2021 (A)


'କ' – ବିଭାଗ


1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ : [1 X 25 = 25]


(a) ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞା କିଏ ପ୍ରଦାନ କରିଛନ୍ତି ?

(i) ଆଲଫ୍ରେଡ୍ ମାର୍ଶାଲ୍

(ii) ଆଡାମ୍ ସ୍ମିଥ୍

(iii) ଲିଓନେଲ୍ ରବିନ୍ସ

(iv) ସାମୁଏଲସନ୍


(b) ସମସ୍ତ ଅଭାବ ପୂରଣ କରିବା ନିମିତ୍ତ ସମ୍ବଳ :

(i) ଅସୀମ

(ii) ସୀମିତ

(iii) ପ୍ରଚୁର

(iv) କୌଣସିଟି ନୁହେଁ


(c) ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ କ’ଣ କୁହାଯାଏ ?

(i) ଉପଯୋଗିତା

(ii) ଅଭାବ

(iii) ଦ୍ରବ୍ୟ

(iv) କୌଣସିଟି ନୁହେଁ


(d) ଗୋଟିଏ ଦ୍ରବ୍ୟ ବା ସେବାର ଅଭାବ ପୂରଣ କରିବାର କ୍ଷମତାକୁ କ’ଣ କୁହାଯାଏ ?

(i) ଉପଯୋଗିତା

(ii) ଦ୍ରବ୍ୟ

(iii) ସେବା

(iv) ଉପଭୋଗ


(e) ଦ୍ରବ୍ୟ ଯାହାର ପ୍ରତ୍ୟକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରିବାର ଶକ୍ତି ଥାଏ ସେ ଦ୍ରବ୍ୟକୁ କ’ଣ କୁହାଯାଏ ?

(i) ଖାଉଟି ଦ୍ରବ୍ୟ

(ii) ଉତ୍ପାଦକ ଦ୍ରବ୍ୟ

(iii) ସର୍ବସାଧାରଣ ଦ୍ରବ୍ୟ

(iv) ଅନ୍ତର୍ବର୍ତ୍ତୀ ଦ୍ରବ୍ୟ


(f) ଜଣେ କାଠୁରିଆ କାଠଖଣ୍ଡକୁ ଚୌକି ତିଆରି କଲାବେଳେ କେଉଁ ଉପଯୋଗିତା ସୃଷ୍ଟି କରେ ?

(i) ସ୍ଥାନ ଉପଯୋଗିତା

(ii) ଆକାରଗତ ଉପଯୋଗିତା

(iii) ସେବା ଉପଯୋଗିତା

(iv) କୌଣସିଟି ନୁହେଁ


(g) ଡାକ୍ତରଙ୍କ ପାଇଁ ମୋଟର କାର :

(i) ଅତ୍ୟାବଶ୍ୟକ ଦ୍ରବ୍ୟ

(ii) ଆରାମଦାୟକ ଦ୍ରବ୍ୟ

(iii) ବିଳାସ ଦ୍ରବ୍ୟ

(iv) କୌଣସିଟି ନୁହେଁ


(h) କେକ୍‌ଟ୍ରେନ୍ :

(i) ବ୍ୟକ୍ତିଗତ ସମ୍ପଦ

(ii) ଜାତୀୟ ସମ୍ପଦ

(iii) ଅନ୍ତର୍ଜାତୀୟ ସମ୍ପଦ

(iv) କୌଣସିଟି ନୁହେଁ


(i) ଯେତେବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ, ସେତେବେଳେ ମୋଟ ଉପଯୋଗିତା :

(i) ବୃଦ୍ଧି ପାଏ

(ii) ହ୍ରାସ ପାଏ

(iii) ସ୍ଥିର ରହେ

(iv) ଶୂନ ହୁଏ


(j) ସାଧାରଣ ଭାବରେ ଚାହିଦା ରେଖାଟି :

(i) ନିମ୍ନଗାମୀ

(ii) ଉର୍ଦ୍ଧ୍ୱଗାମୀ

(iii) X-ଅକ୍ଷ ପ୍ରତି ଆନୁଭୂମିକ ସମାନ୍ତରାଳ

(iv) X-ଅକ୍ଷ ପ୍ରତି ଉଲମ୍ବ


(k) ଚାହିଦାର ଏକକ ସ୍ଥିତିସ୍ଥାପକ କ୍ଷେତ୍ରରେ ସ୍ଥିତିସ୍ଥାପକ ମୂଲ୍ୟ :

(i) ଶୂନ

(ii) ଏକ

(iii) ଅସୀମ

(iv) ଏକଠାରୁ ଅଧିକ


(l) ଯେତେବେଳେ ସୀମାନ୍ତ ଉପଯୋଗିତା ଶୂନ ହୁଏ, ସେତେବେଳେ ମୋଟ ଉପଯୋଗିତା :

(i) ଶୂନ ହୁଏ

(ii) ଋଣାତ୍ମକ ହୁଏ

(iii) ବୃଦ୍ଧି ପାଏ

(iv) ସର୍ବାଧିକ ହୁଏ


(m) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପନ ଚାହିଦା ସ୍ଥଳେ ଦର ସ୍ଥିତିସ୍ଥାପକ ମୂଲ୍ୟ :

(i) ଶୂନ ହୋଇଥାଏ

(ii) ଏକଠାରୁ ଅଧିକ ହୋଇଥାଏ

(iii) ଏକଠାରୁ କମ୍ ହୁଏ

(iv) ଅସୀମ ହୁଏ


(n) ଉତ୍ପାଦନରେ କ’ଣ ସୃଷ୍ଟି ହୋଇଥାଏ ?

(i) ଉପଭୋଗ

(ii) ଉପଯୋଗିତା

(iii) ବଣ୍ଟନ

(iv) ଉପଭୋଗ ମଧ୍ୟରୁ କୌଣସିଟି ନୁହେଁ


(o) ଦୀର୍ଘକାଳରେ ଉତ୍ପାଦନ ସାଧନଗୁଡ଼ିକ :

(i) ସ୍ଥିର

(ii) ପରିବର୍ତ୍ତୀ

(iii) କିଛି ସାଧନ ସ୍ଥିର

(iv) କିଛି ଅଂଶରେ ସ୍ଥିର


(p) ଯେତେବେଳେ ସୀମାନ୍ତ ଉତ୍ପାଦ ଶୂନ୍ୟ ହୁଏ, ସେତେବେଳେ ମୋଟ ଉତ୍ପାଦ :

(i) ସର୍ବନିମ୍ନ ହୁଏ

(ii) ଶୂନ ହୁଏ

(iii) ସର୍ବାଧିକ ହୁଏ

(iv) କୌଣସିଟି ନୁହେଁ


(q) ସ୍ୱଳ୍ପ କାଳରେ ଯେତେବେଳେ ଉତ୍ପାଦନର ବୃଦ୍ଧି ଘଟେ ସେତେବେଳେ ହାରାହାରି ସ୍ଥିର ପରିବ୍ୟୟ କ’ଣ ହୁଏ ?

(i) ବୃଦ୍ଧି ପାଏ

(ii) ହ୍ରାସ ପାଏ

(iii) ସ୍ଥିର ରହେ

(iv) କୌଣସିଟି ନୁହେଁ


(r) ଉତ୍ପାଦନ ପରିବର୍ତ୍ତନରେ ଯେଉଁ ପରିବ୍ୟୟ ପରିବର୍ତ୍ତନ ହୁଏ ତାହା :

(i) ସ୍ଥିର ପରିବ୍ୟୟ

(ii) ପରିବର୍ତ୍ତୀ ପରିବ୍ୟୟ

(iii) ବିକଳ୍ପ ପରିବ୍ୟୟ

(iv) କୌଣସିଟି ନୁହେଁ


(s) ଯୋଗାଣ ବକ୍ରରେଖାର ଆକାର :

(i) ଉର୍ଦ୍ଧ୍ୱଗାମୀ

(ii) ନିମ୍ନଗାମୀ

(iii) ଆନୁଭୂମିକ

(iv) ଉଲମ୍ବ


(t) କେଉଁ ବଜାରରେ ଅନେକ ସଂଖ୍ୟକ କ୍ରେତା ଓ ବିକ୍ରେତା ଥାଆନ୍ତି ?

(i) ଏକାଧିକାର

(ii) ପୂର୍ଣ୍ଣ ପ୍ରତିଯୋଗିତା

(iii) ଅଳ୍ପାଧିକାର

(iv) କୌଣସିଟି ନୁହେଁ


(u) ଏକାଧିକାର ବଜାରରେ :

(i) ବିପୁଳ ସଂଖ୍ୟକ ବିକ୍ରେତା ଥାଆନ୍ତି

(ii) ଅଳ୍ପ ସଂଖ୍ୟକ ବିକ୍ରେତା ଥାଆନ୍ତି

(iii) ଦୁଇଜଣ ବିକ୍ରେତା ଥାଆନ୍ତି

(iv) ମାତ୍ର ଜଣେ ବିକ୍ରେତା ଥାଆନ୍ତି


(v) କେଉଁ ବଜାରରେ ଦାମ୍ ସମରୂପ ଥାଏ ?

(i) ଏକାଧିକାର

(ii) ପୂର୍ଣ୍ଣ ପ୍ରତିଯୋଗିତା

(iii) ଏକାଧିକାରମୂଳକ ପ୍ରତିଯୋଗିତା

(iv) ଅଳ୍ପାଧିକାର


(w) ସମଷ୍ଟି ଅର୍ଥଶାସ୍ତ୍ରର ଜନକ ଭାବରେ କିଏ ପରିଚିତ ?

(i) ଜେ.ଏମ୍. କେନ୍ସ

(ii) ଆଡାମ୍ ସ୍ମିଥ୍

(iii) ଡେଭିଡ୍ ରିକାର୍ଡୋ

(iv) କୌଣସିଟି ନୁହେଁ


(x) ଯେଉଁ ଅଧ୍ୟୟନ ସରକାରୀ ଆୟ ଓ ବ୍ୟୟ ସହ ସମ୍ପୃକ୍ତ ତାହା :

(i) ରାଷ୍ଟ୍ରବିତ୍ତ

(ii) ପରୋକ୍ଷ ବିତ୍ତ

(iii) ସ୍ଥାନୀୟ ବିତ୍ତ

(iv) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ


(y) କେଉଁ ପ୍ରକାର ବଜେଟ୍‌ରେ ସରକାରଙ୍କ ଆୟ ଓ ବ୍ୟୟ ସମାନ ରହିଥାଏ ?

(i) ବଳକା ବଜେଟ୍

(ii) ନିଅଣ୍ଟିଆ ବଜେଟ୍

(iii) ସମତୁଲ ବଜେଟ୍

(iv) କୌଣସିଟି ନୁହେଁ


2. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ : [1 X 25 = 25]


(a) ଅର୍ଥଶାସ୍ତ୍ରର ଦୁର୍ଲଭତା ସଂଜ୍ଞା କିଏ ପ୍ରଦାନ କରିଛନ୍ତି ?

(i) ଆଡାମ୍ ସ୍ମିଥ୍

(ii) ଲିଓନେଲ୍ ରବିନ୍ସ

(iii) ସାମୁଏଲସନ୍

(iv) ଆଲଫ୍ରେଡ୍ ମାର୍ଶାଲ୍


(b) ଗୋଟିଏ ଅର୍ଥବ୍ୟବସ୍ଥାର ସୀମିତ ଉତ୍ପାଦନକ୍ଷମ ସମ୍ବଳର :

(i) ବିକଳ୍ପ ବ୍ୟବହାର ଅଛି

(ii) କେବଳ ନିର୍ଦ୍ଦିଷ୍ଟ ବ୍ୟବହାର ଅଛି

(iii) ବହୁବିଧ ବ୍ୟବହାର ଅଛି

(iv) ଉପରୋକ୍ତ ସମସ୍ତ


(c) ଯେଉଁ ଦ୍ରବ୍ୟ ପରୋକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାହା :

(i) ସର୍ବସାଧାରଣ ଦ୍ରବ୍ୟ

(ii) ଖାଉଟି ଦ୍ରବ୍ୟ

(iii) ଉତ୍ପାଦକ ଦ୍ରବ୍ୟ

(iv) ଅନ୍ତର୍ବର୍ତ୍ତୀ ଦ୍ରବ୍ୟ


(d) ବାୟୁର କେଉଁ ବୈଶିଷ୍ଟ୍ୟ ନ ଥିବାରୁ ତାହାକୁ ସମ୍ପଦ ବୋଲି କୁହାଯାଏ ନାହିଁ ?

(i) ସ୍ୱଳ୍ପତା

(ii) ଉପଯୋଗିତା

(iii) ବିକ୍ରୟ ଯୋଗ୍ୟତା

(iv) ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ


(e) ଉପଯୋଗିତାର ଧ୍ୱଂସ କ’ଣ ଭାବରେ ଜଣାଶୁଣା ?

(i) ଉତ୍ପାଦନ

(ii) ବଣ୍ଟନ

(iii) ଉପଭୋଗ

(iv) ବିନିମୟ


(f) ନିମ୍ନଲିଖ୍ତ ମଧ୍ୟରୁ କେଉଁ ଗୋଟିଏ ସର୍ବସାଧାରଣ ଦ୍ରବ୍ୟ ନୁହେଁ ?

(i) ବସ୍‌ଷ୍ଟାଣ୍ଡ

(ii) ସ୍କୁଲ

(iii) ଡାକ୍ତରଖାନା

(iv) ତୁମର ହାତଘଣ୍ଟା


(g) ସମସୀମାନ୍ତ ଉପଯୋଗିତା ସୂତ୍ରଟିକୁ ଅନ୍ୟ ଭାଷାରେ କ’ଣ କୁହାଯାଏ ?

(i) ପ୍ରତିସ୍ଥାପନ ସୂତ୍ର

(ii) କ୍ରମହ୍ରାସମାନ ଉପଯୋଗିତା ସୂତ୍ର

(iii) ଖାଉଟିର ବଳକା ସୂତ୍ର

(iv) ଚାହିଦା ସୂତ୍ର


(h) ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦା :

(i) ପ୍ରତିସ୍ଥାପନ

(ii) ଅସ୍ଥିତିସ୍ଥାପକ

(iii) ଏକକ ସ୍ଥିତିସ୍ଥାପକ

(iv) ଅତ୍ୟୁଚ୍ଚ ସ୍ଥିତିସ୍ଥାପକ


(i) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ସ୍ଥଳେ, ସ୍ଥିତିସ୍ଥାପକତାର ମୂଲ୍ୟ କେତେ ?

(i) ଏକ

(ii) ଏକ ରୁ ଅଧିକ

(iii) ଏକ ରୁ କମ୍

(iv) ଅସୀମ


(j) ଚାହିଦା ସୂତ୍ର ଅନୁସାରେ ଯଦି କୌଣସି ଦ୍ରବ୍ୟର ଦର ବଢ଼େ ତେବେ ଦ୍ରବ୍ୟ ପ୍ରତି ଚାହିଦା ପରିମାଣ :

(i) ବୃଦ୍ଧି ପାଏ

(ii) ହ୍ରାସ ପାଏ

(iii) ସ୍ଥିର ରହିବ

(iv) କୌଣସିଟି ନୁହେଁ


(k) ‘ଗିଫେନ୍ ଦ୍ରବ୍ୟ’ କ୍ଷେତ୍ରରେ ଚାହିଦା ରେଖା କିପରି ହୁଏ ?

(i) ନିମ୍ନଗାମୀ

(ii) ଉର୍ଦ୍ଧ୍ୱଗାମୀ

(iii) ସମାନ୍ତର

(iv) ଉଲମ୍ବ


(l) ଉତ୍ପାଦନର ସାଧନ ଓ ଉତ୍ପାଦ ମଧ୍ୟରେ ଥିବା ସମ୍ପର୍କକୁ :

(i) ଉତ୍ପାଦନ ଫଳନ କୁହାଯାଏ

(ii) ଉପଭୋଗ ଫଳନ କୁହାଯାଏ

(iii) ଚାହିଦା ଫଳନ କୁହାଯାଏ

(iv) ଉପଯୋଗିତା ଫଳନ କୁହାଯାଏ


(m) କ୍ରମହ୍ରାସମାନ ଉତ୍ପତ୍ତି ସୂତ୍ରଟି କେଉଁ କ୍ଷେତ୍ର ପାଇଁ ଅଧିକ ପ୍ରଯୁଜ୍ୟ ?

(i) ଶିଳ୍ପ

(ii) କୃଷି

(iii) ସେବା

(iv) ବାଣିଜ୍ୟ ବ୍ୟବସାୟ


(n) ଅର୍ଥନୈତିକ ପରିବ୍ୟୟ ହେଉଛି ଦୃଶ୍ୟମାନ ପରିବ୍ୟୟ ଯୁକ୍ତ :

(i) ପରିବର୍ତ୍ତୀ ପରିବ୍ୟୟ

(ii) ସାମାଜିକ ପରିବ୍ୟୟ

(iii) ହାରାହାରି ପରିବ୍ୟୟ

(iv) ଲୁକ୍କାୟିତ ପରିବ୍ୟୟ


(o) ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ହାରାହାରି ରାଜସ୍ୱ ରେଖାଟି :

(i) ନିମ୍ନଗାମୀ

(ii) ଉର୍ଦ୍ଧ୍ୱଗାମୀ

(iii) ଉଲମ୍ବ

(iv) X-ଅକ୍ଷ ସହିତ ସମାନ୍ତରାଳ


(p) ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ହାରାହାରି ରାଜସ୍ୱ କାହା ସହିତ ସମାନ :

(i) ସୀମାନ୍ତ ରାଜସ୍ୱ

(ii) ସୀମାନ୍ତ ପରିବ୍ୟୟ

(iii) ହାରାହାରି ପରିବ୍ୟୟ

(iv) କୌଣସିଟି ନୁହେଁ


(q) କେଉଁ ବଜାରରେ ନୂତନ ପ୍ରତିଷ୍ଠାନମାନଙ୍କର ପ୍ରବେଶ ସମ୍ଭବ ନୁହେଁ ?

(i) ପୂର୍ଣ୍ଣ ପ୍ରତିଯୋଗିତା

(ii) ଏକାଧିକାର

(iii) ଏକାଧିକାର ମୂଳକ

(iv) କୌଣସିଟି ନୁହେଁ


(r) ଯୋଗାଣ ସ୍ଥିର ଥାଇ ଚାହିଦା ବୃଦ୍ଧି ପାଇଲେ ଦର :

(i) ସ୍ଥିର ରହେ

(ii) ବୃଦ୍ଧି ପାଏ

(iii) ହ୍ରାସ ପାଏ

(iv) ବର୍ତ୍ତମାନ ମଧ୍ୟରୁ କୌଣସିଟି ନୁହେଁ


(s) ହାରାହାରି ପରିବ୍ୟୟ = ହାରାହାରି ସ୍ଥିର ପରିବ୍ୟୟ + ? :

(i) ସୀମାନ୍ତ ପରିବ୍ୟୟ

(ii) ଅର୍ଥନୈତିକ ପରିବ୍ୟୟ

(iii) ହାରାହାରି ପରିବର୍ତ୍ତୀ ପରିବ୍ୟୟ

(iv) ଉତ୍ପାଦିତ ପରିବ୍ୟୟ


(t) ବିବିଧ ବ୍ୟବହାର ଥିବା ଦ୍ରବ୍ୟର ସ୍ଥିତିସ୍ଥାପକତା :

(i) ଅସ୍ଥିତିସ୍ଥାପକ

(ii) ଅତ୍ୟୁଚ୍ଚ ସ୍ଥିତିସ୍ଥାପକ

(iii) କମ୍ ସ୍ଥିତିସ୍ଥାପକ

(iv) ଏକକ ସ୍ଥିତିସ୍ଥାପକ


(u) ସାର୍ବଜନୀନ ଦର କାହା ସହ ସମ୍ପୃକ୍ତ ?

(i) ବଜାର କାଳ

(ii) ସ୍ୱଳ୍ପ କାଳ

(iii) ଦୀର୍ଘ କାଳ

(iv) କୌଣସିଟି ନୁହେଁ


(v) ଯେତେବେଳେ ଯୋଗାଣ ସ୍ଥିର ଥାଇ ଚାହିଦାର ହ୍ରାସ ଘଟେ ସେତେବେଳେ ଦାମ୍ :

(i) ହ୍ରାସ ପାଇବ

(ii) ବୃଦ୍ଧି ପାଇବ

(iii) ସ୍ଥିର ରହିବ

(iv) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ


(w) ସମଷ୍ଟି ଅର୍ଥନୀତି କ’ଣ ଅଧ୍ୟୟନ କରେ ?

(i) ସମୁଦାୟ ଅର୍ଥବ୍ୟବସ୍ଥା

(ii) ଗୋଟିଏ ପ୍ରତିଷ୍ଠାନ

(iii) ଗୋଟିଏ ଉପଭୋକ୍ତା

(iv) କୌଣସିଟି ନୁହେଁ


(x) ରାଷ୍ଟ୍ରବିତ୍ତ କହିଲେ କ’ଣ ବୁଝ ?

(i) ରାଷ୍ଟ୍ରୀୟ ଆୟ-ବ୍ୟୟ ବା ସରକାରୀ ଆୟ-ବ୍ୟୟ

(ii) ରାଷ୍ଟ୍ରୀୟ ବ୍ୟୟ

(iii) ରାଜସ୍ୱ ବ୍ୟୟ

(iv) ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ


(y) ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେଉଁ ବଜେଟ୍ ଅଧିକ ଫଳପ୍ରଦ ?

(i) ବଳକା ବଜେଟ୍

(ii) ନିଅଣ୍ଟିଆ ବଜେଟ୍

(iii) ସମତୁଲ ବଜେଟ୍

(iv) କୌଣସିଟି ନୁହେଁ


'ଖ' – ବିଭାଗ


3. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨ ରୁ ୩ଟି ବାକ୍ୟ ମଧ୍ୟରେ ଲେଖ । ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ୯ଟିର ଉତ୍ତର ଦିଅ : [2 X 9 = 18]


(a) ଲିଓନେଲ୍ ରବିନ୍ସଙ୍କ ପ୍ରଦତ୍ତ ଅର୍ଥଶାସ୍ତ୍ର ସଂଜ୍ଞାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଲେଖ ।

(b) ଗୋଟିଏ ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ କ’ଣ ?

(c) ଅତ୍ୟାବଶ୍ୟକୀୟ ଅଭାବ କହିଲେ ତୁମେ କ’ଣ ବୁଝ ?

(d) ମୁକ୍ତ ବା ଅବାଧଲବ୍ଧ ଦ୍ରବ୍ୟ କହିଲେ କ’ଣ ବୁଝ ?

(e) ଆକାରଗତ ଉପଯୋଗିତା କ’ଣ ?

(f) ସମ୍ପଦର ବୈଶିଷ୍ଟ୍ୟଗୁଡ଼ିକ କ’ଣ ?

(g) ସୀମାନ୍ତ ଉପଯୋଗିତା କ’ଣ ?

(h) ଚାହିଦା ସୂତ୍ର କ’ଣ ?

(i) ଚାହିଦାର ସ୍ଥିତିସ୍ଥାପକତାର ଅର୍ଥ ଲେଖ ।

(j) ହାରାହାରି ପରିବ୍ୟୟ କହିଲେ ତୁମେ କ’ଣ ବୁଝ ?

(k) ପୂର୍ଣ୍ଣ ପ୍ରତିଯୋଗିତାର କିଛି ବୈଶିଷ୍ଟ୍ୟ ଲେଖ ।

(l) ଏକାଧିକାରମୂଳକ ପ୍ରତିଯୋଗିତା କ’ଣ ?

(m) ସମଷ୍ଟି ଅର୍ଥନୀତି ଏବଂ ବ୍ୟଷ୍ଟି ଅର୍ଥନୀତି ମଧ୍ୟରେ ଥିବା ପାର୍ଥକ୍ୟ ଲେଖ ।

(n) ରାଜସ୍ୱ ବିଲ ଓ ବ୍ୟକ୍ତିଗତ ବିଲ ଉପରେ ଲେଖ ।

(o) ବଜେଟ୍‌ର ପ୍ରକାରଭେଦ ଲେଖ ।


4. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ଚାରୋଟିର ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ୫ଟି ବାକ୍ୟ ମଧ୍ୟରେ ସୀମିତ ରଖ : [3 X 4 = 12]


(a) ଖାଉଟି ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ

(b) ସ୍ଥିତିସ୍ଥାପକ ଏବଂ ଅସ୍ଥିତିସ୍ଥାପକ ଚାହିଦା

(c) ମୂଲ୍ୟ ଓ ଦର

(d) ବର୍ତ୍ତମାନ ଉତ୍ପତ୍ତି ଏବଂ କ୍ରମହ୍ରାସମାନ ଉତ୍ପତ୍ତି

(e) ଲେଖା ପରିବ୍ୟୟ ଏବଂ ଅର୍ଥନୈତିକ ପରିବ୍ୟୟ

(f) ହାରାହାରି ରାଜସ୍ୱ ଏବଂ ସୀମାନ୍ତ ରାଜସ୍ୱ

(g) ପୂର୍ଣ୍ଣ ପ୍ରତିଯୋଗିତା ଏବଂ ଏକାଧିକାର


'ଗ' – ବିଭାଗ


ନିମ୍ନଲିଖ୍ତ ଦୀର୍ଘ ଉତ୍ତର ସାପେକ୍ଷ ପ୍ରଶ୍ନଗୁଡ଼ିକ ମଧ୍ୟରୁ ଯେକୌଣସି ଚାରୋଟିର ଉତ୍ତର ଦିଅ : [5 X 4 = 20]


5. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରଟି ବ୍ୟାଖ୍ୟା କର ।

6. ଚାହିଦାର ଅର୍ଥ ବୁଝାଅ । ଦ୍ରବ୍ୟର ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକୁ ବର୍ଣ୍ଣନା କର ।

7. ଚାହିଦାର ଦର ସ୍ଥିତିସ୍ଥାପକତା କହିଲେ କ’ଣ ବୁଝ ? ଚାହିଦାର ଦର ସ୍ଥିତିସ୍ଥାପକତା ତୁମେ କିପରି ମାପିବ ?

8. ପରିବର୍ତ୍ତନୀୟ ଅନୁପାତ ସୂତ୍ର ବୁଝାଅ ।

9. ସ୍ୱଳ୍ପକାଳୀନ ହାରାହାରି ପରିବ୍ୟୟ ଓ ସୀମାନ୍ତ ପରିବ୍ୟୟ ମଧ୍ୟରେ ଥିବା ସମ୍ପର୍କ ବୁଝାଅ ।

10. ଯୋଗାଣ ସୂତ୍ର ବ୍ୟାଖ୍ୟା କର ।

11. ଏକାଧିକାର କ’ଣ ? ଏକାଧିକାର ବଜାରର ବୈଶିଷ୍ଟ୍ୟଗୁଡ଼ିକ ବର୍ଣ୍ଣନା କର ।

12. ବଜେଟ୍ କ’ଣ ? ବଜେଟ୍‌ର ଉଦ୍ଦେଶ୍ୟ ଆଲୋଚନା କର ।

Post a Comment

أحدث أقدم