2023 (A)
GROUP—A
କ—ବିଭାଗ
Answer all questions serially
କ୍ରମାନ୍ୱୟରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ
Write the correct answer choosing from the alternatives given in each question : [1 X 15 = 15]
ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ :
(a) Who defined Economics as a 'science of choice'?
‘ଅର୍ଥଶାସ୍ତ୍ର ଏକ ଚୟନ ବିଜ୍ଞାନ’ ଏହି ସଂଜ୍ଞା କିଏ ଦେଇଥିଲେ?
(i) Adam Smith
ଆଡାମ୍ ସ୍ମିଥ୍
(ii) Alfred Marshall
ଆଲ୍ଫ୍ରେଡ୍ ମାର୍ଶାଲ୍
(iii) J. S. Mill
ଜେ. ଏସ୍. ମିଲ୍
(iv) Lionel Robbins
ଲିଓନେଲ୍ ରବିନ୍ସ
(b) Which of the following is not a characteristic of wealth?
ନିମ୍ନଲିଖିତ ମଧ୍ୟରୁ କେଉଁଟି ସମ୍ପଦର ବୈଶିଷ୍ଟ୍ୟ ନୁହେଁ?
(i) Utility
ଉପଯୋଗିତା
(ii) Scarcity
ସ୍ୱଳ୍ପତା
(iii) Internal quality
ଅନ୍ତର୍ନିହିତ ଗୁଣ
(iv) Transferability
ସ୍ଥାନାନ୍ତର କ୍ଷମତା
(c) When marginal utility is zero, total utility
ଯେତେବେଳେ ପ୍ରାନ୍ତାୟ ଉପଯୋଗିତା ଶୂନ ହୁଏ, ସେତେବେଳେ ମୋଟ ଉପଯୋଗିତା
(i) decreases
ହ୍ରାସ ପାଏ
(ii) increases
ବୃଦ୍ଧି ପାଏ
(iii) becomes maximum
ସର୍ବାଧିକ ହୁଏ
(iv) becomes zero
ଶୂନ ହୁଏ
(d) When income increases, what happens to the position of the demand curve?
ଆୟ ବୃଦ୍ଧି ପାଇଲେ, ଚାହିଦାରେଖାର ସ୍ଥିତି କ’ଣ ହୋଇଥାଏ?
(i) Shifts to the right
ଡାହାଣକୁ ସ୍ଥାନ ପରିବର୍ତ୍ତନ ହୋଇଥାଏ
(ii) Shifts to the left
ବାମକୁ ସ୍ଥାନ ପରିବର୍ତ୍ତନ ହୋଇଥାଏ
(iii) Remains constant
ଅପରିବର୍ତ୍ତିତ ରହେ
(iv) Rises upwards from left to right
ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ
(e) When price rise of good X causes rise in the demand for good Y, then the two goods are
ଯେତେବେଳେ X ଦ୍ରବ୍ୟର ଦର ବୃଦ୍ଧି ହେତୁ Y ଦ୍ରବ୍ୟର ଚାହିଦା ବଢେ, ସେତେବେଳେ ଦ୍ରବ୍ୟ ଦୁଇଟି
(i) complementary
ଅନୁପୂରକ
(ii) alternative
ବିକଳ୍ପାତ୍ମକ
(iii) equally urgent
ସମଗୁରୁତ୍ବପୂର୍ଣ୍ଣ
(iv) None of the above
ଉପରୋକ୍ତ କୌଣସିଟି ନୁହେଁ
(f) When marginal revenue is less than average revenue, average revenue
ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟ ଠାରୁ କମ୍ ହୁଏ, ହାରାହାରି ଆୟ
(i) remains constant / ସ୍ଥିର ରହେ
(ii) rises / ବୃଦ୍ଧି ପାଏ
(iii) falls / ହ୍ରାସ ପାଏ
(iv) becomes zero / ଶୂନ ହୁଏ
(g) Production means
ଉତ୍ପାଦନ ହେଉଛି
(i) creation of matter
ବସ୍ତୁ ସୃଷ୍ଟି
(ii) creation of utility having exchange value
ବିନିମୟ ମୂଲ୍ୟ ଥିବା ଉପଯୋଗିତା ସୃଷ୍ଟି
(iii) satisfaction of human wants
ମାନବୀୟ ଅଭାବଗୁଡ଼ିକର ସନ୍ତୋଷ ବିଧାନ
(iv) making factors more productive
ଉପାଦାନଗୁଡ଼ିକୁ ଅଧିକ ଉତ୍ପାଦନକ୍ଷମ କରିବା
(h) The pain and sacrifice undergone by the owners of factors in the process of production are
ଉତ୍ପାଦନ ପ୍ରକ୍ରିୟାରେ ସାଧନ ମାଲିକମାନଙ୍କ ଅନୁଭୂତ ଯନ୍ତ୍ରଣା ଓ ତ୍ୟାଗ ହେଉଛି
(i) explicit costs
ପ୍ରକାଶ୍ୟ ପରିବ୍ୟୟ
(ii) economic costs
ଅର୍ଥନୈତିକ ପରିବ୍ୟୟ
(iii) money costs
ମୌଦ୍ରିକ ପରିବ୍ୟୟ
(iv) real costs
ବାସ୍ତବ ପରିବ୍ୟୟ
(i) Under monopoly, the shape of the demand curve is
ଏକାଧିକାରରେ ଚାହିଦାରେଖାର ଆକାର ହେଲା
(i) horizontal /
ଆନୁଭୂମିକ
(ii) vertical /
ଉଲମ୍ବ
(iii) downward sloping /
ନିମ୍ନଗାମୀ
(iv) upward sloping /
ଉର୍ଦ୍ଧ୍ୱଗାମୀ
(j) The unique feature of monopolistic competition is
ଏକାଧିକାରମୂଳକ ପ୍ରତିଯୋଗିତାର ଅନନ୍ୟ ବୈଶିଷ୍ଟ୍ୟ ହେଲା
(i) single seller
ଏକମାତ୍ର ବିକ୍ରେତା
(ii) product differentiation
ଦ୍ରବ୍ୟର ବିଭେଦୀକରଣ
(iii) single price
ଏକକ ଦର
(iv) restricted entry into market
ବଜାରକୁ ପ୍ରବେଶରେ କଟକଣା
(k) Which of the following is associated with microeconomics?
ନିମ୍ନଲିଖିତ ମଧ୍ୟରୁ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହିତ ସମ୍ପୃକ୍ତ?
(i) National income
ଜାତୀୟ ଆୟ
(ii) Theory of consumer behaviour
ଉପଭୋକ୍ତାର ପ୍ରବୃତ୍ତି ତତ୍ତ୍ୱ
(iii) General price level
ସାଧାରଣ ଦର ସ୍ତର
(iv) Aggregate employment
ସାମୂହିକ ନିଯୁକ୍ତି
(l) Which of the following is a part of aggregate demand? ନିମ୍ନଲିଖିତ ମଧ୍ୟରୁ କେଉଁଟି ସମଷ୍ଟିଗତ ଚାହିଦାର ଅଂଶ?
(i) Private investment ଘରୋଇ ନିବେଶ
(ii) Household consumption ପାରିବାରିକ ଉପଭୋଗ
(iii) Government expenditure ସରକାରୀ ବ୍ୟୟ
(iv) All of the above ଉପରୋକ୍ତ ସମସ୍ତ
(m) Which of the following is not included in national income? ନିମ୍ନଲିଖିତ ମଧ୍ୟରୁ କେଉଁଟି ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇ ନ ଥାଏ?
(i) Compensation of employees କର୍ମଚାରୀମାନଙ୍କ କ୍ଷତିପୂରଣ
(ii) Operating surplus କାର୍ଯ୍ୟକାରୀ ଉଦ୍ବୃତ୍ତ
(iii) Transfer payment ଅନ୍ତରଣ ଦେୟ
(iv) Mixed income ମିଶ୍ରିତ ଆୟ
(n) Which of the following is not a function of the commercial banks?
ନିମ୍ନଲିଖିତ ମଧ୍ୟରୁ କେଉଁଟି ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟ ନୁହେଁ?
(i) Acceptance of deposits /
ଜମା ଗ୍ରହଣ
(ii) Advancing loan /
ଋଣ ପ୍ରଦାନ
(iii) Credit creation /
ଋଣ ସୃଷ୍ଟି
(iv) Credit control /
ଋଣ ନିୟନ୍ତ୍ରଣ
(o) Balanced budget is one in which
ସମତୁଲ ବଜେଟ୍ ତାହା ଯେଉଁଥିରେ
(i) proposed expenditure is equal to anticipated revenue
ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟ ସହିତ ସମାନ
(ii) proposed expenditure is greater than anticipated revenue
ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟଠାରୁ ଅଧିକ
(iii) proposed expenditure is less than anticipated revenue
ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟଠାରୁ କମ୍
(iv) None of the above
ଉପରୋକ୍ତ କୌଣସିଟି ନୁହେଁ
2. Examine the correctness of the following statements. Correct only the incorrect statements without changing the underlined portions : [1 X 15 = 15]
ନିମ୍ନଲିଖିତ ଉକ୍ତିଗୁଡ଼ିକର ସଠିକତା ପରୀକ୍ଷା କର। କେବଳ ଭୁଲ୍ ଉକ୍ତିଗୁଡ଼ିକର ରେଖାଙ୍କିତ ଅଂଶ ପରିବର୍ତ୍ତନ ନ କରି ସଂଶୋଧନ କର :
(a) All economic goods are capital.
ସମସ୍ତ ଅର୍ଥନୈତିକ ଦ୍ରବ୍ୟ ପୁଞ୍ଜି।
(b) Value of a commodity expressed in terms of money is called wealth.
ଦ୍ରବ୍ୟର ମୂଲ୍ୟ ମୁଦ୍ରା ଆକାରରେ ପ୍ରକାଶ କରାଗଲେ ତାହାକୁ ସମ୍ପଦ କୁହାଯାଏ।
(c) Demand for goods having alternative uses is relatively inelastic.
ବିକଳ୍ପ ବ୍ୟବହାର ଥିବା ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଅଟେ।
(d) Quantity demanded for Giffen good falls with the fall in its price.
ଗିଫେନ୍ ଦ୍ରବ୍ୟର ଦର ହ୍ରାସ ହେଲେ ଏହାର ଚାହିଦା ପରିମାଣ ହ୍ରାସ ପାଏ।
(e) In the short run, all factors of production are variable.
ସ୍ୱଳ୍ପକାଳରେ ସମସ୍ତ ଉତ୍ପାଦନର ଉପାଦାନଗୁଡ଼ିକ ପରିବର୍ତ୍ତନୀୟ।
(f) Cost per unit of output is known as marginal cost.
ଏକକ ଉତ୍ପାଦନ ପରିବ୍ୟୟକୁ ସୀମାନ୍ତ ପରିବ୍ୟୟ କୁହାଯାଏ।
(g) Under oligopoly, there is restriction of entry.
ଅଲ୍ପାଧିକାରରେ ପ୍ରବେଶରେ କଟକଣା ଥାଏ।
(h) The law of variable proportions shows the short run production function.
ପରିବର୍ତ୍ତୀ ଅନୁପାତ ସୂତ୍ର ସ୍ୱଳ୍ପକାଳ ଉତ୍ପାଦନ ଫଳନ ସୂଚାଏ।
(i) Under perfect competition, there is no distinction between firm and industry.
ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥାଏ।
(j) Micro-economics studies the behaviour of aggregate economic units.
ବ୍ୟଷ୍ଟି ଅର୍ଥଶାସ୍ତ୍ର ସାମୂହିକ ଅର୍ଥନୈତିକ ଏକକଗୁଡ଼ିକର ଆଚରଣ ଅଧ୍ୟୟନ କରିଥାଏ।
(k) If net factor income from abroad is negative, Gross National Product is greater than Gross Domestic Product.
ବିଦେଶାଗତ ନିଟ୍ ସାଧନ ଆୟ ଋଣାତ୍ମକ ହେଲେ ମୋଟ ଜାତୀୟ ଉତ୍ପାଦ ମୋଟ ଘରୋଇ ଉତ୍ପାଦ ଠାରୁ ଅଧିକ ହୋଇଥାଏ।
(l) Aggregate supply is inversely related to employment.
ସାମୂହିକ ଯୋଗାଣର ନିଯୁକ୍ତି ସହିତ ବିପରୀତ ସମ୍ପର୍କ ଥାଏ।
(m) Demand deposits cannot be withdrawn before a stipulated time period.
ଏକ ନିର୍ଦ୍ଦିଷ୍ଟ ଅବଧି ପୂର୍ବରୁ ଚାହିଦା ଜମା ଉଠାଣ କରିହୁଏ ନାହିଁ।
(n) Medium of exchange is a secondary function of money.
ବିନିମୟର ମାଧ୍ୟମ ମୁଦ୍ରାର ଏକ ଗୌଣ କାର୍ଯ୍ୟ ଅଟେ।
(o) In public finance, expenditure is adjusted with income.
ରାଷ୍ଟ୍ର ବିତ୍ତରେ ଆୟ ଅନୁସାରେ ବ୍ୟୟ ଖାପ ଖାଉଥାଏ।
GROUP—B
ଖ—ବିଭାଗ
3. Answer any eleven of the following questions within 2 to 3 sentences each : [2 X 11 = 22]
ପ୍ରତ୍ୟେକ କ୍ଷେତ୍ରରେ ୨ଟି ରୁ ୩ଟି ବାକ୍ୟ ମଧ୍ୟରେ ନିମ୍ନଲିଖିତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଏଗାରଟି ପ୍ରଶ୍ନର ଉତ୍ତର ଦିଅ :
(a) What is form utility?
ଆକାରଗତ ଉପଯୋଗିତା କ’ଣ?
(b) What are conventional necessaries?
ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କ’ଣ?
(c) What is demand schedule?
ଚାହିଦାସୂଚୀ କ’ଣ?
(d) What is perfectly elastic demand?
ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ’ଣ?
(e) What are the central problems of an economy?
ଗୋଟିଏ ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ କ’ଣ?
(f) What is marginal revenue?
ସୀମାନ୍ତ ଆୟ କ’ଣ?
(g) What is law of supply?
ଯୋଗାଣ ସୂତ୍ର କ’ଣ?
(h) What is average cost?
ହାରାହାରି ପରିବ୍ୟୟ କ’ଣ?
(i) What is law of equimarginal utility?
ସମସୀମାନ୍ତ ଉପଯୋଗିତା ସୂତ୍ର କ’ଣ?
(j) What is personal income?
ବ୍ୟକ୍ତିଗତ ଆୟ କ’ଣ?
(k) What is aggregate demand?
ସାମୂହିକ ଚାହିଦା କ’ଣ?
(l) What is monopolistic competition?
ଏକାଧିକାରମୂଳକ ପ୍ରତିଯୋଗିତା କ’ଣ?
(m) What is money?
ମୁଦ୍ରା କ’ଣ?
(n) What is budget?
ବଜେଟ୍ କ’ଣ?
4. Distinguish between any six of the following. Answer the questions within 6 sentences each : [3 X 6 = 18]
ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଛଅଟିର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ପ୍ରଶ୍ନର ଉତ୍ତର ୬ଟି ବାକ୍ୟରେ ସୀମିତ ରଖ :
(a) Marginal utility and Total utility
ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତା
(b) Value-in-use and Value-in-exchange
ବ୍ୟବହାରିକ ମୂଲ୍ୟ ଓ ବିନିମୟ ମୂଲ୍ୟ
(c) Fixed cost and Variable cost
ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ
(d) Marginal product and Average product
ସୀମାନ୍ତ ଉତ୍ପାଦ ଓ ହାରାହାରି ଉତ୍ପାଦ
(e) Microeconomics and Macroeconomics
ବ୍ୟଷ୍ଟି ଅର୍ଥନୀତି ଏବଂ ସମଷ୍ଟି ଅର୍ଥନୀତି
(f) GNP and NNP
ମୋଟ ଜାତୀୟ ଉତ୍ପାଦ ଏବଂ ନିଟ୍ ଜାତୀୟ ଉତ୍ପାଦ
(g) Central bank and Commercial bank
କେନ୍ଦ୍ରୀୟ ବ୍ୟାଙ୍କ ଏବଂ ବାଣିଜ୍ୟିକ ବ୍ୟାଙ୍କ
(h) Public finance and Private finance
ରାଷ୍ଟ୍ରବିତ୍ତ ଏବଂ ବ୍ୟକ୍ତି ବିତ୍ତ
GROUP—C
ଗ—ବିଭାଗ
Answer any four of the following questions : [7.5 X 4 = 30]
ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଚାରୋଟି ପ୍ରଶ୍ନର ଉତ୍ତର ଦିଅ :
Discuss the characteristics of human wants.
ମାନବୀୟ ଅଭାବର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର।
Explain the law of demand.
ଚାହିଦା ସୂତ୍ର ବ୍ୟାଖ୍ୟା କର।
Explain the law of variable proportions.
ପରିବର୍ତ୍ତନୀୟ ଅନୁପାତ ସୂତ୍ର ବ୍ୟାଖ୍ୟା କର।
Explain the simple Keynesian theory of income determination.
କେନ୍ସଙ୍କ ସରଳ ଆୟ ନିର୍ଦ୍ଧାରଣ ତତ୍ତ୍ୱ ବୁଝାଅ।
Describe the functions of money.
ମୁଦ୍ରାର କାର୍ଯ୍ୟାବଳୀ ବର୍ଣ୍ଣନା କର।
Discuss the functions of Central Bank.
କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ଆଲୋଚନା କର।

إرسال تعليق