ଉପାଦାନର ଦାମ୍
D) ପରିବ୍ୟୟ
ଉତ୍ତର: D) ପରିବ୍ୟୟ
16. କେଉଁ ପରିବ୍ୟୟକୁ ଦୃଶ୍ୟମାନ ପରିବ୍ୟୟ ମଧ୍ୟ କୁହାଯାଏ ?
A) ଅର୍ଥନୈତିକ ପରିବ୍ୟୟ
B) ହିସାବଗତ ପରିବ୍ୟୟ
C) ବାସ୍ତବ ପରିବ୍ୟୟ
D) ବିକଳ୍ପ ପରିବ୍ୟୟ
ଉତ୍ତର: B) ହିସାବଗତ ପରିବ୍ୟୟ
17. ପ୍ରଚ୍ଛନ୍ନ ପରିବ୍ୟୟ କେଉଁ ପରିବ୍ୟୟର ଏକ ଅଂଶ ?
A) ଅର୍ଥନୈତିକ ପରିବ୍ୟୟ
B) ହିସାବଗତ ପରିବ୍ୟୟ
C) ମୌଦ୍ରିକ ପରିବ୍ୟୟ
D) ବିକଳ୍ପ ପରିବ୍ୟୟ
ଉତ୍ତର: A) ଅର୍ଥନୈତିକ ପରିବ୍ୟୟ
18. ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ୟ ନାମ ହେଉଛି
A) ସୁଯୋଗ ପରିବ୍ୟୟ
B) ଆରୋପିତ ପରିବ୍ୟୟ
C) ବାସ୍ତବ ପରିବ୍ୟୟ
D) ହିସାବ ପରିବ୍ୟୟ
ଉତ୍ତର: B) ଆରୋପିତ ପରିବ୍ୟୟ
19. ସାଧନମାନଙ୍କର ତ୍ୟାଗ ଓ ଅସୁବିଧାକୁ କେଉଁ ପରିବ୍ୟୟ କୁହାଯାଏ ?
A) ବାସ୍ତବ ପରିବ୍ୟୟ
B) ପ୍ରଚ୍ଛନ୍ନ ପରିବ୍ୟୟ
C) ବିକଳ୍ପ ପରିବ୍ୟୟ
D) ଆରୋପିତ ପରିବ୍ୟୟ
ଉତ୍ତର: A) ବାସ୍ତବ ପରିବ୍ୟୟ
20. ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟ ହେଉଛି
A) ବାସ୍ତବ ପରିବ୍ୟୟ
B) ସୁଯୋଗ ପରିବ୍ୟୟ
C) ପ୍ରଚ୍ଛନ୍ନ ପରିବ୍ୟୟ
D) ଆରୋପିତ ପରିବ୍ୟୟ
ଉତ୍ତର: B) ସୁଯୋଗ ପରିବ୍ୟୟ
21. ସ୍ଥିର ପରିବ୍ୟୟକୁ କେଉଁ ପରିବ୍ୟୟ ମଧ୍ୟ କୁହାଯାଏ ?
A) ଅତିରିକ୍ତ ପରିବ୍ୟୟ
B) ସ୍ଵତନ୍ତ୍ର ପରିବ୍ୟୟ
C) ଉପରି ପରିବ୍ୟୟ
D) ଉଭୟ (i) ଓ (ii)
ଉତ୍ତର: A) ଅତିରିକ୍ତ ପରିବ୍ୟୟ
22. ଉତ୍ପାଦନର ପରିବର୍ତ୍ତନ ସହିତ କେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟେ ନାହିଁ ?
A) ମୌଦ୍ରିକ ପରିବ୍ୟୟ
B) ସ୍ଥିର ପରିବ୍ୟୟ
C) ଅର୍ଥନୈତିକ ପରିବ୍ୟୟ
D) ସୁଯୋଗ ପରିବ୍ୟୟ
ଉତ୍ତର: B) ସ୍ଥିର ପରିବ୍ୟୟ
23. ଉତ୍ପାଦନର ପରିବର୍ତ୍ତନ ସହିତ ପ୍ରଭାବିତ ହେଉଥିବା ପରିବ୍ୟୟକୁ କେଉଁ ପରିବ୍ୟୟ କୁହାଯାଏ ?
A) ମୌଦ୍ରିକ ପରିବ୍ୟୟ
B) ସ୍ଥିର ପରିବ୍ୟୟ
C) ପରିବର୍ତ୍ତନୀୟ ପରିବ୍ୟୟ
D) ଅର୍ଥନୈତିକ ପରିବ୍ୟୟ
ଉତ୍ତର: C) ପରିବର୍ତ୍ତନୀୟ ପରିବ୍ୟୟ
24. ପ୍ରଧାନ ପରିବ୍ୟୟ କେଉଁ ପରିବ୍ୟୟର ଅନ୍ୟ ନାମ ?
A) ମୌଦ୍ରିକ ପରିବ୍ୟୟ
B) ସ୍ଥିର ପରିବ୍ୟୟ
C) ପରିବର୍ତ୍ତନୀୟ ପରିବ୍ୟୟ
D) ଅର୍ଥନୈତିକ ପରିବ୍ୟୟ
ଉତ୍ତର: C) ପରିବର୍ତ୍ତନୀୟ ପରିବ୍ୟୟ
25. ମୋଟ ସ୍ଥିର ପରିବ୍ୟୟ ରେଖା
A) ଆନୁଭୂମିକ
B) ଉର୍ଦ୍ଧ୍ୱଗାମୀ
C) ନିମ୍ନଗାମୀ
D) ଉଲମ୍ବ
ଉତ୍ତର: A) ଆନୁଭୂମିକ
26. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି
A) ମୋଟ ପରିବ୍ୟୟ
B) ହାରାହାରି ପରିବ୍ୟୟ
C) ସୀମାନ୍ତ ପରିବ୍ୟୟ
D) ସ୍ୱତନ୍ତ୍ର ପରିବ୍ୟୟ
ଉତ୍ତର: A) ମୋଟ ପରିବ୍ୟୟ
27. ଉତ୍ପାଦନର ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ
A) ହ୍ରାସ ହୁଏ
B) ବୃଦ୍ଧି ହୁଏ
C) ଅପରିବର୍ତ୍ତିତ ରହେ
D) କୌଣସିଟି ନୁହେଁ
ଉତ୍ତର: A) ହ୍ରାସ ହୁଏ
28. ହାରାହାରି ପରିବ୍ୟୟ ରେଖା
A) ‘L’ ଆକୃତି ବିଶିଷ୍ଟ
B) ‘U’ ଆକୃତି ବିଶିଷ୍ଟ
C) ‘V’ ଆକୃତି ବିଶିଷ୍ଟ
D) ‘C’ ଆକୃତି ବିଶିଷ୍ଟ
ଉତ୍ତର: B) ‘U’ ଆକୃତି ବିଶିଷ୍ଟ
29. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି
A) ମୋଟ ପରିବ୍ୟୟ
B) ହାରାହାରି ପରିବ୍ୟୟ
C) ସୀମାନ୍ତ ପରିବ୍ୟୟ
D) ଉପରି ପରିବ୍ୟୟ
ଉତ୍ତର: B) ହାରାହାରି ପରିବ୍ୟୟ
30. ଉତ୍ପାଦନର ପ୍ରତ୍ୟେକ ବୃଦ୍ଧି ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟାଏ ତାହାକୁ କେଉଁ ପରିବ୍ୟୟ କୁହାଯାଏ ?
A) ମୋଟ ପରିବ୍ୟୟ
B) ହାରାହାରି ପରିବ୍ୟୟ
C) ସୀମାନ୍ତ ପରିବ୍ୟୟ
D) ଉପରି ପରିବ୍ୟୟ
ଉତ୍ତର: C) ସୀମାନ୍ତ ପରିବ୍ୟୟ
31. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ରେଖା
A) ଉର୍ଦ୍ଧ୍ୱଗାମୀ
B) ନିମ୍ନଗାମୀ
C) ଆନୁଭୂମିକ
D) ଉଲମ୍ବ
ଉତ୍ତର: C) ଆନୁଭୂମିକ
32. ପୂର୍ଣ୍ଣ ପ୍ରତିଯୋଗିତାରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ସୀମାନ୍ତ ଆୟ
A) ହ୍ରାସ ପାଏ
B) ଅପରିବର୍ତ୍ତିତ ରହେ
C) ବୃଦ୍ଧି ପାଏ
D) ଋଣାତ୍ମକ ହୁଏ
ଉତ୍ତର: B) ଅପରିବର୍ତ୍ତିତ ରହେ
33. ଅପୂର୍ଣ୍ଣ ପ୍ରତିଯୋଗିତାରେ ହାରାହାରି ଆୟ ରେଖା
A) ଉର୍ଦ୍ଧ୍ୱଗାମୀ
B) ନିମ୍ନଗାମୀ
C) ଆନୁଭୂମିକ
D) ଉଲମ୍ବ
ଉତ୍ତର: B) ନିମ୍ନଗାମୀ
34. ଦର ଓ ଯୋଗାଣ ପରିମାଣ ମଧ୍ୟରେ କେଉଁ ସମ୍ପର୍କ ପରିଲକ୍ଷିତ ହୋଇଥାଏ ?
A) ପ୍ରତ୍ୟକ୍ଷ
B) ପରୋକ୍ଷ
C) ପ୍ରଥମେ ପରୋକ୍ଷ ଓ ତପରେ ପ୍ରତ୍ୟକ୍ଷ
D) ପ୍ରଥମେ ପ୍ରତ୍ୟକ୍ଷ ଓ ତପରେ ପରୋକ୍ଷ
ଉତ୍ତର: A) ପ୍ରତ୍ୟକ୍ଷ
35. ଏକ ସ୍ୱାଭାବିକ ଯୋଗାଣ ରେଖା
A) ନିମ୍ନଗାମୀ
B) ଉର୍ଦ୍ଧ୍ୱଗାମୀ
C) ଉଲମ୍ବ
D) ଆନୁଭୂମିକ
ଉତ୍ତର: B) ଉର୍ଦ୍ଧ୍ୱଗାମୀ
36. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ ରେଖା
A) ନିମ୍ନଗାମୀ
B) ଉର୍ଦ୍ଧ୍ୱଗାମୀ
C) ଉଲମ୍ବ
D) ଆନୁଭୂମିକ
ଉତ୍ତର: D) ଆନୁଭୂମିକ
37. ଉତ୍ପାଦନ ବୃଦ୍ଧି ପାଇଲା ବେଳେ ମୋଟ ପରିବ୍ୟୟ
A) ହ୍ରାସ ପାଏ
B) ବୃଦ୍ଧି ହୁଏ
C) ସ୍ଥିର ରହେ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ବୃଦ୍ଧି ହୁଏ
38. ଉତ୍ପାଦନ ପରିବର୍ତ୍ତନରେ ଯେଉଁ ପରିବ୍ୟୟ ପରିବର୍ତ୍ତନ ହୁଏ ତାହା ହେଲା
A) ସ୍ଥିର ପରିବ୍ୟୟ
B) ପରିବର୍ତ୍ତନୀୟ ପରିବ୍ୟୟ
C) ପ୍ରଚ୍ଛନ୍ନ ପରିବ୍ୟୟ
D) ବିକଳ୍ପ ପରିବ୍ୟୟ
ଉତ୍ତର: B) ପରିବର୍ତ୍ତନୀୟ ପରିବ୍ୟୟ
39. ହାରାହାରି ପରିବ୍ୟୟ ହେଉଛି
A) ମୋଟ ପରିବ୍ୟୟ ÷ ମୋଟ ଉତ୍ପାଦ
B) ମୋଟ ଉତ୍ପାଦ ÷ ମୋଟ ପରିବ୍ୟୟ
C) ମୋଟ ସ୍ଥିର ପରିବ୍ୟୟ ÷ ମୋଟ ଉତ୍ପାଦ
D) ମୋଟ ପରିବର୍ତ୍ତୀ ପରିବ୍ୟୟ ÷ ମୋଟ ଉତ୍ପାଦ
ଉତ୍ତର: A) ମୋଟ ପରିବ୍ୟୟ ÷ ମୋଟ ଉତ୍ପାଦ
40. 10 ଟି ଟେବୁଲ ଉତ୍ପାଦନରେ ଯଦି ମୋଟ ପରିବ୍ୟୟ 10,000 ଟଙ୍କା ଏବଂ ଏକ ଅତିରିକ୍ତ ଟେବୁଲ ଅର୍ଥାତ୍ 11ଟି ଟେବୁଲ ଉତ୍ପାଦନରେ ଯଦି ମୋଟ ପରିବ୍ୟୟ 10,800 ଟଙ୍କା, ତେବେ ସୀମାନ୍ତ ପରିବ୍ୟୟ କେତେ ହେବ ?
A) 500 ଟଙ୍କା
B) 800 ଟଙ୍କା
C) 1,000 ଟଙ୍କା
D) 900 ଟଙ୍କା
ଉତ୍ତର: B) 800 ଟଙ୍କା
41. କେଉଁ ପରିବ୍ୟୟ ରେଖା ଆନୁଭୂମିକ ?
A) ସ୍ଥିର
B) ପରିବର୍ତ୍ତନୀୟ
C) ସୀମାନ୍ତ
D) ହାରାହାରି
ଉତ୍ତର: A) ସ୍ଥିର
42. ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରଛନ୍ନ ପରିବ୍ୟୟର ଉଦାହରଣ ?
A) ଉଦ୍ୟୋକ୍ତାଙ୍କ ନିଜସ୍ୱ ଶ୍ରମର ପାରିଶ୍ରମିକ
B) ନିଜସ୍ୱ ପୁଞ୍ଜିର ସୁଧ
C) ନିଜସ୍ୱ ସାଂଗଠନିକ କାର୍ଯ୍ୟର ପାରିଶ୍ରମିକ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
43. ମୋଟ ପରିବ୍ୟୟ - ମୋଟ ସ୍ଥିର ପରିବ୍ୟୟ \=
A) ସୀମାନ୍ତ ପରିବ୍ୟୟ
B) ହାରାହାରି ପରିବ୍ୟୟ
C) ବିକଳ୍ପ ପରିବ୍ୟୟ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: D) ଉପରୋକ୍ତ କୌଣସିଟି ନୁହେଁ
44. ମୋଟ ପରିବ୍ୟୟର ପରିବର୍ତ୍ତନ ÷ ଉତ୍ପାଦନ ପରିମାଣର ପରିବର୍ତ୍ତନ =
A) ସୀମାନ୍ତ ପରିବ୍ୟୟ
B) ହାରାହାରି ପରିବ୍ୟୟ
C) ବିକଳ୍ପ ପରିବ୍ୟୟ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ସୀମାନ୍ତ ପରିବ୍ୟୟ
45. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ କାହା ସହ ସମାନ ?
A) ସୀମାନ୍ତ ଆୟ
B) ମୋଟ ଆୟ
C) ହାରାହାରି ପରିବ୍ୟୟ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ସୀମାନ୍ତ ଆୟ
46. ଉତ୍ପାଦନକାରୀ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଯେଉଁ ମୋଟ ଅର୍ଥ ପାଆନ୍ତି, ତାହା
A) ମୋଟ ଆୟ
B) ସୀମାନ୍ତ ଆୟ
C) ହାରାହାରି ଆୟ
D) ଉପରୋକ୍ତ ସମସ୍ତ
ଉତ୍ତର: A) ମୋଟ ଆୟ
47. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ (AR) ଓ ସୀମାନ୍ତ ଆୟ (MR) ମଧ୍ୟରେ ଥିବା ସମ୍ପର୍କ କ’ଣ ?
A) AR = MR
B) AR ≠ MR
C) AR > MR
D) ଉପରୋକ୍ତ ସମସ୍ତ
ଉତ୍ତର: C) AR > MR
48. ଏକ ଅତିରିକ୍ତ ଏକକରୁ ବିକ୍ରିତ ଆୟ ହେଉଛି
A) ସୀମାନ୍ତ ଆୟ
B) ହାରାହାରି ଆୟ
C) ମୋଟ ଆୟ
D) ଉପରୋକ୍ତ ସମସ୍ତ
ଉତ୍ତର: A) ସୀମାନ୍ତ ଆୟ
49. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ସୀମାନ୍ତ ଆୟ =
A) ହାରାହାରି ଆୟ
B) ମୋଟ ଆୟ
C) ମୋଟ ବ୍ୟୟ
D) ଉପରୋକ୍ତ ସମସ୍ତ
ଉତ୍ତର: A) ହାରାହାରି ଆୟ
50. ଯେତେବେଳେ କୌଣସି ସାମଗ୍ରୀର ଦର ବୃଦ୍ଧି ପାଏ ତା’ର ଯୋଗାଣ ପରିମାଣ କ’ଣ ହୁଏ ?
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ସ୍ଥିର ରହେ
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: A) ବୃଦ୍ଧି ପାଏ
51. କାହାର ବୃଦ୍ଧିରେ ଯୋଗାଣ ପରିମାଣ ବୃଦ୍ଧି ଘଟେ ?
A) ଚାହିଦା
B) କର
C) ଦର
D) ସୁଧ
ଉତ୍ତର: C) ଦର
52. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଯୋଗାଣ ସୂତ୍ରର ବ୍ୟତିକ୍ରମ ?
A) ବିରଳ ଦ୍ରବ୍ୟ
B) ଶ୍ରମ ଯୋଗାଣ
C) ଭବିଷ୍ୟତ ଦର ପ୍ରତ୍ୟାଶା
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
53. ଯୋଗାଣ ପରିମାଣର ପରିବର୍ତ୍ତନ କହିଲେ
A) ଯୋଗାଣର ସମ୍ପ୍ରସାରଣ
B) ଯୋଗାଣର ସଂକୋଚନ
C) ଉଭୟ (i) ଓ (ii)
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: C) ଉଭୟ (i) ଓ (ii)
54. ଦ୍ରବ୍ୟ ଯୋଗାଣ କହିଲେ
A) ମୋଟ ଗଚ୍ଛିତ
B) ବିକ୍ରୟ ପାଇଁ ଥିବା ଦ୍ରବ୍ୟ
C) ଦ୍ରବ୍ୟର ଭଣ୍ଡାର
D) ଉପରୋକ୍ତ ସମସ୍ତ
ଉତ୍ତର: B) ବିକ୍ରୟ ପାଇଁ ଥିବା ଦ୍ରବ୍ୟ
55. ଦ୍ରବ୍ୟର ଯୋଗାଣ ମୋଟ ଗଚ୍ଛିତର
A) ଅଂଶ
B) ଭିନ୍ନ
C) ଉଭୟ (i) ଓ (ii)
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: A) ଅଂଶ
56. ଯୋଗାଣ ହ୍ରାସକୁ ଯୋଗାଣର କ’ଣ କୁହାଯାଏ ?
A) ସଙ୍କୋଚନ
B) ସଂପ୍ରସାରଣ
C) ଉଭୟ (i) ଓ (ii)
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: D) ଉପରୋକ୍ତ କେଉଁଟି ନୁହେଁ
57. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ ରେଖାର ଆକାର
A) ଆନୁଭୂମିକ
B) ଉଲମ୍ବ
C) ଉର୍ଦ୍ଧ୍ୱଗାମୀ
D) ନିମ୍ନଗାମୀ
ଉତ୍ତର: B) ଉଲମ୍ବ 58\) ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟ ସହ ସମାନ ହୋଇଥାଏ, ସେତେବେଳେ ହାରାହାରି ପରିବ୍ୟୟ : (i) ସର୍ବାଧିକ ହୁଏ (ii) ସର୍ବନିମ୍ନ ହୁଏ (iii) ବୃଦ୍ଧି ପାଏ (iv) ହ୍ରାସ ପାଏ **ଉତ୍ତର: **(ii) ସର୍ବନିମ୍ନ ହୁଏ
59. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧିକ, ସେତେବେଳେ ହାରାହାରି ପରିବ୍ୟୟ :
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ସ୍ଥିର ରହେ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ବୃଦ୍ଧି ପାଏ
60. ଉତ୍ପାଦନ କ’ଣ ହେଲାବେଳେ ପରିବର୍ତ୍ତୀ ସାଧନଗୁଡ଼ିକର ସ୍ଥିତି ବିଲୁପ୍ତ ହୋଇଥାଏ ?
A) ଧନାତ୍ମକ
B) ଶୂନ୍ୟ
C) ଋଣାତ୍ମକ
D) ଉପରୋକ୍ତ ସମସ୍ତ
ଉତ୍ତର: B) ଶୂନ୍ୟ
61. ଅର୍ଥନୀତିରେ ପରିବ୍ୟୟ କହିଲେ କ’ଣ ବୁଝାଏ ?
A) ମୌଦ୍ରିକ ପରିବ୍ୟୟ
B) ଅର୍ଥନୈତିକ ପରିବ୍ୟୟ
C) ବାସ୍ତବ ପରିବ୍ୟୟ
D) ଉପରୋକ୍ତ ସମସ୍ତ
ଉତ୍ତର: B) ଅର୍ଥନୈତିକ ପରିବ୍ୟୟ
62. ପରିବ୍ୟୟ ବୃଦ୍ଧି କାହା ସହ ସମ୍ପୃକ୍ତ ?
A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ
B) ପ୍ରାଚୀୟ ପରିବ୍ୟୟ ସହ ସମ୍ପୃକ୍ତ
C) ହାରାହାରି ପରିବ୍ୟୟ ସହ ସମ୍ପୃକ୍ତ
D) ଉପରୋକ୍ତ ସମସ୍ତ
ଉତ୍ତର: A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ
63. ନିର୍ଦ୍ଦିଷ୍ଟ ଦରରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ଉତ୍ପାଦନକାରୀ ବିକ୍ରୟ ଲାଗି ଇଚ୍ଛା ପ୍ରକାଶ କରେ ସେହି ପରିମାଣ ହେଉଛି :
A) ଚାହିଦା
B) ମୋଟ ଉତ୍ପାଦ
C) ଯୋଗାଣ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: C) ଯୋଗାଣ
64. ଦର ପରିବର୍ତ୍ତନଠାରୁ ଯୋଗାଣ ପରିମାଣରେ ପରିବର୍ତ୍ତନର ତୀବ୍ରତା ଅଧିକ ହେଲେ ଯୋଗାଣ ସ୍ଥିତିସ୍ଥାପକତା କ’ଣ ହୁଏ ?
A) ଏକଠାରୁ ଅଧିକ
B) ଏକ ସଙ୍ଗେ ସମାନ
C) ଏକଠାରୁ କମ୍
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ଏକଠାରୁ ଅଧିକ
65. ଯୋଗାଣ ରେଖା ବାମରୁ ଦକ୍ଷିଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ, ଏହା କେଉଁ ସମ୍ପର୍କ ସ୍ଥାପନ କରେ ?
A) ଋଣାତ୍ମକ ସମ୍ପର୍କ
B) ଧନାତ୍ମକ ସମ୍ପର୍କ
C) କୌଣସି ସମ୍ପର୍କ ସ୍ଥାପନ କରେ ନାହିଁ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ଧନାତ୍ମକ ସମ୍ପର୍କ
66. ଯୋଗାଣ ସ୍ଥିର ଥାଇ ଚାହିଦା ବୃଦ୍ଧି ପାଇଲେ ଦାମ୍ :
A) ସ୍ଥିର ରହେ
B) ବୃଦ୍ଧି ପାଏ
C) ହ୍ରାସ ପାଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ବୃଦ୍ଧି ପାଏ
67. ଚାହିଦା ସ୍ଥିର ରହି ଯୋଗାଣ ବୃଦ୍ଧି ପାଇଲେ, ଦାମ୍ :
A) ସ୍ଥିର ରହେ
B) ବୃଦ୍ଧି ପାଏ
C) ହ୍ରାସ ପାଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: C) ହ୍ରାସ ପାଏ
68. ଯେତେବେଳେ ଉଭୟ ଚାହିଦା ଓ ଯୋଗାଣ ସମାନ ହାରରେ ବୃଦ୍ଧି ବା ହ୍ରାସ ହୁଅନ୍ତି, ସେତେବେଳେ ଦାମ୍ :
A) ସ୍ଥିର ରହେ
B) ବୃଦ୍ଧି ପାଏ
C) ହ୍ରାସ ପାଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ସ୍ଥିର ରହେ
69. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
A) ପୂର୍ଣ୍ଣ ପ୍ରତିଯୋଗିତା
B) ଏକାଧିକାର
C) ଅଳ୍ପାଧିକାର
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ପୂର୍ଣ୍ଣ ପ୍ରତିଯୋଗିତା
70. ଚାହିଦାର ବୃଦ୍ଧି ହାର ଯୋଗାଣର ବୃଦ୍ଧି ହାରଠାରୁ ଅଧିକ ହେଲେ, ଦାମ୍ :
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ସ୍ଥିର ରହେ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ବୃଦ୍ଧି ପାଏ
1. ହୁଏ; ତାହାକୁ କ’ଣ କୁହାଯାଏ ?
A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ
B) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
C) ଏକକ ସ୍ଥିତିସ୍ଥାପକ ଯୋଗାଣ
D) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ
ଉତ୍ତର: C) ଏକକ ସ୍ଥିତିସ୍ଥାପକ ଯୋଗାଣ
71. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରର ଅନୁପାତ ଏକ (୧) ହୁଏ; ତାହାକୁ କ’ଣ କୁହାଯାଏ ?
A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ
B) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
C) ଏକକ ସ୍ଥିତିସ୍ଥାପକ ଯୋଗାଣ
D) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ
ଉତ୍ତର: C) ଏକକ ସ୍ଥିତିସ୍ଥାପକ ଯୋଗାଣ
72. ଦର ପରିବର୍ତ୍ତନ ପ୍ରତି ଯୋଗାଣର ସଂବେଦନଶୀଳତା ମାତ୍ରାର ପରିମାଣକୁ ଯୋଗାଣର କ’ଣ କୁହାଯାଏ ?
A) ଯୋଗାଣର ସ୍ଥିତିସ୍ଥାପକତା
B) ଯୋଗାଣ
C) ଚାହିଦା
D) ଚାହିଦାର ସ୍ଥିତିସ୍ଥାପକତା
ଉତ୍ତର: A) ଯୋଗାଣର ସ୍ଥିତିସ୍ଥାପକତା
73. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରଠାରୁ କମ୍ ହୁଏ, ସେତେବେଳେ ଯୋଗାଣର ସ୍ଥିତିସ୍ଥାପକତା କ’ଣ ହୋଇଥାଏ ?
A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ
B) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ
C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
D) ଏକକ ସ୍ଥିତିସ୍ଥାପକ ଯୋଗାଣ
ଉତ୍ତର: C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
74. ଏକାଧିକାର ବଜାରରେ ହାରାହାରି ଆୟରେଖାଟି :
A) ନିମ୍ନଗାମୀ ହୋଇଥାଏ
B) ଉଲମ୍ବ ହୋଇଥାଏ
C) ଆନୁଭୂମିକ ହୋଇଥାଏ
D) ଉର୍ଦ୍ଧ୍ୱଗାମୀ ହୋଇଥାଏ
ଉତ୍ତର: A) ନିମ୍ନଗାମୀ ହୋଇଥାଏ
75. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ ସୀମାନ୍ତ ଆୟଠାରୁ :
A) ଅଧିକ
B) କମ୍
C) ସହ ସମାନ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: C) ସହ ସମାନ
76. ପ୍ରାନ୍ତୀୟ ଆୟ ହେଉଛି :
A) ଦ୍ରବ୍ୟ ଏକକ ପ୍ରତି ମିଳୁଥିବା ଆୟ
B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ
C) ମୋଟ ଉତ୍ପାଦନର ମୂଲ୍ୟ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ
77. ଆୟ କ’ଣ ?
A) ଦ୍ରବ୍ୟ ଏକକ ପ୍ରତି ମିଳୁଥିବା ଆୟ
B) ହାରାହାରି ଆୟ
C) ସୀମାନ୍ତ ଉତ୍ପାଦନର ମୂଲ୍ୟ
D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ
ଉତ୍ତର: D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ
78. ସୀମାନ୍ତ ଆୟ ହାରାହାରି ଆୟଠାରୁ ଅଧିକ ହେଲେ ହାରାହାରି ଆୟ କ’ଣ ହୁଏ ?
A) ବୃଦ୍ଧି ହୁଏ
B) ହ୍ରାସ ହୁଏ
C) ଅପରିବର୍ତ୍ତିତ ରହେ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ବୃଦ୍ଧି ହୁଏ
79. ମୋଟ ଆୟ ଆକଳନ କରିବାର ସୂତ୍ର କ’ଣ ?
A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର
B) ବିକ୍ରିତ ଦ୍ରବ୍ୟର ପରିମାଣ ÷ ଏକକ ପିଛା ଦର
C) ଦ୍ରବ୍ୟର ପରିମାଣ + ଦର
D) ଦ୍ରବ୍ୟର ପରିମାଣ – ଦର
ଉତ୍ତର: A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର
80. ପ୍ରାନ୍ତୀୟ ଆୟ ନିର୍ଦ୍ଧାରଣ କରିବାର ସୂତ୍ର କେଉଁଟି ?
A) ମୋଟ ଆୟ ÷ ବିକ୍ରିତ ଦ୍ରବ୍ୟସମୂହ
B) ଦ୍ରବ୍ୟର ଏକକ ପିଛା ଦର × ବିକ୍ରିତ ଦ୍ରବ୍ୟର ପରିମାଣ
C) image
D) image
ଉତ୍ତର: C) image
81. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ ଆୟ ରେଖା ମୂଳବିନ୍ଦୁଠାରୁ :
A) ନିମ୍ନଗାମୀ ହୋଇଥାଏ
B) ଉର୍ଦ୍ଧ୍ୱଗାମୀ ହୋଇଥାଏ
C) ଆନୁଭୂମିକ ହୋଇଥାଏ
D) ଉଲମ୍ବ ହୋଇଥାଏ
ଉତ୍ତର: B) ଉର୍ଦ୍ଧ୍ୱଗାମୀ ହୋଇଥାଏ
82. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଓ ପ୍ରାନ୍ତୀୟ ଆୟରେଖା :
A) ଉର୍ଦ୍ଧ୍ୱଗାମୀ ହୋଇଥାଏ
B) ନିମ୍ନଗାମୀ ହୋଇଥାଏ
C) ଆନୁଭୂମିକ ହୋଇଥାଏ
D) ଉଲମ୍ବ ହୋଇଥାଏ
ଉତ୍ତର: B) ନିମ୍ନଗାମୀ ହୋଇଥାଏ
83. ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟଠାରୁ କମ୍ ହୁଏ, ହାରାହାରି ଆୟ :
A) ସ୍ଥିର ରହେ
B) ହ୍ରାସ ପାଏ
C) ବୃଦ୍ଧି ପାଏ
D) ଉପରଲିଖିତ କୌଣସିଟି ନୁହେଁ
ଉତ୍ତର: B) ହ୍ରାସ ପାଏ
84. ଉତ୍ପାଦନର ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
A) ଯନ୍ତ୍ରପାତିର ମୂଲ୍ୟ
B) କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି
C) ଉତ୍ପାଦନ ସହିତ ବଦଳୁଥିବା ବ୍ୟୟ
D) କାରଖାନା ଅଧିକୃତ ଜମି ଭଡ଼ା
ଉତ୍ତର: C) ଉତ୍ପାଦନ ସହିତ ବଦଳୁଥିବା ବ୍ୟୟ
85. ବାସ୍ତବ ପରିବ୍ୟୟ ଅର୍ଥ କ’ଣ ?
A) ହୋଇଥିବା ଖର୍ଚ୍ଚ ପରିମାଣ
B) ଶ୍ରମିକଙ୍କ ପାଉଣା
C) ଭୋଗ କରିଥିବା କଷ୍ଟ ଓ ଅସୁବିଧା
D) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: C) ଭୋଗ କରିଥିବା କଷ୍ଟ ଓ ଅସୁବିଧା
86. କେଉଁ ପରିବ୍ୟୟ ରେଖା ଆନୁଭୂମିକ ଅଟେ ?
A) ପରିବର୍ତ୍ତୀ ପରିବ୍ୟୟ
B) ସ୍ଥିର ପରିବ୍ୟୟ
C) ସୀମାନ୍ତ ପରିବ୍ୟୟ
D) ହାରାହାରି ପରିବ୍ୟୟ
ଉତ୍ତର: B) ସ୍ଥିର ପରିବ୍ୟୟ
87. ଗୋଟିଏ ଦ୍ରବ୍ୟର 10 ଏକକ ଉତ୍ପାଦନ ହେଲେ ପରିବ୍ୟୟ 150 ଟଙ୍କା ଓ 11 ଏକକ ଉତ୍ପାଦନ କଲେ ପରିବ୍ୟୟ 200 ଟଙ୍କା। ସୀମାନ୍ତ ପରିବ୍ୟୟ କେତେ ?
A) 150 ଟଙ୍କା
B) 200 ଟଙ୍କା
C) 50 ଟଙ୍କା
D) 250 ଟଙ୍କା
ଉତ୍ତର: C) 50 ଟଙ୍କା
88. କେଉଁ ପରିବ୍ୟୟକୁ ମୁଦ୍ରାରେ ମାପ କରାଯାଇ ପାରେନାହିଁ ?
A) ମୁଦ୍ରାଗତ ପରିବ୍ୟୟ
B) ଅର୍ଥନୈତିକ ପରିବ୍ୟୟ
C) ହିସାବଗତ ପରିବ୍ୟୟ
D) ବାସ୍ତବ ପରିବ୍ୟୟ
ଉତ୍ତର: D) ବାସ୍ତବ ପରିବ୍ୟୟ
89. କାହାକୁ ପ୍ରଧାନ ପରିବ୍ୟୟ କୁହାଯାଏ ?
A) ସ୍ଥାୟୀ ପରିବ୍ୟୟ
B) ପରିବର୍ତ୍ତୀ ପରିବ୍ୟୟ
C) ମୋଟ ପରିବ୍ୟୟ
D) ହାରାହାରି ପରିବ୍ୟୟ
ଉତ୍ତର: B) ପରିବର୍ତ୍ତୀ ପରିବ୍ୟୟ
90. ଉତ୍ପାଦନ ବୃଦ୍ଧି ହେଲେ ହାରାହାରି ସ୍ଥିର ପରିବ୍ୟୟ–
A) ବୃଦ୍ଧି ପାଏ
B) ସମାନ ରହେ
C) ହ୍ରାସ ପାଏ
D) ଶୂନ୍ୟ ହୁଏ
ଉତ୍ତର: C) ହ୍ରାସ ପାଏ
91. ଉତ୍ପାଦନ ବୃଦ୍ଧି ପାଇଲେ ମୋଟ ସ୍ଥିର ପରିବ୍ୟୟ–
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ଅପରିବର୍ତ୍ତିତ ରହେ
D) ଶୂନ୍ୟ ହୁଏ
ଉତ୍ତର: C) ଅପରିବର୍ତ୍ତିତ ରହେ
92. ଯୋଗାଣ ଓ ଦ୍ରବ୍ୟର ଦର ମଧ୍ୟରେ କେଉଁ ସମ୍ପର୍କ ଥାଏ ?
A) ବିପରୀତମୁଖୀ ସମ୍ପର୍କ
B) ପ୍ରତ୍ୟକ୍ଷ ସମ୍ପର୍କ
C) ବିପରୀତମୁଖୀ
D) କୌଣସି ସମ୍ପର୍କ ନଥାଏ
ଉତ୍ତର: B) ପ୍ରତ୍ୟକ୍ଷ ସମ୍ପର୍କ
93. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ଠାରୁ କମ୍, ସେତେବେଳେ ହାରାହାରି ପରିବ୍ୟୟ–
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ସ୍ଥିର ନୁହେଁ
D) କୌଣସିଟି ନୁହେଁ
ଉତ୍ତର: A) ହ୍ରାସ ପାଏ
94. ନିମ୍ନ ପ୍ରଦତ୍ତ ପରିବ୍ୟୟମାନଙ୍କ ମଧ୍ୟରୁ କେଉଁଟି ସୁବ୍ୟକ୍ତ ପରିବ୍ୟୟ ନୁହେଁ ?
A) ଶ୍ରମିକଙ୍କ ମଜୁରି
B) ସରକାରଙ୍କୁ ଦିଆଯାଉଥିବା ଟିକସ
C) ଯନ୍ତ୍ରପାତି ପାଇଁ ବ୍ୟୟ
D) ଉଦ୍ୟୋକ୍ତାଙ୍କ ନିଜସ୍ୱ ନିୟୋଜିତ ପୁଞ୍ଜି **ଉତ୍ତର: **
ଉତ୍ତର: D) ଉଦ୍ୟୋକ୍ତାଙ୍କ ନିଜସ୍ୱ ନିୟୋଜିତ ପୁଞ୍ଜି
95. ଅର୍ଥନୈତିକ ପରିବ୍ୟୟ କ’ଣ ?
A) ହିସାବଭୁକ୍ତ ପରିବ୍ୟୟ
B) ଲୁକ୍କାୟିତ ପରିବ୍ୟୟ
C) ହିସାବଭୁକ୍ତ ଓ ଲୁକ୍କାୟିତ ପରିବ୍ୟୟର ସମଷ୍ଟି
D) ଉପରଲିଖିତ କୌଣସିଟି ନୁହେଁ
ଉତ୍ତର: C) ହିସାବଭୁକ୍ତ ଓ ଲୁକ୍କାୟିତ ପରିବ୍ୟୟର ସମଷ୍ଟି
96. ଗୋଟିଏ ଦ୍ରବ୍ୟର 10 ଏକକ ଉତ୍ପାଦିତ ହେଲେ ମୋଟ ଆୟ 400 ଟଙ୍କା ଓ ଉତ୍ପାଦିତ ଦ୍ରବ୍ୟ 11 ଏକକ ଉତ୍ପାଦିତ ହେଲେ ମୋଟ ଆୟ 420 ଟଙ୍କା, ସୀମାନ୍ତ ଆୟ କେତେ ?
A) 10
B) 20
C) 400
D) 420
ଉତ୍ତର: B) 20
97. ପ୍ରାନ୍ତୀୟ ପରିବ୍ୟୟ ପରିମାପ କରିବା ପାଇଁ କେଉଁ ସୂତ୍ର ବ୍ୟବହାର କରାଯାଏ ?
A) ସୀମାନ୍ତ ପରିବ୍ୟୟ + ହାରାହାରି ପରିବ୍ୟୟ
B) image
C) ଦର × ମୋଟ ଉତ୍ପାଦ
D) ମୋଟ ପରିବ୍ୟୟ - ହାରାହାରି ପରିବ୍ୟୟ
ଉତ୍ତର: B) image
98. ଏକ ସାଧାରଣ ଯୋଗାଣ ରେଖାର ଆକାର
A) ଡାହାଣକୁ ଉର୍ଦ୍ଧ୍ୱଗାମୀ
B) ଡାହାଣକୁ ନିମ୍ନଗାମୀ
C) ଆନୁଭୂମିକ ସରଳରେଖା
D) ଉଲମ୍ବ ସରଳରେଖା
ଉତ୍ତର: A) ଡାହାଣକୁ ଉର୍ଦ୍ଧ୍ୱଗାମୀ
99. ହାରାହାରି ପରିବ୍ୟୟ = ସୀମାନ୍ତ ପରିବ୍ୟୟ ଯେତେବେଳେ
A) ହାରାହାରି ପରିବ୍ୟୟ ସର୍ବାଧିକ
B) ହାରାହାରି ପରିବ୍ୟୟ ସର୍ବନିମ୍ନ
C) ହାରାହାରି ପରିବ୍ୟୟ ଶୂନ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ହାରାହାରି ପରିବ୍ୟୟ ସର୍ବନିମ୍ନ
100. ସାଧନର ମାଲିକ ଉତ୍ପାଦନକାରୀଙ୍କୁ ସାଧନ ମାନ ଯୋଗାଣ କରିବା ବେଳେ ଅନୁଭବ କରୁଥିବା ପରିଶ୍ରମ, କଷ୍ଟ, ଅସ୍ବାସ୍ଥ୍ୟ, ଯନ୍ତ୍ରଣା, ନିରାନନ୍ଦ ଏବଂ ତ୍ୟାଗକୁ କେଉଁ ପରିବ୍ୟୟ କୁହାଯାଏ ?
A) ମୌଦ୍ରିକ ପରିବ୍ୟୟ
B) ବାସ୍ତବ ପରିବ୍ୟୟ
C) ବିକଳ୍ପ ପରିବ୍ୟୟ
D) ଆର୍ଥନୀତିକ ପରିବ୍ୟୟ
ଉତ୍ତର: B) ବାସ୍ତବ ପରିବ୍ୟୟ
101. ଉତ୍ପାଦନ ପରିବର୍ତ୍ତନରେ ଯେଉଁ ପରିବ୍ୟୟ ପରିବର୍ତ୍ତନ ହୁଏ, ତାହା ହେଲା
A) ସ୍ଥିର ପରିବ୍ୟୟ
B) ପରିବର୍ତ୍ତୀ ପରିବ୍ୟୟ
C) ପ୍ରଛନ୍ନ ପରିବ୍ୟୟ
D) ବିକଳ୍ପ ପରିବ୍ୟୟ
ଉତ୍ତର: B) ପରିବର୍ତ୍ତୀ ପରିବ୍ୟୟ
102. ଯେତେବେଳେ କୌଣସି ସାମଗ୍ରୀର ଦର ବୃଦ୍ଧି ପାଏ, ସେତେବେଳେ ସେହି ସାମଗ୍ରୀର ଯୋଗାଣ କ’ଣ ହୁଏ ?
A) ସାଧାରଣ ଭାବରେ ବୃଦ୍ଧି ପାଏ
B) ସାଧାରଣ ଭାବରେ ହ୍ରାସ ପାଏ
C) ସାଧାରଣ ଭାବରେ ସ୍ଥିର ରହେ
D) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: A) ସାଧାରଣ ଭାବରେ ବୃଦ୍ଧି ପାଏ
103. ସ୍ବଳ୍ପ କାଳରେ ଯେତେବେଳେ ଉତ୍ପାଦନର ବୃଦ୍ଧି ଘଟେ ସେତେବେଳେ ହାରାହାରି ସ୍ଥିର ପରିବ୍ୟୟ କ’ଣ ହୁଏ ?
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ସ୍ଥିର ରହେ
D) କୌଣସିଟି ନୁହେଁ
ଉତ୍ତର: B) ହ୍ରାସ ପାଏ
104. ଯୋଗାଣ ବକ୍ରରେଖାର ଆକାର :
A) ଉର୍ଦ୍ଧ୍ୱଗାମୀ
B) ନିମ୍ନଗାମୀ
C) ଆନୁଭୂମିକ
D) ଉଲମ୍ବ
ଉତ୍ତର: A) ଉର୍ଦ୍ଧ୍ୱଗାମୀ
105. ଅର୍ଥନୈତିକ ପରିବ୍ୟୟ ହେଉଛି ଦୃଶ୍ୟମାନ ପରିବ୍ୟୟ + ସୂତ୍ର :
A) ପରିବର୍ତ୍ତୀ ପରିବ୍ୟୟ
B) ସୀମାନ୍ତ ପରିବ୍ୟୟ
C) ହାରାହାରି ପରିବ୍ୟୟ
D) ଲୁକ୍କାୟିତ ପରିବ୍ୟୟ
ଉତ୍ତର: D) ଲୁକ୍କାୟିତ ପରିବ୍ୟୟ
106. ଯୋଗାଣ ସ୍ଥିର ଥାଇ ଚାହିଦା ବୃଦ୍ଧି ପାଇଲେ ଦର :
A) ସ୍ଥିର ରହେ
B) ବୃଦ୍ଧି ପାଏ
C) ହ୍ରାସ ପାଏ
D) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: B) ବୃଦ୍ଧି ପାଏ
107. ହାରାହାରି ପରିବ୍ୟୟ = ହାରାହାରି ସ୍ଥାୟୀ ପରିବ୍ୟୟ + ? :
A) ସୀମାନ୍ତ ପରିବ୍ୟୟ
B) ଅର୍ଥନୈତିକ ପରିବ୍ୟୟ
C) ହାରାହାରି ପରିବର୍ତ୍ତୀ ପରିବ୍ୟୟ
D) ଲୁକ୍କାୟିତ ପରିବ୍ୟୟ
ଉତ୍ତର: C) ହାରାହାରି ପରିବର୍ତ୍ତୀ ପରିବ୍ୟୟ
108. ଯେତେବେଳେ ଯୋଗାଣ ସ୍ଥିର ଥାଇ ଚାହିଦାର ହ୍ରାସ ଘଟେ ସେତେବେଳେ ଦାମ୍ :
A) ହ୍ରାସ ପାଇବ
B) ବୃଦ୍ଧି ପାଇବ
C) ସ୍ଥିର ରହିବ
D) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: A) ହ୍ରାସ ପାଇବ
109. ପରିବର୍ତ୍ତନଶୀଳ ପରିବ୍ୟୟ କାହାକୁ କହନ୍ତି ?
A) ଉତ୍ପାଦନରେ ପରିବର୍ତ୍ତନ ହେଲେ ଯାହା ପରିବର୍ତ୍ତିତ ହୁଏ ନାହିଁ
B) ଉତ୍ପାଦନ ନ ହେଲେ ମଧ୍ୟ ଯେଉଁ ପରିବ୍ୟୟ ହେଉଥାଏ
C) ଯାହାର ପରିମାଣ ଉତ୍ପାଦନ ସହିତ ପରିବର୍ତ୍ତିତ ହୁଏ
D) ଉତ୍ପାଦନ ବଢ଼ିଲେ ଯାହାର ପରିମାଣ ହ୍ରାସ ପାଏ
ଉତ୍ତର: C) ଯାହାର ପରିମାଣ ଉତ୍ପାଦନ ସହିତ ପରିବର୍ତ୍ତିତ ହୁଏ
110. କାହାର ବୃଦ୍ଧିରେ ଯୋଗାଣର ବୃଦ୍ଧି ଘଟେ ?
A) ଚାହିଦା
B) କର
C) ଦର
D) ସୁଧ
ଉତ୍ତର: C) ଦର
111. ମୋଟ ସ୍ଥିର ପରିବ୍ୟୟ ୨୦୦୦ ଟଙ୍କା, ମୋଟ ପରିବର୍ତ୍ତୀ ପରିବ୍ୟୟ ୫୦୦୦ ଟଙ୍କା ଏବଂ ମୋଟ ଉତ୍ପାଦ ୧୦୦ ଏକକ ହୁଏ, ହାରାହାରି ପରିବର୍ତ୍ତୀ ପରିବ୍ୟୟ କେତେ ?
A) ୪୦ ଟଙ୍କା
B) ୭୦ ଟଙ୍କା
C) ୫୦ ଟଙ୍କା
D) ୩୦ ଟଙ୍କା
ଉତ୍ତର: C) ୫୦ ଟଙ୍କା
112. ବିକଳ୍ପ ପରିବ୍ୟୟ ହେଉଛି :
A) ଉତ୍ପାଦନ ପାଇଁ ନିୟୋଜିତ ଶ୍ରମର ଯନ୍ତ୍ରଣା ଓ ଆସ୍ବାସ୍ଥ୍ୟ
B) ପୁଞ୍ଜି ସଞ୍ଚୟନ ନିମନ୍ତେ ସମ୍ମୁଖ ଉପଭୋଗ ସ୍ଥଗନ ଓ ତ୍ୟାଗ
C) ପରବର୍ତ୍ତୀ ସର୍ବୋତ୍ତମ ବିକଳ୍ପ ପ୍ରୟୋଗରୁ ବଞ୍ଚିତ ଆୟ
D) ଉପଲବ୍ଧ ବିକଳ୍ପରେ କରାଯାଉଥିବା ଆୟ
ଉତ୍ତର: C) ପରବର୍ତ୍ତୀ ସର୍ବୋତ୍ତମ ବିକଳ୍ପ ପ୍ରୟୋଗରୁ ବଞ୍ଚିତ ଆୟ
113. ହାରାହାରି ସ୍ଥିର ପରିବ୍ୟୟ ରେଖାର ଆକାର ହେଲା ?
A) ଉଲମ୍ବ
B) ଆୟତାକାର ପରାବଲୟ (Rectangular Hyperbola)
C) ଆନୁଭୂମିକ
D) ଉର୍ଦ୍ଧ୍ୱଗାମୀ
ଉତ୍ତର: B) ଆୟତାକାର ପରାବଲୟ (Rectangular Hyperbola)
114. ଯଦି ୫ଟି ଏକକ ଉତ୍ପାଦର ହାରାହାରି ପରିବ୍ୟୟ ୧୭ ଟଙ୍କା ଓ ୬ଟି ଏକକ ଉତ୍ପାଦନର ହାରାହାରି ପରିବ୍ୟୟ ୧୮ ଟଙ୍କା ହୁଏ ତେବେ ସୀମାନ୍ତ ପରିବ୍ୟୟ କେତେ ?
A) ୧ ଟଙ୍କା
B) ୩୫ ଟଙ୍କା
C) ୨୩ ଟଙ୍କା
D) ୨୫ ଟଙ୍କା
ଉତ୍ତର: C) ୨୩ ଟଙ୍କା
115. ମୋଟ ସ୍ଥିର ପରିବ୍ୟୟ ୮୦୦ ଟଙ୍କା, ମୋଟ ପରିବର୍ତ୍ତୀ ପରିବ୍ୟୟ ୨୦୦ ଟଙ୍କା ଏବଂ ମୋଟ ଉତ୍ପାଦ ୧୦୦ ଏକକ ହେଲେ ହାରାହାରି ପରିବ୍ୟୟ କେତେ ?
A) ୪ ଟଙ୍କା
B) ୨ ଟଙ୍କା
C) ୧୦ ଟଙ୍କା
D) କୌଣସିଟି ନୁହେଁ
ଉତ୍ତର: C) ୧୦ ଟଙ୍କା
116. ଯଦି ଗୋଟିଏ ଦ୍ରବ୍ୟର ୧୦ ଏକକ ଉତ୍ପାଦିତ ହେଉଥିବା ବେଳେ ମୋଟ ପରିବ୍ୟୟ ୧୦୦ ଟଙ୍କା ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ ୧୧ ଏକକ ହେଲେ ମୋଟ ପରିବ୍ୟୟ ୧୪୦ ଟଙ୍କା ହୁଏ, ତେବେ ସୀମାନ୍ତ ପରିବ୍ୟୟ କେତେ ?
A) ୧୦ ଟଙ୍କା
B) ୧୪ ଟଙ୍କା
C) ୪୦ ଟଙ୍କା
D) କୌଣସିଟି ନୁହେଁ
ଉତ୍ତର: C) ୪୦ ଟଙ୍କା
117. ଦ୍ରବ୍ୟ ଉତ୍ପାଦନ କରିବାର ଖର୍ଚ୍ଚକୁ କ’ଣ କୁହାଯାଏ ?
A) ଆୟ
B) ଯୋଗାଣ
C) ପରିବ୍ୟୟ
D) ଉତ୍ପାଦନ
ଉତ୍ତର: C) ପରିବ୍ୟୟ
118. ଉତ୍ପାଦନକାରୀ ଉତ୍ପାଦନ କରିବା ନିମିତ୍ତ ବିନିଯୋଗ କରୁଥିବା ସାଧନଗୁଡ଼ିକ ପାଇଁ ଯେଉଁ ବ୍ୟୟ କରିଥାଏ ତାହାକୁ କ’ଣ କୁହାଯାଏ ?
A) ଆୟ
B) ଯୋଗାଣ
C) ପରିବ୍ୟୟ
D) ଉତ୍ପାଦନ
ଉତ୍ତର: C) ପରିବ୍ୟୟ
119. ଚୁକ୍ତିଭିତ୍ତିରେ ଅଣାଯାଇଥିବା ଉତ୍ପାଦନର ସାଧନମାନଙ୍କୁ ଉଦ୍ୟୋକ୍ତା ଯେଉଁ ପାରିଣା ପ୍ରଦାନ କରିଥାନ୍ତି ତାହାକୁ କେଉଁ ପରିବ୍ୟୟ କୁହାଯାଏ ?
A) ଅବ୍ୟକ୍ତ ପରିବ୍ୟୟ
B) ଆର୍ଥନୀତିକ ପରିବ୍ୟୟ
C) ସୁବ୍ୟକ୍ତ ପରିବ୍ୟୟ
D) ମୌଦ୍ରିକ ପରିବ୍ୟୟ
ଉତ୍ତର: C) ସୁବ୍ୟକ୍ତ ପରିବ୍ୟୟ
120. ଜଣେ ଉଦ୍ୟୋକ୍ତା ନିଜର ସାଧନମାନଙ୍କ ସକାଶେ ସେମାନଙ୍କର ସର୍ବୋତ୍ତମ ବିକଳ୍ପ ପ୍ରୟୋଗରୁ ପ୍ରାପ୍ତ ସମ୍ଭାବ୍ୟ ଆୟକୁ କେଉଁ ପରିବ୍ୟୟ କୁହାଯାଏ ?
A) ଅବ୍ୟକ୍ତ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ
B) ଆର୍ଥନୀତିକ ପରିବ୍ୟୟ
C) ମୌଦ୍ରିକ ପରିବ୍ୟୟ
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: A) ଅବ୍ୟକ୍ତ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ
121. ଉଭୟ ସୁବ୍ୟକ୍ତ ପରିବ୍ୟୟ ଏବଂ ଲୁକ୍କାୟିତ ପରିବ୍ୟୟର ସମଷ୍ଟିକୁ କେଉଁ ପରିବ୍ୟୟ କୁହାଯାଏ ?
A) ବାସ୍ତବ ପରିବ୍ୟୟ
B) ମୌଦ୍ରିକ ପରିବ୍ୟୟ
C) ଆର୍ଥନୀତିକ ପରିବ୍ୟୟ
D) ବିକଳ୍ପ ପରିବ୍ୟୟ
ଉତ୍ତର: C) ଆର୍ଥନୀତିକ ପରିବ୍ୟୟ
122. ପରିବର୍ତ୍ତୀ ବିକଳ୍ପ ପ୍ରୟୋଗରୁ ବଞ୍ଚିତ ଅର୍ଜନକୁ କେଉଁ ପରିବ୍ୟୟ କୁହାଯାଏ ? କିମ୍ବା, ଉପଲବ୍ଧ ବିକଳ୍ପରେ କରାଯାଉଥିବା ବ୍ୟୟକୁ କେଉଁ ପରିବ୍ୟୟ କୁହାଯାଏ ?
A) ବିକଳ୍ପ ପରିବ୍ୟୟ
B) ମୌଦ୍ରିକ ପରିବ୍ୟୟ
C) ବାସ୍ତବ ପରିବ୍ୟୟ
D) ଆର୍ଥନୀତିକ ପରିବ୍ୟୟ
ଉତ୍ତର: A) ବିକଳ୍ପ ପରିବ୍ୟୟ
123. ସ୍ଥିର ବା ଅପରିବର୍ତ୍ତନୀୟ ପରିବ୍ୟୟକୁ କ’ଣ କୁହାଯାଏ ?
A) ଅତିରିକ୍ତ ପରିବ୍ୟୟ
B) ମୌଳିକ ପରିବ୍ୟୟ
C) ମୌଦ୍ରିକ ପରିବ୍ୟୟ
D) ପରିବ୍ୟୟ
ଉତ୍ତର: A) ଅତିରିକ୍ତ ପରିବ୍ୟୟ
124. ଗୋଟିଏ ଦ୍ରବ୍ୟର ଉତ୍ପାଦନ ପାଇଁ ବ୍ୟୟ ହେଉଥିବା ମୋଟ ପାଉଣାର ମୌଦ୍ରିକ ପରିପ୍ରକାଶକୁ କ’ଣ କୁହାଯାଏ ?
A) ମୌଦ୍ରିକ ପରିବ୍ୟୟ
B) ପରିବ୍ୟୟ
C) ମୌଳିକ ପରିବ୍ୟୟ
D) ଅତିରିକ୍ତ ପରିବ୍ୟୟ
ଉତ୍ତର: A) ମୌଦ୍ରିକ ପରିବ୍ୟୟ
125. ଉତ୍ପାଦନର ସ୍ଥାୟୀ ସାଧନ କ୍ରୟ କରିବା ସକାଶେ ଯେଉଁ ଖର୍ଚ୍ଚ କରାଯାଏ ଏବଂ ଉତ୍ପାଦ ପରିମାଣରେ ହ୍ରାସ ବୃଦ୍ଧି ସତ୍ତ୍ୱେ ଅପରିବର୍ତ୍ତିତ ଥାଏ ତାହାକୁ କେଉଁ ପରିବ୍ୟୟ କୁହାଯାଏ ?
A) ପରିବର୍ତ୍ତୀ ପରିବ୍ୟୟ
B) ସ୍ଥାୟୀ ବା ସ୍ଥିର ପରିବ୍ୟୟ
C) ବିକଳ୍ପ ପରିବ୍ୟୟ
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: B) ସ୍ଥାୟୀ ବା ସ୍ଥିର ପରିବ୍ୟୟ
126. ଉତ୍ପାଦନର ପରିବର୍ତ୍ତୀ ସାଧନ କ୍ରୟ କରିବା ସକାଶେ ଯେଉଁ ବ୍ୟୟ କରାଯାଇଥାଏ ତାହାକୁ କେଉଁ ପରିବ୍ୟୟ କୁହାଯାଏ ?
A) ପରିବର୍ତ୍ତୀ ପରିବ୍ୟୟ
B) ସ୍ଥିର ପରିବ୍ୟୟ
C) ବିକଳ୍ପ ପରିବ୍ୟୟ
D) ଅବ୍ୟକ୍ତ ପରିବ୍ୟୟ
ଉତ୍ତର: A) ପରିବର୍ତ୍ତୀ ପରିବ୍ୟୟ
127. ଦ୍ରବ୍ୟର ଏକକ ପ୍ରତି ଉତ୍ପାଦନ ପରିବ୍ୟୟକୁ କେଉଁ ପରିବ୍ୟୟ କୁହାଯାଏ ?
A) ମୋଟ ପରିବ୍ୟୟ
B) ସ୍ଥିର ପରିବ୍ୟୟ
C) ହାରାହାରି ପରିବ୍ୟୟ
D) ଅବ୍ୟକ୍ତ ପରିବ୍ୟୟ
ଉତ୍ତର: C) ହାରାହାରି ପରିବ୍ୟୟ
128. ଦ୍ରବ୍ୟର ଏକକ ପ୍ରତି ସ୍ଥିର ପରିବ୍ୟୟକୁ କେଉଁ ପରିବ୍ୟୟ କୁହାଯାଏ ?
A) ହାରାହାରି ପରିବର୍ତ୍ତୀ ପରିବ୍ୟୟ
B) ହାରାହାରି ସ୍ଥିର ପରିବ୍ୟୟ
C) ମୋଟ ସ୍ଥିର ପରିବ୍ୟୟ
D) ବିକଳ୍ପ ପରିବ୍ୟୟ
ଉତ୍ତର: B) ହାରାହାରି ସ୍ଥିର ପରିବ୍ୟୟ
129. ଦ୍ରବ୍ୟର ଏକକ ପ୍ରତି ପରିବର୍ତ୍ତୀ ପରିବ୍ୟୟକୁ କ’ଣ କୁହାଯାଏ ?
A) ସ୍ବଳ୍ପକାଳୀନ ହାରାହାରି ପରିବ୍ୟୟ
B) ହାରାହାରି ପରିବର୍ତ୍ତୀ ପରିବ୍ୟୟ
C) ହାରାହାରି ସ୍ଥିର ପରିବ୍ୟୟ
D) ମୋଟ ପରିବ୍ୟୟ
ଉତ୍ତର: B) ହାରାହାରି ପରିବର୍ତ୍ତୀ ପରିବ୍ୟୟ
130. ଦ୍ରବ୍ୟର ଏକ ଅତିରିକ୍ତ ଉତ୍ପାଦନଯୋଗୁଁ ଉପସ୍ଥିତ ମୋଟ ପରିବ୍ୟୟ ଏବଂ ପୂର୍ବତନ ମୋଟ ପରିବ୍ୟୟ ମଧ୍ୟରେ ଯେଉଁ ପାର୍ଥକ୍ୟ ଦେଖାଯାଏ ତାହାକୁ କ’ଣ କୁହାଯାଏ ?
A) ମୋଟ ପରିବ୍ୟୟ
B) ସୀମାନ୍ତ ପରିବ୍ୟୟ
C) ହାରାହାରି ପରିବ୍ୟୟ
D) ମୋଟ ହାରାହାରି ପରିବ୍ୟୟ
ଉତ୍ତର: B) ସୀମାନ୍ତ ପରିବ୍ୟୟ
131. ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ପ୍ରତିଷ୍ଠାନ ଯେଉଁ ବ୍ୟୟ ତାର ବହନ କରିଥାଏ ତାହାକୁ କ’ଣ କୁହାଯାଏ ?
A) ବ୍ୟକ୍ତିଗତ ପରିବ୍ୟୟ
B) ସାମାଜିକ ପରିବ୍ୟୟ
C) ପ୍ରାନ୍ତୀୟ ପରିବ୍ୟୟ
D) ମୌଳିକ ପରିବ୍ୟୟ
ଉତ୍ତର: A) ବ୍ୟକ୍ତିଗତ ପରିବ୍ୟୟ
132. ସ୍ଥିର ପରିବ୍ୟୟ 500 ଟଙ୍କା, ପରିବର୍ତ୍ତୀ ପରିବ୍ୟୟ 300 ଟଙ୍କା, ମୋଟ ଉତ୍ପାଦ 100 ଏକକ ହେଲେ ହାରାହାରି ପରିବ୍ୟୟ କେତେ ?
A) 5 ଟଙ୍କା
B) 3 ଟଙ୍କା
C) 8 ଟଙ୍କା
D) 10 ଟଙ୍କା
ଉତ୍ତର: C) 8 ଟଙ୍କା
133. ଉତ୍ପାଦନର ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
A) ଯନ୍ତ୍ରପାତିର ମୂଲ୍ୟ
B) କର୍ମଚାରୀଙ୍କ କ୍ଷତିପୂରଣ
C) ଉତ୍ପାଦନ ସହିତ ବଦଳୁଥିବା ବ୍ୟୟ
D) ବୀମା ଓ ଘରଭଡ଼ା
ଉତ୍ତର: C) ଉତ୍ପାଦନ ସହିତ ବଦଳୁଥିବା ବ୍ୟୟ
134. କେଉଁ ପରିବ୍ୟୟକୁ ମୁଦ୍ରାରେ ମାପିହୁଏ ନାହିଁ ?
A) ବିକଳ୍ପ ପରିବ୍ୟୟ
B) ପରିବର୍ତ୍ତନୀୟ ପରିବ୍ୟୟ
C) ହିସାବଗତ ପରିବ୍ୟୟ
D) ବାସ୍ତବ ପରିବ୍ୟୟ
ଉତ୍ତର: D) ବାସ୍ତବ ପରିବ୍ୟୟ
135. କାହାକୁ ପ୍ରଧାନ ପରିବ୍ୟୟ କୁହାଯାଏ ?
A) ସ୍ଥାୟୀ ପରିବ୍ୟୟ
B) ପରିବର୍ତ୍ତୀ ପରିବ୍ୟୟ
C) ମୌଳିକ ପରିବ୍ୟୟ
D) ସାମାଜିକ ପରିବ୍ୟୟ
ଉତ୍ତର: B) ପରିବର୍ତ୍ତୀ ପରିବ୍ୟୟ
136. ଜୀବନବୀମା ଦେୟ କେଉଁ ପରିବ୍ୟୟ ?
A) ବାସ୍ତବ ପରିବ୍ୟୟ
B) ବିକଳ୍ପ ପରିବ୍ୟୟ
C) ମୌଦ୍ରିକ ପରିବ୍ୟୟ
D) ଅବ୍ୟକ୍ତ ପରିବ୍ୟୟ
ଉତ୍ତର: C) ମୌଦ୍ରିକ ପରିବ୍ୟୟ
137. ମୋଟ ଆୟ ଆକଳନ କରିବାର ସୂତ୍ର କ’ଣ ?
A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର
B) ବିକ୍ରିତ ଦ୍ରବ୍ୟର ପରିମାଣ ÷ ଏକକ ପିଛା ଦର
C) ଦ୍ରବ୍ୟର ପରିମାଣ + ଦର
D) ଦ୍ରବ୍ୟର ପରିମାଣ – ଦର
ଉତ୍ତର: A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର
138. ପ୍ରାନ୍ତୀୟ ଆୟ କିପରି ନିର୍ଦ୍ଧାରଣ କରାଯାଏ ?
A) image
B) ମୋଟ ଆୟ ÷ ବିକ୍ରିତ ଦ୍ରବ୍ୟସମୂହ
C) ଦ୍ରବ୍ୟର ପରିମାଣ × ଏକକ ପିଛା ଦର
D) image
ଉତ୍ତର: A) image
139. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ ଆୟ ରେଖା ମୂଳ ବିନ୍ଦୁଠାରୁ
A) ନିମ୍ନଗାମୀ ହୋଇଥାଏ
B) ଉର୍ଦ୍ଧ୍ୱଗାମୀ ହୋଇଥାଏ
C) OX ଅକ୍ଷ ସହିତ ସମାନ୍ତର
D) ଉଲମ୍ବ ହୋଇଥାଏ
ଉତ୍ତର: B) ଉର୍ଦ୍ଧ୍ୱଗାମୀ ହୋଇଥାଏ
140. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଓ ପ୍ରାନ୍ତୀୟ ଆୟରେଖା :
A) ଉର୍ଦ୍ଧ୍ୱଗାମୀ ହୋଇଥାଏ।
B) ନିମ୍ନଗାମୀ ହୋଇଥାଏ।
C) OX ଅକ୍ଷସହ ସମାନ୍ତର ହୋଇଥାଏ।
D) ଉଲମ୍ବ ହୋଇଥାଏ।
ଉତ୍ତର: B) ନିମ୍ନଗାମୀ ହୋଇଥାଏ।
141. ଯେଉଁ ଉତ୍ପାଦରେ ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟ ସହିତ ସମାନ ହୋଇଥାଏ ସେହିଠାରେ ହାରାହାରି ପରିବ୍ୟୟ
A) ସର୍ବାଧିକ ହୋଇଥାଏ
B) ସର୍ବନିମ୍ନ ହୋଇଥାଏ
C) ଶୂନ୍ୟ ହୋଇଥାଏ
D) ସ୍ଥିର ରହିଥାଏ
ଉତ୍ତର: B) ସର୍ବନିମ୍ନ ହୋଇଥାଏ
142. ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନବେଳେ ସମାଜ ଯେଉଁ ବ୍ୟୟଭାର ବହନ କରିଥାଏ ତାକୁ କ’ଣ କୁହାଯାଏ ?
A) ବ୍ୟକ୍ତିଗତ ପରିବ୍ୟୟ
B) ଦୃଶ୍ୟମାନ ପରିବ୍ୟୟ
C) ସାମାଜିକ ପରିବ୍ୟୟ
D) ପ୍ରାନ୍ତୀୟ ପରିବ୍ୟୟ
ଉତ୍ତର: C) ସାମାଜିକ ପରିବ୍ୟୟ
143. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ ରେଖାର ଆକାର କିପରି ହୋଇଥାଏ ?
A) ଉଲମ୍ବ ସରଳରେଖା
B) ଆନୁଭୂମିକ ସରଳରେଖା
C) ଉର୍ଦ୍ଧ୍ୱଗାମୀ
D) ନିମ୍ନଗାମୀ
ଉତ୍ତର: B) ଆନୁଭୂମିକ ସରଳରେଖା
144. ସୀମାନ୍ତ ଆୟ ଧନାତ୍ମକ ହୋଇଥିବା ବେଳେ ମୋଟ ଆୟ–
A) ହ୍ରାସ ହୁଏ
B) ବୃଦ୍ଧି ହୁଏ
C) ଋଣାତ୍ମକ ହୁଏ
D) କୌଣସିଟି ନୁହେଁ
ଉତ୍ତର: B) ବୃଦ୍ଧି ହୁଏ
145. ସୀମାନ୍ତ ଆୟ ଋଣାତ୍ମକ ହେଲେ ମୋଟ ଆୟ
A) ବୃଦ୍ଧି ହୁଏ
B) ହ୍ରାସ ହୁଏ
C) ଋଣାତ୍ମକ ହୁଏ
D) ଉପରୋକ୍ତ କେଉଁଟି ନୁହେଁ
ଉତ୍ତର: B) ହ୍ରାସ ହୁଏ
146. ସମ୍ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ସୀମାନ୍ତ ଆୟ ଓ ହାରାହାରି ଆୟ ମଧ୍ୟରେ କେଉଁ ସମ୍ପର୍କ ଥାଏ ?
A) ସୀମାନ୍ତ ଆୟ ହାରାହାରି ଆୟରୁ ଅଧିକ ଥାଏ
B) ସୀମାନ୍ତ ଆୟ ସର୍ବଦା ହାରାହାରି ଆୟ ସହିତ ସମାନ ହୋଇଥାଏ
C) ସୀମାନ୍ତ ଆୟ ହାରାହାରି ଆୟରୁ କମ୍ ଥାଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ସୀମାନ୍ତ ଆୟ ସର୍ବଦା ହାରାହାରି ଆୟ ସହିତ ସମାନ ହୋଇଥାଏ
147. ବଜାର କାଳରେ ଯୋଗାଣ ରେଖାର ଆକାର କିପରି ?
A) ଆନୁଭୂମିକ
B) ଉଲମ୍ବ
C) ଉର୍ଦ୍ଧ୍ୱଗାମୀ
D) ଆୟତାକାର ପରିବଳୟ
ଉତ୍ତର: B) ଉଲମ୍ବ
148. ଅର୍ଥଶାସ୍ତ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ଓ ଦରରେ ବିକ୍ରୟ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟକୁ କ’ଣ କୁହାଯାଏ ?
A) ପରିବ୍ୟୟ
B) ଆୟ
C) ଯୋଗାଣ
D) ଚାହିଦା
ଉତ୍ତର: C) ଯୋଗାଣ
149. ଗୋଟିଏ ଦ୍ରବ୍ୟର ଦର ସ୍ଥିର ଥାଇ ଏହାର ପ୍ରତିସ୍ଥାପନକ୍ଷମ ଦ୍ରବ୍ୟର ଦର ବୃଦ୍ଧି ହେଲେ ପ୍ରଥମ ଦ୍ରବ୍ୟର ଯୋଗାଣ କ’ଣ ହୁଏ ?
A) ବୃଦ୍ଧି ହୁଏ
B) ହ୍ରାସ ପାଏ
C) ସ୍ଥିର ରହେ
D) କୌଣସିଟି ନୁହେଁ
ଉତ୍ତର: B) ହ୍ରାସ ପାଏ
150. ଯେତେବେଳେ X ଓ Y ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ ହୋଇଥାନ୍ତି ସେତେବେଳେ Y ର ଦର ବୃଦ୍ଧି ପାଇଲେ Y ଏବଂ X ର ଯୋଗାଣ କ’ଣ ହେବ ?
A) Y ର ଯୋଗାଣ ହ୍ରାସ ପାଇବ ଏବଂ X ର ଯୋଗାଣ ବୃଦ୍ଧି ପାଇବ
B) Y ର ଯୋଗାଣ ବୃଦ୍ଧି ପାଇବ ଏବଂ X ର ଯୋଗାଣ ହ୍ରାସ ପାଇବ
C) ଉଭୟ X ଓ Y ର ଯୋଗାଣ ସ୍ଥିର ରହିବ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) Y ର ଯୋଗାଣ ବୃଦ୍ଧି ପାଇବ ଏବଂ X ର ଯୋଗାଣ ହ୍ରାସ ପାଇବ
151. ଯଦି X ଓ Z ଅନୁପୂରକ ଦ୍ରବ୍ୟ ତା’ ହେଲେ Z ର ଦର ବୃଦ୍ଧି ହେଲେ Z ଏବଂ X ର ଯୋଗାଣ କ’ଣ ହେବ ?
A) Z ଓ X ର ଯୋଗାଣ ହ୍ରାସ ପାଇବ
B) Z ଓ X ର ଯୋଗାଣ ବୃଦ୍ଧି ପାଇବ।
C) Z ଓ X ର ଯୋଗାଣ ସ୍ଥିର ରହିବ।
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) Z ଓ X ର ଯୋଗାଣ ବୃଦ୍ଧି ପାଇବ।
152. ଯେଉଁ ସ୍ବଳ୍ପ ସମୟ ମଧ୍ୟରେ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କର ଯୋଗାଣକୁ ପରିବର୍ତ୍ତିତ ଚାହିଦା ସହିତ ସମାନ କରିବା ପାଇଁ ସକ୍ଷମ ହୋଇ ନଥାନ୍ତି ତାକୁ କ’ଣ କୁହାଯାଏ ?
A) ବଜାରକାଳ
B) ସ୍ବଳ୍ପକାଳ
C) ଦୀର୍ଘକାଳ
D) ଅତୀତ
ଉତ୍ତର: A) ବଜାରକାଳ
153. ଯେଉଁ ସମୟରେ ପରିବର୍ତ୍ତିତ ଚାହିଦା ସହିତ ଯୋଗାଣକୁ ସମ୍ପୂର୍ଣ୍ଣ ଭାବରେ ସମାନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ନଥାଏ ତାହାକୁ କ’ଣ କୁହାଯାଏ ?
A) ବଜାରକାଳ
B) ସ୍ବଳ୍ପକାଳ
C) ଦୀର୍ଘକାଳ
D) ଅତୀତ କାଳ
ଉତ୍ତର: B) ସ୍ବଳ୍ପକାଳ
154. ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନବର୍ଗ ବର୍ଦ୍ଧିତ ଚାହିଦାକୁ ମେଣ୍ଟାଇବା ପାଇଁ ସେମାନଙ୍କର ଯୋଗାଣ ସମ୍ପୂର୍ଣ୍ଣ ରୂପେ ବୃଦ୍ଧି କରିବା ପାଇଁ ସକ୍ଷମ ହୋଇଥାନ୍ତି ତାହାକୁ କ’ଣ କୁହାଯାଏ ?
A) ଦୀର୍ଘକାଳ
B) ସ୍ବଳ୍ପ କାଳ
C) ବଜାର କାଳ
D) ଅତୀତ କାଳ
ଉତ୍ତର: A) ଦୀର୍ଘକାଳ
155. ଗୋଟିଏ ଦ୍ରବ୍ୟର ଯୋଗାଣ ଓ ଏହାକୁ ପ୍ରଭାବିତ କରୁଥିବା ଉତ୍ପାଦନଗୁଡ଼ିକର ସମ୍ପର୍କକୁ କ’ଣ କୁହାଯାଏ ?
A) ଯୋଗାଣ ସୂତ୍ର
B) ଯୋଗାଣ ଫଳନ
C) ଯୋଗାଣ ରେଖା
D) ଯୋଗାଣ ସୂଚୀ
ଉତ୍ତର: B) ଯୋଗାଣ ଫଳନ
156. ଦ୍ରବ୍ୟର ଦର ଓ ଏହାର ଯୋଗାଣ ପରିମାଣ ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ କାହା ସାହାଯ୍ୟରେ ପ୍ରତିପାଦନ କରାଯାଏ ?
A) ଚାହିଦା ସୂତ୍ର
B) ଯୋଗାଣ ସୂତ୍ର
C) ଯୋଗାଣ ଫଳନ
D) ଯୋଗାଣ ସୂଚୀ
ଉତ୍ତର: B) ଯୋଗାଣ ସୂତ୍ର
157. ଏକ ନିର୍ଦ୍ଦିଷ୍ଟ ସମୟରେ, ଭିନ୍ନ ଭିନ୍ନ ଦ୍ରବ୍ୟର ଭିନ୍ନ ଭିନ୍ନ ଯୋଗାଣ ପରିମାଣର ଏକ କାଳ୍ପନିକ ତାଲିକାକୁ କ’ଣ କୁହାଯାଏ ?
A) ଯୋଗାଣ ଫଳନ
B) ଯୋଗାଣ ସୂତ୍ର
C) ଯୋଗାଣ ସୂଚୀ
D) ଯୋଗାଣ ରେଖା
ଉତ୍ତର: C) ଯୋଗାଣ ସୂଚୀ
158. ଦୁଷ୍ପ୍ରାପ୍ୟ କଳା, ବିରଳ ଚିତ୍ର, କୋହିନୂର ହୀରା ଇତ୍ୟାଦି ଦ୍ରବ୍ୟ କ୍ଷେତ୍ରରେ ଯୋଗାଣ ରେଖା କିପରି ହୋଇଥାଏ ?
A) ଉର୍ଦ୍ଧ୍ୱଗାମୀ
B) ନିମ୍ନଗାମୀ
C) X ଅକ୍ଷ ପ୍ରତି ଉଲମ୍ବ
D) ଆୟତାକାର ପରାବଲୟ
ଉତ୍ତର: C) X ଅକ୍ଷ ପ୍ରତି ଉଲମ୍ବ
159. ଅତି ସ୍ବଳ୍ପକାଳରେ ଯୋଗାଣ ରେଖା କିପରି ହୋଇଥାଏ ?
A) ଉର୍ଦ୍ଧ୍ୱଗାମୀ
B) ଆନୁଭୂମିକ
C) X ଅକ୍ଷ ପ୍ରତି ଉଲମ୍ବ
D) ନିମ୍ନଗାମୀ
ଉତ୍ତର: C) X ଅକ୍ଷ ପ୍ରତି ଉଲମ୍ବ
160. ଅନ୍ୟାନ୍ୟ ନିର୍ଣ୍ଣାୟକ ଅପରିବର୍ତ୍ତିତ ଥାଇ ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ ଏହାର ଯୋଗାଣ ଉପରେ କେଉଁ ପ୍ରଭାବ ପଡ଼ିଥାଏ ?
A) ଯୋଗାଣ ପରିବର୍ତ୍ତନ
B) ଯୋଗାଣ ପରିମାଣରେ ପରିବର୍ତ୍ତନ
C) ଉଭୟ ଯୋଗାଣ ଓ ଯୋଗାଣ ପରିମାଣରେ ପରିବର୍ତ୍ତନ ହୋଇଥାଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ଯୋଗାଣ ପରିମାଣରେ ପରିବର୍ତ୍ତନ
161. ଦ୍ରବ୍ୟର ଦର ଅପରିବର୍ତ୍ତିତ ରହି, ଏହାର ଯୋଗାଣରେ ବୃଦ୍ଧି କିମ୍ବା ହ୍ରାସକୁ କ’ଣ କୁହାଯାଏ ?
A) ଯୋଗାଣ ପରିମାଣରେ ପରିବର୍ତ୍ତନ
B) ଯୋଗାଣରେ ପରିବର୍ତ୍ତନ
C) ଯୋଗାଣ ରେଖାରେ ଗତି
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ଯୋଗାଣରେ ପରିବର୍ତ୍ତନ
162. ଉତ୍ପାଦନ ପ୍ରକ୍ରିୟାରେ ଉପାଦାନମାନଙ୍କର ବ୍ୟବହାର ନିମନ୍ତେ ପ୍ରଦତ୍ତ ପ୍ରାପ୍ୟକୁ
A) ଉପାଦାନର ଦାମ୍
B) ଉପାଦାନର ମୂଲ୍ୟ
C) ପରିବ୍ୟୟ
D) ଉତ୍ପାଦମୂଲ୍ୟ
ଉତ୍ତର: C) ପରିବ୍ୟୟ
163. ଅର୍ଥନୀତିରେ ପରିବ୍ୟୟ କହିଲେ କ’ଣ ବୁଝ ?
A) ମୌଦ୍ରିକ ପରିବ୍ୟୟ
B) ବାସ୍ତବ ପରିବ୍ୟୟ
C) ଅର୍ଥନୈତିକ ପରିବ୍ୟୟ
D) ଉପରୋକ୍ତ ସମସ୍ତ
ଉତ୍ତର: C) ଅର୍ଥନୈତିକ ପରିବ୍ୟୟ
164. ନିମ୍ନୋକ୍ତ କେଉଁ ପରିବ୍ୟୟକୁ ନେଇ ଅର୍ଥନୈତିକ ପରିବ୍ୟୟ ଗଠିତ ?
A) ମୌଦ୍ରିକ ପରିବ୍ୟୟ
B) ବାସ୍ତବ ପରିବ୍ୟୟ
C) ସୁବ୍ୟକ୍ତ ଓ ଅବ୍ୟକ୍ତ ପରିବ୍ୟୟ
D) ଉଭୟ (i) ଓ (ii)
ଉତ୍ତର: C) ସୁବ୍ୟକ୍ତ ଓ ଅବ୍ୟକ୍ତ ପରିବ୍ୟୟ
165. ପ୍ରଚେଷ୍ଟା, ତ୍ୟାଗ, ଯନ୍ତ୍ରଣା, ଅସୁବିଧା ଆଦିକୁ କେଉଁ ପରିବ୍ୟୟ କୁହାଯାଏ ?
A) ବାସ୍ତବ ପରିବ୍ୟୟ
B) ଅତିରିକ୍ତ ପରିବ୍ୟୟ
C) ମୁଖ୍ୟ ପରିବ୍ୟୟ
D) ଉପରୋକ୍ତ ସମସ୍ତ
ଉତ୍ତର: A) ବାସ୍ତବ ପରିବ୍ୟୟ
166. ନିମ୍ନୋକ୍ତ କେଉଁଟି ଅବ୍ୟକ୍ତ ପରିବ୍ୟୟ ଅଟେ ?
A) ମଜୁରୀ
B) ବ୍ୟାଙ୍କ ସୁଧ
C) ନିଜ ଗୃହର ଅଧିବେଷ
D) ଉଭୟ (i) ଓ (ii)
ଉତ୍ତର: C) ନିଜ ଗୃହର ଅଧିବେଷ
167. ନିମ୍ନୋକ୍ତ କେଉଁଟି ସ୍ଥିର ପରିବ୍ୟୟର ଉଦାହରଣ
A) ପରିଚାଳକଙ୍କ ଦରମା
B) ଶ୍ରମିକଙ୍କ ମଜୁରୀ
C) କଞ୍ଚାମାଲ ବ୍ୟବହାର ନିମନ୍ତେ ଦେୟ
D) ଜାଳେଣି ଦେୟ
ଉତ୍ତର: A) ପରିଚାଳକଙ୍କ ଦରମା
168. ଉତ୍ପାଦର ପରିମାଣ ଶୂନ ହେଲେ ମୋଟ ସ୍ଥିର ପରିବ୍ୟୟ
A) ୦ ହୁଏ
B) ସର୍ବାଧିକ ହୁଏ
C) ଅପରିବର୍ତ୍ତିତ ରହେ
D) ହ୍ରାସପାଏ
ଉତ୍ତର: C) ଅପରିବର୍ତ୍ତିତ ରହେ
169. ଯଦି ଉତ୍ପାଦର ପରିମାଣ କ୍ରମାଗତ ବୃଦ୍ଧିପାଏ, ସ୍ଥିର ପରିବ୍ୟୟର ପରିମାଣ
A) ବୃଦ୍ଧିପାଏ
B) ହ୍ରାସପାଏ
C) ଅପରିବର୍ତ୍ତିତ ରହେ
D) କୌଣସିଟି ନୁହେଁ
ଉତ୍ତର: C) ଅପରିବର୍ତ୍ତିତ ରହେ
170. ଉତ୍ପାଦର ପରିମାଣ ବୃଦ୍ଧି ହେଲେ ହାରାହାରି ସ୍ଥିର ପରିବ୍ୟୟ
A) ହ୍ରାସ ପାଏ
B) ବୃଦ୍ଧିପାଏ
C) ସ୍ଥିର ରହେ
D) କୌଣସିଟି ନୁହେଁ
ଉତ୍ତର: A) ହ୍ରାସ ପାଏ
171. ହାରାହାରି ପରିବର୍ତ୍ତୀ ପରିବ୍ୟୟ ବକ୍ରର ଆକୃତି
A) ‘L’ ଆକୃତିବିଶିଷ୍ଟ
B) U ଆକୃତିବିଶିଷ୍ଟ
C) b ଆକୃତିବିଶିଷ୍ଟ
D) V ଆକୃତିବିଶିଷ୍ଟ
ଉତ୍ତର: B) U ଆକୃତିବିଶିଷ୍ଟ
172. ଉତ୍ପାଦ ପରିମାଣ ବୃଦ୍ଧିହେଲେ ହାରାହାରି ପରିବର୍ତ୍ତୀ ପରିବ୍ୟୟ ପ୍ରାଥମିକ ଅବସ୍ଥାରେ
A) ବୃଦ୍ଧିପାଏ
B) ସ୍ଥିର ରହେ
C) ହ୍ରାସପାଏ
D) କୌଣସିଟି ନୁହେଁ
ଉତ୍ତର: C) ହ୍ରାସପାଏ
173. ସ୍ବଳ୍ପକାଳରେ ମୋଟ ପରିବ୍ୟୟ କେଉଁ ପରିବ୍ୟୟକୁ ନେଇ ଗଠିତ
A) ସ୍ଥିର ପରିବ୍ୟୟ
B) ପରିବର୍ତ୍ତୀ ପରିବ୍ୟୟ
C) ସୀମାନ୍ତ ପରିବ୍ୟୟ
D) ଉଭୟ (i) ଓ (ii)
ଉତ୍ତର: D) ଉଭୟ (i) ଓ (ii)
174. ଯେତେବେଳେ ହାରାହାରି ହ୍ରାସ ପାଏ, ସେ ସମୟରେ ସୀମାନ୍ତ ପରିବ୍ୟୟ ବକ୍ର
A) ହାରାହାରି ପରିବ୍ୟୟ ବକ୍ରର ଉର୍ଦ୍ଧ୍ୱରେ ରହେ
B) ହାରାହାରି ପରିବ୍ୟୟର ନିମ୍ନରେ ରହେ
C) ସ୍ଥିର ରହେ
D) କୌଣସିଟି ନୁହେଁ
ଉତ୍ତର: B) ହାରାହାରି ପରିବ୍ୟୟର ନିମ୍ନରେ ରହେ
175. ନିମ୍ନୋକ୍ତ କେଉଁଟି ସ୍ଥିର ପରିବ୍ୟୟ ନୁହେଁ
A) କାରଖାନା ଗୃହ ନିମନ୍ତେ ଅଧିବେଷ
B) ପରିଚାଳକଙ୍କ ଦରମା
C) ଶ୍ରମିକଙ୍କ ମଜୁରୀ
D) ବିଦ୍ୟୁତ୍‌ଶକ୍ତି ଦେୟ
ଉତ୍ତର: C) ଶ୍ରମିକଙ୍କ ମଜୁରୀ
176. ନିମ୍ନୋକ୍ତ କେଉଁଟି ପରିବର୍ତ୍ତୀ ପରିବ୍ୟୟ ନୁହେଁ
A) ପୁଞ୍ଜି ନିମନ୍ତେ ସୁଧ
B) କଞ୍ଚାମାଲ ନିମନ୍ତେ ଦେୟ
C) ମଜୁରୀ
D) ପରିବହନ ବ୍ୟୟ
ଉତ୍ତର: A) ପୁଞ୍ଜି ନିମନ୍ତେ ସୁଧ
177. ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ
A) ପ୍ରାନ୍ତୀୟ ଆୟ ସହ ସମାନ
B) ପ୍ରାନ୍ତୀୟ ଆୟଠାରୁ ଅଧିକ
C) ପ୍ରାନ୍ତୀୟ ଆୟଠାରୁ କମ୍
D) କୌଣସି ସମ୍ପର୍କ ନାହିଁ
ଉତ୍ତର: A) ପ୍ରାନ୍ତୀୟ ଆୟ ସହ ସମାନ
178. ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ କ’ଣ ହୁଏ ?
A) ବୃଦ୍ଧିପାଏ
B) ହ୍ରାସପାଏ
C) ଶୂନ୍ୟ ହୁଏ
D) ଉପରୋକ୍ତ ସମସ୍ତ
ଉତ୍ତର: B) ହ୍ରାସପାଏ
179. ଯୋଗାଣକୁ ପ୍ରଭାବିତ କରୁଥିବା ଉପାଦାନଟି କ’ଣ ?
A) ଦ୍ରବ୍ୟର ଦର
B) ପରିବ୍ୟୟ
C) ଲାଭ ପ୍ରତ୍ୟାଶା
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
180. ଦୁଷ୍ପ୍ରାପ୍ୟ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣ ରେଖାର ଆକୃତି କିପରି ହୋଇଥାଏ ?
A) ଉଲମ୍ବ
B) ଆନୁଭୂମିକ
C) ନିମ୍ନଗାମୀ
D) ଉର୍ଦ୍ଧ୍ୱଗାମୀ
ଉତ୍ତର: A) ଉଲମ୍ବ
181. ବୈଷୟିକ ଜ୍ଞାନ କୌଶଳର ଉନ୍ନତି ହେଲେ ଯୋଗାଣ କି ପରିବର୍ତ୍ତନ ଘଟେ ।
A) ବୃଦ୍ଧିପାଏ
B) ହ୍ରାସପାଏ
C) ଅପରିବର୍ତ୍ତିତ ରହେ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ବୃଦ୍ଧିପାଏ
182. ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଏହାର ଯୋଗାଣ
A) ସ୍ଥିର ରୁହେ
B) ବୃଦ୍ଧିପାଏ
C) ହ୍ରାସ ପାଏ
D) କୌଣସିଟି ନୁହେଁ
ଉତ୍ତର: C) ହ୍ରାସ ପାଏ
183. ନିମ୍ନୋକ୍ତ କେଉଁଟି ଦ୍ରବ୍ୟ ଯୋଗାଣକୁ ପ୍ରଭାବିତ କରେ
A) ଦ୍ରବ୍ୟର ଦାମ୍
B) ପରିବ୍ୟୟ
C) ଉଭୟ (i) ଓ (ii)
D) କୌଣସିଟି ନୁହେଁ
ଉତ୍ତର: C) ଉଭୟ (i) ଓ (ii)
184. ଯୋଗାଣ ବକ୍ରର ଆକୃତି କିପରି ?
A) ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ
B) ବାମରୁ ଡାହାଣକୁ ନିମ୍ନଗାମୀ
C) ଆନୁଭୂମିକ ସରଳରେଖା
D) ଉପରୋକ୍ତ ସମସ୍ତ
ଉତ୍ତର: A) ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ
185. ନିମ୍ନୋକ୍ତ କେଉଁ କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେନାହିଁ ।
A) ବିରଳ ଦ୍ରବ୍ୟ
B) ପୁରୁଣା ଦ୍ରବ୍ୟ
C) ମୂଲ୍ୟବାନ ଦ୍ରବ୍ୟ
D) ଉପରୋକ୍ତ ସମସ୍ତ
ଉତ୍ତର: A) ବିରଳ ଦ୍ରବ୍ୟ
186. ଯୋଗାଣ ବକ୍ର କେଉଁ କାରଣ ଯୋଗୁ ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ?
A) ଲାଭ ପ୍ରତ୍ୟାଶା
B) ବିକ୍ରି ବୃଦ୍ଧି
C) ପରିବ୍ୟୟ ହ୍ରାସ
D) ଉପରୋକ୍ତ ସମସ୍ତ
ଉତ୍ତର: A) ଲାଭ ପ୍ରତ୍ୟାଶା

Post a Comment

أحدث أقدم