2016 (A)
'କ' – ବିଭାଗ
ସମସ୍ତ ପ୍ରଶ୍ନର ଉତ୍ତର ଦିଅ ।
1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ : [1 X 15 = 15]
(a) Out of Syllabus
(b) ନିମ୍ନଲିଖ୍ତ ମଧ୍ୟରୁ କେଉଁ ପଦ୍ଧତି ଋଣ ପ୍ରଦାନ ନିମିତ୍ତ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଦ୍ୱାରା ଗ୍ରହଣ କରାଯାଏ ?
(i) ଅଗ୍ରୀମ ଉଠାଣ
(ii) ପ୍ରତ୍ୟକ୍ଷ ଋଣ
(iii) ନଗଦ ଋଣ
(iv) ଉପରୋକ୍ତ ସମସ୍ତ
(c) ସାମୂହିକ ବ୍ୟୟ (ଉପଭୋଗ + ନିବେଶ) ରେଖାର ଆକାର ହେଲା :
(i) ଉଲମ୍ବ
(ii) ଉର୍ଦ୍ଧ୍ୱଗାମୀ
(iii) ଆନୁଭୂମିକ
(iv) ନିମ୍ନଗାମୀ
(d) ଚାହିଦାର ଦର ସ୍ଥିତିସ୍ଥାପକତା ଅର୍ଥ :
(i) ଦର ପରିବର୍ତ୍ତନ ପ୍ରଭାବରେ ଚାହିଦା ପରିବର୍ତ୍ତନର ପ୍ରବଣତା
(ii) ଦର ପରିବର୍ତ୍ତନ ଯୋଗୁଁ ଚାହିଦାର ଦିଗ ପରିବର୍ତ୍ତନ
(iii) ଗୋଟିଏ ଚାହିଦା ରେଖାରୁ ଅନ୍ୟ ଚାହିଦା ରେଖାକୁ ଗତି
(iv) ଏକ ତୁଳନାତ୍ମକ ଦରରେ ନିର୍ଦ୍ଦିଷ୍ଟ ଆନୁପାତିକ ପରିବର୍ତ୍ତନ ହେତୁ ଏହାର ଚାହିଦା ପରିମାଣରେ ଆନୁପାତିକ ପରିବର୍ତ୍ତନ
(e) Out of Syllabus
(f) ଯଦି ବଜାର ଦରରେ ମୋଟ ଜାତୀୟ ଉତ୍ପାଦ 250 କୋଟି ଟଙ୍କା; ନିଟ ପରୋକ୍ଷ କର 15 କୋଟି ଟଙ୍କା, ସ୍ଥାୟୀ ପୁଞ୍ଜିର ଉପଭୋଗ 10 କୋଟି ଟଙ୍କା ହୁଏ, ତେବେ ଉତ୍ପାଦନ ବ୍ୟୟରେ ନିଟ ଜାତୀୟ ଉତ୍ପାଦର ମୂଲ୍ୟ କେତେ ?
(i) 275 କୋଟି ଟଙ୍କା
(ii) 225 କୋଟି ଟଙ୍କା
(iii) 255 କୋଟି ଟଙ୍କା
(iv) 245 କୋଟି ଟଙ୍କା
(g) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇ ନଥାଏ ?
(i) କର୍ମଚାରୀମାନଙ୍କ କ୍ଷତିପୂରଣ
(ii) କାର୍ଯ୍ୟାଳୟ ଉପକରଣ
(iii) ଅବଶେଷ ଆୟ
(iv) ମିଶ୍ରିତ ଆୟ
(h) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟ ?
(i) ଜମା ଗ୍ରହଣ
(ii) ଋଣ ପ୍ରଦାନ
(iii) ମୁଦ୍ରା ପ୍ରଚଳନ
(iv) ଋଣ ସୃଷ୍ଟି
(i) ହାରାହାରି ସ୍ଥିର ପରିବ୍ୟୟ ରେଖାର ଆକାର ହେଲା :
(i) ଉଲମ୍ବ
(ii) ଆୟତକାର ପରାବଳୟ
(iii) ଆନୁଭୂମିକ
(iv) ଉର୍ଦ୍ଧ୍ୱଗାମୀ
(j) Out of Syllabus
(k) ଏକାଧିକାରମୂଳକ ପ୍ରତିଯୋଗିତାର ଅନନ୍ୟ ବୈଶିଷ୍ଟ୍ୟ ହେଲା :
(i) ଏକମାତ୍ର ବିକ୍ରେତା
(ii) ଦ୍ରବ୍ୟର ବିଭେଦୀକରଣ
(iii) ବଜାର ପ୍ରବେଶରେ କଟକଣା
(iv) ଏକକ ଦର
(l) Out of Syllabus
(m) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ ନୁହେଁ ?
(i) ଅଭାବ ଅସୀମ
(ii) ଅଭାବଗୁଡ଼ିକ ପ୍ରତିଯୋଗୀ
(iii) ଅଭାବ ସମ୍ପୂର୍ଣ୍ଣ ପରିତୃପ୍ତକ୍ଷମ
(iv) ଅଭାବଗୁଡ଼ିକ ଯୌଗପଦିକ
(n) ମାନବୀୟ ଅଭାବର ଅର୍ଥ ହେଲା :
(i) ଗୋଟିଏ ଦ୍ରବ୍ୟରୁ ପ୍ରାପ୍ତ ଉପଯୋଗିତା
(ii) ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛା
(iii) ଦ୍ରବ୍ୟ ସନ୍ନିହିତ ଉପଯୋଗିତାର ଉପଭୋଗ
(iv) ଗୋଟିଏ ଦ୍ରବ୍ୟର ମୂଲ୍ୟ
(o) ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦାର ସାଂଖ୍ୟିକ ମୂଲ୍ୟ ହେଲା :
(i) e > 1
(ii) ଶୂନ୍ୟ (e = 0)
(iii) ଏକରୁ କମ୍ (e < 1)
(iv) ଏକରୁ ଅଧିକ (e > 1)
2. ନିମ୍ନଲିଖ୍ତ ଉକ୍ତିଗୁଡ଼ିକର ସତ୍ୟତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି, ସେଗୁଡ଼ିକୁ ସଂଶୋଧନ କର । [1 X 15 = 15]
(a) Out of Syllabus
(b) Out of Syllabus
(c) ଅଭାବର ନିୟନ୍ତ୍ରଣ ଚାହିଦାରେ ନିଅଣ୍ଟିଆ ବଜେଟ୍ ପ୍ରସ୍ତୁତ ହୋଇଥାଏ ।
(d) ଗୋଟିଏ ଦ୍ରବ୍ୟର ଅଭାବ ପରିପୂର୍ତ୍ତି କ୍ଷମତାକୁ ମୂଲ୍ୟ କୁହାଯାଏ ।
(e) Out of Syllabus
(f) ସ୍ଥାୟୀ ପୁଞ୍ଜିର ମୂଲ୍ୟ ହ୍ରାସ ନିଟ ଲାଭର ଏକ ଅଂଶ ।
(g) ଅସ୍ଥାୟୀ ଆୟ ଦେଶଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ ।
(h) ଏକ ନିର୍ଦ୍ଦିଷ୍ଟ ଅବଧୂ ପୂର୍ବରୁ ଚାଲୁ ଜମାରୁ ଟଙ୍କା ଉଠାଇ ହୁଏନାହିଁ ।
(i) ଉଦ୍ୟୋଗାତ୍ମକ ବ୍ୟବସାୟରେ ନିୟୋଜିତ ନିଜସ୍ୱ ପୁଞ୍ଜିର ଆରୋପିତ ପରିବ୍ୟୟକୁ ପ୍ରତ୍ୟକ୍ଷ ପରିବ୍ୟୟ କୁହାଯାଏ ।
(j) ପୂର୍ଣ୍ଣ ପ୍ରତିଯୋଗିତାରେ ହାରାହାରି ଆୟ ସୀମାନ୍ତ ଆୟ ସହ ସମାନ ହୋଇଥାଏ ।
(k) ଅଳ୍ପାଧିକାରରେ ବିପୁଳ ସଂଖ୍ୟକ ବିକ୍ରେତା ଥାନ୍ତି ।
(l) ସାଧାରଣତଃ ଯୋଗାଣ ରେଖାର ଆକୃତି ଉଲମ୍ବ ହୋଇଥାଏ ।
(m) ପାଉଁରୁଟି କାରଖାନା ପାଇଁ ଖାଦ୍ୟ ଏକ ଅନ୍ତିମ ଦ୍ରବ୍ୟ ।
(n) ଚାହିଦା ରେଖା।ରେ ଗତିକୁ ଚାହିଦାରେ ପରିବର୍ତ୍ତନ କୁହାଯାଏ ।
(o) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ, ଚାହିଦା ରେଖା ଆନୁଭୂମିକ ହୋଇଥାଏ ।
'ଖ' – ବିଭାଗ
3. ପ୍ରତ୍ୟେକ କ୍ଷେତ୍ରରେ ଦୁଇଟିରୁ ତିନୋଟି ବାକ୍ୟ ମଧ୍ୟରେ ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ୧୧ଟିର ଉତ୍ତର ଦିଅ : [2 X 11 = 22]
(a) ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କ’ଣ ?
(b) ପରିବର୍ତ୍ତୀ ପରିବ୍ୟୟ କ’ଣ ?
(c) ଦର କ’ଣ ?
(d) ସଞ୍ଚୟନ କର କ’ଣ ?
(e) Out of Syllabus
(f) ଏକାଧିକାର କ’ଣ ?
(g) ପୁଞ୍ଜିବ୍ୟୟ କ’ଣ ?
(h) ସୀମାନ୍ତ ପରିବ୍ୟୟ କହିଲେ କ’ଣ ବୁଝାଯାଏ ?
(i) ବାସ୍ତବ ମୋଟ ଘରୋଇ ଉତ୍ପାଦ କହିଲେ କ’ଣ ବୁଝାଯାଏ ?
(j) Out of Syllabus
(k) ଋଣ ନିୟନ୍ତ୍ରଣ କ’ଣ ?
(l) ଉପଭୋଗ କ’ଣ ?
(m) ଅତ୍ୟାବଶ୍ୟକ ଦ୍ରବ୍ୟ କ’ଣ ?
(n) ବ୍ୟକ୍ତିଗତ ଚାହିଦା ସୂଚୀ କ’ଣ ?
4. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ଛଅଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ୫ଟି ବାକ୍ୟରେ ସୀମିତ ରଖ : [3 X 6 = 18]
(a) ମୌଦ୍ରିକ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ
(b) ରାଜସ୍ୱ ବ୍ୟୟ ଓ ପୁଞ୍ଜି ବ୍ୟୟ
(c) ଘରୋଇ ଉତ୍ପାଦ ଓ ଜାତୀୟ ଉତ୍ପାଦ
(d) କାଳଗତ ଉପଯୋଗିତା ଓ ସ୍ଥାନଗତ ଉପଯୋଗିତା
(e) Out of Syllabus
(f) ସ୍ୱଳ୍ପକାଳ ଓ ଦୀର୍ଘକାଳ
(g) ଭୌତିକ ଦ୍ରବ୍ୟ ଓ ଅଭୌତିକ ଦ୍ରବ୍ୟ
(h) ବଜାର ଦର ଓ ସ୍ୱାଭାବିକ ଦର
'ଗ' – ବିଭାଗ
ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ତିନୋଟିର ଉତ୍ତର ଦିଅ । [7.5 X 4 = 30]
5. ମୁଦ୍ରାର କାର୍ଯ୍ୟାବଳୀ ଆଲୋଚନା କର ।
6. ଉତ୍ପାଦ ପଦ୍ଧତିରେ ଜାତୀୟ ଆୟର ପରିମାପ ଆଲୋଚନା କର ।
7. କେନ୍ସଙ୍କ ଆୟ ନିର୍ଦ୍ଧାରଣ ସରଳତତ୍ତ୍ୱ ବ୍ୟାଖ୍ୟା କର ।
8. ପରିବର୍ତ୍ତୀ ଅନୁପାତ ସୂତ୍ରଟିର ବ୍ୟାଖ୍ୟା କର ।
9. Out of Syllabus
10. ଚାହିଦା ସୂତ୍ର ବ୍ୟାଖ୍ୟା କର ।

Post a Comment