2015 (A)

'କ' – ବିଭାଗ

1. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ : [1 X 15 = 15]

(a) ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ ହୁଏ, ସେତେବେଳେ ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ ମଧ୍ୟରେ କ’ଣ ସମ୍ପର୍କ ଥାଏ ?

(i) ହାରାହାରି ଉତ୍ପାଦ = ସୀମାନ୍ତ ଉତ୍ପାଦ

(ii) ହାରାହାରି ଉତ୍ପାଦ > ସୀମାନ୍ତ ଉତ୍ପାଦ

(iii) ହାରାହାରି ଉତ୍ପାଦ < ସୀମାନ୍ତ ଉତ୍ପାଦ

(iv) ଉପରୋକ୍ତ କୌଣସିଟି ନୁହେଁ


(b) ଯଦି 5 ଟି ଏକକ ଉତ୍ପାଦର ହାରାହାରି ପରିବ୍ୟୟ 17 ଟଙ୍କା ଓ 6 ଟି ଏକକ ଉତ୍ପାଦର ହାରାହାରି ପରିବ୍ୟୟ 18 ଟଙ୍କା ହୁଏ, ତେବେ ସୀମାନ୍ତ ପରିବ୍ୟୟ କେତେ ?

(i) 1 ଟଙ୍କା

(ii) 35 ଟଙ୍କା

(iii) 23 ଟଙ୍କା

(iv) 25 ଟଙ୍କା


(c) ଅତି ସ୍ୱଳ୍ପକାଳରେ ପ୍ରଚଳିତ ଦରକୁ କୁହାଯାଏ :

(i) ସ୍ୱାଭାବିକ ଦର

(ii) ବଜାର ଦର

(iii) ଆଦର୍ଶ ଦର

(iv) ସ୍ଥିର ଦର


(d) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ଅଳ୍ପାଧିକାରର ବୈଶିଷ୍ଟ୍ୟ ?

(i) ଏକମାତ୍ର ବିକ୍ରେତା

(ii) ସାଧନ ଦର ନିର୍ଦ୍ଧାରଣ ନୀତି

(iii) ବିଜ୍ଞାପନ ପରିବ୍ୟୟ

(iv) ଏକମାତ୍ର କ୍ରେତା


(e) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ନିକଟ ମୁଦ୍ରା ନୁହେଁ ?

(i) ମିଆଦୀ ଜମା

(ii) ବିନିମୟ ପତ୍ର

(iii) ୧୦୦ ଟଙ୍କିଆ ନୋଟ୍

(iv) ସରକାରୀ ବଣ୍ଡପତ୍ର


(f) Out of Syllabus


(g) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ବଜେଟ୍‌ର ଲକ୍ଷ୍ୟ ?

(i) ନିୟୋଜନ ବୃଦ୍ଧି

(ii) ଜାତୀୟ ଆୟ ବୃଦ୍ଧି

(iii) ଅର୍ଥନୈତିକ ସ୍ଥିରତା

(iv) ଉପରୋକ୍ତ ସମସ୍ତ


(h) ନିମ୍ନଲିଖ୍ତ କେଉଁ ସାଧନର ଆୟ ରିଆତିମୁକ୍ତ ହୋଇପାରେ ?

(i) ଭୂମି

(ii) ଶ୍ରମ

(iii) ପୁଞ୍ଜି

(iv) ଉଦ୍ୟୋଗ


(i) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ସାମୂହିକ ଚାହିଦାରେ ଅନ୍ତର୍ଭୁକ୍ତ ନୁହେଁ ?

(i) ପାରିବାରିକ ଉପଭୋଗ ଚାହିଦା

(ii) ଘରୋଇ ନିବେଶ ଚାହିଦା

(iii) ଆମଦାନୀ ଚାହିଦା

(iv) ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା


(j) ଯଦି ବଜାର ଦରରେ ନିଟ ଘରୋଇ ଉତ୍ପାଦ 5000 କୋଟି ଟଙ୍କା ଏବଂ ସ୍ଥାୟୀ ପୁଞ୍ଜିର ଉପଭୋଗ 1200 କୋଟି ଟଙ୍କା ହୁଏ, ବଜାର ଦରରେ ମୋଟ ଘରୋଇ ଉତ୍ପାଦ କେତେ ?

(i) 3,800 କୋଟି ଟଙ୍କା

(ii) 6,200 କୋଟି ଟଙ୍କା

(iii) 3,680 କୋଟି ଟଙ୍କା

(iv) କୌଣସିଟି ନୁହେଁ


(k) ପ୍ରକୃତ ବ୍ୟକ୍ତିଗତ ଆୟ ହେଲା :

(i) ଅବଣ୍ଟିତ ଉପାଦାନରେ ଅର୍ଜିତ ଆୟ

(ii) ଉପଭୋଗ ପାଇଁ ଅଲଗା ରଖାଯାଇଥିବା ଆୟ

(iii) ବ୍ୟକ୍ତିଗତ ଆୟ ବିଯୁକ୍ତ ପ୍ରତ୍ୟକ୍ଷ କର

(iv) ବ୍ୟକ୍ତିଗତ ଆୟ ବିଯୁକ୍ତ ପରୋକ୍ଷ କର


(l) ଯଦି ଦ୍ରବ୍ୟ Y ର ଦର ହ୍ରାସ ହେତୁ ଦ୍ରବ୍ୟ X ର ଚାହିଦା ବୃଦ୍ଧି ହୁଏ, Y ମଧ୍ୟରେ ସମ୍ପର୍କ କ’ଣ ?

(i) ପ୍ରତିଯୋଗୀ

(ii) ପରସ୍ପର ପରିପୂରକ

(iii) ପ୍ରତିସ୍ଥାପନକ୍ଷମ

(iv) ସମ୍ପର୍କ ଶୂନ୍ୟ


(m) ନିମ୍ନଲିଖ୍ତ ମଧ୍ୟରୁ କେଉଁଟି ସମ୍ପଦ ନୁହେଁ ?

(i) ଭାରତରୁ ଉପାଧ୍

(ii) ମୋଟର କାର୍

(iii) ଟେଲିଭିଜନ

(iv) ଜମି


(n) ଉପଭୋକ୍ତା ଗୋଟିଏ ଦ୍ରବ୍ୟ କ୍ରୟ କରିବା ସେହି ମୁହୂର୍ତ୍ତରେ ବନ୍ଦ କରେ, ଯେତେବେଳେ ଏହାର :

(i) ସୀମାନ୍ତ ଉପଯୋଗିତା ଶୂନ୍ୟ ହୁଏ

(ii) ସୀମାନ୍ତ ଉପଯୋଗିତା ଦର ସହିତ ସମାନ ହୁଏ

(iii) ସୀମାନ୍ତ ଉପଯୋଗିତା ଧନାତ୍ମକ ହୁଏ

(iv) ମୋଟ ଉପଯୋଗିତା ହ୍ରାସ ପାଏ


(o) ଚାହିଦା ରେଖାର ଡାହାଣ ଆଡ଼କୁ ସ୍ଥାନ ପରିବର୍ତ୍ତନ କ’ଣ ସୂଚିତ କରେ ?

(i) ଚାହିଦାର ସମ୍ପ୍ରସାରଣ

(ii) ଚାହିଦାର ସଙ୍କୋଚନ

(iii) ଚାହିଦାର ବୃଦ୍ଧି

(iv) ଚାହିଦାର ହ୍ରାସ


2. ନିମ୍ନଲିଖ୍ତ ଉକ୍ତିଗୁଡ଼ିକର ସତ୍ୟତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି, ସେଗୁଡ଼ିକୁ ସଂଶୋଧନ କର । [1 X 15 = 15]


(a) ଉତ୍ପାଦନ ଅର୍ଥ ଉପାଦାନଗୁଡ଼ିକୁ ଅଧିକ କର୍ମକ୍ଷମ କରିବା ।

(b) ଯେତେବେଳେ ହାରାହାରି ପରିବ୍ୟୟ ନୂନ୍ୟତମ ହୁଏ, ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧିକ ହୁଏ ।

(c) ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରତିଷ୍ଠାନମାନଙ୍କର ପ୍ରବେଶରେ କଟକଣା ରହିଥାଏ ।

(d) Out of Syllabus

(e) ଏକ ଟଙ୍କା ଭାରତରେ ହିସାବର ଏକକ ।

(f) ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଆୟ ପ୍ରଶାସନିକ ଆୟର ଏକ ଉଦାହରଣ ।

(g) ମୁଦ୍ରା ବର୍ତ୍ତମାନ ଓ ଭବିଷ୍ୟତର ଏକ ସଂଯୋଗ, କାରଣ ଏହା ବିନିମୟର ମାଧ୍ୟମ ରୂପେ କାର୍ଯ୍ୟ କରେ ।

(h) Out of Syllabus

(i) ନିଟ ସଞ୍ଚୟନର ମୂଲ୍ୟ ଅର୍ଥ ଉତ୍ପାଦର ମୂଲ୍ୟ ବିଯୁକ୍ତ ସ୍ଥାୟୀ ପୁଞ୍ଜିର ଉପଭୋଗ ।

(j) ସମଷ୍ଟି ଅର୍ଥନୀତି ସମଗ୍ର ଅର୍ଥ ବ୍ୟବସ୍ଥାର ଆଚରଣ ଅଧ୍ୟୟନ କରିଥାଏ ।

(k) ଜାତୀୟ ଆୟ ଘରୋଇ ଆୟ ଓ ଅବଶେଷ ଆୟର ସମଷ୍ଟି ସହିତ ସମାନ ।

(l) ଘରୋଇ ଦ୍ରବ୍ୟ ପାଇଁ ବହିଷ୍କରଣ ନୀତି ପ୍ରଯୁଜ୍ୟ ।

(m) ଯେହେତୁ ସମ୍ପଦଗୁଡ଼ିକ ଦୁଷ୍ପ୍ରାପ୍ୟ ମନୋନୟନ କରିବା ଆବଶ୍ୟକ ହୋଇଥାଏ ।

(n) ବିବାହ ପାଇଁ ଗୋଟିଏ ଜୀବନଧାରଣ ନିମନ୍ତେ ଅତ୍ୟାବଶ୍ୟକର ଏକ ଉଦାହରଣ ।

(o) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରେ କାରଣ ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ ।


'ଖ' – ବିଭାଗ


3. ପ୍ରତ୍ୟେକ କ୍ଷେତ୍ରରେ ଦୁଇଟିରୁ ତିନୋଟି ବାକ୍ୟ ମଧ୍ୟରେ ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ୧୧ଟିର ଉତ୍ତର ଦିଅ : [2 X 11 = 22]


(a) Out of Syllabus

(b) Out of Syllabus

(c) Out of Syllabus

(d) ମିଶ୍ରିତ ଆୟ କ’ଣ ?

(e) ବ୍ୟଷ୍ଟି ଅର୍ଥନୀତି କ’ଣ ?

(f) ‘ଅଭୌତିକ ଦ୍ରବ୍ୟ’ କହିଲେ ତୁମେ କ’ଣ ବୁଝ ?

(g) ଗିଫେନ୍‌ଙ୍କ ବିରୋଧାଭାସ କ’ଣ ?

(h) ସ୍ୱୀକୃତି ପ୍ରାପ୍ତ ପ୍ରତୀକାତ୍ମକ ମାଲ’ କ’ଣ ?

(i) ଅଧୂକ ଉଠାଣ କ’ଣ ?

(j) Out of Syllabus

(k) ଚାହିଦା ସ୍ଥିତିସ୍ଥାପକତା କ’ଣ ?

(l) ଅପ୍ରତ୍ୟକ୍ଷ ପରିବ୍ୟୟ କ’ଣ ?

(m) ଯୋଗାଣରେ ଉନ୍ନୟନ ହେବାର ଅର୍ଥ କ’ଣ ?

(n) ସୀମାନ୍ତ ଆୟ କିପରି ଆକଳନ କରାଯାଏ ?


4. ନିମ୍ନଲିଖ୍ତ ମଧ୍ୟରୁ ଯେକୌଣସି ଛଅଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ୫ଟି ବାକ୍ୟରେ ସୀମିତ ରଖ : [3 X 6 = 18]


(a) ଚାହିଦା କମା ଓ ସ୍ଥାୟୀ ଜମା

(b) Out of Syllabus

(c) ମୁକ୍ତ ଦ୍ରବ୍ୟ ଓ ଅର୍ଥନୈତିକ ଦ୍ରବ୍ୟ

(d) ଚାହିଦା ରେଖାର ଗତି ଓ ଚାହିଦା ରେଖାର ସ୍ଥାନଚ୍ୟୁତି

(e) Out of Syllabus

(f) Out of Syllabus

(g) ଜାତୀୟ ଆୟ ଓ ବ୍ୟକ୍ତିଗତ ଆୟ

(h) ସମ୍ପୂର୍ଣ୍ଣ ପ୍ରତିଯୋଗିତା ଓ ଶୁଦ୍ଧ ପ୍ରତିଯୋଗିତା


'ଗ' – ବିଭାଗ


ନିମ୍ନଲିଖ୍ତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ତିନୋଟିର ଉତ୍ତର ଦିଅ [7.5 X 4 = 30]


5. Out of Syllabus

6. କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।

7. ବ୍ୟୟ ପଦ୍ଧତିରେ ଜାତୀୟ ଆୟ ଗଣନା ବ୍ୟାଖ୍ୟା କର ।

8. ସମସୀମାନ୍ତ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର ।

9. ଚାହିଦାର ଦର ସ୍ଥିତିସ୍ଥାପକତାର ନିର୍ଦ୍ଧାରକଗୁଡ଼ିକ ବ୍ୟାଖ୍ୟା କର ।

10. ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ଦର କିପରି ନିର୍ଦ୍ଧାରିତ ହୁଏ ବ୍ୟାଖ୍ୟା କର ।

Post a Comment

Previous Post Next Post